ମୂଷାକାନୀ
| ମୂଷାକାନୀ | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| (unranked): | Asterids |
| ଗଣ: | Solanales |
| କୁଳ: | Convolvulaceae |
| ଟ୍ରାଇବ: | Ipomoeeae |
| ପ୍ରଜାତି: | Ipomoea L. 1753[୧] |
| Species | |
|
More than 500 |
|
| Synonyms | |
|
Acmostemon Pilg. |
|
ମୂଷାକାନୀ ଏକ ଲତା ଜାତୀୟ ଉଦ୍ଭିଦ। [୨]ଏହା କେବଳ ଭୂମି ଉପରେ ଲଟାଇ ମାଡ଼ିଥାଏ, ଅନ୍ୟ ତରୁ ଉପରେ ମାଡ଼ିବାର କ୍ଷମତା ଏହାର ନାହିଁ । ଏହା କ୍ଷୁଦ୍ର ଗଛରେ ଗଣା ହୋଇଥାଏ । ଏହାର ପତ୍ର ଗୁଡ଼ିକ ମୂଷାକାନ ପରି ଦିଶୁଥିବାରୁ ଏହାକୁ ମୂଷାକାନୀ କୁହାଯାଏ। ଏହା ପଡ଼ିଆ ଓ ବାଡ଼ମୂଳରେ ଜନ୍ମେ । ଗାଈଆଳ ପିଲାମାନେ ଏହାକୁ ଚୋବାଇ ପାଟି ନାଲି କରିଥାନ୍ତି। ଏହା ମୂଷା କାମୁଡ଼ାର ବିଷ ନାଶକ ଓ ବ୍ରଣ ଓ ନେତ୍ର ରୋଗରେ ଲାଭକାରୀ ।[୩]
ବିଷୟସୂଚୀ |
ବିବିଧ ଭାରତୀୟ ପ୍ରାଦେଶିକ ନାମ [ସମ୍ପାଦନା]
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ମୂଷାକାନୀ |
| ସଂସ୍କୃତ | ଆଖୁପର୍ଣ୍ଣୀ, ଅଖୁକର୍ଣ୍ଣୀ, ଇନ୍ଦୂର କର୍ଣ୍ଣୀ, ଇନ୍ଦୁର ପର୍ଣ୍ଣିକା, ଆଖୁ ପର୍ଣ୍ଣିକା, ଭୁଦରୀଭବା ଓ ଧରୋଦରୀ |
| ହିନ୍ଦୀ | ଲମ୍ବରକାନୀ |
| ତେଲୁଗୁ | ଏଲଉକ୍ ଚେବିଚେଟ୍ଟୁ |
| ବଙ୍ଗଳା | ଇନ୍ଦୂରକାନୀ |
- ବିଜ୍ଞାନ ଭିତ୍ତିକ ନାମ: Ipomoea Renniformis
ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]
କଟୁ ମିଶ୍ରିତ ତିକ୍ତ ରସ। ଲଘୁପାକ, ଶୀତଳ, ବର୍ଣ୍ଣକର, ମନ୍ତ୍ରଯନ୍ତ୍ରାଦିର ପୀଡ଼ା, କଫ, କୃମି ଓ ଯାବତୀୟ ପ୍ରକାରର ଚର୍ମରୋଗ ବିନାଶକ। ମାତ୍ରା ଦୁଇଅଣାରୁ ଆଠଅଣା ।
ବ୍ୟବହାର [ସମ୍ପାଦନା]
ଔଷଧୀୟ [ସମ୍ପାଦନା]
ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ ।
- କାଶରେ, ଏହାର ପତ୍ର ରସକୁ ମିଶ୍ରୀ ସହିତ ସେବନ କରାଯାଏ । ପ୍ରକାରାନ୍ତରେ ଏହାର ସର୍ବାଙ୍ଗର କ୍ୱାଥକୁ ଅଦାରସ ଓ ମହୁ ସହିତ ସେବନ କରାଯାଏ ।
- ଶିଶୁମାନଙ୍କର କୃମିରେ ମୂଷାକାନୀ ପତ୍ର ରସ ସହିତ ମହୁ ମିଶାଇ ସେବନ କରାଯାଏ। ପିଲା ବଡ଼ ସମସ୍ତଙ୍କ କୃମିରେ ମୂଷାକାନୀ ରସ ସହିତ ବିଡ଼ଙ୍ଗ ଚୂର୍ଣ୍ଣ ମିଶାଇ ସେବନ ରାଯାଏ।
