ସେପ୍ସିସ

ଉଇକିପିଡ଼ିଆ‌ରୁ
Sepsis
Blood culture bottles: orange label for anaerobes, blue label for aerobes, and yellow label for pediatrics
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A40. A41.
ଆଇସିଡ଼ି-୯-ସିଏମ୍995.91
ରୋଗ ଡାଟାବେସ11960
ମେଡ଼ିସିନ-ପ୍ଲସ000666
Patient UKସେପ୍ସିସ
MeSHD018805
ସେପ୍ସିସ ଭିଡିଓ

ରକ୍ତ ପୂତିତା ବା ସେପ୍ସିସ, ଏକ ସଂକ୍ରମଣ ଜନିତ ଶରୀରବ୍ୟାପୀ ପ୍ରଦାହ[୧] ସାଧାରଣ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର, ଦୃତ ହୃତ୍‌ସ୍ପନ୍ଦନ ହାର, ଦୃତ ଶ୍ୱାସକ୍ରିୟା ହାରଦ୍ୱିଧାଗ୍ରସ୍ତ ଉଲ୍ଲେଖନୀୟ । [୨] ଏହା ସ‌ହିତ ନିର୍ଦ୍ଦିଷ୍ଟ ସଂକ୍ରମଣର ଲକ୍ଷଣ ଥାଏ ଯେପରିକି ନିମୋନିଆ ସ‌ହିତ କାଶ କିମ୍ବା ବୃକ୍‌କ ସଂକ୍ରମଣ ସ‌ହିତ କଷ୍ଟଦାୟକ ମୂତ୍ରତ୍ୟାଗ । ଅଳ୍ପ ବୟସର ଯୁବକ, ବୃଦ୍ଧ ଓ ଦୂର୍ବଳ ଇମ୍ମ୍ୟୁନିଟିଗ୍ରସ୍ତ ଲୋକଙ୍କର କୌଣସି ନିର୍ଦ୍ଦିଷ୍ଟ ସଂକ୍ରମଣ ଲକ୍ଷଣ ଦେଖାଯାଇ ନ ପାରେ ତ‌ଥା ଦେହ ଉତ୍ତାପ ବେଶୀ ବଦଳରେ କମ୍ ରହେ । [୩] ସାଂଘାତିକ ସେପ୍ସିସ କୁହାଯାଏ ଯେତେବେଳେ ତାହାଦ୍ୱାରା ଦୂର୍ବଳ ଅଙ୍ଗ କାର୍ଯ୍ୟକାରୀତା ଥାଏ ଓ ସ୍ୱଳ୍ପ ରକ୍ତ ପ୍ରବାହ ହୁଏ । ନିମ୍ନ ରକ୍ତଚାପ, ରକ୍ତ ଲାକ୍ଟେଟ୍ ଆଧିକ୍ୟ କିମ୍ବା ସ୍ୱଳ୍ପ ମୂତ୍ରତ୍ୟାଗ ଇତ୍ୟାଦି ଲକ୍ଷଣମାନ ସ୍ୱଳ୍ପ ରକ୍ତ ପ୍ରବାହର ପ୍ରମାଣ ଦିଏ । ଯୁକ୍ତିସମ୍ମତ ଶୀରାମାଧମ ତରଳ ପଦାର୍ଥ ଦେବା ପରେ କୌଣସି ଉନ୍ନତି ନ ହେଲେ ସେପ୍ଟିକ୍ ସକ୍ କୁହାଯାଏ ।[୧]

ସଂକ୍ରମଣଦ୍ୱାରା ଇମ୍ମ୍ୟୁନ୍ ପ୍ରତିକ୍ରିୟା ପ୍ରଭାବିତ ହୋଇ ସେପ୍ସିସ କରାଏ । [୩][୪] ଅଧିକାଂଶ ସମୟରେ ଜୀବାଣୁ ଏହାର କାରଣ ହେଲେ ମଧ୍ୟ କବକ ବା ଫିମ୍ପି, ଭୁତାଣୁ ଓ ପରଜୀବୀମାନେ ମଧ୍ୟ ଏହାର କାରଣ ହୋଇ ପାରନ୍ତି । [୩] ଫୁସ୍‌ଫୁସ୍, ମସ୍ତିଷ୍କ, ମୁତ୍ର ପ୍ରଣାଳୀ, ଚର୍ମଉଦର ଏହି ରୋଗର ପ୍ରାଥମିକ ସଂକ୍ରମଣ ସ୍ଥାନ । ଅଳ୍ପ ବୟସ ବା ବୃଦ୍ଧ, ମଧୁମେହ କିମ୍ବା କର୍କଟ ଯୋଗୁ ଦୂର୍ବଳ ଇମ୍ମ୍ୟୁନ ପ୍ରଣାଳୀ ହୋଇଥିଲେ ଓ ବଡ଼ ଆଘାତ କିମ୍ବା ଦଗ୍ଧ ଯୋଗୁ ଏହି ରୋଗ ସଙ୍କଟ ଅଧିକ ହୁଏ । [୨] ଶାରୀରିକ ପ୍ରଦାହ ପ୍ରତିକ୍ରିୟା ସିଣ୍ଡ୍ରୋମ୍(SIRS) କୃତ ମାନ‌ଦଣ୍ଡରୁ ଅତି କମ୍‌ରେ ଦୁଇଟି ହେଲେ ଏହି ରୋଗ ସଂକ୍ରମଣ ଜନିତ ବୋଲି ନିର୍ଣ୍ଣୟ କରାଯାଇପାରେ । ଆଣ୍ଟବାୟୋଟିକ ଦେବା ପୂର୍ବରୁ ରକ୍ତ କଲ୍‌ଚର୍ କରିବାକୁ ସୁପାରିସ୍ କରାଯାଏ; କିନ୍ତୁ ରୋଗ ନିର୍ଣ୍ଣୟ ପାଇଁ ରକ୍ତ ସଂକ୍ରମଣ ଅନାବଶ୍ୟକ । [୩] ସଂକ୍ରମଣ ଅବସ୍ଥାନ ଚିହ୍ନଟ ନିମନ୍ତେ ମେଡିକାଲ ଇମେଜିଙ୍ଗ କରିବା ଆବଶ୍ୟକ । [୧] ସଦୃଶ ଲକ୍ଷଣ ଓ ଚିହ୍ନ ଅନ୍ୟ ରୋଗ ଯଥା ଆନାଫାଇଲାକ୍‌ସିସ୍, ଆଡ୍ରେନାଲ ଅଭାବ, ସ୍ୱଳ୍ପ ରକ୍ତ ଭଲ୍ୟୁମ୍, ହୃଦ୍‌ପାତ, ପଲ୍‌ମୋନାରି ଏମ୍ବୋଲିଜ୍ମରେ ଦେଖାଯାଏ । [୩]

