ମୂଳା ରାଇତା

ଉଇକିପିଡ଼ିଆ‌ରୁ

ମୂଳା ରାଇତା ଜଗନ୍ନାଥଙ୍କ ୫୬ ଭୋଗ ମଧ୍ୟରୁ ଅନ୍ୟତମ ଅଟେ।

ଉପକରଣ[ସମ୍ପାଦନା]

  • ମୂଳା ୪ଟା
  • ଦହି ୪୦୦ ଗ୍ରାମ
  • ଅଦା ଛୋଟ ଖଣ୍ଡେ
  • ଧନିଆ ପତ୍ର ଛୋଟ ବିଡ଼ା ଗୋଟିଏ
  • ଜିରା ଅଧ ଚାମଚ
  • ଚିନି ୧ ଚାମଚ
  • ଆବଶ୍ୟକ ଅନୁସାରେ ଲୁଣ ଓ ପାଣି ନେବେ

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମ କାର୍ଯ୍ୟ ହେଉଛି ମୂଳକୁ ପାଣିରେ ଭଲକରି ସଫା କରି କୋରଣାରେ ଭଲକରି କୋରି ରଖନ୍ତୁ।ତା' ପରେ ଅଦାକୁ ଧୋଇ ଛୋଟ ଛୋଟ କାଟି ଦିଅନ୍ତୁ।ଧନିଆ ପତ୍ରକୁ ଭଲକରି ଧୋଇ ପତ୍ରସବୁ ଟିକି ଟିକି କାଟି କୋରା ମୂଳାରେ ପକାଇ ଗୋଳାଇ ରଖନ୍ତୁ। ଗରମ ପାତ୍ରରେ ଜିରାକୁ ଭାଜି ଦିଅନ୍ତୁ ଏବଂ ସେଥିରେ କୋରା ମୂଳା, ଧନିଆ ପତ୍ର, କଟା ଅଦା ସବୁକୁ ପକାନ୍ତୁ।ସେଥିରେ ଦହି ପକାଇ ଭଲକରି ଫେଣ୍ଟି ଦିଅନ୍ତୁ।ଶେଷରେ ଚିନି ଓ ଲୁଣ ଗୁଣ୍ଡ ଭଲକରି ମିଶାଇ ଦିଅନ୍ତୁ।କିଛି ସମୟ ପରେ ଆଣି ତାକୁ ବ୍ୟବହାର କରନ୍ତୁ।ଏଥର ମୂଳା ରାଇତା ପ୍ରସ୍ତୁତ ହୋଇଗଲା।