ଶ୍ରୀହର୍ଷ ମିଶ୍ର

ଉଇକିପିଡ଼ିଆ‌ରୁ

ଶ୍ରୀହର୍ଷ ମିଶ୍ର (୧୬ ଜୁନ ୧୯୧୭, ଛାମୁଣ୍ଡା, ଗଞ୍ଜାମ ଜିଲ୍ଲା - ୮ ଏପ୍ରିଲ ୧୯୮୪) ଓଡ଼ିଆ ଭାଷାର ଜଣେ ପୁରୁଣା ସାମ୍ବାଦିକ ଓ ଲେଖକ। ପିତା ରାମଚନ୍ଦ୍ର ମିଶ୍ର ଓ ମାତା ଜେମା ଦେବୀ। ୧୯୩୦ରେ, ମାତ୍ର ୧୩ ବର୍ଷ ବୟସରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଜେଲ ଯାଇଥିଲେ। ପରେ ମଧ୍ୟ ଅନେକ ଥର ଜେଲ ଯାଇଥିଲେ। ୧୯୩୭ରେ ଶଶୀଭୂଷଣ ରଥଙ୍କ ସମ୍ପାଦିତ ଦୈନିକ ଆଶାରେ ସେ ସହ ସମ୍ପାଦକ ଭାବେ ଯୋଗ ଦେଇଥିଲେ ମାତ୍ର ନେତାଜୀଙ୍କ ସହ ସହଯୋଗ କରୁଥିଲେ। ୧୯୪୬ରେ ଜେଲରୁ ମୁକ୍ତ ହେବାପରେ ସେ ପ୍ରଥମେ ସମାଜ ଓ ପରେ କଳିଙ୍ଗ, ଜନଶକ୍ତି, ଏବଂ ପ୍ରଜାତନ୍ତ୍ରରେ ସାମ୍ବାଦିକତା କରିଥିଲେ। ତାଙ୍କର ଭ୍ରମଣ କାହାଣୀ ପଶ୍ଚିମ ଦିଗନ୍ତ ଲୋକପ୍ରିୟ।


ସ୍ୱାଧୀନୋତ୍ତର ଗଞ୍ଜାମର ଅନ୍ୟତମ ରାଜନୀତିଜ୍ଞ ବୃନ୍ଦାବନ ନାୟକଙ୍କ ଉଦ୍ୟମରେ ୧୯୮୨ରେ ‘ଦୈନିକ ଆଶା’ ପୁନଃସଂସ୍ଥାପିତ ହୋଇଥିଲା । ଗଞ୍ଜାମ ଜନ୍ମିତ ବର୍ଷିଆନ ସାମ୍ବାଦିକ ଶ୍ରୀହର୍ଷ ମିଶ୍ର ଏହାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀହର୍ଷ ମିଶ୍ର ଛାତ୍ରାବସ୍ଥାରେ ପାରଳାଖେମୁଣ୍ଡି ମହାରାଜା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କାଳରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଜେଲ ଦଣ୍ଡ ଆଦେଶ ପାଇଥିଲେ । ବାଳବନ୍ଦୀ ହିସାବରେ ତାଙ୍କୁ ରାଜ୍ୟବାହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଯୁବାବସ୍ଥାରେ ସେ ଜେଲରୁ ମୁକୁଳିବା ବେଳକୁ ଓଡ଼ିଶା ଫେରିବା ପାଇଁ ବାଟଖର୍ଚ୍ଚ ବାବଦରେ କିଛି ଟଙ୍କା ତତ୍ କାଳୀନ ‘ସମାଜ’ର ସମ୍ପାଦକ ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କ ନିକଟକୁ ଜେଲ ଠିକଣାରେ ପଠାଇଥିଲେ ।

ଶ୍ରୀହର୍ଷ ମିଶ୍ର ଗଞ୍ଜାମ ଫେରିବାପରେ ରାଧାନାଥ ରଥଙ୍କୁ ଦେଖା କରିବା ନିମନ୍ତେ କଟକ ଯାଇଥିଲେ । ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କୁ ‘ସମାଜ’ରେ ସହ-ସମ୍ପାଦକଭାବେ ଯୋଗ ଦେବାକୁ କହିଥିଲେ । ଶ୍ରୀହର୍ଷ ମିଶ୍ରଙ୍କ ପାଠ ପଢ଼ାରେ ତ ଡ଼ୋର ବନ୍ଧା ସରିଥିଲା, ସ୍ୱାଧୀନତା ସଂଗ୍ରାମ ଛଡ଼ା ଅନ୍ୟ କୌଣସି ସଂପୃକ୍ତି ନଥିବା ହେତୁ ସେ ‘ସମାଜ’ରେ ରହିଗଲେ । ଦୀର୍ଘକାଳ ଧରି କଟକରେ ସାମ୍ବାଦିକତା ଅବସରରେ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ର ସମ୍ପାଦକ ରୂପେ କାର୍ଯ୍ୟକରି ବୃନ୍ଦାବନ ନାୟକଙ୍କ ନିମନ୍ତ୍ରଣକ୍ରମେ ବ୍ରହ୍ମପୁରରେ ନବପ୍ରତିଷ୍ଠିତ ‘ଦୈନିକ ଆଶା’ର ସମ୍ପାଦକ ଭାବେ ଯୋଗ ଦେଇଥିଲେ ।[୧]

ସେମାନଙ୍କ ମଧ୍ୟରେ ଥିଲେ ଅଶୋକ ଦାସ, ଶ୍ରୀହର୍ଷ ମିଶ୍ର, ବିଜୟ. ବଳରାମ ମହାନ୍ତି, ହରିହର ପୂଜାପଣ୍ଡା ଓ ...

9 Oct 2018 — ... ମିଶ୍ର, ନନ୍ଦ କିଶୋର ଦାସ, ଉଦୟନାଥ ଷଡ଼ଙ୍ଗୀ, ଶ୍ରୀହର୍ଷ ମିଶ୍ର, ବିନୋଦ କାନୁନ୍‍ଗୋ, ଫକୀର ମିଶ୍ର ...

ଶ୍ରୀହର୍ଷ ମିଶ୍ର — ପଶ୍ଚିମ ଦିଗନ୍ତ,

Odisha is rich in giving birth to some of the eminent persons who create history in and outside the country. Shreeharsa Mishra was one among them.

8 Aug 2022 — Sreeharsha Mishra was born on 16 June 1917 to Ram Chandra Mishra and Jema Devi in village Chhamunda near Jagannath Prasad of Ganjam district ...[୨]

  1. "About Dainikasha - Welcome to Dainikasha | The Oldest Odia Daily About Dainikasha Odia Oldest Daily". Welcome to Dainikasha | The Oldest Odia Daily (in ଆମେରିକୀୟ ଇଂରାଜୀ). Retrieved 2023-11-23.
  2. Mahotsav, Amrit. "Sreeharsha Mishra". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-11-23.{{cite web}}: CS1 maint: unrecognized language (link)