କୁଳଭୂଷଣ ଖରବନ୍ଦା
କୁଳଭୂଷଣ ଖାରବନ୍ଧା ଜଣେ ହିନ୍ଦୀ ଓ ପଞ୍ଜାବୀ ଫିଲ୍ମ ଅଭିନେତା । ୧୯୮୦ ଦଶକରେ ସେ ଶାନ ( Shaan) ନାମକ ଫିଲ୍ମରେ ଶକଳର ଖଳନାୟକ ଭୂମିକାରେ ଚମତ୍କାର ଭାବେ ଅଭିନୟ କରି ସାରା ଦେଶର ଲୋକ ନଜରକୁ ଆସିଥିଲେ । ତେବେ ସେ ୧୯୬୦ ମସିହାରୁ ଦିଲ୍ଲୀର ଯାତ୍ରୀକ ଥିଏଟର ଗ୍ରୁପରେ ଅନେକ ମଞ୍ଚ ନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରି ଆସୁଥିଲେ । ୧୯୭୪ ମସିହାରେ ସେ ସାଇ ପରାଞ୍ଜପେଙ୍କ ସମାନ୍ତରାଳ ଫିଲ୍ମ କୁହାଯାଉଥିବା ଭିନ୍ନ ସ୍ୱାଦର ଫିଲ୍ମ 'ଜାଦୁ କା ଶଙ୍ଖ 'ରେ ଅଭିନୟ କଲା ପରେ ଅନେକ ସମାନ୍ତରାଳ ଫିଲ୍ମରେ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ପରେ ସେ ମହେଶ ଭଟ୍ଟଙ୍କ 'ଅର୍ଥ' , ' ଏକ ଚଦର ମଇଲି ସି' ପରି ମୁଖ୍ୟ ଧାରା ଫିଲ୍ମରେ ଅଭିନୟ କଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]କୁଳଭୂଷଣଙ୍କ ଜନ୍ମ ୨୧ ଅକ୍ଟୋବର ୧୯୪୪ରେ ପଞ୍ଜାବର ଅଟକ ଜିଲ୍ଲାରେ ହେଇଥିଲା , ଯାହା ଏବେ ପାକିସ୍ତାନରେ ଅନ୍ତର୍ଭୁକ୍ତ । ତାଙ୍କ ପରିବାର ସ୍ୱାଧୀନତା ପରେ ଭାରତକୁ ଆସିଲେ ଓ ସେ ତାଙ୍କର ଶିକ୍ଷା ଯୋଧପୁର , ଡେହେରାଡୂନ ଆଲିଗଡ , ଓ ଦିଲ୍ଲୀରେ ନେଲେ । ସେ ଦିଲ୍ଲୀର କିରୋରିମଲ କଲେଜରୁ ଡିଗ୍ରୀ ହାସଲ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ପାଠ ସାରିବା ପରେ ସେ ତାଙ୍କର କେତେକ ବନ୍ଧୁଙ୍କ ସହ ' ଅଭିୟାନ' ନାମକ ଥିଏଟର ଗ୍ରୁପ ଆରମ୍ଭ କରିଥିଲେ ଓ ପରେ ଯାତ୍ରୀକ ଗ୍ରୁପରେ ଯୋଗ ଦେଇ ମଞ୍ଚ ନାଟକରେ ଅଭିନୟ କଲେ । ବହୁ ଭାଷିୟ ନାଟକ ଅନୁଷ୍ଠାନ ' ଯାତ୍ରୀକ 'ରେ ସେ ପ୍ରଥମ ଭାରତୀୟ ପେଷାଦାର ମଞ୍ଚ ଅଭିନେତା ଥିଲେ । କିଛି କାଳ ପରେ ' ଯାତ୍ରୀକ ' ବନ୍ଧ ହେଇଯିବା ପରେ ସେ କଲିକତା ଆସି ସେଠାରେ ' ପଦାତିକ ' ନାମକ ଗ୍ରୁପରେ ଯୋଗ ଦେଲେ ।
୧୯୭୪ରେ କୁଳଭୂଷଣ ତାଙ୍କର ପ୍ରଥମ ଫିଲ୍ମ ଶ୍ୟାମ ବେନେଗାଲଙ୍କ ' ନିଶାନ୍ତ'ରେ ଅଭିନୟ କଲେ । ପରେ ସେ 'ମନ୍ଥନ' , ' ଭୂମିକା' ,'କଳିଯୁଗ' , 'ଜୁନୁନ' ପରି ସମାନ୍ତରାଳ ଫିଲ୍ମରେ ଅଭିନୟ କଲେ ।
କିନ୍ତୁ ତାଙ୍କର ଖ୍ୟାତି ପ୍ରକୃତରେ ପ୍ରଚାରିତ ହେଲା 'ଶାନ' ଚିତ୍ରରେ ଲଣ୍ଡିତ ମସ୍ତକରେ ଖଲାଭିନେତା ଭାବରେ ଅଭିନୟ କଲା ପରେ । ତାହା ପରେ ସେ ଅନେକ ମୁଖ୍ୟ ସ୍ରୋତ ଫିଲ୍ମରେ ସେହି ପ୍ରକାର ଅଭିନୟ କରିଥିଲେ । କିନ୍ତୁ ତାହା ସଙ୍ଗେ ସଙ୍ଗେ ସେ ସମାନ୍ତରାଳ କିମ୍ବା ଆର୍ଟ ଫିଲ୍ମ କୁହାଯାଉଥିବା ଭିନ୍ନ ସ୍ୱାଦ ଫିଲ୍ମରେ ମଧ୍ୟ ଅଭିନୟ ଜାରି ରଖିଥିଲେ ।
ଖଳନାୟକ ଭୂମିକାରେ ସେ ନିଜକୁ ସୀତା ନ ରଖି ସବୁ ପ୍ରକାର ଚରିତ୍ର ଅଭିନୟରେ ନିଜର କଳାକାର କୃତି ପ୍ରଦର୍ଶନ କରିଥିଲେ । ହିନ୍ଦୀ ସହ ପଞ୍ଜାବୀ ଫିଲ୍ମରେ ମଧ୍ୟ ସେ ବହୁତ ଭୂମିକାରେ ଅବତୀର୍ଣ ହେଇଥିଲେ ।
କୁଳଭୂଷଣ ଭାରତୀୟ ଫିଲ୍ମ ଛଡା ଜର୍ମାନ ଭାଷାର ଏକ ଫିଲ୍ମରେ ୨୦୦୯ରେ ଅଭିନୟ କରିଥିଲେ ଓ ଟିଭି ସିରିୟାଲମାନଙ୍କୁ ମଧ୍ୟ ସେ ମୁଖ୍ୟ ଅଭିନେତା ହିସାବରେ ଅଭିନୟ କରିଥିଲେ ।
ଫିଲ୍ମୋଗ୍ରାଫି
[ସମ୍ପାଦନା]- Azhar (film) (Hindi)
