ଜାତୀୟ ରାଜପଥ ୧୬ ( ଭାରତ)
ଜାତୀୟ ରାଜପଥ ୧୬ (NH 16) , (ପୂର୍ବ ନାମ NH 5), ଭାରତର ଏକ ମୁଖ୍ୟ ରାଜପଥ । ଏହା ଭରତର ପୂର୍ବ ତଟବର୍ତୀ ରାଜ୍ୟ ସମୂହ ପଶ୍ଚିମ ବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ଦେଇ ଯାଇଛି ।[୧] ପରେ ଏହା ପୁନଃ ନାମିତ ହେଇ କଲିକତାଠାରେ ଜାତୀୟ ରାଜପଥ -୧୯ ସଙ୍ଗେ ମଧ୍ୟ ମିଳିତ ହେଇଛି । ଏହା ଦକ୍ଷିଣ ଭାରତର ଚେନ୍ନଇଠାରେ ଶେଷ ହୁଏ । ଏହା ଭାରତ ସରକାରଙ୍କ ରାଜପଥ ଉନ୍ନୟନ ପାଇଁ କରା ଯାଇଥିବା ସୁବର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପର ଅନ୍ତର୍ଭୁକ୍ତ । [୨][୩]
ପଥ
[ସମ୍ପାଦନା]ଏହି ରାଜପଥ ପୂର୍ବ, ଓ ଦକ୍ଷିଣ ଭାରତର ଅନେକ ମୁଖ୍ୟ ସହର , ବାଣିଜ୍ୟ କେନ୍ଦ୍ର , ଶିଳ୍ପାଞ୍ଚଳ ଦେଇ ଯାଇଛି । ଏହା କଲିକତାରୁ NH-୬ ସହ ମିଶି କରି ବାହାରିଛି । ତା ପରେ ଖଡଗପୁର ଠାରେ ଅଲଗା ହୋଇ ଓଡ଼ିଶାରେ ପ୍ରବେଶ କରିଛି । ବାଲେଶ୍ୱର, ଭଦ୍ରଖ, ଯାଜପୁର, କଟକ, ଭୁବନେଶ୍ଵର, ଖୋର୍ଦ୍ଧା, ଚିଲିକା, ବ୍ରହ୍ମପୁର ଦେଇ ଗଲା ପରେ ଏହା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା, ରାଜାମହେନ୍ଦ୍ରୀ , ଏକୁରୁ, ବିଜୟୱାଡା, ଗୁଣ୍ଟୁର , ନେଲୋର ଦେଇ ତାମିଲନାଡୁର ଚେନ୍ନାଇରେ ପ୍ରବେଶ କରେ ।[୪]
NH-୧୬ର ସମୁଦାୟ ଦୈର୍ଘ୍ୟ ୧,୫୩୩ କିଲୋମିଟର ।
ଭିନ୍ନ ରାଜ୍ୟରେ ଏହାର ଦୈର୍ଘ୍ୟ
[ସମ୍ପାଦନା]- ପଶ୍ଚିମ ବଙ୍ଗ -୧୬୧ କିଲୋମିଟର
- ଓଡ଼ିଶା -୪୮୮ କିଲୋମିଟର
- ଆନ୍ଧ୍ର ଓ ତେଲେଙ୍ଗନା -୧,୦୨୪ କିଲୋମିଟର
- ତାମିଲନାଡୂ -୪୫ କିଲୋମିଟର[୫]
ଆଧାର
[ସମ୍ପାଦନା]- ↑ "National Highways Development Project Map". National Highways Authority of India. Retrieved 21 April 2017.
- ↑ "Rationalisation of Numbering Systems of National Highways" (PDF). New Delhi: Department of Road Transport and Highways. Archived from the original (PDF) on 1 February 2016. Retrieved 3 April 2012.
- ↑ "List of National Highways passing through A.P. State". Roads and Buildings Department. Government of Andhra Pradesh. Archived from the original on 28 ମାର୍ଚ୍ଚ 2016. Retrieved 11 ଫେବୃଆରୀ 2016.
- ↑ "National highway 16 route substitution notification dated September, 2015" (PDF). The Gazette of India - Ministry of Road Transport and Highways. Retrieved 10 Aug 2018.
{{cite web}}
: Cite has empty unknown parameter:|dead-url=
(help) - ↑ "National Highways and their length" (PDF). report. National Highway Authority of India. Archived from the original (pdf) on 14 May 2013. Retrieved 8 July 2016.
ପୁନଶ୍ଚ ଦେଖଣା
[ସମ୍ପାଦନା]- List of National Highways in India by highway number