ରାଜମା

ଉଇକିପିଡ଼ିଆ‌ରୁ
ରାଜମା
ପରସା ଯାଇଥିବା ରାଜମା ସହିତ ଭାତ
ମୂଳ ସ୍ଥାନଭାରତୀୟ ଖାଦ୍ୟ
ମୁଖ୍ୟ ଉପାଦାନKidney beans
ଖାଦ୍ୟରୁ ଶକ୍ତି
(per ବଢ଼ା)
100 grams of boiled Rajma beans contain 140 calories କିଲୋ କ୍ୟାଲୋରୀ

ରାଜମା[୧] (ହିନ୍ଦୀ : राजमा) ଏକ ଦକ୍ଷିଣ ଏସିଆ ଶକାହାରୀ ବ୍ୟଞ୍ଜନ ଅଟେ । ଏହା ସାଧାରଣତଃ ବହଳିଆ ଯୁକ୍ତ ଭାରତୀୟ ମସଲାଯୁକ୍ତ ଖାଦ୍ୟ ଯାହା ମୁଖ୍ୟତଃ ଭାତ ଏବଂ ରୁଟି ସହିତ ପରସା ଯାଏ । କିନ୍ତୁ ଏହା ସାଧାରଣତଃ ଉତ୍ତର ଭାରତ ଏବଂ ନେପାଳର ମୁଖ୍ୟ ବ୍ୟଞ୍ଜନ ରୂପେ ପ୍ରସିଦ୍ଧ ।[୨] ମେକ୍ସିକୋରୁ ଭାରତୀୟ ଉପ-ମହାଦ୍ୱୀପରୁ ଏହି ରାଜମା ଆଣିବା ପରେ ଏହି ଖାଦ୍ୟ ବିକଶିତ ହୋଇଥିଲା।[୩] ଏକ ଲୋକପ୍ରିୟ ଖାଦ୍ୟ ହୋଇଥିବାରୁ, ମହତ୍ୱପୂର୍ଣ୍ଣ ଅବଶରରେ ତିଆରି କରାଯାଇଥାଏ । ସିଝା ରାଜମାର 100 ଗ୍ରାମରେ ପାଖାପାଖି 140 କ୍ୟାଲୋରୀ, 5.7 ଗ୍ରାମ ପ୍ରୋଟିନ, 5.9 ଗ୍ରାମ ଫ୍ୟାଟ ଏବଂ 18 ଗ୍ରାମ କାର୍ବନହାଇଡ୍ରେଟ ରହିଥାଏ ।[୩] ରାଜମା ମୁଖତଃ ଏକ ପଞ୍ଜାବୀ ଭୋଜନ ଅଟେ । ମୂଳତଃ ରାଜମା ଭାରତୀୟ ଫସଲ ନୁହେ କିନ୍ତୁ ବର୍ତ୍ତମାନ ଏହା ଉତ୍ତର ଭାରତର ଏକ ମୁଖ୍ୟ ବ୍ୟଞ୍ଜନ ହୋଇସାରିଛି । ସୁପ୍ରସିଦ୍ଧ ଖାଦ୍ୟ ହେବା କାରଣରୁ ଏବେ ଏହା ଭାରତରେ ବିଶେଷ ଅବସରରେ ପ୍ରସ୍ତୁତ ହୋଇଥାଏ ।

ରାଜମା ଏବଂ ଭାତର ସଂଯୋଗ ସାଧାରଣତଃ ଉତ୍ତର ଭାରତୀୟ ଏବଂ ନେପାଳର ଏକ ଶୀର୍ଷ ପସନ୍ଦ ସୂଚୀ ରୂପେ ସୂଚିବଦ୍ଧ କରିଥାଏ ।[୪] ରାଜମା ଭାରତରେ ପିଆଜ, ରସୁଣ ଏବଂ ବହୁ ମସଲା ସହିତ ପ୍ରସ୍ତୁତ ହୋଇଥାଏ ଏବଂ ଏହା ନେପାଳର ଏକ ପ୍ରମୁଖ ଖାଦ୍ୟ ରୂପେ ପରିଚିତ । ଏହି ଖାଦ୍ୟ ସମ୍ପୂର୍ଣ୍ଣ ଭାରତୀୟ ଉପ-ମହାଦ୍ୱୀପରେ ଲୋକପ୍ରିୟ ହୋଇଥାଏ ।

ଆଧାର[ସମ୍ପାଦନା]

  1. "Gogji Razma (Kidney Beans with Turnips)". Jagalbandi. Retrieved 2009-07-07.
  2. "Food-nepal.com - Rajma Curry in Nepalese Cuisine (Kidney Bean Rajma)".
  3. ୩.୦ ୩.୧ "Rajma, rice and calories". Chennai, India: The Hindu. 22 September 2003. Archived from the original on 2003-10-11. Retrieved 2009-07-07.
  4. "Preparation of Nepali Curry Rajma in Australia | nepaliaustralian".