- Dictator (2016) (Telugu)
- Brothers (Hindi) (2015)
- Haider (Hindi) (2014)
- Kirpaan - The Sword of Honour (Punjabi) (2014)
- Saadi Love Story(Punjabi) (2013)
- Delhi in a Day (2012)
- Winds of Change (2012)
- Khushiaan (2011)
- Khatta Meetha (2010)
- Kurbaan (2009)
- Aloo Chaat (2009)
- Ru Ba Ru (2008)
- Jodhaa Akbar (2008)
- Ek: The Power of One (2008)
- EMI (2008)
- Manorama Six Feet Under (2007)
- Umrao Jaan (2006)
- Lage Raho Munna Bhai (2006)
- Water (2005)
- Netaji Subhas Chandra Bose: The Forgotten Hero (2005)
- Fight Club – Members Only (2006)
- Agnipankh (2004)
- Zameer: The Fire Within (2005)
- Garv: Pride and Honour (2004)
- I Proud To Be An Indian (2004)
- Pinjar (2003)
- Basti (2003)
- Bollywood/Hollywood (2002)
- Lagaan (2001)
- Monsoon Wedding (2001)
- Pukar (2000)
- Hera Pheri (2000)
- Refugee (2000)
- Hote Hote Pyar Ho Gaya (1999)
- Aakrosh (1998)
- China Gate (1998)
- Major Saab (1998)
- Earth (1998)
- Yes Boss (1997)
- Border (1997)
- Gupt (1997)
- Maachis (1996)
- Loafer (1996)
- Fire (1996)
- Nirbhay (1996)
- Naseem (1995)
- Baazi (1995)
- Mohra (1994)
- Shaktiman (1993)
- Mahakaal (1993)
- Ek Hi Raasta (1993)
- ଦାମିନୀ (1993)
- Jo Jeeta Wohi Sikandar (1992)
- Bekhudi (1992)
- Antarnaad (1991)
- Henna (1991)
- Prathibandh (1990)
- Ghayal (1991)
- Trikal (1985)
- Yateem (1988)
- Veerana (1988)
- Main Zinda Hoon (1988)
- Susman (1987)
- Uttar Dakshin (1987)
- Ek Chadar Maili Si (1987)
- New Delhi Times (1986)
- Ram Teri Ganga Maili (1985)
- Ghulami (1985)
- Utsav (1984)
- Andhi Gali (1984)
- Waaris (1988)
- Ganga Meri Maa (1983)
- Shakti (1982)
- Aparoopa (1982)
- Ucha Dar Babe Nank Da - Punjabi (1982)
- Silsila (film) (1981)
- Mandi (1983)
- Premrog (1983)
- Chakra (1981)
- Kalyug (1981)
- Nakhuda (1981)
- Arth (1981)
- Chan Pardesi (1980)
- Shaan (1980)
- Kalyug (1981)
- Solva Saawan (1979)
- Junoon (1978)
- Bhumika: The Role (1977)
- Manthan (1976)
- Jadu Ka Shankh (1974)
ପୁରସ୍କାର ଓ ମନୋନୟନ
[ସମ୍ପାଦନା]- ୧୯୮୬ରେ ଫିଲ୍ମଫେୟାର ଶ୍ରେଷ୍ଠ ସହ ଅଭିନେତା ପାଇଁ ମନୋନୀତ