ସେପ୍ସିସ୍ ରୋଗ ସାଧାରଣତଃ ଶୀରାମାଧ୍ୟମ ତରଳ ପଦାର୍ଥଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ଅନେକ ସମୟରେ ରୋଗୀଙ୍କୁ ଇଣ୍ଟେନ୍‌ସିଭ୍ କେୟାର ୟୁନିଟରେ ରଖାଯାଏ । ରକ୍ତଚାପ ଅନୁରକ୍ଷଣ କରିବା ପାଇଁ ତରଳ ପଦାର୍ଥ ପ୍ରତିସ୍ଥାପନ ଯଥେଷ୍ଟ ନ ହେଲେ ଚାପ ବୃଦ୍ଧିକାରୀ ଔଷଧ ଦିଆଯାଏ । ଫୁସ୍‌ଫୁସ୍ ଓ ବୃକ୍‌କ ଅଙ୍ଗମାନଙ୍କ କାର୍ଯ୍ୟକୁ ସାହାଯ୍ୟ କରିବା ନିମନ୍ତେ ଯଥାକ୍ରମେ ମେକାନିକାଲ ଭେଣ୍ଟିଲେସନଡାଏଲିସିସ ଆବଶ୍ୟକ ହୋଇପାରେ । [୨] ଚିକିତ୍ସା ଗାଇଡ଼ କରିବା ନିମନ୍ତେ କେନ୍ଦ୍ରୀୟ ଶୀରା କାଥେଟର (central venous catheter) ଓ ଧମନୀ କାଥେଟର (arterial catheter) ଦିଆଯାଇ ପାରେ । ଅନ୍ୟ ପରିମାପ ଯେପରିକି କାର୍ଡ଼ିଆକ୍ ଆଉଟ୍‌ପୁଟ୍ସୁପିରିଅର ଭେନା କାଭା ଅମ୍ଳଜାନ ସାଚୁରେସନ୍ ବ୍ୟବ‌ହାର କରାଯାଇପାରେ । ସେପ୍ସିସ୍ ରୋଗୀ ଡିପ ଭେନ ଥ୍ରୋମ୍ବୋସିସ୍, ସ୍ଟ୍ରେସ୍ ଘାଆ, ଚାପ ଘାଆ ଭଳି ଅବସ୍ଥାମାନଙ୍କର ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ କରିପାରେ ଯଦି ଅନ୍ୟ କୌଣସି ଅବସ୍ଥା ତାହା ରୋକୁ ନ ଥାଏ । ଅନେକ ରୋଗୀ ଇନସୁଲିନ (ଔଷଧ) ନେଇ ରକ୍ତ ଶର୍କରା ନିୟନ୍ତ୍ରଣ କଲେ ଉପକୃତ ହୁଅନ୍ତି । [୧] କର୍ଟିକୋସ୍ଟିରଏଡ୍ ବ୍ୟବ‌ହାରରେ ମତୈକ ନାହିଁ । [୫] ସାଂଘାତିକ ସେପ୍ସିସ୍ ନିମନ୍ତେ ଦିଆଯାଉଥିବା ଆକ୍ଟିଭେଟେଡ୍ ଡ୍ରୋଟ୍ରେକୋଗିନ୍ (Activated drotrecogin alfa) କିଛି ଉପକାରୀ ନ ଥିବା ଜଣାଯାଏ ଓ ଏହା ୨୦୧୧ ମସିହାରୁ ବଜାରରୁ କାଢ଼ି ନିଆଯାଇଛି । [୬]

ଆଂଶିକ ଭାବେ ରୋଗର ଗମ୍ଭୀରତା ଉପରେ ଫଳାଫଳ ମୃତ୍ୟୁହାର ୩୦ % ହୋଇପାରେ, ସାଙ୍ଘାତିକ ଥିଲେ ୫୦ % ଓ ସେପ୍ଟିକ୍ ସକ୍ ଥିଲେ ୮୦ % ହୁଏ । [୭] ବିକାଶଶୀଳ ଦେଶମାନଙ୍କରୁ ତ‌ଥ୍ୟ ହାସଲ ନ ହେବା କାରଣରୁ ପୃଥିବୀର ସମୁଦାୟ ରୋଗୀ ସଂଖ୍ୟା ଜଣାଯାଇପାରୁ ନାହିଁ । [୭] ହିସାବରୁ ଜଣାଯାଏ ନିୟୁତ ନିୟୁତ ଲୋକ ପ୍ରତିବର୍ଷ ଏହି ରୋଗ ଭୋଗନ୍ତି । [୧] ବିକାଶଶୀଳ ଦେଶମାନଙ୍କରେ ପ୍ରତି ବର୍ଷ ଏକ ହଜାରରେ ପ୍ରାୟ 0.୨ରୁ ୩ ଲୋକ ଏହି ରୋଗ ଭୋଗନ୍ତି ଓ ଆମେରିକାରେ ପ୍ରାୟ ଏକ ନିୟୁତ ଲୋକ ଭୋଗନ୍ତି । [୭][୮] ଏହି ରୋଗାକ୍ରାନ୍ତ ଲୋକଙ୍କ ହାର ବଢ଼ୁଛି । [୧] ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ରୋଗ ହୁଏ । [୩] ସେପ୍ଟିସେମିଆ, ଅଣୁଜୀବଦ୍ୱାରା ରକ୍ତ ବିଷାକ୍ତ ହେବା ଇତ୍ୟାଦି ଧାରଣା ଆଉ ନାହିଁ ଓ ବଦଳି ଯାଇଛି । [୯][୧୦]ଏହି ରୋଗର ବର୍ଣ୍ଣନା ହିପୋକ୍ରେଟଙ୍କ କାଳରୁ ଲେଖା ଅଛି । [୧୦]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Surviving Sepsis Campaign Guidelines Committee including The Pediatric Subgroup; Dellinger, RP; Levy, MM; Rhodes, A; Annane, D; Gerlach, H; Opal, SM; Sevransky, JE; Sprung, CL; Douglas, IS; Jaeschke, R; Osborn, TM; Nunnally, ME; Townsend, SR; Reinhart, K; Kleinpell, RM; Angus, DC; Deutschman, CS; Machado, FR; Rubenfeld, GD; Webb, S; Beale, RJ; Vincent, J-L; Moreno, R (2013). "Surviving Sepsis Campaign: International guidelines for management of severe sepsis and septic shock: 2012" (PDF). Critical Care Medicine. 41 (2): 580–637. doi:10.1097/CCM.0b013e31827e83af. PMID 23353941. Archived from the original (PDF) on 2015-02-02. Retrieved 2015-05-15 – via Surviving Sepsis Campaign. {{cite journal}}: Unknown parameter |displayauthors= ignored (|display-authors= suggested) (help)
  2. ୨.୦ ୨.୧ ୨.୨ "Sepsis Questions and Answers". cdc.gov. [[:en:Centers for Disease Control and Prevention|]] (CDC). May 22, 2014. Retrieved 28 November 2014.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Jui, Jonathan (2011). "Ch. 146: Septic Shock". In Tintinalli, Judith E.; Stapczynski, J. Stephan; Ma, O. John; Cline, David M.; et al. (eds.). Tintinalli's Emergency Medicine: A Comprehensive Study Guide (7th ed.). New York: McGraw-Hill. pp. 1003–14. Retrieved December 11, 2012 – via AccessMedicine. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help); Unknown parameter |subscription= ignored (|url-access= suggested) (help)
  4. Deutschman, CS; Tracey, KJ (April 2014). "Sepsis: Current dogma and new perspectives". Immunity. 40 (4): 463–75. doi:10.1016/j.immuni.2014.04.001. PMID 24745331.
  5. Patel, GP; Balk, RA (January 15, 2012). "Systemic steroids in severe sepsis and septic shock". American Journal of Respiratory and Critical Care Medicine. 185 (2): 133–9. doi:10.1164/rccm.201011-1897CI. PMID 21680949.
