Jump to content

"ଛାଡ଼ପତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୨ କ ଧାଡ଼ି: ୩୨ କ ଧାଡ଼ି:
ଉକ୍ତ ଅଧିନିୟମର ଧାରା ୨୮(କ୍) ଅନୁଯାୟୀ ସ୍ଵାମୀ ଏବଂ ସ୍ତ୍ରୀ ପରସ୍ପରର ସମ୍ମତି କ୍ରମେ ବିବାହ ବିଚ୍ଛେଦ ପାଇଁଁ ଆବେଦନ କରିପାରିବେ । ତେବେ ବିବାହର ଅନ୍ତତଃ ଏକବର୍ଷ ପରେ ହିଁଁ ଏଭଳି ଆବେଦନ କରାଯାଇପାରିବ । ଆବେଦନ କରିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ନିମନ୍ତେ ଛଅ ମାସର ବାଧ୍ୟତାମୂଳକ ଅବଧି ଦିଆଯାଇଥାଏ । ଏହି ସମୟ ପରେ ହିଁ ପରସ୍ପର ସମ୍ମତି ସୂଚକ ବିବାହ ବିଚ୍ଛେଦ ବିଚାର କରାଯାଇଥାଏ । ତେବେ ଆବଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହି ଛଅ ମାସ ଅବଧି କମାଇ ଦିଆଯାଇପାରିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

=== ମୁସଲିମ ବ୍ୟକ୍ତିଗତ ଆଇନରେ ବିବାହ ବିଚ୍ଛେଦ ===
=== ମୁସଲିମ ବ୍ୟକ୍ତିଗତ ଆଇନରେ ବିବାହ ବିଚ୍ଛେଦ ===
ମୁସଲିମ ବ୍ୟକ୍ତିଗତ ଆଇନ ବିବାହ ବିଚ୍ଛେଦ ପାଇଁ ଯେଉଁ ପ୍ରାବଧାନ ରହିଛି ତଦନୁସାରେ ସ୍ଵାମୀ ତାର ଇଛାନୁସାର ଅର୍ଥାତ କୋଉଣସି ଯୁକ୍ତି ଯୁକ୍ତ କାରଣ ନ ଥାଇ ବି ସ୍ତ୍ରୀକୁ ଛାଡପତ୍ର ଦେଇପାରିବ । ଏ ସମ୍ପର୍କିତ ମୁସଲିମ ଆଇନରେ ବିବାହ ବିଚ୍ଛେଦ ଦୁଇ ପ୍ରକାର ହୋଇପାରିବ, ଯଥା
ମୁସଲିମ ବ୍ୟକ୍ତିଗତ ଆଇନ ବିବାହ ବିଚ୍ଛେଦ ପାଇଁ ଯେଉଁ ପ୍ରାବଧାନ ରହିଛି ତଦନୁସାରେ ସ୍ଵାମୀ ତାର ଇଛାନୁସାର ଅର୍ଥାତ କୋଉଣସି ଯୁକ୍ତି ଯୁକ୍ତ କାରଣ ନ ଥାଇ ବି ସ୍ତ୍ରୀକୁ ଛାଡପତ୍ର ଦେଇପାରିବ । ଏ ସମ୍ପର୍କିତ ମୁସଲିମ ଆଇନରେ ବିବାହ ବିଚ୍ଛେଦ ଦୁଇ ପ୍ରକାର ହୋଇପାରିବ, ଯଥା,<ref name="legalservicesindia">{{cite web|title=The Concept of Divorce under Muslim Law|url=http://www.legalserviceindia.com/article/l393-Divorce-under-Muslim-Law.html|accessdate=17 May 2018}}</ref>
୧) ଜୁଡିସିୟାଲ ବିବାହ ବିଚ୍ଛେଦ
୧) ଜୁଡିସିୟାଲ ବିବାହ ବିଚ୍ଛେଦ

