ଏଚ୍ ଏମ୍ ଏସ୍ ପଞ୍ଜାବୀ

Coordinates: 66°0′N 8°0′W / 66.000°N 8.000°W / 66.000; -8.000
ଉଇକିପିଡ଼ିଆ‌ରୁ

ଏଚ୍ ଏମ୍ ଏସ୍ ପଞ୍ଜାବୀ

ଆଙ୍କରରେ ପଞ୍ଜାବୀ
History
ୟୁନାଇଟେଡ କିଙ୍ଗଡ଼ମ
Name: HMS ପଞ୍ଜାବୀ
Namesake: Punjabis
Ordered: ୧୯ ଜୁନ ୧୯୩୬
Builder: ସ୍କଟ୍‌ସ ସିପବିଲ୍ଡିଂ ଏଣ୍ଡ ଇଞ୍ଜିନିୟରିଂ କମ୍ପାନୀ, ଗ୍ରୀନୋକ, ସ୍କଟଲ୍ୟାଣ୍ଡ
Laid down: ୧ ଅକ୍ଟୋବର ୧୯୩୬
Launched: ୧୮ ଡିସେମ୍ବର ୧୯୩୭
Completed: ୨୯ ମାର୍ଚ୍ଚ ୧୯୩୯
Identification: Pennant number L21, later F21
Fate: Sunk, 1 May 1942 in a collision with King George V
Badge: On a Field Blue issuant from the base, the head of a soldier of the Punjab Regiment proper.
General characteristics (as built)
Class and type: Tribal-class destroyer
Displacement:
Length: 377 ft (115 m) (o/a)
Beam: 36 ft 6 in (11.13 m)
Draught: 11 ft 3 in (3.43 m)
Installed power:
Propulsion: 2 × shafts; 2 × geared steam turbines
Speed: 36 knots (67 km/h; 41 mph)
Range: 5,700 nmi (10,600 km; 6,600 mi) at 15 knots (28 km/h; 17 mph)
Complement: 190
Sensors and
processing systems:
ASDIC
Armament:

ଏଚ୍ ଏମ୍ ଏସ୍ ପଞ୍ଜାବୀ ରୟାଲ ନାଭିର ଟ୍ରାଇବାଲ୍ ଶ୍ରେଣୀର ବିଧ୍ୱଂସକାରୀ ଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ କାର୍ଯ୍ୟ କରିଥିଲା ଓ ଯୁଦ୍ଧ ଜାହାଜ କିଙ୍ଗ ଜର୍ଜ ଭି ସହ ଧକା ହୋଇ ବୁଡି ଯାଇଥିଲା । ପଞ୍ଜାବୀ ନାମରେ ରୟାଲ ନାଭିର ଏକମାତ୍ର ଯୁଦ୍ଧ ଜାହାଜ ।

ନିର୍ମାଣ ଓ ବୃତ୍ତି[ସମ୍ପାଦନା]

୧୯୩୫ ନୌବାହିନୀ ଅଟକଳରେ ଏହା ୧୯ ଜୁନ ୧୯୩୬ରେ ସ୍କଟ୍‌ସ ସିପ ବିଲ୍ଡିଂ ଓ ଇଞ୍ଜିନିୟରିଂ କମ୍ପାନୀ (ସ୍କଟ୍‌ସ), ଗ୍ରୀନୋକ (ସ୍କଟଲ୍ୟାଣ୍ଡ)ରୁ ମଗା ଯାଇଥିଲା । ଏହାକୁ ୧୮ ଦିସେମ୍ବର ୧୯୩୭ରେ ପାଣିରେ ଛଡ଼ାଯାଇଥିଲା ଏବଂ ଏହା ପାଇଁ ଆଡ଼ମାୟରାଲ୍ଟିରୁ ଯୋଗାଣ ହୋଇଥିବା ଜିନିଷ, ଯେମିତି ଅସ୍ତ୍ର, କଥାବାର୍ତ୍ତା ପାଇଁ ଜିନିଷକୁ ଛାଡ଼ିଦେଲେ ମୋଟ £୩୪୩,୦୦୫ ଖର୍ଚ୍ଚ ହୋଇଥିଲା । ଦ୍ୱିତୀୟ ଆଦିବାସୀ ବିଧ୍ୱଂସକାରୀ ଫ୍ଲୋଟିଲାରେ ପଞ୍ଜାବୀକୁ ବ୍ୟବହାର କରାଯାଇଥିଲା, ଯାହାକୁ ଅପ୍ରେଲ ୧୯୩୯ରେ ଷଷ୍ଠ ବିଧ୍ୱଂସକାରୀ ଫ୍ଲୋଟିଲାରେ ନୂଆ କରି ନା ଦିଆଯାଇଥିଲା । ଅଭ୍ୟାସ ବେଳେ ବୁଡ଼ା ଜାହାଜ ଥେଟିସକୁ, ଖୋଜି ଉଦ୍ଧାର କରିବା ଦାୟିତ୍ୱ ଦିଆଯାଇଥିଲା ଯାହା ଲିଭରପୁଲ ସାଗରରେ ବୁଡ଼ି ଯାଇଥିଲା । ତା'ପରେ ଏହା ପୁନର୍ବାର ହୋମ ଫ୍ଲିଟ ଅଭ୍ୟାସକୁ ଫେରିଲା ।


