ମାହିମ ଦୁର୍ଗ , ମୁମ୍ବାଇ

ଉଇକିପିଡ଼ିଆ‌ରୁ
Mahim Fort
माहीम किल्ला
Mahim Fort
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/Mumbai" does not exist.
General information
TypeFort
LocationMahim, Mumbai
Coordinates19°02′23″N 72°50′16″E / 19.039848°N 72.837768°E / 19.039848; 72.837768
Elevation1 m (3 ft 3 in)
Current tenantsEncroachments
Completed16th century
Technical details
Structural systemDeccan-trap basalt
Design and construction
ClientPortuguese
OwnerGovernment of Maharashtra[୧]

ମାହିମ ଦୁର୍ଗ , (Marathi: माहीम किल्ला) , ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇଠାରେ ଅବସ୍ଥିତ ଏକ ଦୁର୍ଗ । [୨]ଏହା ମହୟିମ ବେ ( ସମୁଦ୍ର ତଟ )ଠାରେ ଅବସ୍ଥିତ ଏବଂ ଏହାର ଦକ୍ଷିଣରେ ୱୋରଲି , ଉତ୍ତରରେ ବାନ୍ଦ୍ରା, ଓ ପଶ୍ଚିମରେ ମାହିମ ରହିଛି । ଏହି ଦୁର୍ଗ ଏକ ଗୁରୁତ୍ୱପୂର୍ଣ ସ୍ଥାନରେ ଅବସ୍ଥିତ । ଦୁର୍ଗର ନିର୍ମାଣର କାରଣ ବିଷୟରେ ଇତିହାସ ନୀରବ । ଏହି ଦୁର୍ଗ ଅବହେଳା ଓ ତଦାରଖ ଅଭାବରୁ ଭଗ୍ନ ଅବସ୍ଥାରେ ରହିଛି । ଏଠାରେ ଅନଧିକାର ଭାବେ ସ୍ଥାନ ଆବୋରି ନେବା ସହିତ ଲବଣାକ୍ତ ପବନ ଯୋଗୁଁ ଅବକ୍ଷୟଦ୍ୱାରା ଏହାର ସ୍ଥିତି ଆହୁରି ବିପନ୍ନ ହେଇଚାଲିଛି । 

History[ସମ୍ପାଦନା]

1516 ମସିହାରେ ପର୍ତୁଗୀଜ କମାଣ୍ଡର ଡୋମ ଯୋଆ ମୋନୋୟ ମାହିମ ସଙ୍କଟକୁ ପ୍ରବେଶ କରି ମାହିମ ଦୁର୍ଗର କମାଣ୍ଡରଙ୍କୁ ପରାସ୍ତ କରିଥିଲେ । ଏହି ଦୁର୍ଗ ପାଇଁ ପର୍ତୁଗୀଜ ଓ ଅଞ୍ଚଳର ଗୁଜରାଟୀ ଶାସକ ଅଲି ଶାହଙ୍କ ମଧ୍ୟରେ ବହୁତ ବିବାଦ ରହିଥିଲା । ପରିଶେଷରେ 1534 ମସିହାରେ ମାହିମ ଦ୍ୱିପକୁ ପର୍ତୁଗୀଜମାନେ ଅଧିକାର କରିନେଲେ । 1661 ମସିହାରେ ପର୍ତୁଗୀଜମାନେ ଏହି ଦ୍ୱିପକୁ ଇଂଲଣ୍ଡର ରାଜା ଚାର୍ଲ୍ସ IIଙ୍କୁ ଯୌତୁକ ହିସାବରେ ଦେଇଦେଲେ । ( ଚାର୍ଲ୍ସ II ଜଣେ  ପର୍ତୁଗୀଜ ମହିଳାଙ୍କୁ ବିବାହ କରିଥିଲେ ) ତାହା ପରେ ସାର ଥୋମାସ ଗ୍ରନ୍ଥମଙ୍କଦ୍ୱାରା ଦୁର୍ଗର ମରାମତି ସହ ଉନ୍ନତିକରଣ 1684ରେ ହେଇଥିଲା । ଏହାକୁ ଏକ ୱାଚ ଟାୱାର ହିସାବରେ ବ୍ରିଟିଶ ସେନାଦ୍ୱାରା ବ୍ୟବହାର କରାଗଲା । 

