ହୁବଳି
ହୁବଳି
ಹುಬ್ಬಳ್ಳಿ | |
---|---|
ହୁବଳି | |
Nickname(s): ଛୋଟ ମୁମ୍ବାଇ,[୧] ଯାଆଁଳା ସହର, ହୁବଳି-ଧାରଓ୍ବାଡ଼, ହୁବଳି-ଧାରଓ୍ବାଡ଼ ମହାନଗରୀର କ୍ଷେତ୍ର । | |
ଦେଶ | ଭାରତ |
ରାଜ୍ୟ | କର୍ଣ୍ଣାଟକ |
Government | |
• ମେୟର୍ | ଅଶ୍ୱିନୀ ମାଜଗୀ |
Area | |
• ମହାନଗରୀ | 460.2 km2 (177.7 sq mi) |
Elevation | 671 m (2,201 ft) |
Population (୨୦୧୧) | |
• ମହାନଗରୀ | ୧୮୪୭୦୨୩ |
• Rank | ୧୪ |
• Density | 4,000/km2 (10,000/sq mi) |
• Metro | ୧୩୪୯୫୬୩ |
Time zone | UTC+୦୫:୩୦ (ଆଇ ଏସ୍ ଟି) |
ପିନକୋଡ୍(ସ୍) | ୫୮୦୦୦୧ - ୫୮୦୦୬୪[ଧାରଓ୍ବାଡ଼ ପଶ୍ଚିମ ସୀମା ପର୍ଯ୍ୟନ୍ତ] |
Area code | +୯୧-୮୩୬ |
ଯାନବାହାନ ପଞ୍ଚୀକରଣ | କେଏ ୨୫[ହୁବଳି ମଧ୍ୟାଞ୍ଚଳ],କେଏ ୬୩[ହୁବଳି ପଶ୍ଚିମାଞ୍ଚଳ] |
ଛାଞ୍ଚ:ନଓରାପ୍ | କନ୍ନଡ |
Website | http://www.hdmc.gov.in |
ହୁବଳି ସରକାରୀ ଭାବେ ଯାହା ହୁବାଲୀ ଭାବେ ପରିଚିତ, କର୍ଣ୍ଣାଟକରାଜ୍ୟର ଦ୍ୱିତୀୟ ବୃହତ୍ତମ ସହର । ଭାରତରେ ଦୃତଗତିରେ ବିକାଶ କରୁଥିବା କର୍ଣ୍ଣାଟକ,ଭାରତର ସହରମାନଙ୍କ ମଧ୍ୟରେ ଏହା ଅନ୍ୟତମ । କନ୍ନଡ ଭାଷାରେ ହୁବାଲୀର ଅର୍ଥ ପୁଷ୍ପମୟ ଲତା । ଦୈତ ନଗରୀ ହୁବଳି ଓ ଧାରୱାଡ, ଏକସଙ୍ଗରେ ଯାହାକୁ ହୁବଳି-ଧାରୱାଡ କୁହାଯାଏ, ବେଙ୍ଗାଲୁରୁ ପାରେ କର୍ଣ୍ଣାଟକରର ସର୍ବବୃହତ ସହର । ଧାରଓ୍ବାଡ ପ୍ରଶାସନିକ କ୍ଷେତ୍ରର ମୁଖ୍ୟ କାର୍ଯ୍ୟାଳୟ ହେଲାବେଳେ, ହୁବଳି, ଯାହାକି ଧାରଓ୍ବାଡଠାରୁ ୨0 କିଲୋମିଟର୍ ଦକ୍ଷିଣ-ପୂର୍ବରେ ଅବସ୍ଥିତ, ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବାଣିଜ୍ୟ ଓ ବ୍ୟବସାୟର ମୁଖ୍ୟ କେନ୍ଦ୍ର । ଏଠାରେ ଗ୍ରାମ୍ୟ କୃଷିଭୂମିରେ, ଶସ୍ୟ ଯଥା ତୁଳା, ଗୋଲମରିଚ ଓ ଚିନାବାଦାମ ବହୁଳ ଭାବରେ ଚାଷ କରାଯାଏ ଓ ହୁବଳି ଏହିସବୁ ପଣ୍ୟଦ୍ରବ୍ୟର ମୁଖ୍ୟ ବାଣିକ୍ୟିକ କେନ୍ଦ୍ର । ଏହା ମଧ୍ୟ ଭାରତୀୟ ରେଳର ଏକ ମୁଖ୍ୟ ସହର ଅଟେ, କାରଣ ଏଠାରେ ଦକ୍ଷିଣ-ପଶ୍ଚିମ ରେଳକ୍ଷେତ୍ର ଓ ହୁବଳି ରେଳ ଡିଭିଜନ୍ର ମୁଖ୍ୟ କାର୍ଯ୍ୟାଳୟ ଅଛି । ହୁବଳି ଉତ୍ତର କର୍ଣ୍ଣାଟକର ଏକ ବୃହତ୍ତ ରେଳ ସଂଯୋଗସ୍ଥଳ ଅଟେ । ଏହା ମଧ୍ୟ ଉତ୍ତର ପଶ୍ଚିମ କର୍ଣାଟକ ରାସ୍ତା ପରିବହନ ନିଗମର ମୁଖ୍ୟ କାର୍ଯ୍ୟାଳୟ । ଏଠାରେ ମଧ୍ୟ ବେଙ୍ଗାଲୁରୁ ବାହାରେ ସର୍ବାଧିକ ସରକାରୀ କାର୍ଯ୍ୟାଳୟ ଅଛି । ଦୈତ ନଗରୀ ହୁବଳି-ଧାରୱାଡ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସ୍ମାର୍ଟ ନଗରୀ ଲକ୍ଷ୍ୟରେ, ସ୍ମାର୍ଟ ନଗରୀ ଭାବେ ବିକଶିତ ହେବାକୁ ଥିବା ଶହେ ଭାରତୀୟ ସହର ମଧ୍ୟରେ ସ୍ଥାନ ପାଇଛି । [୩]
ହୁବଳି-ଧାରଓ୍ବାଡ ସୌର ନଗରୀ/ ସବୁଜ ନଗରୀ ପାଇଁ ମଧ୍ୟ ବଛାଯାଇଚି । [୪]
ଇତିହାସ
[ସମ୍ପାଦନା]ରାୟରା ହୁବଳି ଯାହାକୁ, 'ଏଲିୟା ପୂର୍ବଡା ହାଲି' କିମ୍ବା 'ପୂର୍ବାଳି' ମଧ୍ୟ କୁହାଯାଏ, ପୂର୍ବତନ ହୁବଳି ଥିଲା, ଯେଉଁଠାରେ ଭବାନୀ ଶଙ୍କର ମନ୍ଦିର ଓ ଜୈନ ବସ୍ତି ଅଛି । ବିଜୟନଗର ରାୟସ ଅଧୀନରେ, ରାୟରା ହୁବଳି ଏକ ବାଣିଜ୍ୟ କେନ୍ଦ୍ର ରୂପେ ଗଢିଉଠିଲା, ଯାହା ତୁଳା, ଗୋଲମରିଚ ଓ ଲୁହାର ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା । ଆଦିଲସାହିସଙ୍କ ଅଧୀନରେ, ବ୍ରିଟିସମାନେ ଏଠାରେ ଏକ ଗୋଦାମ ଘର ତିଆରି କରିଥିଲା । ୧୬୭୩ ମସିହାରେ ଏହି ଗୋଦାମ ଘରଟି ଶିବାଜୀଙ୍କଦ୍ୱାରା ଲୁଟ ହୋଇଥିଲା । ମୋଗଲମାନେ ରାୟରା ହୁବଳିକୁ ଅଧିକାର କରିଥିଲେ ଓ ସେହିଦିନଠାରୁ ଏହା ସାଭାନୁର ନବାବଙ୍କ ଶାସନ ଅଧୀନରେ ଥିଲା, ଯିଏ ଏଠାରେ ଏକ ନୂଆ ସମ୍ପ୍ରସାରଣ କରି ଏହାର ନାମ ମାଜିଦପୁର ଦେଇଥିଲେ । ପରେ ବ୍ୟବସାୟୀ ବସପ୍ପା ଶେଟ୍ଟାର ରାୟରା ହୁବଳିର ଏକ ଅଂଶ ଦୁର୍ଗାାବେଲ (ମିଦାନ ଦୁର୍ଗା) ଚାରିପଟେ ଏକ ନୂତନ ହୁବଳିର ନିର୍ମାଣ କରିଥିଲେ । ହୁବଳିର ପ୍ରସିଦ୍ଧ ମୂରୁସାଭିରା ମଠ, ବସଭେସ୍ୱରଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିବାର ଦାବି କରାଯାଏ । ୧୭୫୫-୫୬ ମସିହାରେ ହୁବଳି ସାଭାନୁରଙ୍କ ନବାବଙ୍କଠାରୁ ମରାଠା ମାନଙ୍କଦ୍ୱାରା ଅକ୍ତିଆର କାରାଯାଇଥିଲା ।ଏହା ପରେ ହାଇଦର ଅଲ୍ଲୀଙ୍କଦ୍ୱାରା ପୁନର୍ବାର ୧୭୯୦ ମସିହାରେ ଅକ୍ତିଆର କରାଯାଇଥିଲା । ଏହି ସମୟରେ ପୁରୁଣା ସହରଟି ପେଶଓ୍ବାଙ୍କ ଅଧୀନରେ ଫାଡକେ ନାମକ ଜଣେ ବ୍ୟକ୍ତିଙ୍କଦ୍ୱାରା ଓ ନୂଆ ସହରଟି ସାଙ୍ଗଲି ପଟ୍ଟବର୍ଦ୍ଧନଙ୍କ ଅଧୀନରେ ଶାସନ କରାଯାଉଥିଲା । ୧୮୧୭ ମସିହାରେ ବ୍ରିଟିଶମାନେ ପେଶଓ୍ବାଙ୍କଠାରୁ ପୁରୁଣା ହୁବଳିକୁ ନେଇ ଯାଇଥିଲେ । ୧୮୨୦ ମସିହାରେ, ୪୭ଟି ଗ୍ରାମ ସହ ନୂଆ ସହରଟିକୁ ସାଙ୍ଗଲି ପଟ୍ଟବର୍ଦ୍ଧନଙ୍କଦ୍ୱାରା ସାହାଯ୍ୟ ଅର୍ଥରେ ବ୍ରିଟିଶମାନଙ୍କୁ ଦିଆଯାଇଥିଲା । ପରେ ୧୮୮୦ ମସିହାରେ, ବ୍ରିଟିଶମାନେ ରେଳ କାରଖାନା ତିଆରି କଲେ ଓ ଏହା ସହିତ ହୁବଳି ଭାରତର ଏହି ଅଂଶରେ ଏକ ମୁଖ୍ୟ ଶିଳ୍ପାଞ୍ଚଳ ରୂପେ ପରିଣତ ହେଲା ।
ଉଙ୍କଳରେ ଥିବା ଚିତ୍ତାକର୍ଷକ ଚନ୍ଦ୍ରମୁଳେଶ୍ୱର/ ଚତୁର୍ଲିଙ୍ଗ ମନ୍ଦିର, ଚାଲୁକ୍ୟଙ୍କ ରାଜତ୍ୱ ସମୟର । କୁଣ୍ଡଗୋ ଯାହା, ହୁବଳିର 15 କିମି ଦକ୍ଷିଣରେ ଅଛି, ସେଠାରେ ଚାଲୁକ୍ୟଙ୍କ ସମୟର ବୃହତ୍ତ ଶମ୍ଭୁ ଲିଙ୍ଗ ମନ୍ଦିର ଅଛି ।[୫]
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜଙ୍ଗଣନା ଅନୁଯାୟୀ ହୁବଳି-ଧାରଓ୍ବାଡର ଜନସଂଖ୍ୟା ୧,୩୪୯,୫୬୩ ।[୬] ହୁବଳି-ଧାରଓ୍ବାଡର ଜନସଂଖ୍ୟା ୧୯୮୧ରୁ ୧୯୯୧ ମସିହା ମଧ୍ୟରେ ୨୨.୯୯% ବୃଦ୍ଧି ପାଇ ୫୨୭,୧୦୮ରୁ ୬୪୮,୨୯୮କୁ ଓ ୧୯୯୧ରୁ ୨୦୦୧ ମସିହା ମଧ୍ୟରେ ୨୧.୨% ବୃଦ୍ଧି ପାଇଛି । ଏହି ନିଗମଟି ୨୦୨ କିମି ଅଞ୍ଚଳ ଅଧିକାର କରିଛି ।2 କର୍ଣ୍ଣାଟକରା ଏହା ଦ୍ୱିତୀୟ ସର୍ବବୃହତ ଓ ଦ୍ୱିତୀୟ ସର୍ବାଧିକ ଜନବହୁଳ ସହର । ଏହାର ଜନସଂଖ୍ୟା ୨ ଲକ୍ଷରୁ ଅଧିକ, ଯାହା ବେଙ୍ଗାଲୁରୁ ପରେ କର୍ଣ୍ଣାଟକରେ ଦ୍ୱିତୀୟ । ହୁବୁଳିର ଲୋକାମାନେ କଥାବାର୍ଟାରେ ବହୁଳ ଭାବେ କନ୍ନଡ ବ୍ୟବହାର କରିଥାନ୍ତି ।
ଜଳବାୟୁ
[ସମ୍ପାଦନା]ହୁବଳି-ଧାରୱାଡର ଜଳବାୟୁ କ୍ରାନ୍ତୀୟ ଆର୍ଦ୍ର ଓ ଶୁଷ୍କ ଜଳବାୟୁ ଅଟେ । ଗ୍ରୀଷ୍ମ ଗରମ ଓ ଶୁଷ୍କ ଏବଂ ଫେବୃଆରୀର ଶେଷଭାଗରୁ ଜୁନର ଆରମ୍ଭ ପର୍ଯ୍ୟନ୍ତ ଏହା ଲାଗି ରହିଥାଏ । ଏହା ମଦ୍ଧମ ତାପମାତ୍ରା ଓ ବହୁଳ ପରିମାଣରେ ଅଧଃପାତ ସହ ମୌସୁମୀ ଋତୁର ପରେ ପରେ ଆସିଥାଏ । ଅକ୍ଟୋବର ଶେଷରୁ ଫେବୃଅରୀର ଆରମ୍ଭ ପର୍ଯ୍ୟନ୍ତ, ପ୍ରାୟତଃ ବିନା ବର୍ଷାରେ, ତାପମାତ୍ରା ମଦ୍ଧମ ଧରଣର ରହିଥାଏ । ହୁବଳି ଏମ୍.ଏସ୍.ଏଲ୍.ର ୬୪୦ ମି ଉଚ୍ଚରେ ଅବସ୍ଥିତ । ବାର୍ଷିକ ହାରାହାରି ବୃଷ୍ଟିପାତ ୮୩୮ ମିମି ।[୭]
Climate data for ହୁବଳି | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
Average high °C (°F) | 29.1 (84.4) |
31.7 (89.1) |
34.5 (94.1) |
36 (97) |
34.5 (94.1) |
28.2 (82.8) |
25.9 (78.6) |