ସେପ୍ଟେମ୍ବରରେ ଯୁଦ୍ଧ ବେଳେ ପଞ୍ଜାବୀ ଫ୍ଲୋଟିଲା ସହ ହୋମ ଫ୍ଲିଟ କାର୍ଯ୍ୟ ସହ ଉତ୍ତର ପଶ୍ଚିମ ଦିଗରେ ତଥା ଉତ୍ତର ସାଗରରେ ବୁଡ଼ା ଜାହାଜ ନିରୋଧୀ ପହରା ଦେବା କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଅକ୍ଟୋବରରେ ଏହା ଧକ୍କା ଖାଇଥିବା ଏକ ଗର୍ମାନୀ ଡଙ୍ଗାକୁ ଆୟତ୍ତ କରିବାର ଅସଫଳ ଚେଷ୍ଟା କରିଥିଲା । ୨ ଡିସେମ୍ବରରେ ଏହାର ଆକାରଗତ କ୍ଷୟ ହୋଇଥିଲା ଓ ହୋଲି ଦ୍ୱୀପର ଦକ୍ଷିଣରେ ବ୍ୟବସାୟିକ ଜାହାଜ ଲାୟର୍ଡ଼ସ୍କେଟ ସହ ଧକ୍କା ଖାଇଥିଲା । ୧୫ ଡିସେମ୍ବର-ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହା ଆଲେକ୍ସଜେଣ୍ଡର ଷ୍ଟିଫେନ ଓ ସନ୍‌ସ, ଗୋଭାନ ଜାହାଜ କାରଖାନାରେ ମରାମତି ହେଉଥିଲା ଓ ଏହା ପରେ ପୁଣିଥରେ ଫ୍ଲୋଟିଲାକୁ ଫେରିଲା । ଏହା ପରେ ତାକୁ ସ୍କାପା ଫ୍ଲୋଠାରେ ପହରା ଦେବା କାର୍ଯ୍ୟରେ ନିଯୋଜିତ କରାଗଲା ।

