ଆରବ ଘାଟି
ଆରବ ଘାଟି | |
ଅବସ୍ଥାନ | ଭାରତ |
---|---|
ଦିଗବାରେଣି | 10°N 65°E / 10°N 65°E |
କାହାର ଭାଗ | ଆରବ ସାଗର |
ଆରବ ଘାଟି ହେଉଛି ଏକ ସାମୁଦ୍ରିକ ଘାଟି, ଯାହାକି ଆରବ ସାଗରର ଦକ୍ଷିଣ ପାର୍ଶ୍ୱ ଆଡ଼କୁ ଭାରତ ଏବଂ ଆରବ ଦ୍ୱୀପ ମଧ୍ୟରେ ଅବସ୍ଥିତ । ଆରବ ସାଗରର ଦୁଇଟି ଘାଟି ମଧ୍ୟରୁ ପୂର୍ବରେ ଆରବ ଘାଟି ଏବଂ ପଶ୍ଚିମରେ ସୋମାଲି ଘାଟି ।[୧] ଆରବ ଘାଟି ମାନଚିତ୍ରରେ ୧୦° ଉତ୍ତର, ୬୫° ପୂର୍ବ ଦିଗରେ ଅବସ୍ଥିତ ।[୨] ଏହି ଘାଟିଟି ଉତ୍ତରରେ ୩୪୦୦ ମିଟରରୁ ଦକ୍ଷିଣରେ ୪୪୦୦ ମିଟର ଗଭୀରତା ଯାଏ ବ୍ୟାପଛି । ଏହି ଘାଟିର ସର୍ବାଧିକ ଗଭୀରତା ହେଉଛି ୪୬୫୨ମିଟର ।[୨] ଏହି ନଦୀର ଉପତ୍ୟକା ସିନ୍ଧୁ ନଦୀରୁ ଅସୁଥିବା ଏକ ଚିକ୍କଣୀୟା ତରଳ ପଦାର୍ଥଦ୍ୱାରା ଆଚ୍ଛାଦିତ ହୋଇରହିଛି ।[୩]
ଏହି ଘାଟିର ଦକ୍ଷିଣ ବାଡ଼ କେନ୍ଦ୍ରୀୟ ଭାରତୀୟ ଗିରିଶ୍ରେଣୀ, କାର୍ଲ୍ସବର୍ଗ ଗିରିଶ୍ରେଣୀ ଏବଂ ଛାଗୋସ୍-ଲାସ୍ସଡିଭ୍ ଗିରିଶ୍ରେଣୀଦ୍ୱାରା ନିର୍ମିତ ହୋଇଛି ।[୪] ତଳ ସ୍ତରର ପାଣି ପଶ୍ଚିମ ପାର୍ଶ୍ୱର ଓଭେନ୍ ପ୍ରାକ୍ଚର୍ ଜୋନ୍ ଦେଇ ଘାଟି ମଧ୍ୟକୁ ପ୍ରବେଶ କରେ ।[୫] ୩୮୦୦ ମିଟର ଗଭୀରତା ବିଶିଷ୍ଟ ଚର୍ଲସ୍ବର୍ଗ ଗିରିଶ୍ରେଣୀ ଦକ୍ଷିଣପଶ୍ଚିମ ଦିଗରେ ସୋମାଲି ଘାଟିଠାରୁ ଏହି ଘାଟିକୁ ଅଲଗା କରୁଛି ।[୨] ଅଳ୍ପଗଭୀରିଆ ଓମାନ ଘାଟିଠାରୁ ଆବର ଘାଟି ମୁରୀ ଗିରିଶ୍ରେଣୀଦ୍ୱାରା ଭାଗ ହୋଇଛି । [୬] ଅଧିକାଂଶ ଉତ୍ତରାର୍ଦ୍ଧ ଏବଂ ପୂର୍ବାର୍ଦ୍ଧ ସୀମା ଲକ୍ଷ୍ମୀ ଗିରିଶ୍ରେଣୀ ଏବଂ ଲାସ୍ସାଡିବ୍ ପଠାରଦ୍ୱାରା ସୃଷ୍ଟି ହୋଇଛି ।[୩]
ଅବସ୍ଥିତି
[ସମ୍ପାଦନା]ଆରବ ଘାଟିର ଦକ୍ଷିଣରେ ମାଳଦୀପ ଦ୍ୱୀପ, ଉତ୍ତର-ପୂର୍ବ ଦିଗରେ ଭାରତ ଏବଂ ପାକିସ୍ତାନ, ଉତ୍ତରରେ ଇରାନ ଏବଂ ପଶ୍ଚିମରେ ଆରବ ଉପଦ୍ୱୀପ ଅବସ୍ଥିତ । ଆରବ ଦ୍ୱୀପ ଏବଂ ସୋମାଲି ଦ୍ୱୀପ ମଧ୍ୟରେ ହାରାହାରି ଗଭୀରତା ୩୦୦୦ମିଟର ।[୪]
ଜଳବାୟୁ
