ରୁଚା ଇନାମଦାର

ଉଇକିପିଡ଼ିଆ‌ରୁ
ରୁଚା ଇନାମଦାର
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ

ରୁଚା ଇନାମଦାର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଓ ମରାଠୀ କଥାଚିତ୍ରରେ କାମ କରନ୍ତି । ୨୦୧୪ ମସିହାରେ ସେ ଚିଲ୍‍‍ଡ୍ରେନ୍ ଅଫ୍ ୱାର୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧][୨] ୨୦୧୫ ମସିହାରେ ସେ ସନ୍‌ରେ କାମ କରିଥିଲେ ।[୩][୪] ୨୦୧୭ ମସିହାରେ ସେ ଗଣେଶ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ମରାଠୀ କଥାଚିତ୍ର ଭିକାରୀରେ ଅଭିନୟ କରିଥିଲେ ।[୫]

ରୁଚା କ୍ରିମିନାଲ୍ ଜଷ୍ଟିସ୍ ଜରିଆରେ ୱେବ୍ ସିରିଜ୍‌ରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅବନୀ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି ଚରିତ୍ରରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଥିଲେ ।[୭] ହଟ୍‌ଷ୍ଟାର୍‌ରେ ପ୍ରଦର୍ଶିତ ୱେବ୍ ସିରିଜ୍ ଦି ଗ୍ରେଟ୍ ଇଣ୍ଡିଆନ୍ ମର୍ଡରରେ ରିତୁ ରାୟ ଭୂମିକାରେ ଅଭିନୟ କରିଥିଲେ ।[୮]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରୁଚା ମୁମ୍ବାଇର ଜେଜେ ହସ୍ପିଟାଲ କ୍ୟାମ୍ପସରେ ବଡ଼ ହୋଇଥିଲେ । ସେ ଦନ୍ତ ଚିକିତ୍ସକ ଭାବରେ ପାଠ ପଢ଼ିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ରୁଚା ଜଣେ ମଡେଲ୍ ଭାବରେ ୭୦ରୁ ଅଧିକ ଦୂରଦର୍ଶନ ବିଜ୍ଞାପନରେ କାମ କରିଛନ୍ତି, ଯେଉଁଥିରେ ସେ ଅମିତାଭ ବଚ୍ଚନ, ଅମିର ଖାନ୍, ଶାହାରୁଖ୍ ଖାନ୍, ଅନିଲ କପୁର, ଜନ୍ ଆବ୍ରାହମଙ୍କ ଭଳି ଜଣାଶୁଣା କଳାକାରଙ୍କ ସହିତ କାମ କରିଥିଲେ । ସେ ଥିଏଟରରେ ମଧ୍ୟ କାମ କରିଛନ୍ତି । କଥକ ଏବଂ ଲାଟିନ୍ ବଲ୍‌ରୁମ୍ ଡ୍ୟାନ୍ସର୍‌ ଆଦିରେ ସେ ପ୍ରଶିକ୍ଷଣ ନେଇଛନ୍ତି ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ଯ
୨୦୧୪ ଚିଲ୍‌ଡ୍ରେନ୍ ଅଫ୍ ୱାର୍ କୌସର୍ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ
୨୦୧୫ ଅଣ୍ଡର୍ ଦି ସେମ୍ ସନ୍ ଯସ୍ମିନ୍
୨୦୧୭ ଭିକାରୀ ମଧୁ ମରାଠୀ କଥାଚିତ୍ରରେ ଅଭିନୟ ଆରମ୍ଭ
ମୋହ ଦିଆ ଥଣ୍ଡା ମନ୍ନୋ କ୍ଷୁଦ୍ର ଚଳଚ୍ଚିତ୍ର
୨୦୧୯ ୱେଡିଂ ଚା ଶିନେମା ପରି ପ୍ରଧାନ
କ୍ରିମିନାଲ୍ ଜଷ୍ଟିସ୍ ଅବନୀ ଶର୍ମା ପରାଶର ହଟଷ୍ଟାର୍ ସ୍ପେସିଆଲ୍[୯]
୨୦୨୦ ଅପରେସନ୍ ପରିନ୍ଦେ ଏସ୍.ପି. କୋମଲ ଭରଦ୍ୱାଜ ଅତିଥି କଳାକାର[୧୦]
ସେଭେନ୍ ଫିଟ୍ ଆଞ୍ଚଲ୍ କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୧ ନଟ୍ ଟୁଡେ ଆଲିଆ ରୁପାୱାଲା
୨୦୨୨ ଦି ଗ୍ରେଟ୍ ଇଣ୍ଡିଆନ୍ ମର୍ଡ଼ର୍ ରିତୁ ରାୟ ହଟଷ୍ଟାର୍
୨୦୨୩ ମାଇନସ୍ ୩୧: ଦି ନାଗପୁର

ଫାଇଲ୍ସ

ପ୍ରେକ୍ଷା ଶର୍ମା

ଆଧାର[ସମ୍ପାଦନା]

  1. "Cast: Indraneil Sengupta, Raima Sen, Pavan Malhotra, Riddhi Sen, Rucha Inamdar, Tillotama Shome, Victor Bannerjee, Farooque Shaikh, Joy Sengupta". indianexpress.com. Retrieved 1 May 2016.
  2. "Children of War- shocking reminder of brutalities of 1971 Bangladesh liberation war". dnaindia.com. ANI. 17 May 2014. Retrieved 26 May 2020.
  3. Rangan, Baradwaj (17 May 2014). "Children of War: Oppressing issues". The Hindu. Retrieved 26 May 2020.
  4. "under-the-same-sun". underthesamesunthefilm.com. Archived from the original on 2016-05-07. Retrieved 2016-05-01.
  5. "No Godfather, performance and effort counts (Marathi)". MahaMTB. Archived from the original on 25 August 2017. Retrieved 26 July 2017.
  6. "Criminal Justice Trailer: Hotstar Sets April Release Date for Indian Remake of British Series". Retrieved 9 April 2019.
  7. "Review: 'Criminal Justice' Is Sluggish But Saved by Good Performances". Retrieved 9 April 2019.
  8. "Ad-girl to actor (Marathi)". timesofindia.com Maharashtra Times, Pune. Archived from the original on 25 August 2017. Retrieved 29 July 2017.
  9. Criminal Justice on Hotstar, archived from the original on 2021-06-27, retrieved 2023-07-29
  10. cameo Operation Parindey on Zee5

ବାହାର ଲିଙ୍କ୍[ସମ୍ପାଦନା]