ଅପ୍ରେଲରେ ଏହା ଜର୍ମାନର କ୍ରେଗ୍‌ସ ମରାଇନକୁ ଖୋଜିବା ପାଇଁ ଉତ୍ତର ସାଗର ଓ ନରୱେ ଉପକୂଳରେ ହୋମ ଫ୍ଲିଟ ସହ ମୁତୟନ ହୋଇଥିଲା । ଅପ୍ରେଲ ୮ରେ ଏହା ବିଧ୍ୱଂସକାରୀ ଗ୍ଲୋୱର୍ମକୁ ସହାୟତା ପ୍ରଦାନ କରିବାକୁ ଆସୁଥିବା ଯୁଦ୍ଧ ଜାହାଜକୁ ଦେଖି ପାରିଥିଲା, ଯାହା ଜର୍ମାନ ଜାହାଜ ଆଡ଼ମାୟରାଲ ହିପରର ଆକ୍ରମଣର ଶିକାର ହୋଇଥିଲା । ଗ୍ଲୋ ୱର୍ମ ବୁଡ଼ିବା ପୂର୍ବରୁ ଆଡ଼ମାଇରାଲ ହିପରକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା । ଏହା ପରେ ଦ୍ୱିତୀୟ ନାର୍ଭିକ ଯୁଦ୍ଧରେ ନାର୍ଭିକକୁ ସୁରକ୍ଷା ଦେବାରେ ମୁତୟନ କରାଯାଇଥିଲା । ଅପ୍ରେଲ ୧୩ରେ ଏହାକୁ କେତେକ ଜର୍ମାନ ବିଧ୍ୱଂସକାରୀଙ୍କ ସାମ୍ନା କରିବାକୁ ପଡ଼ିଥିଲା ଏବଂ ୬ ଥର ଆକ୍ରମଣର ଶିକାର ହୋଇ ୧ ଘଣ୍ଟା ପାଇଁ ଅକରମଣ୍ୟ ହୋଇଯାଇଥିଲା । ଡେଭନପୋର୍ଟ ଜାହାଜ ମରାମତି କାରଖାନାକୁ ଅଧିକ ମରାମତି ପାଇଁ ଆସିବା ପୂର୍ବରୁ ଏହାକୁ ସ୍କଲ୍‌ଫ୍‌ଜର୍ଡଠାରେ ଅଲ୍ପ ସମୟ ପାଇଁ ମରାମତି କରାଯାଇଥିଲା । ତା'ର "X" ସ୍ଥାନରେ ଥିବା 4.7 in (120 mm)କୁ ଯାଆଁଳା 4 in (100 mm) ଉଡ଼ାକାହାଜ ନିରୋଧୀଦ୍ୱାରା ପରିବର୍ତ୍ତନ କରାଯାଇଥିଲା .

ଜୁନରେ ନିଜ କର୍ମକ୍ଷେତ୍ରକୁ ଫେରିବା ପରେ ଏହା ପ୍ଲାୟମୌଥରେ ନିଯୁକ୍ତ ପାଇଥିଲା । ୧୭ ଜୁନରେ ଏହା ସାଣ୍ଟା-ନାଜାଏରରୁ ସାଧାରଣ ଲୋକ ଓ ବନ୍ଧୁ ସେନାଙ୍କୁ ମୁକୁଳେଇବା କାର୍ଯ୍ୟ କରିଥିଲା । ଏହା ପୁଣିଥରେ ୨୦ ଜୁନରେ ପୋଲିସ ବାହିନୀକୁ ମୁକୁଳେଇବା ପାଇଁ ଆସିଥିଲା । ୯ ଅଗଷ୍ଟରେ ଜିବ୍ରାଲଟରରୁ ଆସିବାରେ ଫୋର୍ସ ଏଚ ଜାହାଜକୁ ଅନ୍ୟ ହୋମ ଫ୍ଲିଟ ବିଧ୍ୱଂସକାରୀଙ୍କ ସହ ମିଶି ସୁରକ୍ଷା ଦେଇଥିଲା । ସେପ୍ଟେମ୍ବରରେ ଉତ୍ତର ପଶ୍ଚିମକୁ ଯିବାବେଳେ ଡ଼ାକାର ଆକ୍ରମଣରେ ଅପରେସନ୍ ମେନାସରେ ପଞ୍ଜାବୀ ରକ୍ଷୀ ଜାହାଜ ଭାବେ କାମ କରିଥିଲା । ଏହା ମଧ୍ୟ କ୍ଷତିଗ୍ରସ୍ତ ଯୁଦ୍ଧ ଜାହାଜ ଫିଜିକୁ ବ୍ରିଟେନ ଫେରିବା ସମୟରେ ସୁରକ୍ଷା ଦେଇଥିଲା । ବର୍ଷର ବାକି ସବୁ ସମୟରେ ତାକୁ ଫ୍ଲୋଟିଲା ସହ ମୁତୟନ କରାଯାଇଥିଲା । ୨୩ ଅକ୍ଟୋବରରେ ମାଟାବେଲ, ପଞ୍ଜାବୀ ଓ ସୋମାଲି ମିଶି ନରୱେ ସାଗରରେ ଜଳବାୟୁ ଜାହାଜ ଜର୍ମାନ ପାଣିପାଗ ଜାହାଜ ଡବ୍‌ଲ୍ୟୁ ବି ଏସ ୫ ଆଡ଼ଲ୍ଫ ଭିନରକୁ ବୁଡ଼ାଇ ଦେଇଥିଲେ ।[୧]

