ଖରସୁଆଁ ରାଜ୍ୟ

ଉଇକିପିଡ଼ିଆ‌ରୁ

ଖରସୁଆଁ ରାଜ୍ୟ, ଖରସୁଆ ବା ଖରସ୍ୱାନ ଭାବରେ ମଧ୍ୟ ପରିଚିତ ,[୧] ବ୍ରିଟିଶ ରାଜ ସମୟର ଏକ ରାଜକୀୟ ରାଜ୍ୟ ଥିଲା । ଏହା ବ୍ରିଟିଶ ରାଜ [୨]ସମୟର ବେଙ୍ଗଲ ପ୍ରେସିଡେନ୍ସି ଅନ୍ତର୍ଗତ ଛୋଟନାଗପୁର  ଡିଭିଜନର ୯ଟି ରାଜକୀୟ ରାଜ୍ୟ ମଧ୍ୟରୁ ଅନ୍ୟତମ ରହିଥିଲା । ଏଠାରେ ମୁଖ୍ୟ ଭାଷା ଓଡ଼ିଆ ରହିଥିବା ବେଳେ ଏହାକୁ ଭାରତର ଓଡ଼ିଆ ରାଜକୀୟ ରାଜ୍ୟ କୁହାଯାଉଥିଲା । 

ଖରସୁଆଁ ସହର ଏହି ରାଜ୍ୟର ରାଜଧାନୀ ରହିଥିଲା । ସ୍ୱାଧୀନତା ପରେ ଏହା ଝାଡଖଣ୍ଡ ରାଜ୍ୟର ଅଂଶ ଭାବରେ ଖରସୁଆଁ ଜିଲ୍ଲା ହେଇ ରହିଛି ।ପରେ ଏହା ସଢେଇକେଲା  ଖରସୁଆଁ ଜିଲ୍ଲା ଭାବରେ ପୁନରନାମିତ ହେଇଥିଲା । 

ଇତିହାସ [ସମ୍ପାଦନା]

ଖରସୁଆଁ ଇଷ୍ଟେଟ ୧୬୫୦ ମସିହାରେ ସ୍ଥାପିତ ହେଇଥିଲା । ନିକଟସ୍ଥ ସଢେଇକେଲା ରାଜ୍ୟର ପ୍ରଥମ ଶାସକ ପୋରାହାଟର କୁଆଁର ବିକ୍ରମ ସିଂହଙ୍କ ଦ୍ୱିତୀୟ ପୁତ୍ର କୁଆଁର  ପଦମ୍   ସିଂହଙ୍କୁ ଖରସୁଆଁର ପ୍ରତିଷ୍ଠାତା କୁହାଯାଏ । ୧୮୫୭ ମସିହାରେ ଏହି ଇଷ୍ଟତେ ରାଜ୍ୟ ମାନ୍ୟତା ପ୍ରାପ୍ତ ହେଇଥିଲା । 

୧୯୧୨ ମସିହାରେ ବଙ୍ଗ ଭଙ୍ଗ ହେଇ ପୂର୍ବାଞ୍ଚଳ ଜିଲ୍ଲା ସମୂହକୁ ନେଇ ବିହାର ଓ ଓଡ଼ିଶା ପ୍ରଭିନ୍ସ[୩] ସୃଷ୍ଟି କରାଗଲା ପରେ ଖରସୁଆଁ ବିହାରଓଡ଼ିଶା ପ୍ରଭିନ୍ସ ଅଧୀନକୁ ଆସିଥିଲା । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଭିନ୍ସ ସୃଷ୍ଟି ହେଲାପରେ ଏହା ଓଡ଼ିଶା ପ୍ରଭିନ୍ସ ଅଧୀନରେ ରହିଲା । ୧ ଜାନୁୟାରୀ , ୧୯୪୮ରେ ସଢେଇକେଲା ସମେତ ପୂର୍ବାଞ୍ଚଳ ରାଜ୍ୟ ଏଜେନ୍ସିର ୨୪ଟି ରାଜକୀୟ ରାଜ୍ୟ ଓଡ଼ିଶା ରାଜ୍ୟ ସହ ମିଶ୍ରଣ ପାଇଁ ସମ୍ମତି ସହ ଭାରତୀୟ ସରକାରଙ୍କୁ ରାଜ୍ୟ ସମର୍ପଣ ପାତ୍ର ଦେଇଥିଲେ । 

