ସୁଧୀରା ଦାସ

ଉଇକିପିଡ଼ିଆ‌ରୁ
ସୁଧୀରା ଦାସ
ସୁଧୀରା ଦାସ
Born(1932-03-08)ମାର୍ଚ୍ଚ ୮, ୧୯୩୨
Died୩୦ ଅକ୍ଟୋବର ୨୦୧୫(2015-10-30) (ବୟସ ୮୩)
Nationalityଭାରତୀୟ
Citizenshipଭାରତ
Educationରେଭେନ୍ସା କଲେଜ
କଲିକତା ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଇଞ୍ଜିନିୟରିଂ କ୍ୟାରିଅର
ଆନୁଷ୍ଠାନିକ ସଭ୍ୟବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ (ଅଧୁନା ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ),
ରାଉରକେଲା ମହିଳା ପଲିଟେକନିକ
ଭୁବନେଶ୍ୱର ମହିଳା ପଲିଟେକନିକ
ଜଣାଶୁଣା ପ୍ରକଳ୍ପଭୁବନେଶ୍ୱର ମହିଳା ପଲିଟେକନିକର ସ୍ଥାପନା

ସୁଧୀରା ଦାସ (୮ ମାର୍ଚ୍ଚ ୧୯୩୨-୩୦ ଅକ୍ଟୋବର ୨୦୧୫) ଜଣେ ଭାରତୀୟ ଇଞ୍ଜିନିୟର ଥିଲେ ।[୧] ଦାସ ଓଡ଼ିଶାର ପ୍ରଥମ ମହିଳା ଇଞ୍ଜିନିୟର ଥିଲେ ।[୨][୩][୪][୫]

ଜୀବନୀ[ସମ୍ପାଦନା]

ଦାସ ଓଡ଼ିଶାର କଟକଠାରେ ୧୯୩୨ ମସିହା ମାର୍ଚ୍ଚ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨]

ଶିକ୍ଷା[ସମ୍ପାଦନା]

ଦାସ ୧୯୫୧ ମସିହାରେ ରେଭେନ୍ସା କଲେଜରୁ ବ୍ୟାଚେଲର ଅଫ ସାଇନ୍ସ (ବିଏସସି) ଡିଗ୍ରୀ ହାସଲ କରିଥିଲେ । ପରେ ସେ କଲିକତା ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ୧୯୫୬ ମସିହାରେ ଯୋଗଦେଇ ରେଡ଼ିଓ ପଦାର୍ଥ ବିଜ୍ଞାନଇଲେକ୍ଟ୍ରୋନିକ୍ସରେ ମାଷ୍ଟର ଅଫ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ ।[୨]

ଦେହାନ୍ତ[ସମ୍ପାଦନା]

୨୦୧୫ ମସିହା ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରଠାରେ ଦାସଙ୍କ ଦେହାନ୍ତ ହୋଇଥିଲା ।[୨]

କାର୍ଯ୍ୟ[ସମ୍ପାଦନା]

ଏମଏସସି (ଟେକ) ପାସ କଲା ପରେ ୧୯୫୭ ମସିହାରେ ଦାସ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲରେ (ଅଧୁନା ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ) ଜଣେ ଅଧ୍ୟାପକ ଭାବେ ଯୋଗଦେଇଥିଲେ । ପରେ ସେ ରାଉରକେଲା ମହିଳା ପଲିଟେକନିକଠାରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ । ୧୯୫୭-୧୯୯୦ ମସିହା ଭିତରେ ସେ ଭିନ୍ନ ଭିନ୍ନ ସରକାରୀ ଅନୁଷ୍ଠାନରେ କାମ କରିଥିଲେ । ଏହି ସମୟରେ ସେ ମହିଳାମାନଙ୍କ ପାଇଁ ଡିପ୍ଲୋମା ଶିକ୍ଷା ନିମନ୍ତେ ଭୁବନେଶ୍ୱର ମହିଳା ପଲିଟେକନିକ ସ୍ଥାପନା କରିଥିଲେ ।[୨]

ଆଧାର[ସମ୍ପାଦନା]

  1. Bulletin of the National Institute of Sciences of India. National Institute of Sciences of India. 1955.
  2. ୨.୦ ୨.୧ ୨.୨ ୨.୩ ୨.୪ "Odisha's first woman engineer passes away". www.dailypioneer.com. Daily Pioneer. 01 November 2015. Retrieved 16 July 2016. {{cite news}}: Check date values in: |date= (help)
  3. "First woman engineer of Odisha dies". OdishaSunTimes.com. Odisha Sun Times. 30 October 2015. Retrieved 16 July 2016.
  4. "First Women and First Person of Orissa". Orissaspider.com. 7 September 2011. Archived from the original on 17 February 2020. Retrieved 16 July 2016.
  5. Orissa reference: glimpses of Orissa. TechnoCAD Systems. 2001.