1772ରେ ପର୍ତୁଗୀଜମାନେ ପୁନର୍ବାର ଏହାକୁ ଆକ୍ରମଣ କରିଥିଲେ । ମାତ୍ର ବ୍ରିଟିଶମାନେ ସେମାନଙ୍କୁ ଦୁର୍ଗ ଭିତରୁ ତୋପଦ୍ୱାରା ଘଉଡାଇ ଦେବାରେ ସକ୍ଷମ ହେଇଥିଲେ । [୨]ଦୁର୍ଗରେ ଥିବା ବାସିଲିକା କ୍ଷ୍ୟତିଗ୍ରସ୍ତ ହେଇଥିଲା । ଇଏତିହାସିକ ତଥ୍ୟାନୁସାରେ ଦୁର୍ଗରେ 100 ଜଣ ସୈନ୍ୟ ଓ 30 ଟୀ ତୋପ ରହିଥିଲା । [୨]

ଅବୈଧ ଅଧିକାର [ସମ୍ପାଦନା]

ବର୍ତ୍ତମାନ ଏହି ଦୁର୍ଗ ଅବହେଳାରେ ରହିଥିବାରୁ ଏହାର ଅନେକ ସ୍ଥାନ ଅବୈଧ ଭାବରେ ଅଧିକୃତ ହେଇ ସ୍ଳମରେ ପରିଣତ ହେଇଗଲାଣି । ସମୁଦ୍ର ଜୁଆର ଯୋଗୁ ଏହା ନିକଟରେ ପ୍ରସ୍ତର ଅବକ୍ଷୟ ଘଟି ଦୁର୍ଗ ଭଗ୍ନ ଅବସ୍ଥାକୁ ଆସିଲାଣି । ଏହି ଦୁର୍ଗ ପ୍ରାଚୀନ ପ୍ରତ୍ନତତ୍ତ୍ୱ ସମ୍ପଦ ହିସାବରେ ଗ୍ରେଡ-1 ମାନନ୍ୟତା ପାଇଥିଲେ ମଧ୍ୟ ଏହାର ପୁନରୁଦ୍ଧାର ପାଇଁ  କିଛି ଉଦ୍ୟମ ହେଇ ନାହିଁ।[୧] ଏହାର ଦାୟିତ୍ୱ ନେଇ ରାଜ୍ୟ ସରକାର ଓ ବୃହତ ମୁମ୍ବାଇ ମୁନାସିପଲ କର୍ପୋରେସନ ମଧ୍ୟରେ ବିବାଦ ଲାଗି ରହିଛି ।  ଦୁର୍ଗର ଉନ୍ନୟନ ପାଇଁ ସରକାର 2004 ମସିହାରେ 5 ଲକ୍ଷ୍ୟ ଟଙ୍କା ଅନୁଦାନ ଦେଇଥିଲେ ମଧ୍ୟ ଜବର ଦଖଲ ନ ହଟେଇବାରୁ କାମ ହେଇପାରିନଥିଲା [୩]।2008 ମସିହାରେ ଏହାକୁ ସରକାର ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । .[୪]

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of forts in Maharashtra

ଆଧାର [ସମ୍ପାଦନା]

  1. ୧.୦ ୧.୧ Sharan, Abhishek (2003-03-16).
  2. ୨.୦ ୨.୧ ୨.୨ "Mahim Portal".
  3. Choudhury, Chitrangada; Prarthana Gahitole (2004-04-05).
  4. "Phatak proposes a beauty therapy".

ବାହାର ଲିଙ୍କ [ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Mahim Fort-ସମ୍ପର୍କିତ ମିଡ଼ିଆ