୦୮:୧୪, ୧୭ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବିବାହ ବିଚ୍ଛେଦ ବା ଛାଡପତ୍ର ହେଉଛି ଏକ ଆଇନଗତ ପ୍ରକ୍ରିୟା ଯେଉଁଥିରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୈବାହିକ ସମ୍ପର୍କର ଅବସାନ ଘଟେ । ଏଥିପାଇଁ ଯେ କୋଉଣସି ପକ୍ଷ କିମ୍ବା ଉଭୟ ପକ୍ଷ (ପରସ୍ପର ସମ୍ମତି କ୍ରମେ) ଅଦାଲତର ଆଶ୍ରୟ ନେଇପାରିବେ ଏବଂ ଅଦାଲତି ପ୍ରକ୍ରୀୟା ମାଧ୍ୟମରେ ଉପଯୁକ୍ତ ସ୍ଥଳେ ଛାଡପତ୍ର ବା ବିବାହ ବିଛେଦର ଏକ ଡିକ୍ରୀ ହାସଲ କରିପାରିବେ ।

ଇତିହାସ

ଛାଡପତ୍ର ବ୍ୟବସ୍ଥା ବିବାହ ବା ତତ୍ ସମ୍ପର୍କୀୟ ଆଇନ ସହ ଓତୋପ୍ରୋତୋ ଭାବେ ଜଡିତ । ବିଭିନ୍ନ ଧର୍ମରେ ବିବାହ ତଥା ଛାଡପତ୍ରର ମହତ୍ତ୍ଵ ଅଲଗା । ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ଏବଂ ଦଶବିଧ ସଂସ୍କାର ମଧ୍ୟରେ ଅନ୍ୟତମ ଭାବେ ମାନ୍ୟତା ଥିବାବେଳେ ଅନ୍ୟ କେତେକ ଧର୍ମରେ ବିବାହ ହେଉଛି ମାତ୍ର ଏକ ସାମାଜିକ ଅନୁବନ୍ଧ । ବ୍ରିଟିଶ ଶାସନ କାଳରେ ହିନ୍ଦୁ, ବୋଉଦ୍ଧ , ସିଖ, ଜୈନ୍ ତଥା ମୁସଲିମ ଓ ପାର୍ସୀ ମାନଙ୍କର ପରମ୍ପରାଗତ ବୈବାହିକ ଅନୁଷ୍ଠାନରେ କୋଉଣସି ପ୍ରକାର ହସ୍ତକ୍ଷେପ ହୋଇ ନ ଥିଲା । ବରଂ ଵତନ୍ତ୍ର ବିବାହ ଅଧିନିୟମ ଜରିଆରେ ସେମାନେ ଏସବୁ ପରମ୍ପରାରେ ବିଶ୍ଵାସ କରୁ ନ ଥିବା ଲୋକଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଦିଆଗଲା । ଏହା ବ୍ୟତୀତ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ମାନଙ୍କ ପାଇଁ The Divorce Act 1869ରେ ବିବାହ ବେଚ୍ଛେଦ ବା ଛାଡପତ୍ର ବ୍ୟବସ୍ଥା ରହିଲା ।

ପ୍ରାଥମିକ ଅବସ୍ଥାରେ ସ୍ଵତନ୍ତ୍ର ବିବାହ ଅଧିନିୟମ ରେ ଛାଡପତ୍ରର ବ୍ୟବସ୍ଥା ନ ଥିଲେ ବି, The Divorce Act 1869ର ପ୍ରାବଧାନ ପ୍ରକାରେ ଏହିମାନେ ଛାଡପତ୍ର ଡିକ୍ରୀ ହାସଲ କରିପାରିବେ ବୋଲି ଆଇନଗତ ବ୍ୟବସ୍ଥା ରହିଲା ।

