ପୁରଣ ଭଗତ

ଉଇକିପିଡ଼ିଆ‌ରୁ

ପୁରନ ଭଗତ ଜଣେ ପଞ୍ଜାବୀ ତପସ୍ୱୀ ଓ ସେଲକୋଟର ରାଜକୁମାର ଥିଲେ । ଆଜି ସେ ବାବା ସ‌ହଜ ନାଥ ଜୀଙ୍କ ରୂପେ ପୂଜା ପାଉଛନ୍ତି ।

ପ୍ରଚ୍ଛଦପଟ[ସମ୍ପାଦନା]

ସେ ରାଜା ସେଲବାନଙ୍କ ପ୍ରଥମ ରାଣୀ ଇଚ୍ଛିରାଙ୍କଠାରୁ ଜନ୍ମ ହୋଇଥିଲେ ।[୧] ଜ୍ୟୋତିଷମାନଙ୍କ କ‌ହିବା ଅନୁଯାୟୀ ତାଙ୍କୁ ଜୀବନର ପ୍ରଥମ ୧୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ବାହାରେ ରଖା ଯାଇଥିଲା । ଏହା ମଧ୍ୟ କୁହାଯାଏ ରାଜା ତାଙ୍କ ପୁଅର ମୁଖ ମଧ୍ୟ ଦେଖିନଥିଲେ । ପୂରଣ ବାହାରେ ଥିବା ବେଲେ ରାଜା ଆଉ ଏକ ଯୁବତୀ ଲୁନାଙ୍କୁ ବାହା ହୋଇଥିଲେ, ଯେ କି ଏକ ନୀଚ୍ଚ ଜାତିର ଥିଲେ । ୧୨ ବର୍ଷ ଏକୁଟିଆ ରହିବା ପରେ ପୂରଣ ରାଜମହଲକୁ ଫେରିଥିଲେ । ସେଠାରେ ଲୁନା ପୂରଣଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ଯେ ତାଙ୍କରି ବୟସର ଥିଲେ । ଲୁନାଙ୍କର ସାବତ ପୁଅ ହୋଇଥିବାରୁ, ପୂରଣ ଲୁନାଙ୍କ ଅନୁରୋଧ ଏଡ଼ାଇ ଦେଇଥିଲା । ଆହତ ଲୁନା ପୂରଣଙ୍କ ନାଁରେ ସମ୍ମାନ ହାନିର ଅଭିଯୋଗ ଆଣିଲେ ।

ପୂରଣଙ୍କୁ ଅଙ୍ଗଚ୍ଚେଦନଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ମିଳିଲା ।[୨] ସୈନ୍ୟମାନେ ତାଙ୍କ ହାତ ଗୋଡ କାଟି ଏକ କୂଅ ମଧ୍ୟରେ ପକାଇ ଦେଲେ । ଏକ ଦିନ ଗୁରୁ ଗୋରଖନାଥ ତାଙ୍କ ଶିଷ୍ଯଙ୍କ ସ‌ହ ସେହିବାଟ ଦେଇ ଯାଉଥିବା ବେଳେ କୂଅ ମଧ୍ୟରୁ ତାଙ୍କ ସ୍ୱର ଶୁନି ପାରିଲେ । ସେ ତାଙ୍କୁ ଏକ ଦଉଡି ଓ ଅରନ୍ଧା ମାଟି ପାତ୍ରଦ୍ୱାରା ବାହାରକୁ ଆଣିଲେ । ପରେ ସେ ବାବା ଗୋରଖନାଥଙ୍କଦ୍ୱାରା ପୋଷ୍ୟ ହେଲେ । ପୂରନ ନିଜେ ଜଣେ ଯୋଗୀ ହେଲେ ।

ପୂଜା[ସମ୍ପାଦନା]

ପୂରଣ ମଧ୍ୟ ବାବା ସ‌ହଜ ନାଥ ଜି ନାମରେ ଏକ ହିନ୍ଦୁ ଜାତି ଜାନ୍ଦିୟାଲ୍‌ଙ୍କ ମୁଖ୍ୟ ହେଲେ । ଜାନ୍ଦିୟାଲ୍‌ମାନେ ବର୍ଷକୁ ଦୁଇ ଥର ଗୁରୁ ପୂର୍ଣ୍ଣିମାରେ ଏକାଠି ହୁଅନ୍ତି ଓ ପୂରଣ ଭାଗତଙ୍କ ପୂଜା କରନ୍ତି । ବାବା ସ‌ହଜ ନାଥ ଜୀଙ୍କ ବର୍ତ୍ତମାନ ପାକିସ୍ତାନରେ ଅଛି । ଜାନ୍ଦିୟାଲ୍‌ମାନେ ଭାରତ ବିଭାଜନ ପରେ ଦିନାଗର ନିକଟରେ ତାରାଗରଠାରେ ଏକ ମନ୍ଦିର ତୋଲାଇଥିଲେ ଏବଂ ଏକ ତୃତୀୟ ମନ୍ଦିର ଦୋରାଙ୍ଗଲାଠାରେ ।

ଜାନ୍ଦିୟାଲ୍ ପରିବାର ଯେଉଁମାନେ ପାକିସ୍ତାନରୁ ଆସିଥିଲେ, ତାରାଗଡ ମନ୍ଦିର ନିର୍ମାଣ ପାଇଁ ବାଲି ନେଇ ଆସିଥିଲେ । ଭାରତର ସବୁ ଯାଗାରୁ ଲୋକେ ଏଠାକୁ ଗୁରୁ ପୂର୍ଣ୍ଣିମା ଦିନ ଆସନ୍ତି। ତାରାଗଡ ମନ୍ଦିର ସ‌ହ ଜାନ୍ଦିୟାଲମାନେ ଆଗ୍ରା, ଜମ୍ମୁ ଓ ଉଦ୍ଧମ‌ପୁରଠାରେ ମଧ୍ୟ ମନ୍ଦିର ତିଆରି କରିଥିଲେ । ଉଦ୍ଧମ୍ପୁର ନ୍ଗରି ମଧ୍ୟ ଦେବିକା ଙ୍ଗରୀ ବୋଲି ଜଣାଶୁଣା । ଏହି ମନ୍ଦିର ଫଙ୍ଗ୍ଯାଲ ବାଇ ପାସ୍ ରାସ୍ତାରେ ଅବସ୍ଥିତ । ବୁଦ୍ଧ ପୂର୍ଣ୍ଣିମା ଓ କାର୍ତ୍ତିକ ପୁର୍ଣ୍ଣିମାରେ ଫୁରଣ ଭଗତଙ୍କ ପୂଜା ହୁଏ ।

ଆଧାର[ସମ୍ପାଦନା]

  1. Ram, Laddhu. Kissa Puran Bhagat. Lahore: Munshi Chiragdeen.
  2. Miraj, Muhammad Hassan (2012-10-08). "Pooran Bhagat". www.dawn.com. Retrieved 2016-01-22.