- ଚାଲୁଣିଆ ରୋଗରେ ଏହାର ପତ୍ରରୁ କିଛି ଆଣି ହଳଦୀ ସହିତ ବାଟି, ନିଆଁର ଫୁଟାଇ ଲଗାଯାଏ।
- ଅଜୀର୍ଣ୍ଣ ଓ ଅଗ୍ନୀମାନ୍ଦ୍ୟରେ ଏହାର ପତ୍ର ରସ ସହିତ ଅଦାରସ ଓ କିଞ୍ଚିତ ମହୁ ମିଶାଇ ସେବନ କରାଯାଏ।
- ଅତିସାର ଓ ଝାଡ଼ା ରୋଗରେ ମୂଷାକାନୀ ରସ ସହିତ ସମ ପରିମାଣର କୋରେଇ ପତ୍ରର ରସକୁ ସେବନ କରାଯାଏ।
- ମୂଷାକାନୀ ପତ୍ର ରସ ସହିତ ସମ ପରିମିତ ଗୁଳୁଚୀ ରସ ମିଶାଇ ସେବନ କଲେ ବହୁମୂତ୍ର, ଜ୍ୱର, ବିସର୍ପ, କୃମି ଆଦି ରୋଗ ଦୂର ହୁଏ।
- ମୂତ୍ର ରୋଗରେ ମୂଷାକାନୀ ରସ ସହିତ ଶତାବରୀ ରସର ପ୍ରୟୋଗ କରାଯାଏ।
- ଦେହର ଦୁର୍ବଳତାରେ ମୂଷାକାନୀ ରସ ସହିତ ଅଶ୍ୱଗନ୍ଧା ଓ ମିଶ୍ରିଗୁଣ୍ଡା ମିଶାଇ ସେବନ କରାଯାଏ। ଏହା ଦେହର କାନ୍ତି ବଢ଼ାଏ।
ଅନ୍ୟାନ୍ୟ [ସମ୍ପାଦନା]
- ପିତାଲାଉ ମୂଳ ସହିତ ଏହାକୁ ଘୋରି ମହୁ ସହିତ ଏକୋଇଶଦିନ ସେବନ କଲେ ମୂକ କଥା କହିପାରେ ବୋଲି ମାନ୍ୟତା ରହିଛି।
- ଏହାର ମୂଳକୁ ହାତରେ ଧାରଣ କଲେ ବହୁମୂତ୍ର ଦୂର ହୁଏ ବୋଲି ବିଶ୍ୱାସ ରହିଛି।
ଆଧାର [ସମ୍ପାଦନା]
- ↑ ୧.୦ ୧.୧ "Genus: Ipomoea L.". Germplasm Resources Information Network. United States Department of Agriculture. 2007-10-05. http://www.ars-grin.gov/cgi-bin/npgs/html/genus.pl?6064. Retrieved 2010-11-10.
- ↑ "IPOMOEA". docs.google.com. 2012. https://docs.google.com/viewer?a=v&q=cache:0dSmcGAdU4kJ:www.ijppsjournal.com/Vol2Issue4/751.pdf+Ipomoea+Renniformis&hl=en&gl=in&pid=bl&srcid=ADGEESgVZkp347o72TKSZFSMkHLTFrgIWsUpXs_OUtRw9BVI9nrKz6U0EIs1qWV_2yb5XIUw4qa0Fmg8hXevt96YPUxMdU4KM7JViHbJAG3dQCcW-mp0nyd7oqv9HQV3rEWFjOdDe5Re&sig=AHIEtbQORFqJ89uSx5WYXK87WZeWhU1TeQ. Retrieved 21 April 2012.
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
ବାହାର ଆଧାର [ସମ୍ପାଦନା]
- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।