ମିନତୀ ଗାଗାରିଆ

ଉଇକିପିଡ଼ିଆ‌ରୁ
ମିନତୀ ଗାଗାରିଆ
ଜନ୍ମ
ନୂଆସାହି ଗ୍ରାମ, କେନ୍ଦୁଝର, ଭାରତ
ଜାତୀୟତାଭାରତୀୟ
ପ୍ରସିଦ୍ଧିଜତୀୟ ସାହସିକତା ପୁରସ୍କାର ୨୦୦୫

ତେର ବର୍ଷୀୟ ମିନତୀ ଗାଗାରିଆ (କୁମାରୀ ଡୁଗୀ ମିନତୀ ଗାଗାରିଆ), ପ୍ରାଚୀନ ଆଦିବାସୀ ସଂସ୍କୃତି ବାଲ୍ୟ ବିବାହର ବିରୋଧ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିଲେ । ୨୦୦୪ ମସିହାରେ, ଏକ ୫୦ ବର୍ଷ ବୟସ୍କ ପୌଢଙ୍କ ସହ ନିଜ ବିବାହକୁ ବିରୋଧ କରି ଲୁଚି ପଳାଇଥିଲେ ଓ ଜଙ୍ଗଲରେ ୭ ଦିନ ଅତିବାହିତ କରିଥିଲେ ।[୧]

ଆଦ୍ୟ ଜୀବନ[ସମ୍ପାଦନା]

ସାହସିକ କାର୍ଯ୍ୟ[ସମ୍ପାଦନା]

କେନ୍ଦୁଝର ଜିଲ୍ଲା, ନୂଆସାହି ଅନ୍ତର୍ଗତ ସମସ୍ତ ବାସିନ୍ଦା, ପ୍ରାଚୀନ ମୁଣ୍ଡା ଆଦିବାସୀ ସମ୍ପ୍ରଦାୟ ଅନ୍ତର୍ଗତ । ଜାନୁଆରୀ ୧୫, ୨୦୦୪ ମସିହାରେ ମାଗ ପର୍ବ ଅବସରରେ, ମିନତୀ, ନୂଆ ପୋଷାକରେ ଅନ୍ୟ ଝିଅ, ପୁଅଙ୍କ ସହ, ମଧ୍ଧ୍ୟରାତ୍ରରେ ନାଚିବାକୁ ଯାଇଥିଲେ । ପ୍ରଥା ଅନୁସାରେ ସେହି ସମ୍ପ୍ରଦାୟର କୌଣସି ବ୍ୟକ୍ତି ଏକ ଝିଅ ଉପରକୁ ସିନ୍ଦୁର ଫିଙ୍ଗିବ ଓ ଯଦି ତାହା ସେ ଝିଅର କପାଳରେ ପଡିବ, ତେବେ ଇଚ୍ଛା ଥାଉ ବା ନଥାଉ, ଝିଅଟି ସେ ବ୍ୟକ୍ତିକୁ ବିବାହ କରିବ । ମିନତୀଙ୍କ ଅନୁସାରେ, "ଏମିତି ଏକ ପ୍ରଥା ବିରୋଧରେ ଯିବା ସହଜ ନୁହେଁ, ଯେଉଁଥିରେ ନିଜ ପରିବାର ଲୋକ ଅନ୍ତର୍ଭୁକ୍ତ ଥାଆନ୍ତି ।"[୨]

ସେହି ପର୍ବ ଅବସରରେ ୫୦ ବୟସ୍କ ସୁନା ହେମ୍ବ୍ରମ୍, ମିନତୀଙ୍କ ଉପରକୁ ସିନ୍ଦୁର ପକାଇଥିଲେ । ମାତ୍ର ମିନତୀ ଏକ ବୟସ୍କଙ୍କ ସହ ବିବାହକୁ ବିରୋଧ କରିଥିଲେ । ସୁନା, ମିନତୀଙ୍କର ମାତୃ ସମ୍ପର୍କୀୟ ଥିଲେ ଓ ୨୦୦୧ ମସିହାରେ ମିନତୀଙ୍କ ବାପାଙ୍କ ମୃତ୍ୟୁ ପରେ, ସେ ମିନତୀଙ୍କ ଘରେ ରହୁଥିଲେ ।