ଫେବୃଆରୀ ୧୯୪୧ରେ, ପଞ୍ଜାବୀ ମାର୍ଚ୍ଚ-ଅପ୍ରେଲରେ ରିସିଥଠାରେ ସଜଡ଼ା ହେବା ପୂର୍ବରୁ ଫ୍ଲୋଟିଲା ସହ ସ୍କାପା ଫ୍ଲୋକୁ ଫେରିଥିଲା । ଏହି ସଜଡ଼ା କାର୍ଯ୍ୟରେ ରୟାଲ ଏୟାର ଫୋର୍ସ (ଆର ଏ ଏଫ)ର ଏ ଏସ ଭି (ASV) ଭଳି ରାଡ଼ାର ଉପକରଣ ଲଗାଯାଇଥିଲା, ଯାହାକୁ ଜାହାଜ ବ୍ୟବହାର ପାଇଁ ରୂପାନ୍ତରିତ କରାଯାଇଥିଲା । ମଇ ଶେଷ ଭାଗରେ ବିଧ୍ୱଂସକାରୀ ହୁଡ଼କୁ ବୁଡ଼ାଇବା ପରେ ଜର୍ମାନ ଯୁଦ୍ଧ ଜାହାଜ ବିସମାର୍କକୁ ଅନୁଧାବନ କରୁଥିବା ହୋମ ଫ୍ଲିଟ୍‌ର ମୁଖ୍ୟ ଜାହାଜଗୁଡ଼ିକୁ ସୁରକ୍ଷା ଦେଉଥିଲା । ଜୁଲାଇ ୨୭ରେ ପଞ୍ଜାବୀ ଓ ତାରତାର; ଯୁଦ୍ଧ ଜାହାଜ ଅରୋରା ଓ ନାଇଜେରିଆକୁ ସ୍ପିଟସ୍‌ବର୍ଜେନକୁ ରନ୍ଧନ ପୁନଃପୂରଣ କରିବାର ସ୍ଥାନ ଭାବେ ବ୍ୟବହାର କରାଯାଇ ପାରିବ କି ନାହିଁ ତାହା ଜାଣିବା ପାଇଁ ସାହାଯ୍ୟ କରିଥିଲେ, ଯାହା ଉତ୍ତର ଋଷିଆକୁ ଜାହାଜ ଯିବା ଆସିବାର ପ୍ରତିରକ୍ଷାରେ ବ୍ୟବହାର ହୋଇଥିଲା । ।

ଆର୍କଟିକ ମହାସାଗର[ସମ୍ପାଦନା]

ଅଗଷ୍ଟ ୧ରେ ପଞ୍ଜାବୀତାରତାର ବିଅର ଦ୍ୱୀପରୁ ନରୱେ ଅଧିବାସୀଙ୍କୁ ଉଦ୍ଧାର କରିଥିଲେ ଓ ସ୍କାପା ଫ୍ଲୋକୁ ଫେରିବା ପୁର୍ବରୁ ନରୱେ ଉପକୂଳରେ ଏକ ପ୍ରତିକୂଳ ଯାତ୍ରା ମଧ୍ୟ କରିଥିଲେ । ୩୦ ଅଗଷ୍ଟରେ ସୋଭିଏତ ୟୁନିଅନକୁ ହକର ହୁରିକେନ ଓ ଆର୍ ଏ ଏଫ୍ କର୍ମଚାରୀଙ୍କୁ ନେବା ପାଇଁ; ପଞ୍ଜାବୀ, ମାଟାବେଲେ ଓ ସୋମାଲି; ଯୁଦ୍ଧବିମାନ ବହନକାରୀ ଆର୍ଗସ ଓ ଯୁଦ୍ଧଜାହାଜ ଶ୍ରୋପସାୟାରକୁ ମଧ୍ୟ ବାଟ କଢ଼ାଇଥିଲେ । ଏହାପରେ ନ୍ୟୁକ୍ୟାସଲ ଅପନ୍ ଟାଇନରେ ଥିବା ହଥ୍ରନ ଲେସଲି ଏଣ୍ଡ କମ୍ପାନୀର କାରଖାନାରେ ଡିସେମ୍ବରରେ ସଜଡା ଯାଇଥିଲା । ଏହି ମରାମତି ଜାନୁଆରୀ ୧୯୪୨ ମସିହା ପର୍ଯ୍ୟନ୍ତ କାମ କରିଥିଲା ।

