ସୁନ୍ଦରବନ
| ସୁନ୍ଦରବନ* | |
|---|---|
| ଇଉନେସ୍କୋ ସ୍ଥଳୀ | |
|
|
|
| ରାଜ୍ୟ ଦଳ | ବଙ୍ଗଳାଦେଶ ଭାରତ, (ପଶ୍ଚିମବଙ୍ଗ) |
| ପ୍ରକାର | ପ୍ରାକୃତିକ |
| ନିୟମ | ix, x |
| ଆଧାର | 798 |
| ଅଞ୍ଚଳ** | ଏସିଆ |
| ଲେଖ ଇତିହାସ | |
| ଲେଖ | 1997 (21st ଭାଗ) |
| * ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
|
ସୁନ୍ଦରବନ ହେଉଛି ବିଶ୍ଵର ସର୍ବ ବୃହତ ହେନ୍ତାଳ ବନ । ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀର ଅବବାହିକାକୁ ନେଇ ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାକୁ ଲାଗି ବଙ୍ଗୋପସାଗର କୂଳରେ ରହିଛି ୧୦ ହଜାର ବର୍ଗ କି.ମି. ପରିବ୍ୟାପ୍ତ ଏହି ସୁନ୍ଦରବନ । ଭାରତ ଓ ବଙ୍ଗଳାଦେଶ ସୀମାରେ ଅବସ୍ତିତ ଏହି ସୁନ୍ଦରବନକୁ ୟୁନେସ୍କୋ ପକ୍ଷରୁ ବିଶ୍ଵ ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଛି । ସୁନ୍ଦରୀ ଗଛ ବା ବନ ଦେଖିବାକୁ ମିଳୁଥିବାରୁ ଏହାର ନାମ ସୁନ୍ଦରବନ ରଖାଯାଇଛି ବୋଲି କୁହାଯାଏ । ବହୁ ସଂଖ୍ୟାରେ ସୁନ୍ଦରୀ (ହେରିଟୈରା ଫୋମ୍ସ) ଗଛ ଏଠରେ ଦେଖିବାକୁ ମିଳେ । [୧][୨]
ପରିବେଶ[ସମ୍ପାଦନା]
ଏଠାରେ ଉଭୟ ମଧୁର ଜଳ ଓ ଲବଣ ଜଳ ରହିଛି । ଭାରତ ସୀମାକୁ ଲାଗିଥିବା ଅଞ୍ଚଳରେ ଭାଗୀରଥୀ ଓ ହୁଗୁଳି ନଦୀର ଜଳ ପ୍ରବାହିତ ହେଉଥିବା ଯୋଗୁଁ ଏଠାରେ ମଧୁର ଜଳ ରହିଛି ।ଏଠାରେ ଥିବା ହେନ୍ତାଳବନର ଆକାର ୪୨୬୨ ବର୍ଗ କି.ମି ହୋଇଥିବା ବେଳେ ସେଥିରେ ୨୩୨୦ବର୍ଗ କି.ମି. ଜଙ୍ଗଲ ଓ ଅବଶିଷ୍ଟ ଜଳାଶୟ ରହିଛି । ସୁନ୍ଦରବନ ହେଉଛି ନିମ୍ନ ବଙ୍ଗ ଅବବାହିକାର ଏକ ମାତ୍ର ଆବାସସ୍ଥଳୀ । ଏହାର ଆଖପାଖରେ ବହୁ ଲୋକ ବସବାସ କରନ୍ତି ।
ବୃକ୍ଷ ଓ ଜୀବଜନ୍ତୁ[ସମ୍ପାଦନା]
ସୁନ୍ଦରବନ ନ୍ୟାଶନାଲ ପାର୍କ,ବ୍ୟାଘ୍ର ଅଭୟାରଣ୍ୟ ଓ ଜୈବ ମଣ୍ଡଳକୁ ନେଇ ଗଠିତ ıଏଠାରେ ରହିଛି ବିସ୍ତୀର୍ଣ୍ଣ ହେନ୍ତାଳବନ । ୨୭ ପ୍ରକାରର ହେନ୍ତାଳଗଛ ଏଠି ଦେଖିବାକୁ ମିଳେ । ଏହା ବ୍ୟତିତ ସୁନ୍ଦରବନ ହେଉଛି ମହାବଳ ବାଘଙ୍କର ସର୍ବ ବୃହତ ଆଶ୍ରୟ ସ୍ଥଳୀ । ଏଠାରେ ବହୁ ବିରଳ ପ୍ରଜାତିର ବୃକ୍ଷ ଓ ଜୀବଜନ୍ତୁ ଅଛନ୍ତି । ୪୯ ପ୍ରଜାତିର ସ୍ତନ୍ୟପାୟୀ, ୫୩ ପ୍ରଜାତିତ ସରିସୃପ ଏବଂ ୨୬୦ ପ୍ରଜାତିର ପକ୍ଷୀ ଏଠାରେ ଦେଖାଯାନ୍ତି । ସେଥି ମଧ୍ୟରେ ଅଛନ୍ତି ଜାଭାଦ୍ଵୀପରେ ଦେଖାଯାଉଥିବା ବିରଳ ଗଣ୍ଡା, ମଇଁଷି, ହରିଣ, ମାଙ୍କଡ଼, ଘଡିଆଳ କୁମ୍ଭିର, କଇଁଛ, ଅଜଗର ଓ ଡଲଫିନ ଆଦି ବିଭିନ୍ନ ପ୍ରଜାତିର ବିରଳ ପ୍ରାଣୀ । ଭାରତର ସବୁଠାରୁ ଅଧିକ ମହାବଳ ବାଘ ଏଠାରେ ହିଁ ଦେଖିବାକୁ ମିଳେ । ପରିସଂଖ୍ୟାନରୁ ସୁନ୍ଦରବନରେ ୪୦୦ ମହାବଳ ବାଘ ରହିଥିବା ଜଣା ପଡିଛି । ଶୀତ ଋତୁରେ ବହୁ ବିଦେଶୀ ପକ୍ଷୀ ଏଠାକୁ ଆସନ୍ତି ।୧୯୭୭ ରେ ସୁନ୍ଦରବନ ପରିସରରେ ୩ଟି ଅଭୟାରଣ୍ୟ ପ୍ରତିଷ୍ଠା କରାଯାଇଥିଲା ।[୩][୪]
ଆଧାର[ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |