ସୁଲଗ୍ନା ପାଣିଗ୍ରାହୀ
| ସୁଲଗ୍ନା ପାଣିଗ୍ରାହୀ | |
|---|---|
| ବିବରଣୀ | |
| ଜନ୍ମ | ୩ ଫେବୃଆରୀ ବ୍ରହ୍ମପୁର, ଓଡ଼ିଶା |
| ଜୀବିକା | ବଲିଉଡ ଅଭିନେତ୍ରୀ |
| ଜୀବନ କାଳ | ୨୦୦୭-ଏବେଯାଏଁ |
ସୁଲଗ୍ନା ପାଣିଗ୍ରାହୀ (ଜନ୍ମ:୩ ଫେବୃଆରୀ, ବ୍ରହ୍ମପୁର, ଓଡ଼ିଶା) ଜଣେ ଓଡ଼ିଆ ଏବଂ ଭାରତୀୟ ଟେଲିଭିଜନ ଓ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ । [୧] ସେ ଟେଲିଭିଜନ ଧାରାବାହିକ 'ଅମ୍ବରଧାରା'ର ମୁଖ୍ୟ ଚରିତ୍ରରେ ଅଭିନୟ କରି ତାଙ୍କ ଅଭିନୟ ଜୀବନର ଅୟମାରମ୍ଭ କରିଥିଲେ ।
ବିଷୟସୂଚୀ |
କର୍ମଜୀବନ [ସମ୍ପାଦନା]
ସୁଲଗ୍ନା ଟେଲିଭିଜନ ଧାରାବାହିକ ଅମ୍ବରଧାରା ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେଥିରେ ଧାରା ଚରିତ୍ର ରେ ଅଭିନୟ କରିଥିଲେ, ଦୁଇ ଯମଯ ଭଉଣିଙ୍କ ସଂଯୋଗ କାହାଣୀ ଉପରେ ଧାରାବାହିକ ପର୍ଯ୍ୟବେସିତ ଥିଲା ।.[୨] ଧାରାବାହିକ ସେପ୍ଟେମ୍ବର ୨୦୦୭ ଠାରୁ ମାର୍ଚ୍ଚ ୨୦୦୮ ପର୍ଯ୍ୟନ୍ତ ସୋନି ଏଣ୍ଟର୍ଟେନମେଣ୍ଟ ଟେଲିଭିଜନ ରେ ପ୍ରସାରିତ ହୋଇଥିଲା । ତାଙ୍କର ଦ୍ଵିତିୟ ଧାରାବାହିକ ହେଉଛି "ଦୋ ସହେଲିଆଁ", ଏଥିରେ ସେ ମୈଥେଲି ଚରିତ୍ରାଭିନୟ କରିଥିଲେ । ଏହା ରାଜସ୍ଥାନ ର ଏକ ଗ୍ରାମ ର ଦୁଇ ଉତ୍ତମ ବାନ୍ଧବିଙ୍କ କାହାଣୀ ଉପରେ ଧାରାବାହିକ ଆଧାରିତ ।[୩] ମାର୍ଚ୍ଚ ୨୦୧୦ ଠାରୁ ଜୁଲାଇ ୨୦୧୦ ପର୍ଯ୍ୟନ୍ତ ଏହା "ଜି ଟିଭି" ରେ ପ୍ରସାରିତ ହୋଇଥିଲା ।[୪] ଏହା ପରେ ସେ ଏକ ଖଳନାୟିକା ଭୁମିକା ରେ ଆସିଥିଲେ ଧାରାବାହିକ "ବିଦାୟି"ରେ, ଏଥିରେ ସେ "ସାକ୍ଷୀ" ଚରିତ୍ର ରେ ଅଭିନୟ କରିଥିଲେ ।[୫][୬]
ବ୍ୟକ୍ତିଗତ ଜୀବନ [ସମ୍ପାଦନା]
ଭୁବନେଶ୍ଵର ର ସୁଲଗ୍ନା ପାଣିଗ୍ରାହୀ ବିଗତ ୧୦ ବର୍ଷ ହେଲା ସେ ଦିଲ୍ଲୀ ରେ ବାସ କରୁଥିଲେ । ୨୦୦୭ ରୁ ସେ ମୁମ୍ବାଇରେ ରହୁଛନ୍ତି । ଆର୍ମି ପବ୍ଲିକ୍ ସ୍କୁଲ୍, ଧଉଲ କୁଆଁ, ଦିଲ୍ଲୀରୁ ସେ ତାଙ୍କ ଶିକ୍ଷା ସମାପ୍ତ କରିଛନ୍ତି । ତାଙ୍କ ମାତା ଜଣେ ଗୃହିଣି, ପିତା ଭାରତୀୟ ସ୍ଥଳବାହିନୀ ରେ ଚାକିରି କରନ୍ତି ଏବଂ ସାନ ଭଉଣୀ ଦିଲ୍ଲୀରେ ପଢୁଛନ୍ତି ।
ଟେଲିଭିଜନ ଧାରାବାହିକ [ସମ୍ପାଦନା]
- ଅମ୍ବର ଧାରା (ଧରା)
- ଦୋ ସହେଲିଆଁ (ମୈଥିଲୀ)
- ବିଦାୟି (ସାକ୍ଷୀ ରାଜବଂଶ୍)
ଚଳଚ୍ଚିତ୍ର ଜଗତ କୁ ଅବଦାନ [ସମ୍ପାଦନା]
- ମର୍ଡର ୨ (୨୦୧୧) - ରେଶମା
ଆଧାର [ସମ୍ପାଦନା]
- ↑ Shukla, Soumil (12 July 2011). "In Conversation with Sulagna Panigrahi". Filmitadka.in. http://www.filmitadka.in/interviews/in-conversation-with-sulagna-panigrahi.html. Retrieved 2011-08-10.
- ↑ "Sulagna Panigrahi: Time for a break". The Times of India. 1 February 2011. http://articles.timesofindia.indiatimes.com/2011-02-01/tv/28355736_1_sulagna-panigrahi-tv-actors-entry. Retrieved 2011-08-10.
- ↑ Chakrabarti, Sujata (10 February 2010). "Caste based storylines on daily soaps find big audience in villages". Daily News and Analysis. http://www.dnaindia.com/entertainment/report_caste-based-storylines-on-daily-soaps-find-big-audience-in-villages_1345960. Retrieved 2011-08-10.
- ↑ "Do Saheliyan off air in four months". The Times of India. 8 July 2010. http://articles.timesofindia.indiatimes.com/2010-07-08/tv/28311211_1_show-air-maithili. Retrieved 2011-08-10.
- ↑ "Sulagna Panigrahi to enter Bidaai". Oneindia Entertainment. 2 August 2010. http://entertainment.oneindia.in/television/top-stories/news/2010/sulagna-panigrahi-bidaai-020810.html. Retrieved 26 January 2011.
- ↑ TNN (30 July 2010). "Sulagna Panigrahi enters Bidaai". The Times of India. http://articles.timesofindia.indiatimes.com/2010-07-30/tv/28322132_1_bidaai-sulagna-panigrahi-generation-leap. Retrieved 2011-08-10.
ବାହାର ଆଧାର [ସମ୍ପାଦନା]
- ସୁଲଗ୍ନା ପାଣିଗ୍ରାହୀ (ଇଣ୍ଟରନେଟ ମୁଭି ଡାଟାବେସରେ)