ସୁଲଗ୍ନା ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ସୁଲଗ୍ନା ପାଣିଗ୍ରାହୀ
Background information
ଜନ୍ମ୩ ଫେବୃଆରୀ
ବ୍ରହ୍ମପୁର, ଓଡ଼ିଶା
ପେଷାବଲିଉଡ ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୭-ଏବେଯାଏଁ

ସୁଲଗ୍ନା ପାଣିଗ୍ରାହୀ (ଜନ୍ମ:୩ ଫେବୃଆରୀ, ବ୍ରହ୍ମପୁର, ଓଡ଼ିଶା) ଜଣେ ଓଡ଼ିଆ ଏବଂ ଭାରତୀୟ ଟେଲିଭିଜନ ଓ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ[୧] ସେ ଟେଲିଭିଜନ ଧାରାବାହିକ 'ଅମ୍ବରଧାରା'ର ମୁଖ୍ୟ ଚରିତ୍ରରେ ଅଭିନୟ କରି ତାଙ୍କ ଅଭିନୟ ଜୀବନର ଅୟମାରମ୍ଭ କରିଥିଲେ ।

କର୍ମଜୀବନ[ସମ୍ପାଦନା]

ସୁଲଗ୍ନା ଟେଲିଭିଜନ ଧାରାବାହିକ ଅମ୍ବରଧାରାରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେଥିରେ ଧାରା ଚରିତ୍ରରେ ଅଭିନୟ କରିଥିଲେ, ଦୁଇ ଯମଯ ଭଉଣିଙ୍କ ସଂଯୋଗ କାହାଣୀ ଉପରେ ଧାରାବାହିକ ପର୍ଯ୍ୟବସିତ ଥିଲା ।.[୨] ଧାରାବାହିକ ସେପ୍ଟେମ୍ବର ୨୦୦୭ଠାରୁ ମାର୍ଚ୍ଚ ୨୦୦୮ ପର୍ଯ୍ୟନ୍ତ ସୋନି ଏଣ୍ଟର୍ଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହୋଇଥିଲା । ତାଙ୍କର ଦ୍ୱିତିୟ ଧାରାବାହିକ ହେଉଛି "ଦୋ ସହେଲିଆଁ", ଏଥିରେ ସେ ମୈଥେଲି ଚରିତ୍ରାଭିନୟ କରିଥିଲେ । ଏହା ରାଜସ୍ଥାନର ଏକ ଗ୍ରାମର ଦୁଇ ଉତ୍ତମ ବାନ୍ଧବିଙ୍କ କାହାଣୀ ଉପରେ ଧାରାବାହିକ ଆଧାରିତ ।[୩] ମାର୍ଚ୍ଚ ୨୦୧୦ଠାରୁ ଜୁଲାଇ ୨୦୧୦ ପର୍ଯ୍ୟନ୍ତ ଏହା "ଜି ଟିଭି"ରେ ପ୍ରସାରିତ ହୋଇଥିଲା ।[୪] ଏହା ପରେ ସେ ଏକ ଖଳନାୟିକା ଭୁମିକାରେ ଆସିଥିଲେ ଧାରାବାହିକ "ବିଦାୟି"ରେ, ଏଥିରେ ସେ "ସାକ୍ଷୀ" ଚରିତ୍ରରେ ଅଭିନୟ କରିଥିଲେ ।[୫][୬]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବ୍ରହ୍ମପୁରର ସୁଲଗ୍ନା ପାଣିଗ୍ରାହୀ ବିଗତ ୧୦ ବର୍ଷ ହେଲା ସେ ଦିଲ୍ଲୀରେ ବାସ କରୁଥିଲେ । ୨୦୦୭ରୁ ସେ ମୁମ୍ବାଇରେ ରହୁଛନ୍ତି । ଆର୍ମି ପବ୍ଲିକ୍ ସ୍କୁଲ୍, ଧଉଲ କୁଆଁ, ଦିଲ୍ଲୀରୁ ସେ ତାଙ୍କ ଶିକ୍ଷା ସମାପ୍ତ କରିଛନ୍ତି । ତାଙ୍କ ମାତା ଜଣେ ଗୃହିଣି, ପିତା ଭାରତୀୟ ସ୍ଥଳବାହିନୀରେ ଚାକିରି କରନ୍ତି ଏବଂ ସାନ ଭଉଣୀ ଦିଲ୍ଲୀରେ ପଢୁଛନ୍ତି ।

ଟେଲିଭିଜନ ଧାରାବାହିକ[ସମ୍ପାଦନା]

  • ଅମ୍ବର ଧାରା (ଧରା)
  • ଦୋ ସହେଲିଆଁ (ମୈଥିଲୀ)
  • ବିଦାୟି (ସାକ୍ଷୀ ରାଜବଂଶ୍)

ଚଳଚ୍ଚିତ୍ର ଜଗତକୁ ଅବଦାନ[ସମ୍ପାଦନା]

  • ମର୍ଡର ୨ (୨୦୧୧) - ରେଶମା

ଆଧାର[ସମ୍ପାଦନା]

  1. Shukla, Soumil (12 July 2011). "In Conversation with Sulagna Panigrahi". Filmitadka.in. Retrieved 2011-08-10.
  2. "Sulagna Panigrahi: Time for a break". The Times of India. 1 February 2011. Archived from the original on 2012-09-19. Retrieved 2011-08-10.
  3. Chakrabarti, Sujata (10 February 2010). "Caste based storylines on daily soaps find big audience in villages". Daily News and Analysis. Retrieved 2011-08-10.
  4. "Do Saheliyan off air in four months". The Times of India. 8 July 2010. Archived from the original on 2012-09-19. Retrieved 2011-08-10.
  5. "Sulagna Panigrahi to enter Bidaai". Oneindia Entertainment. 2 August 2010. Archived from the original on 14 July 2012. Retrieved 26 January 2011.
  6. TNN (30 July 2010). "Sulagna Panigrahi enters Bidaai". The Times of India. Archived from the original on 2012-09-19. Retrieved 2011-08-10.

ବାହାର ଆଧାର[ସମ୍ପାଦନା]