  6. Martí-Carvajal, AJ; Solà, I; Lathyris, D; Cardona, AF (March 14, 2012). Martí-Carvajal, Arturo J. (ed.). "Human recombinant activated protein C for severe sepsis". Cochrane Database of Systematic Reviews. 3: CD004388. doi:10.1002/14651858.CD004388.pub5. PMID 22419295.ଛାଞ୍ଚ:Update inline
  7. ୭.୦ ୭.୧ ୭.୨ Jawad, I; Lukšić, I; Rafnsson, SB (June 2012). "Assessing available information on the burden of sepsis: Global estimates of incidence, prevalence and mortality" (PDF). Journal of Global Health. 2 (1): 010404. doi:10.7189/jogh.02.010404 (inactive 2015-02-02). PMC 3484761. PMID 23198133.{{cite journal}}: CS1 maint: DOI inactive as of ଫେବୃଆରୀ 2015 (link)
  8. Martin, GS (June 2012). "Sepsis, severe sepsis and septic shock: Changes in incidence, pathogens and outcomes". Expert Review of Anti-infective Therapy. 10 (6): 701–6. doi:10.1586/eri.12.50. PMC 3488423. PMID 22734959.
  9. Bone, R; Balk, R; Cerra, F; Dellinger, R; Fein, A; Knaus, W; Schein, R; Sibbald, W (1992). "Definitions for sepsis and organ failure and guidelines for the use of innovative therapies in sepsis. The ACCP/SCCM Consensus Conference Committee. American College of Chest Physicians/Society of Critical Care Medicine" (PDF). Chest. 101 (6): 1644–55. doi:10.1378/chest.101.6.1644. PMID 1303622. Archived from the original (PDF) on 2015-03-19. Retrieved 2015-05-15. {{cite journal}}: Unknown parameter |displayauthors= ignored (|display-authors= suggested) (help)
  10. ୧୦.୦ ୧୦.୧ Angus, DC; van der Poll, T (August 29, 2013). "Severe sepsis and septic shock". The New England Journal of Medicine. 369 (9): 840–51. doi:10.1056/NEJMra1208623. PMID 23984731. {{cite journal}}: Unknown parameter |laydate= ignored (help); Unknown parameter |layurl= ignored (help)