ସୌଦାମିନୀ ମିଶ୍ର

ଉଇକିପିଡ଼ିଆ‌ରୁ
ସୌଦାମିନୀ ମିଶ୍ର
ଜନ୍ମ
ସୌଦାମିନୀ ମିଶ୍ର

ପ୍ରଫେସରପଡ଼ା, କଟକ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଅଭିନେତ୍ରୀ ଓ ପ୍ରଯୋଜିକା
ବୈବାହିକ-ସାଥୀନିରଞ୍ଜନ ଶତପଥୀ

ସୌଦାମିନୀ ମିଶ୍ର, ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ।[୧] ଓଡ଼ିଆ ଚଳଚ୍ଚିତ୍ର ବ୍ୟତିତ ସେ ହିନ୍ଦୀ ଚଳଚ୍ଚିତ୍ର, ବୃତ୍ତଚିତ୍ର ତଥା ଟେଲିଭିଜନ ଶିଳ୍ପ ସହିତ ମଧ୍ୟ ଜଡ଼ିତ ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ସୌଦାମିନୀ କଟକର ପ୍ରଫେସରପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେ, ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଥିଲେ । ତାଙ୍କରି ନାମ ଅନୁସାରେ, ସେ ରହୁଥିବା ଅଞ୍ଚଳର ନାମ ପ୍ରଫେସରପଡ଼ା ପଡିଥିଲା । ଯୌଥ ପରିବାରରେ ବଢିଥିବା ସୌଦାମିନୀ ୪ବର୍ଷ ବୟସରେ କଟକର କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷାରମ୍ଭ କରିଥିଲେ । ସେଠାରେ ଗୁରୁ କେଳୁଚରଣ ମହାପାତ୍ରମାୟାଧର ରାଉତଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ ଓ ସେ ଓଡ଼ିଶୀ ନୃତ୍ୟରେ ଏମ.ଏ କରିଥିଲେ । ସେ ବୋର୍ଡ଼ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଧୀର ବିଶ୍ୱାଳ, ସୌଦାମିନୀଙ୍କ ନୃତ୍ୟରେ ବିଭୋର ହୋଇ ସୌଦାମିନୀଙ୍କୁ କିଏ କାହାର ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେତେବେଳକୁ ସୌଦାମିନୀ ଦଶମ ଶ୍ରେଣୀରେ ପଢୁଥିଲେ ଓ ବିବାହ କରିନଥିଲେ । ଜେଜେମା ଅରାଜି ହେବାରୁ ସୌଦାମିନୀ ସେ ପ୍ରସ୍ତାବକୁ ଅଗ୍ରାହ କରିଥିଲେ । ବିବାହ ପରେ, ପୁନର୍ବାର ସେହି ପ୍ରସ୍ତାବ ମିଳିବାରୁ, ସୌଦାମିନୀ ରାଜି ହୋଇଥିଲେ । ଏହି ଚଳଚ୍ଚିତ୍ରଟି ୧୯୬୮ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା । ଏହାପରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ନିଶାନା ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କଳାହାଣ୍ଡି ନାମକ ବୃତ୍ତଚିତ୍ର ନିର୍ମାଣ କରିଥିଲେ, ଯାହା ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲା ।[୨] ଦୂରଦର୍ଶନରେ, ସେ ତୁଳସୀ ନାମକ ଧାରାବାହିକରେ ଅଭିନୟ କରିଥିଲେ । କଳିଙ୍ଗ ଷ୍ଟୁଡିଓର ସ୍କ୍ରିପ୍ଟ କମିଟିର ସଦସ୍ୟ ମଧ୍ୟ ରହିଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-national/tp-otherstates/nostalgic-moments-for-film-lovers/article4001411.ece
  2. http://pib.nic.in/archieve/lreleng/lyr2002/rjul2002/26072002/r2607200224d.html
  3. "ଆର୍କାଇଭ୍ କପି". ସିନେ ସମ୍ବାଦ ୨୯/୧୦/୨୦୧୫ ପୃଷ୍ଠା ୧୩. Archived from the original on 4 March 2016. Retrieved 30 October 2015. {{cite news}}: Cite has empty unknown parameter: |1= (help)

ଅଧିକ ତଥ୍ୟ[ସମ୍ପାଦନା]