ଅଂଶୁମାନ ଗାଏକୱାଡ୍

ଉଇକିପିଡ଼ିଆ‌ରୁ
Anshuman Gaekwad
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-handed batsman (RHB)
ବୋଲିଂ ପ୍ରକାରRight-arm offbreak
ଭୂମିକାBatsman, Coach
Career statistics
ପ୍ରତିଯୋଗିତା Tests ODIs
ମ୍ୟାଚ ସଂଖ୍ୟା 40 15
ମୋଟ ରନ 1985 269
ବ୍ୟାଟିଂ ହାର 30.07 20.69
ଶତକ/ଅର୍ଦ୍ଧଶତକ 2/10 0/1
ସର୍ବାଧିକ ରନ 201 78
ବଲ ସଂଖ୍ୟା 55.4 8
ଉଇକେଟ 2 1
ବୋଲିଂ ହାର 93.50 39.00
ଇନିଙ୍ଗସରେ ୫ଟି ଉଇକେଟ - 0
ମ୍ୟାଚରେ ୧୦ଟି ଉଇକେଟ - n/a
ସବୁଠୁ ଭଲ ବୋଲିଂ 1/39
କ୍ୟାଚ/ଷ୍ଟମ୍ପିଙ୍ଗ 15c 6c
Source: [୧], 31 December 2006

ଅଂଶୁମାନ ଦତ୍ତଜୀରାଓ ଗାଏକୱାଡ୍ pronunciation  (ଜନ୍ମ-୨୩ ସେପ୍ଟେମ୍ବର ୧୯୫୨) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ପ୍ରଶିକ୍ଷକ । ସେ ଭାରତୀୟ ଜାତୀୟ ଦଳ ପାଇଁ ୪୦ଟି ଟେଷ୍ଟ ଓ ୧୫ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଛନ୍ତି ।  ଜଣେ ରକ୍ଷଣଶୀଳ ବେଟସମେନ ହିସାବରେ ଜଣା ଶୁଣା ଗାଏକୱାଡ୍ ୱେଷ୍ଟ ଇଣ୍ଡିଜର ଦ୍ରୁତ ବୋଲରମାନଙ୍କ ବିପକ୍ଷରେ ମଧ୍ୟ ଖୁବ ସୁନ୍ଦର ବ୍ୟାଟିଂ କରିପାରୁଥିଲେ । ସେଥିପାଇଁ ତାଙ୍କୁ The great wall କୁହାଯାଉଥିଲା । ସେ କଲିକତାଠାରେ ୧୯୭୪ରେ ୱେଷ୍ଟ ଇଣ୍ଡିଜ ସହ ଖେଳି ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ପୁଣି ୧୯୮୪ରେ ସେହି କଲିକତାରେ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ ।[୧]


ଅନ୍ତର୍ଜାତିକ ପ୍ରଦର୍ଶନ[ସମ୍ପାଦନା]

ଗାଏକୱାଡ୍ ୪୦ଟି ଟେଷ୍ଟ ଖେଳି ୩୦.୦୭ ହାରରେ ୧୯୮୫ ସ୍କୋର କରିଥିଲେ । ସେ ସମୟରେ ଥିବା ଦୁର୍ଦ୍ଧର୍ଷ ୱେଷ୍ଟ ଇଣ୍ଡିଜ ଦ୍ରୁତ ବୋଲର ମାନଙ୍କ ବିରୁଦ୍ଧରେ ଖେଳିଥିବାରୁ ଏହି ପ୍ରଦର୍ଶନକୁ ଖୁବ ଭଲ ବୋଲି କୁହାଯାଏ । ସେ ଟେଷ୍ଟରେ ୨ଟି ଶତକ ସହ ୧୦ଟି ଅର୍ଦ୍ଧ ଶତକ ମଧ୍ୟ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ଥିଲା ୨୦୧ ଯାହା ସେ ପାକିସ୍ଥାନ ବିରୁଦ୍ଧ ଖେଳରେ ୧୯୮୨/୩ରେ ଜଲନ୍ଧର ସହରରେ କରିଥିଲେ । ସେହି ୨୦୧ ରଣ କରିବା ପାଇଁ ସେ କ୍ରିଜରେ ୬୭୧ ମିନିଟ ରହିଥିଲେ । ଗାଏକୱାଡ୍ ୧୯୭୫ ଓ ୧୯୭୯ ବିଶ୍ୱ କପ ଭାରତୀୟ ଦଳରେ ସଦସ୍ୟ ଭାବେ ଖେଳିଥିଲେ । [୨]

୨୦୦୦ ମସିହାରେ କ୍ରିକେଟରୁ ଅବସର ନେବା ପରେ ସେ ପ୍ରଶିକ୍ଷଣ ଦିଗରେ ଧ୍ୟାନ ଦେଇ ଭାରତୀୟ ଜାତୀୟ ଦଳର ପ୍ରଶିକ୍ଷକ ଭାବରେ ୨ ଥର ଦାୟିତ୍ୱ ଗ୍ରହଣ କରିଥିଲେ । 

ଆଧାର ସବୁ [ସମ୍ପାଦନା]

  1. "ANSHUMAN GAEKWAD BIOGRAPHY". Archived from the original on 2018-04-06. Retrieved 2018-02-14.
  2. Anshuman Gaekwad

ବାହାର ଲିଙ୍କ [ସମ୍ପାଦନା]