Jump to content

ଲକ୍ଷ୍ମୀ ମେହେର

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀ ମେହେର
Lua error in package.lua at line 80: module 'Module:InfoboxImage/data' not found.
Born (1967-07-06) ୬ ଜୁଲାଇ ୧୯୬୭ (ବୟସ ୫୯)
ତାରଭା, ଓଡ଼ିଶା
Occupationକଳାକାର (ଚିତ୍ରକାର)
Spouseକୈଳାସ ଚନ୍ଦ୍ର ମେହେର

ଲକ୍ଷ୍ମୀ ମେହେର (ଜନ୍ମ ୬ ଜୁଲାଇ ୧୯୬୭) ଜଣେ ଭାରତୀୟ କଳାକାର ଓ ସମାଜସେବୀ । ସେ ତାଙ୍କର ଓଡ଼ିଶା ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।[]

ଆଦ୍ୟ ଜୀବନ ଓ ପ୍ରଚ୍ଛଦପଟ

[ସମ୍ପାଦନା]

ସେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ତାଭରା ଗ୍ରାମରେ ଜନ୍ମ ହୋଇଥିଲେ ଓ ବର୍ତ୍ତମାନ ବଲାଙ୍ଗୀରରେ ରହୁଛନ୍ତି । ସେ ପ୍ରସିଦ୍ଧ କଳାକାର ପଦ୍ମଶ୍ରୀ କୈଳାସ ଚନ୍ଦ୍ର ମେହେରଙ୍କ ପତ୍ନୀ । ତାଙ୍କର ଦୁଇଟି ପୁଅ ପ୍ରକାଶ ମେହେର, ଜୟନ୍ତ ମେହେର ଓ ଝିଅ ମନୀଷା ମେହେର । ସେମାନେ ସମସ୍ତେ ଓଡ଼ିଶାର ପଟ୍ଟଚିତ୍ର ପାଇଁ ନିଜର ଅବଦାନ ହେତୁ ଜାତୀୟ ସ୍ତରରେ ସନ୍ମାନିତ ।[]

ବୃତ୍ତି

[ସମ୍ପାଦନା]

ବିବାହ ପରେ ୧୮ ବର୍ଷ ବୟସରୁ ସେ ଚିତ୍ର ପ୍ରତି ଧ୍ୟାନ ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ତତ୍ତ୍ୱାବଧାନରେ ନିଜର ଚିତ୍ରକଳା କରିଥିଲେ । ବର୍ତ୍ଚମାନ ୩ ଦଶନ୍ଧୀ ହେବ ପାରମ୍ପାରିକ ଚିତ୍ରକଳାରେ ନିଜର ଦକ୍ଷତା ପ୍ରତିପାଦନ କରିଆସୁଛନ୍ତି । ସେ ଚିତ୍ରକଳା ତାଲିମ କେନ୍ଦ୍ର ଇଣ୍ଡିଆନ୍ ଆର୍ଟ୍ ଏଣ୍ଡ୍ କ୍ରାଫ୍ଟ୍ ଏକାଡ଼େମୀ ଫର୍ ୱିମେନ୍ ସହ ମଧ୍ୟ ଜଡ଼ିତ । ବର୍ତ୍ତମାନ ସେ ଜଣେ ପ୍ରତିଷ୍ଠିତ କଳାକାର ଓ ବିଭିନ୍ନ ସରକାରୀ ଯୋଜନା ଯଥା: ଗୁରୁ ଶିଷ୍ୟ ପରମ୍ପରା ଅଣ୍ଡର ଏଚ୍ ଆର୍ ଡି ସ୍କିମ୍ସ୍କିମ୍ ସି ଜରିଆରେ କେବିକେ ଅଞ୍ଚଳରେ ଯୁବ କଳାକାରମାନଙ୍କୁ ଦକ୍ଷତା ତାଲିମ ଦେଉଛନ୍ତି ।[][]

ଶ୍ରୀମତୀ ମେହେର୍ ତାଙ୍କ ଜୀବନ ଭିତରେ ଦେଶ ସାରା ବିଭିନ୍ନ ହସ୍ତକଳା ପ୍ରଦର୍ଶନୀ କରିଛନ୍ତି ଓ ତାଙ୍କର ଚିତ୍ରକଳା କଳାପ୍ରିୟ, ଭିଆଇପି ଓ ପ୍ରଦର୍ଶନୀ ପ୍ରଦର୍ଶକଙ୍କଦ୍ୱାରା ପ୍ରଶଂସିତ ହୋଇଛି । କଳା ପାଇଁ ନିଜ ପ୍ରତିବଦ୍ଧତା ପାଇଁ ସେ ୨୦୦୫ରେ ଭାରତର ରାଷ୍ଟ୍ରପତିଙ୍କଠାରୁ ଜାତୀୟ ସମ୍ମାନ ମାଷ୍ଟର୍ କ୍ରାଫ୍ଟ୍‌ସମ୍ୟାନ୍ ଓ ୧୯୯୦ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ ରାଜ୍ୟ ପୁରସ୍କାର ପାଇଥିଲେ ।[][]

ସମ୍ମାନ

[ସମ୍ପାଦନା]
  • ୨୦୦୫ - ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଜାତୀୟ ପୁରସ୍କାର[]
  • ୧୯୯୦ - ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ରାଜ୍ୟ ପୁରସ୍କାର[]
  1. 1 2 3 "Laxmi Meher : Tussar Pattachitra Painter of Odisha". About.me. Retrieved 23 December 2014.
  2. Laxmi Meher. "Laxmi Meher". Laxhimeher.blogspot.in. Retrieved 23 December 2014.
  3. 1 2 "National Awardees of Handicrafts Sector for the Year 2005" (PDF). Handicrafts.nic.in. Archived from the original (PDF) on 2 November 2013. Retrieved 23 December 2014.
  4. 1 2 "Art textiles:". As.ori.nic.in. Archived from the original on 17 December 2014. Retrieved 23 December 2014.