ସୁଚେତା କଡେଥାଙ୍କର

ଉଇକିପିଡ଼ିଆ‌ରୁ

ସୁଚେତା କଡେଥାଙ୍କର (ମରାଠୀ: सुचेता कडेठाणकर) (ଜନ୍ମ ୩୧ , ଡିସେମ୍ବର , ୧୯୭୭ )j j1,000 miles (1,600 km) in Mongolia,ଜଣେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ( Information Technology) ବିଶେଷଗ୍ଣ୍ୟା । ସେ ମଙ୍ଗୋଲିଆ ଦେଶର ଥିବା ଏସିଯା ମହାଦେଶର ସର୍ବ-ବୃହତ ଗୋବୀ ମରୁଭୁମିରେ ୧୦୦୦ କିଲୋମିଟର ବ୍ୟାପୀ ଦୂରତାକୁ ପାଦରେ ଚାଲି ଯାଇ ରେକର୍ଡ କରିଥିଲେ । ଏହା କରିବାରେ ସେ ପ୍ରଥମ ଭାରତୀୟ ମହିଳା । .[୧] ସୁଚେତା ଏହି ଅଭିଯାନରେ ବିଶ୍ୱର ବିଭିନ୍ନ ଦେଶର 13 ଜଣ ମହିଳାଙ୍କ ଦଳରେ ସାମିଲ ଥିଲେ । କେତେକ ସ୍ଥଳରେ ଓଟମାନଙ୍କ ସହାୟତା ମଧ୍ୟ ନିଆ ଯାଇଥିଲା । .[୨]

ଜୀବନୀ [ସମ୍ପାଦନା]

ସୁଚେତା ପୁନେର ଫରଗୁସନ କଲେଜରୁ ଇତିହାସରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହେଇଥିଲେ । ସେ ପ୍ରଥମରୁ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ।.[୩] .[୪] ପରେ ସେ ସୂଚନା ପ୍ରଯୁକ୍ତି ବିଷୟରେ ଗବେଷଣା କରି ସେଥିରେ କାର୍ଯ୍ୟ କଲେ। ପର୍ବତ ଚଢିବା , ଟ୍ରେକିଙ୍ଗ , ସାଇକ୍ଲିଙ୍ଗ ଆଦି ତାଙ୍କର ସୌଖୀନ ଅବୟସ ଥିଲା ଓ ସେ ଏଭରେସ୍ଟ ପର୍ବତ ଆଞ୍ଚଲରେ ମଧ୍ୟ ଟ୍ରେକିଙ୍ଗକୁ ଯାଇଥିଲେ । ନିକଟସ୍ଥ ସିଙ୍ଘାଗଡ ଦୁର୍ଗରେ ମଧ୍ୟ ସେ ଟ୍ରେକିଙ୍ଗରେ ଯାଇଥିଲେ । [୫][୬]

ଗୋବୀ ମରୁଭୁମି ପଦଯାତ୍ରା [ସମ୍ପାଦନା]

Gobi Desert sand dune in Mongolia

ତାଙ୍କର ଗୋବୀ ମରୁଭୁମି ଯାତ୍ରା ଅନୁଭୂତିକୁ ସେ " Gobi Crossing in 2011" ନାମକ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ଏହି ଯାତ୍ରା ଆଇଆର୍ଲାଣ୍ଡର ଏକ୍ସପ୍ଲୋର ଫାଉଣ୍ଡେସନ ନାମକ ଏକ ପ୍ରତିଷ୍ଠାନଦ୍ୱାରା କରାଯାଇଥିଲା । [୭] ଏହା ସମୁଦାୟ ୧୬୦୦ କିଲୋମିଟର ବ୍ୟାପୀ ଥିଲା ଓ ଏଥିରେ କାନଦାହାର ମଧ୍ୟ ଦେଇ ଯିବାର ଥିଲା ।  ଏହି କଠିନ ଯାତ୍ରାରେ ୭ ଜଣ ମହିଳା ସାମିଲ ଥିଲେ ମଧ୍ୟ ସୁଚେତାଙ୍କ ସମେତ ମାତ୍ର 3 ଜଣ ଯାତ୍ରା ସମାପ୍ତି ପର୍ଯ୍ୟନ୍ତ ରହିପାରିଥିଲେ । . ଆନ୍ତର୍ଜାତିକ ବନ୍ଧୁତା ତଥା ମଙ୍ଗୋଲିଆ ଶିଶୁ ମାନଙ୍କ ଶିକ୍ଷାର ବିକାଶକୁ ଉତଶାହିତ କରିବାକୁ ଏହା କରାଯାଇଥିଲା । 

ପୁରସ୍କାର ଓ ସମ୍ମାନ [ସମ୍ପାଦନା]

ତାଙ୍କ ନାମକୁ ଲିମକା ବୁକ ଅଫ ରେକର୍ଡରେ ସ୍ଥାନିତ କରା ଯିବା ସହ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କରାଯାଇଛି । .

ଭବିଷ୍ୟତ ଯୋଜନା [ସମ୍ପାଦନା]

ସୁଚେତା ଭବିଷ୍ୟତରେ ୪୫୦୦ କିଲୋମିଟର ବ୍ୟାପୀ ପଦଯାତ୍ରା ହିମାଳୟରୁ ପାକିସ୍ଥାନ ଯାଏ କରିବାକୁ ଯୋଜନା ରଖିଛନ୍ତି । .

ପୁନଶ୍ଚ ପଠନ [ସମ୍ପାଦନା]

  • Desert exploration
  • List of firsts in India

ଆଧାର [ସମ୍ପାଦନା]

  1. Athavale, Ashlesha (31 July 2011). "Try Gobi for a change". Mumbai Mirror. {{cite news}}: More than one of |work= and |newspaper= specified (help)
  2. Raghunath, Pamela (3 August 2011). "Desert horizons didn't sap her spirit". Gulfnews.com. Retrieved 26 August 2011. {{cite news}}: More than one of |work= and |newspaper= specified (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. Das, Dipannita (16 November 2012). "Kadethankar gets leadership excellence award". The Times of India.
  6. Mande, Abhishek (7 October 2011). "She is the first Indian to cross the Gobi desert". Rediff.
  7. "City trekker overcame illness to walk across Gobi desert in record time". The Times of India. 26 July 2011. {{cite news}}: More than one of |work= and |newspaper= specified (help)