ରଣେଶ୍ୱର ରାମଚଣ୍ଡୀ ମନ୍ଦିର

ଉଇକିପିଡ଼ିଆ‌ରୁ

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ବରଗଡ଼ଜିଲ୍ଲାର ଅତାବିରାଠାରେ ଥିବା ଏକ ଦେବୀ ମନ୍ଦିର । କୁଲତା ସମାଜର ଅଧିଷ୍ଠାତ୍ରୀ ଦେବୀ ରଣେଶ୍ୱର ରାମଚଣ୍ଡୀ ଏଠାରେ ପୂଜା ପାଆନ୍ତି ।

ଅବସ୍ଥିତି[ସମ୍ପାଦନା]

ଅତାବିରାଠାରୁ ବରଗଡ଼ପଟକୁ ୬ନମ୍ବର ଜାତୀୟ ରାଜପଥରେ ଦୁଇକିମି ଗଲେ ପଡ଼େ ଲାଦେରପାଲି । ଗାଁ ଉପକଣ୍ଠରେ ସତୁରି ଡେସିମିଲ ପରିମିତ ଅଂଚଳରେ ଏହି ମନ୍ଦିର ଅବସ୍ଥିତ । ନିକଟସ୍ଥ ମୁଖ୍ୟ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ ବରଗଡ଼ ସହର ।

ସ୍ଥାପନା ଓ ବୈଶିଷ୍ଟ୍ୟ[ସମ୍ପାଦନା]

୧୯୯୮ ମସିହାରେ ଏହି ମନ୍ଦିର ପରିକଳ୍ପନା କରାଯାଇଥିଲା । ୨୦୦୯ ମସିହା ଅକ୍ଟୋବର ୪ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ମୋଟ ୫୮ ଲକ୍ଷ ଟଙ୍କା ଅଟକଳ କରାଯାଇ ଭକ୍ତଙ୍କ ଦାନ ସାହାଯ୍ୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ୨୦୧୭ ମସିହା ଜାନୁଆରୀ ୧୬ ତାରିଖରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଏହି ମନ୍ଦିର ଦୁଇ ମହଲା ବିଶିଷ୍ଟ । ତଳ ମହଲାରେ କାର୍ଯ୍ୟାଳୟ, ରତ୍ନ ଭଣ୍ଡାର, ଭୋଗ ମଣ୍ଡପ ନିର୍ମିତ ହୋଇଛି । ଉପର ମହଲାରେ ରତ୍ନ ସିଂହାସନ, ଚଉତର, ପ୍ରାର୍ଥନା ମଣ୍ଡପ, ମୁଖଶାଳା ଓ ଉପର ତିନୋଟି ଗମ୍ବୁଜ ନିର୍ମିତ ହୋଇଛି । ମୁଖ୍ୟ ମନ୍ଦିରର ଉଚ୍ଚତା ୫୩ ଫୁଟ, ମଝି ମନ୍ଦିରର ଦଧିନଉତି ୪୨ ଫୁଟ ୨ଇଞ୍ଚ, ସମ୍ମୁଖ ଗମ୍ବୁଜ ମୁଖଶାଳା ୩୭ ଫୁଟ । ମନ୍ଦିରର ଲମ୍ବ ୮୧ ଫୁଟ ୮ ଇଞ୍ଚ, ପ୍ରସ୍ଥ ୨୭ଫୁଟ ୨ଇଞ୍ଚ । ଦେବୀଙ୍କ ମୂର୍ତ୍ତି ୫୮୦ କିଗ୍ରା ପିତ୍ତଳର ତିଆରି । [୧]

ରୀତିନୀତି[ସମ୍ପାଦନା]

ଏଠାରେ ପ୍ରତ୍ୟହ ମଧ୍ୟାହ୍ନରେ ଅନ୍ନଭୋଗ ଓ ଉପରଓଳି ଫଳଭୋଗ ଲାଗି ହୁଏ । ମନ୍ଦିର ସେବାରେ ଛଅଜଣ ସ୍ଥାୟୀ ସେବକ ଅଛନ୍ତି ।

ଅଧିକ ତଥ୍ୟ[ସମ୍ପାଦନା]

  • ମନ୍ଦିର ୱେବସାଇଟ www.jksattabira.in

ଆଧାର[ସମ୍ପାଦନା]

  1. ମହାପାତ୍ର, ଯୁଧିଷ୍ଠିର. "କୁଲତା ସମାଜ ଏକତାର ବାର୍ତ୍ତାବହ". ଧରିତ୍ରୀ. Retrieved 16 January 2017.