ଶିବ ମନ୍ଦିର, କେର

Coordinates: 23°05′17″N 69°35′37″E / 23.088139°N 69.5936849°E / 23.088139; 69.5936849
ଉଇକିପିଡ଼ିଆ‌ରୁ
ଶିବ ମନ୍ଦିର, କେର
କେର, କଚ୍ଛ, ଗୁଜରାଟରେ ଥିବା ଭଗ୍ନ ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଭୁଜ
ଦେବାଦେବୀShiva
Location
ସ୍ଥାନକେର, କଚ୍ଛ
Stateଗୁଜରାଟ
Countryଭାରତ
ଶିବ ମନ୍ଦିର, କେର is located in Gujarat
ଶିବ ମନ୍ଦିର, କେର
Shiva temple, Kera in Kutch
ଭୌଗଳିକ ଅବସ୍ଥିତି23°05′17″N 69°35′37″E / 23.088139°N 69.5936849°E / 23.088139; 69.5936849
Architecture
ଚାଲୁକ୍ୟ ରାଜ ବଂଶ (Chaulukyas)
Completedନବମରୁ ଏକାଦଶ ଶତାବ୍ଦୀ ମଧ୍ୟରେ

ଶିବ ମନ୍ଦିର, କେର, ଅନ୍ୟ ନାମ କେରକୋଟର ଲକ୍ଷେଶ୍ୱର ମନ୍ଦିର, ଗୁଜରାଟ, ଭାରତର କଚ୍ଛ ଜିଲ୍ଲାର ଭୁଜ ନିକଟରେ ଥିବା କେର ଗ୍ରାମରେ ଅବସ୍ଥିତ । ଚାଲୁକ୍ୟ ରାଜବଂଶର (Chaulukya dynasty) ରାଜାମାନଙ୍କ ଶାସନ କାଳରେ (ନବମ-ଏକାଦଶ ଶତାବ୍ଦୀ ମଧ୍ୟରେ) ଏହି ମନ୍ଦିର ତିଆରି ହୋଇ ଶିବଙ୍କୁ ସମର୍ପିତ ହୋଇଥିଲା । ଏହି ମନ୍ଦିର ୧୮୧୯ ମସିହାର ରନ୍ନ, କଚ୍ଛ ଭୂମିକମ୍ପ, ଓ ୨୦୦୧ର ଭୁଜ ଭୂମିକମ୍ପର ସମ୍ମୁଖୀନ ହୋଇଥିଲା ।[୧] ଏହା ସତ୍ତ୍ୱେ ଏହି ମନ୍ଦିରର ଗର୍ଭଗୃହ, ଶିଖର ଓ କାରୁକାର୍ଯ୍ୟ ଅଦ୍ୟାପି ସୁରକ୍ଷିତ ଅଛି ।

ସ୍ଥାନ[ସମ୍ପାଦନା]

ଗୁଜରାଟ ପ୍ରଦେଶର କଚ୍ଛ ଜିଲ୍ଲାରେ ଥିବା ଭୁଜର କେର ଗ୍ରାମରେ ଏହି ଶିବ ମନ୍ଦିର ଅବସ୍ଥିତ । ଭୁଜରେ ଏକ ରେଲ ଷ୍ଟେସନ ଅଛି ଯେଉଁ ବାଟରେ ଭୁଜ ଏକ୍ସପ୍ରେସ ଓ କଚ୍ଛ ଏକ୍ସପ୍ରେସ ଯାତାୟତ କରେ । ଆଉ ମଧ୍ୟ ଭୁଜରେ ଏକ ଏୟାରପୋର୍ଟ ଅଛି ଯାହା ମୁମ୍ବାଇ ସହିତ ସଂଯୁକ୍ତ ଅଛି । ଭୁଜର ଦକ୍ଷିଣ ଦିଗରେ ୨୨ କିମି ଦୂରରେ ଥିବା ଏକ ରାସ୍ତା ବିଭିନ୍ନ ବଡ ସହରମାନଙ୍କ ସହିତ ସଂଯୁକ୍ତ ହୋଇଛି ।[୨]

ଇତିହାସ[ସମ୍ପାଦନା]