ବିଭିନ୍ନ ଆଇନରେ ବିବାହ ବିଚ୍ଛେଦ

ହିନ୍ଦୁ ଆଇନରେ ବିବାହ ବିଚ୍ଛେଦ

ହିନ୍ଦୁ ବୈଦିକ ରୀତି ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ଏବଂ ଦଶବିଧ ସଂସ୍କାର (ଗର୍ଭାଧାନ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ମୁଣ୍ଡନ, ଉପନୟନ, ସମାବର୍ତ୍ତନ, ବିବାହ) ମଧ୍ୟରେ ଅନ୍ୟତମ । ହିନ୍ଦୁ ଶାସ୍ତ୍ରମତେ ଚାରି ପୁରୁଷାର୍ଥ ଯଥା; ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ଲାଭ କରିବା ହେଉଛି ବ୍ୟକ୍ତିର ଅନ୍ତିମ ଲକ୍ଷ ଏବଂ ପ୍ରଥମ ତିନି ପୁରୁଷାର୍ଥ ହିଁଁ ପରିଶେଷରେ ଶେଷ ପୁରୁଷାର୍ଥ ତଥା ଅନ୍ତିମ ଲକ୍ଷ(ମୋକ୍ଷ) ପାଇଁଁ ମାର୍ଗ ପ୍ରଶସ୍ତ କରିଥାଏ । ଏହି କ୍ରମରେ ବିବାହ ମାଧ୍ୟମରେ ହିଁ କାମ ବାସନାର ନୈତିକ ଚରିତାର୍ଥ ହେବା ସହିତ ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମୋକ୍ଷ ଆଡକୁ ଗତି ସହଜ ଏବଂ ସୁଗମ ହୋଇଥାଏ । ଏହାଛଡା ବିବାହ ଏକ ବ୍ୟକ୍ତିଗତ ବ୍ୟାପାର ହୋଇଥିବା ଯୋଗୁଁଁ ସରକାରୀ ଆଇନକାନୁନ ଉର୍ଦ୍ଧ୍ଵରେ ଥିଲା । ତେବେ, ପରବର୍ତ୍ତୀ ସମୟରେ ବୈଦିକ ଧର୍ମରେ କୁସଂସ୍କାରର ପ୍ରବେଶ ଯୋଗୁଁଁ ବିବାହ ସମ୍ପର୍କିତ ବ୍ୟାପାରରେ ସ୍ଵାମୀ ଏବଂ ସ୍ତ୍ରୀର କର୍ତ୍ତବ୍ୟ ତଥା ଅଧିକାର ସ୍ପଷ୍ଟ କରିବା ସହ ଛାଡପତ୍ର ବା ବିବାହ ବିଛେଦ ବ୍ୟବସ୍ଥାର ଆବଶ୍ୟକତା ଅନୁଭୂତ ହେଲା । ହିନ୍ଦୁ ଶାସ୍ତ୍ରୀୟ ବିବାହର ଅନେକ ରୀତିନୀତିକୁ ସମ୍ମାନ ଦେବା ସହ ବିବାହ ବିଛେଦ ବ୍ୟବସ୍ଥାକୁ ଯୋଡି ହିନ୍ଦୁ ବିବାହ ଆଇନ ପ୍ରଣୀତ କରାଗଲା ।[୧] ଉକ୍ତ ଅଧିନିୟମର ଧାରା ୧୩ରେ ବିବାହ ବିଚ୍ଛେଦ ପ୍ରାବଧାନ ରହିଛି । ବିବାହ ବିଚ୍ଛେଦ ନିମନ୍ତେ ଆବେଦନ ନିମନ୍ତେ ଯେଉଁଁସବୁ ଆଇନଗତ କାରଣ ଅନିବାର୍ଯ୍ୟ, ସେଗୁଡିକ ହେଉଛି;

  • ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଜଣେ ଅନ୍ୟପ୍ରତି ନିଷ୍ଠୁରତା ଆଚରଣ,
  • ବିବାହ ପରେ ଇଚ୍ଛାକୃତ ଭାବେ ଅନ୍ୟ ସ୍ତ୍ରୀ କିମ୍ବା ପୁରୁଷ ସହ ବ୍ୟଭିଚାରରେ ଲିପ୍ତ ହେବା,
  • କମ୍ ସେ କମ୍ ଦୁଇ ବର୍ଷ ପାଇଁଁ ଜୀବନସାଥୀଠାରୁ ଇଚ୍ଛାକୃତ ଭାବେ ଦୂରେଇ ରହିବା,
  • ଧର୍ମ ପରିବର୍ତ୍ତନ,
  • ଚିକିତ୍ସାଦ୍ଵାରା ଭଲ ହୋଇ ପାରୁ ନ ଥିବା ମାନସିକ ରୋଗ,
  • କୁଷ୍ଠ ତଥା ଯୌନରୋଗ ସଂକ୍ରମଣ,
  • ସନ୍ନ୍ୟାସ ଗ୍ରହଣ,
  • ଅନ୍ତତଃ ସାତ ବର୍ଷ ପର୍ଯ୍ୟନ୍ତ ଫେରାର ରହିବା ଇତ୍ୟାଦି
ଏହାଛଡା ନିକଟ ଅତୀତରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ଏକ ନିର୍ଦ୍ଦେଶ ଅନୁଯାୟୀ, ସ୍ତ୍ରୀ ଯଦି ସ୍ଵାମୀଙ୍କୁ ତାଙ୍କ ବୃଦ୍ଧ ପିତାମାତାଙ୍କ ଠାରୁ ଅଲଗା ହେବାପାଇଁଁ ବାଧ୍ୟ କରୁଥାଏ, ତେବେ ତାହା ମଧ୍ୟ ବିବାହ ବିଚ୍ଛେଦ ନିମନ୍ତେ ଏକ ଯୁକ୍ତିଯୁକ୍ତ କାରଣ ହୋଇପାରିବ ।[୨][୩]
ଉକ୍ତ ଅଧିନିୟମର ଧାରା ୧୩(ଖ) ଅନୁଯାୟୀ ସ୍ଵାମୀ ଏବଂ ସ୍ତ୍ରୀ ପରସ୍ପରର ସମ୍ମତି କ୍ରମେ ବିବାହ ବିଚ୍ଛେଦ ପାଇଁଁ ଆବେଦନ କରିପାରିବେ । ତେବେ ବିବାହର ଅନ୍ତତଃ ଏକବର୍ଷ ପରେ ହିଁଁ ଏଭଳି ଆବେଦନ କରାଯାଇପାରିବ । ଆବେଦନ କରିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ନିମନ୍ତେ ଛଅ ମାସର ବାଧ୍ୟତାମୂଳକ ଅବଧି ଦିଆଯାଇଥାଏ । ଏହି ସମୟ ପରେ ହିଁ ପରସ୍ପର ସମ୍ମତି ସୂଚକ ବିବାହ ବିଚ୍ଛେଦ ବିଚାର କରାଯାଇଥାଏ । ତେବେ ଆବଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହି ଛଅ ମାସ ଅବଧି କମାଇ ଦିଆଯାଇପାରିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।[୪]

ସ୍ଵତନ୍ତ୍ର ବିବାହ ଅଧିନିୟମରେ ବିବାହ ବିଚ୍ଛେଦ

ଉକ୍ତ ଅଧିନିୟମର ଧାରା ୨୭ରେ ବିବାହ ବିଚ୍ଛେଦ ପ୍ରାବଧାନ ରହିଛି । ବିବାହ ବିଚ୍ଛେଦ ନିମନ୍ତେ ଆବେଦନ ନିମନ୍ତେ ଯେଉଁଁସବୁ ଆଇନଗତ କାରଣ ଅନିବାର୍ଯ୍ୟ, ସେଗୁଡିକ ହେଉଛି;

  • ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଜଣେ ଅନ୍ୟପ୍ରତି ନିଷ୍ଠୁରତା ଆଚରଣ,
  • ବିବାହ ପରେ ଇଚ୍ଛାକୃତ ଭାବେ ଅନ୍ୟ ସ୍ତ୍ରୀ କିମ୍ବା ପୁରୁଷ ସହ ବ୍ୟଭିଚାରରେ ଲିପ୍ତ ହେବା,
  • କମ୍ ସେ କମ୍ ଦୁଇ ବର୍ଷ ପାଇଁଁ ଜୀବନସାଥୀଠାରୁ ଇଚ୍ଛାକୃତ ଭାବେ ଦୂରେଇ ରହିବା,
  • ଚିକିତ୍ସାଦ୍ଵାରା ଭଲ ହୋଇ ପାରୁ ନ ଥିବା ମାନସିକ ରୋଗ,
  • କୁଷ୍ଠ ତଥା ଯୌନରୋଗ ସଂକ୍ରମଣ,
  • ଭାରତୀୟ ଦଣ୍ଡ ସଂହିତା ପ୍ରକାରେ ଏକ ଅପରାଧ ପାଇଁଁ ଦୋଷୀ ସାବ୍ୟସ୍ତ ହୋଇ ଅନ୍ତତଃ ସାତ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ପାଇଁଁ କାରାବଦ୍ଧ ହୋଇଥିବେ
  • ଅନ୍ତତଃ ସାତ ବର୍ଷ ପର୍ଯ୍ୟନ୍ତ ଫେରାର ରହିବା ଇତ୍ୟାଦି

