ମୂଷାକାନୀ

ଉଇକିପିଡ଼ିଆ ରୁ
ମୂଷାକାନୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Asterids
ଗଣ: Solanales
କୁଳ: Convolvulaceae
ଟ୍ରାଇବ: Ipomoeeae
ପ୍ରଜାତି: Ipomoea
L. 1753[୧]
Species

More than 500

Synonyms

Acmostemon Pilg.
Batatas Choisy
Bonanox Raf.
Calonyction Choisy
Calycantherum Klotzsch
Diatremis Raf.
Dimerodisus Gagnep.
Exogonium Choisy
Mina Cerv.
Parasitipomoea Hayata
Pharbitis Choisy
Quamoclit Mill.
Quamoclit Moench[୧]

ମୂଷାକାନୀ ଏକ ଲତା ଜାତୀୟ ଉଦ୍ଭିଦ। [୨] ଏହା କେବଳ ଭୂମି ଉପରେ ଲଟାଇ ମାଡ଼ିଥାଏ, ଅନ୍ୟ ତରୁ ଉପରେ ମାଡ଼ିବାର କ୍ଷମତା ଏହାର ନାହିଁ । ଏହା କ୍ଷୁଦ୍ର ଗଛରେ ଗଣା ହୋଇଥାଏ । ଏହାର ପତ୍ର ଗୁଡ଼ିକ ମୂଷାକାନ ପରି ଦିଶୁଥିବାରୁ ଏହାକୁ ମୂଷାକାନୀ କୁହାଯାଏ। ଏହା ପଡ଼ିଆ ଓ ବାଡ଼ମୂଳରେ ଜନ୍ମେ । ଗାଈଆଳ ପିଲାମାନେ ଏହାକୁ ଚୋବାଇ ପାଟି ନାଲି କରିଥାନ୍ତି। ଏହା ମୂଷା କାମୁଡ଼ାର ବିଷ ନାଶକ ଓ ବ୍ରଣ ଓ ନେତ୍ର ରୋଗରେ ଲାଭକାରୀ ।[୩]

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ମୂଷାକାନୀ
ସଂସ୍କୃତ ଆଖୁପର୍ଣ୍ଣୀ, ଅଖୁକର୍ଣ୍ଣୀ, ଇନ୍ଦୂର କର୍ଣ୍ଣୀ, ଇନ୍ଦୁର ପର୍ଣ୍ଣିକା, ଆଖୁ ପର୍ଣ୍ଣିକା, ଭୁଦରୀଭବା ଓ ଧରୋଦରୀ
ହିନ୍ଦୀ ଲମ୍ବରକାନୀ
ତେଲୁଗୁ ଏଲଉକ୍ ଚେବିଚେଟ୍ଟୁ
ବଙ୍ଗଳା ଇନ୍ଦୂରକାନୀ
  • ବିଜ୍ଞାନ ଭିତ୍ତିକ ନାମ: Ipomoea Renniformis

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

କଟୁ ମିଶ୍ରିତ ତିକ୍ତ ରସ। ଲଘୁପାକ, ଶୀତଳ, ବର୍ଣ୍ଣକର, ମନ୍ତ୍ରଯନ୍ତ୍ରାଦିର ପୀଡ଼ା, କଫ, କୃମି ଓ ଯାବତୀୟ ପ୍ରକାରର ଚର୍ମରୋଗ ବିନାଶକ। ମାତ୍ରା ଦୁଇଅଣାରୁ ଆଠଅଣା ।

ବ୍ୟବହାର[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ ।

  • କାଶରେ, ଏହାର ପତ୍ର ରସକୁ ମିଶ୍ରୀ ସହିତ ସେବନ କରାଯାଏ । ପ୍ରକାରାନ୍ତରେ ଏହାର ସର୍ବାଙ୍ଗର କ୍ୱାଥକୁ ଅଦାରସମହୁ ସହିତ ସେବନ କରାଯାଏ ।
  • ଶିଶୁମାନଙ୍କର କୃମିରେ ମୂଷାକାନୀ ପତ୍ର ରସ ସହିତ ମହୁ ମିଶାଇ ସେବନ କରାଯାଏ। ପିଲା ବଡ଼ ସମସ୍ତଙ୍କ କୃମିରେ ମୂଷାକାନୀ ରସ ସହିତ ବିଡ଼ଙ୍ଗ ଚୂର୍ଣ୍ଣ ମିଶାଇ ସେବନ ରାଯାଏ।
  • ଚାଲୁଣିଆ ରୋଗରେ ଏହାର ପତ୍ରରୁ କିଛି ଆଣି ହଳଦୀ ସହିତ ବାଟି, ନିଆଁର ଫୁଟାଇ ଲଗାଯାଏ।
  • ଅଜୀର୍ଣ୍ଣ ଓ ଅଗ୍ନୀମାନ୍ଦ୍ୟରେ ଏହାର ପତ୍ର ରସ ସହିତ ଅଦାରସ ଓ କିଞ୍ଚିତ ମହୁ ମିଶାଇ ସେବନ କରାଯାଏ।
  • ଅତିସାର ଓ ଝାଡ଼ା ରୋଗରେ ମୂଷାକାନୀ ରସ ସହିତ ସମ ପରିମାଣର କୋରେଇ ପତ୍ରର ରସକୁ ସେବନ କରାଯାଏ।
  • ମୂଷାକାନୀ ପତ୍ର ରସ ସହିତ ସମ ପରିମିତ ଗୁଳୁଚୀ ରସ ମିଶାଇ ସେବନ କଲେ ବହୁମୂତ୍ର, ଜ୍ୱର, ବିସର୍ପ, କୃମି ଆଦି ରୋଗ ଦୂର ହୁଏ।
  • ମୂତ୍ର ରୋଗରେ ମୂଷାକାନୀ ରସ ସହିତ ଶତାବରୀ ରସର ପ୍ରୟୋଗ କରାଯାଏ।
  • ଦେହର ଦୁର୍ବଳତାରେ ମୂଷାକାନୀ ରସ ସହିତ ଅଶ୍ୱଗନ୍ଧାମିଶ୍ରିଗୁଣ୍ଡା ମିଶାଇ ସେବନ କରାଯାଏ। ଏହା ଦେହର କାନ୍ତି ବଢ଼ାଏ।

ଅନ୍ୟାନ୍ୟ[ସମ୍ପାଦନା]

  • ପିତାଲାଉ ମୂଳ ସହିତ ଏହାକୁ ଘୋରି ମହୁ ସହିତ ଏକୋଇଶଦିନ ସେବନ କଲେ ମୂକ କଥା କହିପାରେ ବୋଲି ମାନ୍ୟତା ରହିଛି।
  • ଏହାର ମୂଳକୁ ହାତରେ ଧାରଣ କଲେ ବହୁମୂତ୍ର ଦୂର ହୁଏ ବୋଲି ବିଶ୍ୱାସ ରହିଛି।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।