ପ୍ରେମଲତା ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ପ୍ରେମଲତା ଅଗ୍ରୱାଲ
ପ୍ରେମଲତା ଅଗ୍ରୱାଲ
ଜନ୍ମ
ପ୍ରେମଲତା ଗର୍ଗ

1963 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାଭାରତୀୟ
ବୃତ୍ତିପର୍ବତାରୋହି
ପ୍ରସିଦ୍ଧିଶିଖର ଫତହ , ମଉଣ୍ଟ ଏଭରେଷ୍ଟ (୨୦୧୧) ପ୍ରଥମ ଭାରତୀୟ ମହିଳା ପର୍ବତାରୋହି ଯିଏ ୪୮ ବର୍ଷ ବୟସରେ ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ ।

ପ୍ରେମଲତା ଅଗ୍ରୱାଲ (ଜନ୍ମ: 1963) ଏକ ଭାରତୀୟ ମହିଳା ପର୍ବତାରୋହି ଅଟନ୍ତି, ଯିଏ ୨୦ ମଇ, ୨୦୧୧ ମସିହାରେ ସକାଳ ୯:୩୫ ସମୟରେ ୪୮ ବର୍ଷ ବୟସରେ ୨୯,୦୨୯ ଫୁଟ ଉଚ୍ଚରେ ପହଞ୍ଚି ମାଉଣ୍ଟ ଏଭରେଷ୍ଟ ଶିଖରକୁ ଛୁଇଁଥିବା ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଲାଭ କରିଥିଲେ । ପରେ ୫୦ ବର୍ଷ ବୟସରେ ୨୩ ମଇ ୨୦୧୩ ମସିହାରେ ଉତ୍ତରୀ ଆମେରିକାର ଅଲସ୍କାର ମାଉଣ୍ଟ ମୌକେନାଲକୁ ପାରି କରି ସେ ନୂଆ ଉପଲବ୍ଧି ହାସିଲ କରିଥିଲେ । ସାତୋଟି ମହାଦ୍ୱୀପର ଶିଖରରେ ଚଢୁଥିବା ପ୍ରେମଲତା ଜଣେ କୁଶଳ ଗୃହିଣୀ ଅଟନ୍ତି । ସେ ୩୫ ବର୍ଷ ବୟସ ପରେ ପ୍ରଥମ ଥର ପାଇଁ ପର୍ବତରୋହଣ ସହ ସମ୍ପର୍କ ଯୋଡିଥିଲେ । ୧୯୮୪ ମସିହା ପ୍ରାୟ ୨୯ ବର୍ଷ ବୟସରେ ଏଭରେଷ୍ଟରେ ଚଢିଥିବା ପ୍ରଥମ ମହିଳାର ଗୌରବ ହାସିଲ କରିଥିବା ବଛେନ୍ଦ୍ରୀ ପାଲ ମଧ୍ୟ ତାଙ୍କ ଅଭିଯାନକୁ ଅନୁସରଣ କରୁଥିଲେ । ବଛେନ୍ଦ୍ରୀଙ୍କ ପ୍ରୋତ୍ସାହନଦ୍ୱାରା ପର୍ବତରୋହି ପ୍ରେମଲତା ନେପାଳର ଏସିଆନ ଟ୍ରେକିଙ୍ଗ କମ୍ପାନୀର ଦେଖା ରେଖାରେ ମାର୍ଚ୍ଚ ମାସ ଶେଷରେ ଆରମ୍ଭ ହୋଇଥିବା ଇକୋ ଏଭରେଷ୍ଟ ଅଭିଯାନ ୨୦୧୧ ମସିହାରେ ୨୨ ସଦସ୍ୟ ଯୁକ୍ତ ଅନ୍ତଃରାଷ୍ଟ୍ରୀୟ ଦଳର ପ୍ରତିଯୋଗୀ ଥିଲେ । ସେ ଦାର୍ଜିଲିଙ୍ଗରୁ ପର୍ବତରୋହଣର ଶିକ୍ଷା ପ୍ରାପ୍ତ କରିଥିଲେ । ସେ ଝାଡ଼ଖଣ୍ଡର ଯୁଗସଲାଇ, ଜାମସେଦପୁରରେ ରହୁଥିଲେ । [୧][୨][୩][୪]

ଆଧାର[ସମ୍ପାଦନା]

  1. "एवरेस्ट पर चढ़ प्रेमलता ने रचा नया इतिहास" (ए.एस.पी). पत्रिका डॉट कॉम. {{cite web}}: Cite has empty unknown parameter: |accessmonthday= (help); Unknown parameter |accessyear= ignored (|access-date= suggested) (help)
  2. "पर्वतारोही प्रेमलता अग्रवाल की 'यूरोप फतह'". वेबदुनिया हिन्दी. {{cite web}}: Cite has empty unknown parameter: |accessmonthday= (help); Unknown parameter |accessyear= ignored (|access-date= suggested) (help)
  3. "प्रेमलता अग्रवाल का लक्ष्य 7 सर्वोच्च चोटियां". वेबदुनिया हिन्दी. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)
  4. "प्रेमलता ने की अंटार्कटिका में माउंट विनसन चोटी फतह". जी न्यूज. {{cite web}}: Cite has empty unknown parameter: |accessmonthday= (help); Unknown parameter |accessyear= ignored (|access-date= suggested) (help)