ହିଞ୍ଜଳ

ଉଇକିପିଡ଼ିଆ ରୁ
ହିଞ୍ଜଳ
ହିଞ୍ଜଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Asterids
ଗଣ: Ericales
କୁଳ: Lecythidaceae
ପ୍ରଜାତି: Barringtonia
ଜାତି: B. acutangula
ବାଇନୋମିଆଲ ନାଆଁ
Barringtonia acutangula
(L.) Gaertn.

ହିଞ୍ଜଳ ପାଣି କୂଳରେ ଜନ୍ମିଥାଏ । ପତ୍ର ଗୁଡିକ ଅଳ୍ପ ନାଲି ହୋଇଥାଏ । ଏହାର ଫଳ, ଡେମ୍ଫ, ଏପରିକି ଫୁଲ ମଧ୍ୟ ହାତେ ଦେଢହାତେ ଲମ୍ବର ହୋଇ ଓହଳିଥାଏ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ହିଞ୍ଜଳ
ସଂସ୍କୃତ ଇଜ୍ଜକ, ହିଞ୍ଜଳ, ନିଚୂଳ ଓ କ୍ଷତମାରୀ
ହିନ୍ଦୀ ସମୁଦର
ତେଲୁଗୁ ଇର୍ଜ୍ଜୁନାମ ଚେଟ୍ଟୁ
ବଙ୍ଗଳା ହିଜ୍ଜଲ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁଯୁକ୍ତ କଷାୟରସ, ମଳ ରୋଧକ, କଫପିତ୍ତକାରକ, ଶୀତବୀର୍ଯ୍ୟ, ସ୍ନିଗ୍ଧ, ଗୁରୁପାକ ଓ ରକ୍ତ ରୋଧକ ଅଟେ। ମାତ୍ରା ଅଧ ଭରିରୁ ଏକ ଭରି ।

ବ୍ୟବହାର[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧୀୟ କାମରେ ଲାଗେ । ଏହା ବାୟୁ, ବ୍ରଣ, କ୍ଷତ, ଦନ୍ତରୋଗ, ଜିହ୍ୱାକ୍ଷତ ଆଦିରେ ଉପକାରୀ ସିଦ୍ଧ ହୋଇଥାଏ। ଏହାର ଛେଲିକୁ ପାଣିଲେ ସିଝାଇ ଉଷୁମ ଉଷୁମ କୁଳିକଲେ ଦନ୍ତକ୍ଷତ ନିବାରିତ ହୁଏ। ପତ୍ରକୁ ଗାଈଘିଅରେ ଭାଜି ସେକ ଦେଲେ ଅର୍ଶର ବିନ୍ଧା ଛିଟିକା ଭଲ ହୁଏ । ଏହାର ଛେଲିକୁ ଶୁଖାଇ ଚୂର୍ଣ୍ଣ କରି ତାକୁ ଯେ କୌଣସି ଘାଆରେ ପକାଇଲେ ତାହା ଶୀଘ୍ର ଶୁଖିଯାଏ । ଅତିସାର ଓ ରକ୍ତାତିସାରରେ ଏହାର ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଏ । ଏହାର କୋମଳ ପତ୍ର ସହିତ ଗୋଲ ମରିଚ ବାଟି ଲେପଦେଲେ, ବଥ, ବାଗୀ, ବାଳମୂଳିଆ ଆଦି ଭଲ ହୁଏ । ପିରାମାନଙ୍କ କୃମିରେ ଏହାର ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଏ। ଚର୍ମ ରୋଗପାଇଁ ଏହାର ମଞ୍ଜି ଓ ଯବଧାନର ଚୂର୍ଣ୍ଣକୁ ଗାଈଘିଅରେ ମନ୍ଥି ମଲମ ତିଆରି କରି ପ୍ରୟୋଗ କରାଯାଏ । ଏହାର ପତ୍ରର ରସ ସହିତ ହଳଦୀ ବାଟି ପ୍ରଲେପ ଦେଲେ, ମଶା, ଛାରପୋକ, ପିମ୍ପୁଡି କାମୁଡା ଜନିତ କୁଣ୍ଡିଆ ଓ ଚର୍ମରୋଗ ଦୂର ହୁଏ । ଏହାର ପତ୍ର ରସ ସହିତ ପିତା ନଳିତା ମଞ୍ଜି ଓ ବାସଙ୍ଗ ଛେଲିକୁ ବାଟି ଗୋରୁଙ୍କ ଦେହରେ ଲେପଦେଲେ, ସେମାନଙ୍କ ଦେହରୁ ସବୁପ୍ରକାର କୀଟ ଦୂର ହୋଇଥାନ୍ତି ।

ଚିତ୍ରାବଳୀ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