ଅନୀତା ରାଉ ବାଦାମୀ

ଉଇକିପିଡ଼ିଆ‌ରୁ
ଅନୀତା ରାଉ ବାଦାମୀ
Born
ଅନୀତା ରାଉ ବାଦାମୀ

(1961-07-24)ଜୁଲାଇ ୨୪, ୧୯୬୧
Nationalityଭାରତୀୟ
Known forଲେଖିକା
ବୁକବିଟ୍ସ ରେଡ଼ିଓରେ ଅନିତା ରାଉ ବାଦାମୀ ।

ଅନୀତା ରାଉ ବାଦାମୀ (ଜନ୍ମ ୨୪ ସେପ୍ଟେମ୍ବର ୧୯୬୧) କାନାଡ଼ାରେ ରହୁଥିବେ ଜଣେ ହକ୍ଷିଣ ଭାରତୀୟଙ୍କ ସନ୍ତାନ । ସେ ଓଡ଼ିଶାର ରାଉରକେଲାରେ ଜନ୍ମ ହୋଇଥିଲେ । ସେ ବମ୍ବେର ମାଡ୍ରାସ ବିଶ୍ୱବିଦ୍ୟାଳୟ ଓ ସୋଫିଆ ପଲିଟେକନିକରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ୧୯୯୧ରେ ସେ କାନାଡ଼ା ଚାଲିଯାଇଥିଲେ ଓ କାଲଗାରି ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ୧୯୯୭ରେ ତାମାରିନ୍ଦ ମେମ୍ ନାମରେ ପ୍ରକାଶିତ ହୋଇଥିଲା ।

ତାଙ୍କର ଉପନ୍ୟାସ ଭାରତୀୟ ପରିବାରର ଜଟିଳତା ଓ ଭାରତୀୟମାନେ ପଶ୍ଚିମକୁ ଯିବା ଫଳରେ ଉପୁଜୁଥିବା ସାଂସ୍କୃତିକ ଶୂନ୍ୟସ୍ଥାନ ଉପରେ ବର୍ଣ୍ଣିତ ।

ବାଦାମୀଙ୍କର ତୃତୀୟ ଉପନ୍ୟାସ, କ୍ୟାନ୍ ୟୁ ହିଅର୍ ଦି ନାଇଟବାର୍ଡ୍ କଲ୍ ସ୍ୱର୍ଣ୍ଣ ମନ୍ଦିର ହତ୍ୟାକାଣ୍ଡଏୟାର୍ ଇଣ୍ଡିଆ ବୋମାମାଡ ଉପରେ ଆଧାରିତ ।

ବାଦାମୀଙ୍କର ପ୍ରିୟ ବହି ହେଉଛି, ସଲମାନ୍ ରଶଡିଙ୍କ ମିଡ଼୍ନାଇଟସ୍ ଚିଲ୍ଡ଼୍ରେନ୍, ମାରଗାରେଟ୍ ଆଟଉଡଙ୍କ କ୍ୟାଟସ୍ ଆଏ, ସରଫେସିଂ, ଭି. ଏସ୍. ନାଇପଲଙ୍କ ଅ ହାଉସ୍ ଫର୍ ମିଷ୍ଟର୍ ବିଶ୍ୱାସ, ଓ ମାରିଲିନେ ରବିନଶନଙ୍କ ହାଉସକିପିଂ[୧] ୨୦୧୫ରେ ବାଦାମୀ ଏଡ଼ମଣ୍ଟନର ଆଥାବାସ୍କା ବିଶ୍ୱବିଦ୍ୟାଳୟର ରହଣି ଲେଖକ (writer-in-residence) ଥିଲେ । ୨୦୧୬ରେ ଦି ହିରୋଦ୍ ୱାକ୍ ସିବିସି କାନାଡ଼ା ରିଡସ୍ ପ୍ରତିଯୋଗିତାର ପାଞ୍ଚ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିଲା ।

୨୦୧୭ରେ ସେ ସ୍କଟିଆବ୍ୟାଙ୍କ ଗିଲର୍ ପୁରସ୍କାର ୨୦୧୭ର ବିଚାରକ ଘୋଷିତ ହୋଇଥିଲେ ।[୨]

ବହି ତାଲିକା[ସମ୍ପାଦନା]

  • ତାମାରିନ୍ଦ ମେମ୍ - ୧୯୯୭ ISBN 0-670-86916-3 (U.S. title: Tamarind Woman - 2002)
  • ଦି ହିରୋଜ୍ ୱାକ୍ - ୨୦୦୧ISBN 0-676-97225-X
  • କ୍ୟାନ୍ ୟୁ ହିଅର୍ ଦି ନାଇଟ୍ ବାର୍ଡ୍ କଲ୍ ? - ୨୦୦୬ ISBN 978-0676976052
  • ଟେଲ୍ ଇଟ୍ ଟୁ ଦି ଟ୍ରିଜ୍- ୨୦୧୧ ISBN 978-0676978940

ଆଧାର[ସମ୍ପାଦନା]

ବାହ୍ୟ ଆଧାର[ସମ୍ପାଦନା]