ଏହି ଅନୁସାରେ ୧୯୪୮ ମସିହାରେ ଉଭୟ ସଢେଇକେଲା ଓ ଖରସୁଆଁର ଓଡ଼ିଶା ରାଜ୍ୟ ସହ ସମ୍ମିଶ୍ରଣ ହେଇଥିଲା ।[୪] [୫] ତେବେ ଏହି ଦୁଇ ରାଜ୍ୟରେ ଥିବା ସଂଖ୍ୟା ଗରିଷ୍ଠ ରହିଥିବା ଆଦିବାସୀ ସଂପ୍ରଦାୟ ଏହି ମିଶ୍ରଣ ବିରୁଦ୍ଧ  ରେ ବିଦ୍ରୋହ କରିଥିଲେ । ସେମାନଙ୍କୁ ପଟାୟତ ସାହେବ ମହାରାଜ କୁମାର  ଭୂପେନ୍ଦ୍ର ନାରାୟଣ ସିଂହଦେଓ ସମର୍ଥନ ଯୋଗେଇ ଗିରଫ ହେଇଥିଲେ । କେନ୍ଦ୍ର ସରକାର ଶ୍ରୀ ବଉଦକରଙ୍କୁ କମିଶନର ଭାବରେ ନିଯୁକ୍ତ ଦେଇ ଏହି ବିଷୟରେ ତର୍ଜମା କରିଥିଲେ । ତାଙ୍କର ରିପୋର୍ଟ ଅନୁସାରେ ସଢେଇକେଲା ଓ ଖରସୁଆଁକୁ ୧୮ ମେ , ୧୯୪୮ ମସିହାରେ ବିହାର ରାଜ୍ୟ ସଙ୍ଗେ ମିଶ୍ରଣ କରାଗଲା । ପରେ ଏହି ଦୁଇ ରାଜକୀୟ ରାଜ୍ୟ ନଭେମ୍ବର , ୨୦୦୦ ମସିହାର ବିହାର[୬] ବିଭାଜନ ସମୟରେ ଖରଖଣ୍ଡ ରାଜ୍ୟ ଅଧୀନରେ ରହିଲା ।ତେବେ ୧୮ ମେ , ୧୯୪୮ର ବିଭାଜନ ପରେ ଏହି ଅଞ୍ଚଳ ଅଣ-ଆଦିବାସୀ ଓଡ଼ିଆମାନେ ଓଡ଼ିଶା ରାଜ୍ୟକୁ ସ୍ଥାନାନ୍ତର ହେଇ ସ୍ଥାୟୀ ଭାବରେ ରହିଲେ । 

ଶାସକ [ସମ୍ପାଦନା]

ରଠୋରେ ବଂଶ ରାଜପୁତମାନେ ଖରସୁଆଁକୁ ଶାସନ କରୁଥିଲେ । ୧୯୧୭ ମସିହା ଯାଏ ସେମାନଙ୍କ ଉପାଧି " ଠାକୁର " ରହୁଥିବା ବେଳେ ୧୯୧୨ ମସିହାରୁ ସେମାନଙ୍କୁ " ରାଜା " କୁହାଗଲା । ରାମ ଚନ୍ଦ୍ର ସିଂହ ଦେଓ[୭] ପ୍ରଥମ ରାଜା ଉପାଧି ପ୍ରାପ୍ତ ଶାସକ ଥିଲେ । 


ପୁନଶ୍ଚ ଦେଖଣା [ସମ୍ପାଦନା]

  • Political integration of India
  • Saraikela State

ଆଧାର [ସମ୍ପାଦନା]

  1. Mohapatra, Anil (April 2011).
  2. Imperial Gazetteer2 of India, Volume 22, page 83 - Imperial Gazetteer of India - Digital South Asia Library. Dsal.uchicago.edu. Retrieved 2012-07-11.
  3. On 1 April 1936, Bihar and Orissa were split into separate provinces  Bandita Devi (1 January 1992). Some Aspects of British Administration in Orissa, 1912-1936. Academic Foundation. p. 214. {{ISBN|978-81-7188-072-0}}. Retrieved 3 February 2015.
  4. At the Delhi Durbar on December 12, 1911, King George V announced the transfer of the seat of the Government of India from Calcutta to Delhi, the reunification of the five predominantly Bengali-speaking divisions into a Presidency (or province) of Bengal under a Governor, the creation of a new province of Bihar and Orissa under a lieutenant-governor, and that Assam Province would be reconstituted under a chief commissione
  5. https://en.wikipedia.org/wiki/Bengal_Presidency#Reorganization_of_Bengal.2C_1912
  6. Usha Jha (1 January 2003). Land, Labour, and Power: Agrarian Crisis and the State in Bihar (1937-52). Aakar Books. p. 246. {{ISBN|978-81-87879-07-7}}. Retrieved 3 February 2015.
  7. Princely States of India