ଶରତ ମିଶ୍ର (ସାମ୍ବାଦିକ)

ଉଇକିପିଡ଼ିଆ‌ରୁ
ଶରତ ମିଶ୍ର
ଜନ୍ମ୧୯୩୬
ସୋରଡ଼ା, ଗଞ୍ଜାମା
ମୃତ୍ୟୁ୦୨ ନଭେମ୍ବର ୨୦୨୩
ଭୁବନେଶ୍ୱର
ଜାତୀୟତାଭାରତୀୟ
ବୈବାହିକ-ସାଥୀଜ୍ୟୋତିର୍ମୟୀ ମିଶ୍ର
ସନ୍ତାନସଙ୍ଗୀତା ଓ ସୌମ୍ୟା
ପୁରସ୍କାରରାଜା ରାମ ମୋହନ ରାୟ ସମ୍ମାନ

ଶରତ ମିଶ୍ର ଜଣେ ଓଡ଼ିଆ ସାମ୍ବାଦିକ ଓ ସମ୍ପାଦକ ଥିଲେ ।[୧] ସେ ସମାଜର ସମ୍ପାଦକ ଓ ବ୍ରହ୍ମପୁରରୁ ପ୍ରକାଶିତ ଅନୁପମ ଭାରତର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୨][୩]

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ଶରତ ମିଶ୍ର ଗଞ୍ଜାମ ଜିଲାର ସୋରଡ଼ାଠାରେ ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ପାରଦର୍ଶିତା ରହିଥିଲା ।[୪] ସେ ଇଷ୍ଟର୍ଣ୍ଣ ଟାଇମ୍‌ସରୁ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ବଙ୍ଗଳା ଖବରକାଗଜ ଅମୃତବଜାର ପତ୍ରିକାସମ୍ବାଦରେ ବାର୍ତ୍ତା ସମ୍ପାଦକ ଭାବେ ସେ କାମ କରିଥିଲେ । ସମାଜ, ଅନୁପମ ଭାରତ ଓ ଆମ ସମୟର ପ୍ରତିନିଧି ଆଦି ଖବରକାଗଜରେ ସେ ସମ୍ପାଦନା କରିଥିଲେ ।

ତାଙ୍କ ପତ୍ନୀଙ୍କ ନାମ ଜ୍ୟୋତିର୍ମୟୀ ମିଶ୍ର । ତାଙ୍କର ସଙ୍ଗୀତା ଓ ସୌମ୍ୟା ନାମରେ ଦୁଇ କନ୍ୟା ଅଛନ୍ତି ।

୨୦୨୩ ମସିହା ନଭେମ୍ବର ୨ ତାରିଖରେ ଭୁବନେଶ୍ୱରଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରାଜା ରାମ ମୋହନ ରାୟ ସମ୍ମାନ (ପ୍ରେସ କାଉନସିଲ) - ୨୦୧୭[୬][୭]

ଆଧାର[ସମ୍ପାଦନା]

  1. Indian Newspaper Society (2007). The Indian Newspaper Society Press Handbook. S. Bhushan Jain. Retrieved 4 November 2023.
  2. News7, Prameya (2 November 2023). "Sharat Mishra passes away today- prameyanews7". Prameya News7. Retrieved 4 November 2023.{{cite web}}: CS1 maint: numeric names: authors list (link)
  3. The Sakala DPM (2 November 2023). "ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର". The Sakala. Retrieved 4 November 2023.
  4. Sahu, Mahendra (2 November 2023). "ବର୍ଷୀୟାନ ସାମ୍ବାଦିକ ଶରତ ମିଶ୍ରଙ୍କ ୮୭ ବର୍ଷ ବୟସରେ ପରଲୋକ". Sambad. Retrieved 4 November 2023.
  5. (RM), Samaja Digital (2 November 2023). "'ସମାଜ'ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ପରଲୋକ". Samaja Live. Retrieved 4 November 2023.
  6. (PDF) https://www.presscouncil.nic.in/Pdf/NAEJAwardees2017.pdf. Retrieved 4 November 2023. {{cite web}}: Missing or empty |title= (help)
  7. "Sam Rajappa, Sarat Mishra to get Raja Ram Mohan Roy Award". India Today. 31 October 2017. Retrieved 4 November 2023.