ମାର୍ଚ୍ଚରେ ଏହା ଯୁଦ୍ଧ ଜାହାଜ ପି କ୍ୟୁ-୧୨]]କୁ ସୁରକ୍ଷା ଦେବାରେ ଓ ଯୁଦ୍ଧ ଜାହାଜ କ୍ୟୁ ପି-୮କୁ ଫେରାଇ ଆଣିବାରେ ଅନ୍ୟ ହୋମ ଫ୍ଲିଟ ଜାହାଜଙ୍କ ସହ ମିଶି କାର୍ଯ୍ୟ କରିଥିଲା । ବିଶ୍ୱାସ କରାଯାଏ ଯେ, ଏହି କାର୍ଯ୍ୟରେ ଜର୍ମାନ ଯୁଦ୍ଧ ଜାହାଜ ତିରପିଜକୁ ସୁରକ୍ଷା ଦେଉଥିବା ଏହି ଜାହାଜଙ୍କ ଗତିରୋଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତିରପିଜ ପାଇଁ ପଞ୍ଜାବୀକୁ ୧୧ ମାର୍ଚ୍ଚ ଦିନ ତା'ର କାମରୁ ଅବ୍ୟାହତି ଦିଆଯାଇଥିଲା ଓ ପ୍ରଚାଳନ ଗିଅରରେ ଅସୁବୁଧା ଦେଖାଦେବା ପରେ ଏହା ସ୍କାପା ଫ୍ଲୋକୁ ଫେରିଥିଲା । ଅପ୍ରେଲରେ ଏହା ଯୁଦ୍ଧଜାହାଜ ପି କ୍ୟୁ-୧୦କୁ ସୁରକ୍ଷିତ ଭାବେ ବ୍ରିଟେନ ନେଇଯାଇଥିଲା । ୧୨ ଅପ୍ରେଲରେ ସେ ୟୁ-୪୫୩ଦ୍ୱାରା ଆକ୍ରମଣର ଶିକାର ହେଲା, ମାତ୍ର ଏହି ଆକ୍ରମଣ ଅସଫଳ ରହିଥିଲା । ଏହା କନଭୟ-୧୦କୁ ଆଇସଲ୍ୟାଣ୍ଡକୁ ସୁରକ୍ଷିତ ଭାବେ ନେଇଥିଲା ଏବଂ ସୁରକ୍ଷା ଦେବା କାର୍ଯ୍ୟରୁ ୨୧ ଅପ୍ରେଲରେ ଅବ୍ୟାହତି ପାଇଲା ।

ବୁଡ଼ିବା[ସମ୍ପାଦନା]