[ସମ୍ପାଦନା]ଆବର ସାଗର ପାଖାପାଖି ଜାଗାରେ ମୌସୁମୀ ଜଳବାୟୁ ଦେଖାଯାଏ । ଏଠାରେ ସବୁବେଳେ ବର୍ଷା ହୁଏ । ଏହି ସ୍ଥାନରେ ଜାନୁଆରୀ-ଫେବୃଆରୀ ମାସରେ ସର୍ବନିମ୍ନ ତାପମାତ୍ରା ୨୪ରୁ ୨୫°C ରହିଥାଏ, ଯେତେବେଳେ କି ଉଭୟ ଜୁନ ଏବଂ ନଭେମ୍ବରରେ ତାପମାତ୍ର ୨୮°Cରୁ ଅଧିକ ରହିଥାଏ ।[୭]
ଖଣିଜ ସମ୍ପଦ
[ସମ୍ପାଦନା]ଆରବ ସାଗରର ଆଖପାଖରେ ମାଟିତଳେ ପ୍ରାକୃତିକ ଗ୍ୟାସ ଏବଂ ତୈଳଜାତୀୟ ପ୍ରାକୃତିକ ଖଣିଜ ପଦାର୍ଥମାନ ରହିଛି । ଏହି ଖଣିଜ ପଦାର୍ଥମାନ ଭାରତର ପଶ୍ଚିମ ଉପକୂଳରୁ ମୁମ୍ବାଇର ଉତ୍ତର-ପୂର୍ବ ଯାଏ ଭର୍ତ୍ତି ହୋଇ ରହିଛି । ଆରବ ସାଗରର ଆଖପାଖରେ ମାଛମାନଙ୍କର ଏକ ଅତ୍ୟାବଶ୍ୟକୀୟ ଖାଦ୍ୟ ଫସଫରସ୍ କନ୍ସେନଟ୍ରେଟ୍ ଉବଲବ୍ଧ ହେଉଛି ।
ଆଧାର
[ସମ୍ପାଦନା]- ↑ "Arabian Sea". Encyclopedia Britannica. Retrieved 4 November 2016.
- ↑ ୨.୦ ୨.୧ ୨.୨ McCutcheon, Scott; McCutcheon, Bobbi (2003). The Facts on File marine science handbook. Facts on File Science Handbooks. Infobase Publishing. p. 10. ISBN 0-8160-4812-6.
- ↑ ୩.୦ ୩.୧ Gupta, Rabin Sen; Desa, Ehrlich (2001). The Indian Ocean: a perspective. Vol. 2. Taylor & Francis. p. 715. ISBN 90-5809-224-0.
- ↑ ୪.୦ ୪.୧ "Arabian Basin". Encyclopedia Brittanica. Retrieved 4 November 2016.
- ↑ Tyler, Paul A. (2003). Ecosystems of the deep oceans. Ecosystems of the world. Vol. 28. Elsevier. p. 223. ISBN 0-444-82619-X.
- ↑ Black, Kenneth D.; Shimmield, Graham B. (2003). Biogeochemistry of marine systems. Sheffield Biological Sciences. CRC Press. p. 158. ISBN 0-8493-2818-7.
- ↑ "Arabian Basin". Encyclopedia Brittanica. Retrieved 4 November 2016.