ନବମ ଶତାବ୍ଦୀର ଶେଷ ଭାଗରେ (୯-୧୦ ଶତାବ୍ଦୀ) [୧]) ଚାଲୁକ୍ୟ ବଂଶର ରାଜାମାନେ କେର ଶିବ ମନ୍ଦିର ତୋଳେଇଥିଲେ ।[୩] [୪] ଏହି ମନ୍ଦିର ପାଖରେ ଏକ ଭଗ୍ନ ଦୁର୍ଗ ଅଛି ଯାହାକୁ କପିଲକୋଟ କୁହାଯାଏ । ଏହି ମନ୍ଦିର ରାଜା ରାଲେଖା ଫୁଲାନି ତିଆରି କରେଇଥିବା ଶୁଣାଯାଏ ଯାହାର ରାଜଧାନୀ ଥିଲା କପିଲକୋଟ ଥିଲା ।[୫] ୧୮୧୯ ମସିହାରେ କଚ୍ଛ ରନ୍ନ ଭୂମିକମ୍ପରେ ଅନେକାଂଶରେ ଧ୍ୱଂସପ୍ରାପ୍ତ ହୋଇଯାଇଥିଲା । ଭୁଜ ଭୂମିକମ୍ପରେ ଅନ୍ୟ କିଛି ଅଂଶ ଧ୍ୱଂସ ହୋଇଥିଲା ।[୨]

ଗଠନ[ସମ୍ପାଦନା]

୧୮୭୪ ମସିହାରେ ନିଆଯାଇଥିବା ମନ୍ଦିର ପୃଷ୍ଠଦେଶର ଫୋଟୋ ଯାହାକୁ ଉତ୍ତୋଳନ କରିଥିଲେ ପୁରାତତ୍ତ୍ୱବିଦ ଜେମ୍ସ ବରଜେସ (archaeologist James Burgess)
ମନ୍ଦିର ସମ୍ମୁଖ ଭାଗର ଦୃଶ୍ୟ

ମନ୍ଦିର ଭିତର ପାଖର ଆକାର ‘୮x୬’ ଚାରିକୋଣିଆ । କାନ୍ଥ ମୋଟେଇ ୨’ ୭"। ଠାକୁରଙ୍କ ଚାରି ପାଖରେ ପ୍ରଦକ୍ଷିଣ କରିବା ପାଇଁ ୨’ ୬”ର ଗୋଟିଏ ଗୋଲାକାର ରାସ୍ତା ଅଛି । ଏହାର ଉତ୍ତର ଦିଗ କାନ୍ଥ ସଠିକ ଅବସ୍ଥାରେ ଅଛି । କାନ୍ଥ କଟା ଫାଙ୍କ ମଧ୍ୟ ଦେଇ ସେଠାକୁ ଆଲୋକ ଆସେ । ମୂଳ ମଣ୍ଡପର କେବଳ ଉତ୍ତର କାନ୍ଥ ରହିଛି । ଶିଖରରେ ଆଠ ତ୍ରିଭୁଜାକାର ସ୍ଥାପତ୍ୟ ରହିଛି । ଦୁଇ ଝରକା ମଧ୍ୟରେ ମଣିଷ ଆକୃତି ରହିଛି । ଶିଖର ବାହାର ପାଖରେ ସୁନ୍ଦର ଆକାର ଖୋଦେଇ ହୋଇଛି ।[୪][୬][୫] ଭକ୍ତମାନଙ୍କ ଚାରି ପାଖରେ ଯକ୍ଷ ମୂର୍ତ୍ତି ଅଙ୍କନ ହୋଇଛି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Heritage Structures". Earthquake Spectra Organization. 31 December 2012. Retrieved 8 January 2016.[permanent dead link]
  2. ୨.୦ ୨.୧ "Kera". Official Website of Gujarat Tourism. Archived from the original on 17 August 2016. Retrieved 8 January 2016.
  3. ୩.୦ ୩.୧ Chatterjee, Kundu & Banerjee 1989, p. 300.
  4. ୪.୦ ୪.୧ "Shiva Temple at Kheda [Kera], Kachch". Online gallery British Library. 1874. Archived from the original on 5 March 2016. Retrieved 8 January 2016.
  5. ୫.୦ ୫.୧ Dhaky, Madhusudan A. (1961). Deva, Krishna (ed.). "The Chronology of the Solanki Temples of Gujarat". Journal of the Madhya Pradesh Itihas Parishad. Bhopal: Madhya Pradesh Itihas Parishad. 3: 17.
  6. State 1880, p. 210.

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]