୧ ମଇ ୧୯୪୨ ଦିନ କୁହୁଡ଼ିରେ କିଙ୍ଗ ଜର୍ଜ ଭି, ପଞ୍ଜାବୀ ସହ ଧକ୍କା ହେବେ ପରେ

୨୯ ଅପ୍ରେଲରେ ପଞ୍ଜାବୀ କନଭୟ ପି କ୍ୟୁ-୧୫ର ରାସ୍ତା ଦେଖାଇବା ପାଇଁ ନିୟୋଜିତ ହୋଇଥିଲା । Hvalfjörðurରୁ ସେମାନେ ଯାତ୍ରା ଆରମ୍ଭ କରିଥିଲେ । ମଇ ୧ରେ ଏକ କୁହୁଡ଼ି ଭରା ପରିବେଶରେ ଯୁଦ୍ଧ ଜାହାଜ କିଙ୍ଗ ଜର୍ଜ ଭି ସହ ଧକ୍କା ଖାଇବା ପରେ ଏହା ବୁଡ଼ି ଯାଇଥିଲା । ଏହି ପରିବେଶରେ ଖଣି ବନ୍ଦର ଭାବି ପଞ୍ଜାବୀର କ୍ୟାପଟେନ ୧୫-ପଏଣ୍ଟ ଅବତରଣର ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ଏହା କିଙ୍ଗ ଜର୍ଜ ଭି ଜାହାଜର ରାସ୍ତାକୁ ଆସି ଯାଇଥିଲା ଓ ଏହାର ଧାରରେ ବାଜି ଦ୍ୁଇ ଫାଳ ହୋଇ ଯାଇଥିଲା । ଉଦ୍ଧାରକାରୀ ଦଳଦ୍ୱାରା ଜାହାଜରୁ ୧୬୯ ଜଣଙ୍କୁ ଉଦ୍ଧାର କରା ଯାଇଥିଲା ଓ ୪୦ ଜଣଙ୍କୁ ମର୍ନେ ସହ ଅନ୍ୟମାନେ ଉଦ୍ଧାର କରିଥିଲେ । ଜାହାଜଟି ଶୀଘ୍ର ବୁଡ଼ିବା ସହ ୪୯ ଜଣ ନାବିକ ମୃତ୍ୟୁବରଣ କରିଥିଲେ । ଏହା ଆମେରିକା ଯୁଦ୍ଧ ଜାହାଜ ୟୁ ଏସ ଏସ ୱାସିଂଟନର ରାସ୍ତରେ ବୁଡ଼ି ଯାଇଥିଲା । ଗଭୀରତା କମିବା ଫଳରେ ୱାସିଂଟନର ସାମାନ୍ୟ କ୍ଷତି ହୋଇଥିଲା । କିଙ୍ଗ ଜର୍ଜ ଭି ଶୋଚନୀୟ ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଯଥା ଶିଘ୍ର ମରାମତି ହେବା ପାଇଁ ପଠାଯାଇଥିଲା । ପରେ ଜଣା ପଡ଼ିଥିଲା ଯେ ସେଠାରେ କୌଣସି ଖଣି ନ ଥିଲା ।

ବିଶେଷ ଦ୍ରଷ୍ଟବ୍ୟ[ସମ୍ପାଦନା]

  1. "NAVAL EVENTS, OCTOBER 1940 (Part 2 of 2) Tuesday 15th -  Thursday 31st". Naval History. Retrieved 17 ଫେବୃଆରୀ 2015. {{cite web}}: no-break space character in |title= at position 57 (help)

ଆଧାର[ସମ୍ପାଦନା]

  • Brice, Martin H. (1971). The Tribals. London: Ian Allan. ISBN 0-7110-0245-2.
  • English, John (2001). Afridi to Nizam: British Fleet Destroyers 1937–43. Gravesend, Kent: World Ship Society. ISBN 0-905617-64-9.
  • Friedman, Norman (2006). British Destroyers and Frigates, the Second World War and After. Annapolis, Maryland: Naval Institute Press. ISBN 1-86176-137-6.
  • Haarr, Geirr H. (2010). The Battle for Norway: April–June 1940. Annapolis, Maryland: Naval Institute Press. ISBN 978-1-59114-051-1.
  • Haarr, Geirr H. (2009). The German Invasion of Norway, April 1940. Annapolis, Maryland: Naval Institute Press. ISBN 978-1-59114-310-9.
  • Hodges, Peter (1971). Tribal Class Destroyers. London: Almark. ISBN 0-85524-047-4.
  • Lenton, H. T. (1998). British & Empire Warships of the Second World War. Annapolis, Maryland: Naval Institute Press. ISBN 1-55750-048-7.
  • Rohwer, Jürgen (2005). Chronology of the War at Sea 1939–1945: The Naval History of World War Two (Third Revised ed.). Annapolis, Maryland: Naval Institute Press. ISBN 1-59114-119-2.
  • Whitley, M. J. (1988). Destroyers of World War Two. Annapolis, Maryland: Naval Institute Press. ISBN 0-87021-326-1.
  • Winser, John de D. (1999). B.E.F. Ships Before, At and After Dunkirk. Gravesend, Kent: World Ship Society. ISBN 0-905617-91-6.

ବାହ୍ୟ ତଥ୍ୟ[ସମ୍ପାଦନା]

66°0′N 8°0′W / 66.000°N 8.000°W / 66.000; -8.000 ଛାଞ୍ଚ:Tribal class destroyer (1936) ଛାଞ୍ଚ:May 1942 shipwrecks