କିରଣ ମୋରେ

ଉଇକିପିଡ଼ିଆ‌ରୁ

 କିରଣ ଶଙ୍କର ମୋରେ ( ଜନ୍ମ ୪ ସେପ୍ଟେମ୍ବର ୧୯୬୨ ) ଭାରତୀୟ କ୍ରିକେଟ ଦଳର ଜଣେ  ୱିକେଟ କିପର ।ସେ ୧୯୮୪ରୁ 1୧୯୯୩ ମଧ୍ୟରେ ଭାରତୀୟ ଜାତୀୟ ଦଳ ପାଇଁ ଖେଳିଥିଲେ । ସେ ୨୦୦୬ ଯାଏ ଭାରତୀୟ କ୍ରିକେଟର ସେଲେକ୍ସନ କମିଟିର ଚେୟାରମ୍ୟାନ ମଧ୍ୟ ଥିଲେ  । 


କ୍ରିକେଟ ଜୀବନୀ [ସମ୍ପାଦନା]

କିରଣ ମୋରେ ୧୯୭୦ ଦଶକରେ ଭାରତୀୟ ୧୯ ବର୍ଷରୁ ତଳ ଜାତୀୟ ଦଳରେ ଖେଳୁଥିଲେ । ସେ ମୁମ୍ବାଇ ରରଫରୁ ଘରେଇ କ୍ରିକେଟ ଖେଳିବା ସହ , ଇଂଲଣ୍ଡ କାଉଣ୍ଟି ମଧ୍ୟ ଖେଳୁଥିଲେ । ପ୍ରଥମ କରି ସେ ଜାତୀୟ ଦଳରେ ୧୯୮୨/୮୩ରେ ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ବଛା ହେଇଥିଲେ ମଧ୍ୟ ସେ ସୟଦ କିରିମାନିଙ୍କ  ଉପସ୍ଥିତି ଯୋଗୁ ଆଦୌ ମେଚ ଖେଳିବାର ସୁଯୋଗ ପାଇ ନ ଥିଲେ । 

କିରଣ ମୋରେ

୧୯୮୩ /୮୪ରେ ଘରେଇ ରଣଜୀ ଟ୍ରଫିରେ ବରୋଦା ଦଳ ପାଇଁ ଉଭୟ ବ୍ୟାଟିଂ ଓ କିପିଙ୍ଗରେ  ସ୍ମରଣୀୟ ଖେଳ ଦେଖେଇ ଦଳକୁ ସେମିଫିନାଲ ପହଞ୍ଚିବାରେ ସାହାଯ୍ୟ କରିଥିଲେ । ପ୍ରଥମ କରି ସେ ଇଂଲଣ୍ଡ ବିପକ୍ଷରେ ୨ଟି ଏକଦିବସୀୟ ଅନ୍ତର୍ଜାତିକ ଖେଳି ଥିଲେ ୧୯୮୪ /୮୫ରେ । 

ଅନ୍ତର୍ଜାତିକ କ୍ରିକେଟରେ ମୋରେ[ସମ୍ପାଦନା]

୧୯୮୫ ବିଶ୍ୱ ସିରିଜ କ୍ରିକେଟରେ କିରିମାନୀ ଆହତ ହେବା କାରଣରୁ ମୋରେ ଅବଶିଷ୍ଟ ମେଚ ଖେଳିବାର ସୁଯୋଗ ପାଇଲେ ଆଉ ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହେଲେ । ସେହି ଦିନରୁ ୧୯୯୩ ଯାଏ କିରଣ ଭାରତୀୟ ଟେଷ୍ଟ ଦଳର ନିୟମିତ ୱିକେଟ କିପର ରହିଥିଲେ । ଏକଦିବସୀୟରେ କିନ୍ତୁ ଭଲ ବ୍ୟାଟିଂ କରୁଥିବା ଅନ୍ୟ ଇକେଟ କିପରମାନେ ତାଙ୍କ ବଦଳରେ ସ୍ଥାନ ପାଉଥିଲେ । 

କିରଣ ମୋରେ ତାଙ୍କର ପ୍ରଥମ ପୂର୍ଣ ସିରିଜ ଇଂଲଣ୍ଡ ସହ ଖେଳି ୩ଟି ଟେଷ୍ଟରେ  ରେକର୍ଡ ସଂଖ୍ୟକ 16ଟି କେଚ ନେଇଥିଲେ । ୧୯୮୬ର ଏହି ସିରିଜରେ ସେ ବ୍ୟାଟିଂ ମଧ୍ୟ ଉନ୍ନତ ହାର ସହିତ କରି ଦ୍ୱିତୀୟ ସ୍ଥାନରେ ଥିଲେ । ତାହା ପରେ ୱେଷ୍ଟ ଇଣ୍ଡିସ ଓ ପାକିସ୍ତାନ ସିରିଜରେ ମଧ୍ୟ ସେ ଉଭୟ କିପିଙ୍ଗ ଓ ବ୍ୟାଟିଂରେ ଖୁବ ଭଲ ପ୍ରଦର୍ଶନ ଦେଇଥିଲେ । ୧୯୮୮/୮୯ ୱେଷ୍ଟ ଇଣ୍ଡିଜ ସିରିଜରେ ଏକ ଟେଷ୍ଟରେ ଗୋଟିଏ ମେଚରେ ସେ ବିଶ୍ୱ ରେକର୍ଡ ୬ଟି ଷ୍ଟମ୍ପିଙ୍ଗ କରିଥିଲେ ।

୧୯୮୯/୯୦ରେ ସେ ଅଝାରୁଦ୍ଦିନଙ୍କ ଅଧୀନରେ ଉପଧିନାୟକ ଥିଲେ । ୧୯୯୨ ବିଶ୍ୱ କପରେ ମୋରେ ଜାଭେଦ ମିଆଦାଦଙ୍କ ସହ ପଡିଆରେ ବିବାଦରେ ଜଡ଼ିତ ହେଇଥିଲେ ଯାହା କି ଦର୍ଶକମାନେ ମନେ ରଖନ୍ତି । 

୧୯୯୪ ପରେ ତାଙ୍କର ଖେଳର ସ୍ତର ଘଟିବାକୁ ଆରମ୍ଭ ହେଲା ଓ ସେ ଜାତୀୟ ଦଳରେ ତାଙ୍କ ରାଜ୍ୟ ଦଳ ସାଥି ନୟନ ମୋଙ୍ଗିଆଙ୍କ  ଦ୍ୱାରା  ସ୍ଥାନ ଚ୍ୟୁତ ହେଲେ ।


 

କ୍ରିକେଟ ପାଇଁ ଅନ୍ୟ ଅବଦାନ [ସମ୍ପାଦନା]

ମୋରେ ଅବସର ପରେ ଏକ କ୍ରିକେଟ ଏକାଡେମୀ ଖୋଲିଥିଲେ ଓ ୨୦୦୨ରୁ ୨୦୦୬ ଯାଏ ଜାତୀୟ କ୍ରିକେଟ ଦଳ ପାଇଁ ମନୋନୟନ କମିଟିର ଚେୟାରମ୍ୟାନ ଥିଲେ । ସେ ମନୋନୟନ କମିଟିରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ବରିଷ୍ଠ ଖେଳାଳିଙ୍କୁ ଦଳରୁ ବାହାର କରି ଯୁବ ପ୍ରତିଭାଙ୍କୁ ସ୍ଥାନ ଦେଇଥିଲେ । 

References[ସମ୍ପାଦନା]