ଉକ୍ତ ଅଧିନିୟମର ଧାରା ୨୮(କ୍) ଅନୁଯାୟୀ ସ୍ଵାମୀ ଏବଂ ସ୍ତ୍ରୀ ପରସ୍ପରର ସମ୍ମତି କ୍ରମେ ବିବାହ ବିଚ୍ଛେଦ ପାଇଁଁ ଆବେଦନ କରିପାରିବେ । ତେବେ ବିବାହର ଅନ୍ତତଃ ଏକବର୍ଷ ପରେ ହିଁଁ ଏଭଳି ଆବେଦନ କରାଯାଇପାରିବ । ଆବେଦନ କରିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଷ୍ପତ୍ତିର ପୁନଃବିଚାର କରିବା ନିମନ୍ତେ ଛଅ ମାସର ବାଧ୍ୟତାମୂଳକ ଅବଧି ଦିଆଯାଇଥାଏ । ଏହି ସମୟ ପରେ ହିଁ ପରସ୍ପର ସମ୍ମତି ସୂଚକ ବିବାହ ବିଚ୍ଛେଦ ବିଚାର କରାଯାଇଥାଏ । ତେବେ ଆବଶ୍ୟକ ସ୍ଥଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହି ଛଅ ମାସ ଅବଧି କମାଇ ଦିଆଯାଇପାରିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ମୁସଲିମ ବ୍ୟକ୍ତିଗତ ଆଇନରେ ବିବାହ ବିଚ୍ଛେଦ

ମୁସଲିମ ବ୍ୟକ୍ତିଗତ ଆଇନ ବିବାହ ବିଚ୍ଛେଦ ପାଇଁ ଯେଉଁ ପ୍ରାବଧାନ ରହିଛି ତଦନୁସାରେ ସ୍ଵାମୀ ତାର ଇଛାନୁସାର ଅର୍ଥାତ କୋଉଣସି ଯୁକ୍ତି ଯୁକ୍ତ କାରଣ ନ ଥାଇ ବି ସ୍ତ୍ରୀକୁ ଛାଡପତ୍ର ଦେଇପାରିବ । ଏ ସମ୍ପର୍କିତ ମୁସଲିମ ଆଇନରେ ବିବାହ ବିଚ୍ଛେଦ ଦୁଇ ପ୍ରକାର ହୋଇପାରିବ, ଯଥା,[୫]

୧) ଜୁଡିସିୟାଲ ବିବାହ ବିଚ୍ଛେଦ

୨) ଏକ୍‌ସ୍ଟ୍ରା ଜୁଡିସିୟାଲ ବିବାହ ବିଚ୍ଛେଦ

ପାର୍ସୀ ଆଇନରେ ବିବାହ ବିଚ୍ଛେଦ

ଉକ୍ତ ଅଧିନିୟମର ଧାରା ୨୭ରେ ବିବାହ ବିଚ୍ଛେଦ ପ୍ରାବଧାନ ରହିଛି । ବିବାହ ବିଚ୍ଛେଦ ନିମନ୍ତେ ଆବେଦନ ନିମନ୍ତେ ଯେଉଁଁସବୁ ଆଇନଗତ କାରଣ ଅନିବାର୍ଯ୍ୟ, ସେଗୁଡିକ ହେଉଛି;

ଆଧାର

  1. "Law Commission of India-75th report" (PDF). Retrieved 15 December 2017.
  2. "Hindu son can divorce wife if she tries to separate him from aged parents". Retrieved 16 December 2017.
  3. "Narendra vs K.Meena on 6 October, 2016". Retrieved 16 December 2017.
  4. "Six Months Waiting Period In Section 13B(2) Of Hindu Marriage Act For Divorce By Mutual Consent Not Mandatory... Read more at: http://www.livelaw.in/six-months-waiting-period-in-section-13b2-of-hindu-marriage-act-for-divorce-by-mutual-consent-not-mandatory/". Retrieved 31 March 2018. {{cite web}}: External link in |title= (help)
  5. "The Concept of Divorce under Muslim Law". Retrieved 17 May 2018.