ଉତ୍ସବରୁ ଫେରିବା ପରେ, ସେ ବିଷାଦଗ୍ରସ୍ତ ହୋଇ, ନିଜକୁ ଘର ମଧ୍ଧ୍ୟରେ ବନ୍ଦ କରି ରଖିଥିଲେ । ପରଦିନ ସୁନାଙ୍କ ସହ ତାଙ୍କ ପରିବାରର ସମସ୍ତେ ମିନତୀଙ୍କୁ ବିବାହ ପାଇଁ ବୁଝାଇ ବିଫଳ ହୋଇଥିଲେ । ମାର୍ଚ୍ଚ ମାସରେ ମିନତୀ ତାଙ୍କ ସାନ ଭଉଣୀଙ୍କ ସହ ଏକୁଟିଆ ଥିବାବେଳେ, ନିଶାଗ୍ରସ୍ତ ସୁନା ଦୁର୍ବ୍ୟବହାର କରିଥିଲେ । କୌଶଳକ୍ରମେ ସେ ଖସି ଆସିଥିଲେ ଓ ପରଦିନ ଏହା ସମ୍ବନ୍ଧରେ ନିଜ ପରିବାରକୁ ଜଣାଇଥିଲେ । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମା' ଏହାକୁ ସମର୍ଥନ କରିଥିଲେ । ତା'ପର ଦିନ ବିବାହ ପାଇଁ ତାଙ୍କ ଉପରେ ଅତିରିକ୍ତ ଚାପ ପଡିଥିଲା । ସେହିଦିନ ରାତିରେ ସେ ଘର ଛାଡି ଜଙ୍ଗଲକୁ ଚାଲି ଯାଇଥିଲେ ଓ ଗଛ ମୂଳେ ରାତି କଟାଇଥିଲେ । ତାଙ୍କ ମତରେ, "ମୁଁ ମରିଯିବାକୁ ପ୍ରସ୍ତୁତ ଥିଲି, କିନ୍ତୁ ଏକ ପୌଢଙ୍କ ସହ ସମ୍ପୂର୍ଣ୍ଣ ଜୀବନ କାଟିବାକୁ ନୁହେଁ ।"

ତାଙ୍କ ଘରେ ତାଙ୍କୁ ବହୁତ ଖୋଜିଥିଲେ । ସେ ୭ ଦିନ ଧରି ଜଙ୍ଗଲରେ ଚେର ଓ ପତ୍ର ଖାଇ ରହିଥିଲେ । ତାଙ୍କ କହିବା ଅନୁଯାୟୀ, "ଘନ ଜଙ୍ଗଲରେ ୭ ଦିନ କଟାଇବା ପରେ, ମୁଁ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିଲି । ଏକ କୁପ୍ରଥା ପାଇଁ ମୁଁ, ମୋ ଜୀବନକୁ ବଳି ଦେଇପାରିବି ନାହିଁ । ମୁଁ ଜାଣିଥିଲି ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରିବି ନାହିଁ, କିନ୍ତୁ ଜଣଙ୍କୁ ଏହାର ବିରୋଧ କରିବାର ଅଛି । ତେଣୁ ସଂଗ୍ରାମ କରିବା ପାଇଁ ନିଷ୍ପତି ନେଲି ।"[୩]

ପରେ ସେ ତାଙ୍କର ସାଙ୍ଗ ନିରୂପମାଙ୍କୁ ଯୋଗାଯୋଗ କରିଥିଲେ ଓ ସୌଭାଗ୍ୟବଶତଃ ନିରୂପମାଙ୍କ ସ୍ୱାମୀ, ମିନତୀଙ୍କୁ ସାହାଯ୍ୟ କରିବା ପାଇଁ ରାଜି ହୋଇଥିଲେ । ମିନତୀ ସାହାଯ୍ୟ ପାଇ ନୂଆସାହି ଥାନାରେ ଅଭିଯୋଗ କରିଥିଲେ । ଫଳରେ ତାଙ୍କ ମା', ଭାଇ ଓ ସୁନା ଗିରଫ ହୋଇଥିଲେ । ପରେ ତାଙ୍କ ମା' ଓ ଭାଉଜ ବେଲ୍(bail)ରେ ଆସିଥିଲେ, ମାତ୍ର ଭାଇ ଓ ସୁନା ବିଚାରାଧୀନ ଥିଲେ । ସେମାନଙ୍କ ମତରେ, "କମ୍ ବୟସରେ ବିବାହ କରିବାରେ କୌଣସି ଭୁଲ୍ ନାହିଁ । ଆମେ ମଧ୍ଧ୍ୟ ୧୦,୧୨ ବର୍ଷ ବୟସରେ ବାହା ହୋଇଥିଲୁ । ଏହା ଆମର ପ୍ରଥା ଓ ଏହାକୁ ସମସ୍ତେ ମାନିବା ଉଚିତ୍ ।"

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Never having to be sorry about love". Retrieved 26 January 2018.[permanent dead link]
  2. "She refused to accept her husband and changed her fate". Retrieved 26 January 2018.
  3. "Two tales from a 'modern' State". Retrieved 26 January 2018.
  4. "She is Sunshine (Chapter 1)". Retrieved 26 January 2018.