25.6 (78.1) |
27.7 (81.9) |
29.2 (84.6) |
28.7 (83.7) |
28.2 (82.8) |
29.94 (85.93) |
Average low °C (°F) | 14.5 (58.1) |
15.7 (60.3) |
18.6 (65.5) |
22 (72) |
22 (72) |
20.9 (69.6) |
20.9 (69.6) |
20.2 (68.4) |
19.6 (67.3) |
18.8 (65.8) |
16.5 (61.7) |
14.3 (57.7) |
18.67 (65.67) |
Average rainfall mm (inches) | 0 (0) |
0 (0) |
10 (0.39) |
40 (1.57) |
60 (2.36) |
150 (5.91) |
210 (8.27) |
200 (7.87) |
110 (4.33) |
60 (2.36) |
30 (1.18) |
0 (0) |
870 (34.24) |
Source: source=YR |
ହୁବଳି-ଧାରଓ୍ବାଡ଼ ପୌରାଞ୍ଚଳ
[ସମ୍ପାଦନା]ହୁବଳି-ଧାରଓ୍ବାଡ଼ ପୌରାଞ୍ଚଳ ୧୯୬୨ ମସିହାରେ ୨୦ କିମି ଦୂରତାରେ ଥିବା ଦୁଇଟି ସହରକୁ ମିଶାଯାଇ କରାଯାଇଥିଲା । ଏହି ପୌରାଞ୍ଚଳ 202.3 km2 ତଥା ୪୫ଟି ଗ୍ରାମର ଅଞ୍ଚଳରେ ପରିବ୍ୟାପ୍ତ ଏବଂ କର୍ଣ୍ଣାଟକରେ ଏହା ବେଙ୍ଗାଲୁରୁ ପରେ ଦ୍ୱିତୀୟ ସର୍ବବୃହତ ସହର । ୧୯୯୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ୭ ଲକ୍ଷ ଥିଲା । ବର୍ତ୍ତମାନର ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ ।ହୁବଳି ପୌରାଞ୍ଚଳ 'ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ' ୧୮୫୦ ଅଧୀନରେ ତିଆରି କରାଯାଇଥିଲା ଓ ଧାରଓ୍ବାଡ଼ ପୌରାଞ୍ଚଳ ୧୮୫୬ ମସିହା ଜାନୁଆରୀ ମାସରେ ତିଆରି କରାଯାଇଥିଲା । ପରେ ଉଭୟ ମିଶି ଯାଇଥିଲେ ଓ ରାଜଧାନୀ ସହର ବେଙ୍ଗାଲୁରୁ ପରେ ଏହା ରାଜ୍ୟର ବୃହତ୍ତମ ପୌରାଞ୍ଚଳ ।[୮][୮]
ଅର୍ଥନୀତି
[ସମ୍ପାଦନା]ହୁବଳି କର୍ଣ୍ଣଟକର ବାଣିଜ୍ୟ କେନ୍ଦ୍ର ଏବଂ ଏଠାରେ ୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ରହିଛି ।[୯] ଭାରତ ସରକାର ପୁନେ-ବେଙ୍ଗାଲୁରୁ ରାସ୍ତାରେ ଏକ ସଫ୍ଟଓ୍ବେର ପ୍ରଯୁକ୍ତିବିଦ୍ୟା ପାର୍କ, ଭାରତ ଏବଂ ହୁବଳିର ନାଭାନଗର ଅଞ୍ଚଳରେ ଆର୍ଯ୍ୟଭଟ୍ଟ ପ୍ରଯୁକ୍ତିବିଦ୍ୟା ପାର୍କ ତିଆରି କରିଛନ୍ତି । ଏହି ସହରଟି ମଲନାଡ ଓ ଡେକାନ ମାଳଭୂମିର ସୀମାରେ ଅବସ୍ଥିତ । ମଲନାଡ, ଏହାର ଜଙ୍ଗଲ ଓ ଜଙ୍ଗଲ ଉପରେ ଆଧାରିତ ଶିଳ୍ପ ପାଇଁ ପ୍ରସିଦ୍ଧ । ଏହାର ଅନ୍ୟ ତିନୋଟି ଦିଗ କୃଷିଜାତ ଦ୍ରବ୍ୟ ଯଥା କପା, ଚିନାବାଦାମ ଓ ତୈଳବୀଜ ଏବଂ ମାଙ୍ଗାନିଜ ଓ ଗ୍ରାନାଇଟ ପାଇଁ ପ୍ରସିଦ୍ଧ । ଏହି ସହରରେ ଭାରତୀୟ ରେଳଦ୍ୱାରା ପ୍ରତିଷ୍ଠିତ ନୂତନ ପିଢିର ଡିଜେଲ ଇଞିନ କାରଖାନା, ଏହି ଅଞ୍ଚଳରେ ଶିଳ୍ପର ଉନ୍ନତି ପାଇଁ ଏକ ବୃହତ ଘଟଣା ଥିଲା, କାରଣ ଏହା ଭାରତୀୟ ରେଳ ଇତିହାସରେ ପ୍ରଥମ ଥିଲା । ହୁବଳିର ଏହି ଡିଜେଲ ଇଞିନ କାରଖାନା ୧୮୮୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଏବଂ ଭାରତରେ ଏହା ଇ ଏମ୍ ଡି ଇଞିନର ସର୍ବବୃହତ ଧାରକ । ହୁବଳିର ଆମାରଗୋଲରେ ଥିବା କୃଷି ଜାତୀୟ ଦ୍ରବ୍ୟର ବଜାର ଏସିଆର ସର୍ବବୃହତ ଓ ହୁବଳିର କପା ବଜାର ଭାରତର ସର୍ବବୃହତ ।
ଆଧାର
[ସମ୍ପାଦନା]- ↑ Raggi Mudde. "Hubli – The Commercial Hub Explored". Karnataka.com.
- ↑ "Dharwad District Population Census 2011, Karnataka literacy sex ratio and density".
- ↑ http://www.firstpost.com/business/why-only-98-cities-instead-of-100-announced-all-questions-answered-about-smart-cities-project-2410576.html
- ↑ "Ministry of New and Renewable Energy - Solar / Green Cities". mnre.gov.in. Retrieved 2016-03-14.
- ↑ New City, Names to Karnatka. "New name for cities". The Hindu. Retrieved 1 November 2014.
- ↑ [୧]
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2013-06-13. Retrieved 2016-04-02.
{{cite web}}
: Cite has empty unknown parameter:|1=
(help) - ↑ ୮.୦ ୮.୧ "ଆର୍କାଇଭ୍ କପି". Archived from the original on 2012-04-20. Retrieved 2016-04-08.
{{cite web}}
: Cite has empty unknown parameter:|1=
(help) - ↑ "'Twin cities emerging as SME hub'". The Times of India. Archived from the original on 2014-02-15. Retrieved 2016-04-08.
ବାହାର ତଥ୍ୟ
[ସମ୍ପାଦନା]- Hubli - Dharwad Municipal Corporation
- ହୁବଳି at Curlie