ମୁମ୍ବା ଦେବୀ ମନ୍ଦିର

Coordinates: 18°57′0″N 72°49′48″E / 18.95000°N 72.83000°E / 18.95000; 72.83000
ଉଇକିପିଡ଼ିଆ‌ରୁ
ମୁମ୍ବା ଦେବୀ ମନ୍ଦିର ପରିସର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictMumbai City
ଦେବାଦେବୀMumba Devi
FestivalsNavaratri
Location
ସ୍ଥାନBhuleshwar
StateMaharashtra
Country India
ମୁମ୍ବା ଦେବୀ ମନ୍ଦିର is located in Mumbai
ମୁମ୍ବା ଦେବୀ ମନ୍ଦିର
Location within Mumbai (Bombay), Maharashtra
ଭୌଗଳିକ ଅବସ୍ଥିତି18°57′0″N 72°49′48″E / 18.95000°N 72.83000°E / 18.95000; 72.83000
Architecture
TypePrachin Bharat
bramha
Completed1635
Temple(s)Good
Website
http://mumbadevi.org.in/index.php

ମୁମ୍ବା ଦେବୀ ମନ୍ଦିର ଭାରତର ମହାରାଷ୍ଟ୍ର ପ୍ରଦେଶର ମୁମ୍ବାଇଠାରେ ଥିବା ଏକ ପୁରାତନ ମନ୍ଦିର । ଏହା ଦେବୀ ମାଙ୍କୁ ସମର୍ପିତ ହୋଇଛି । ସଂସ୍କୃତ ଭାଷାରୁ ଏହି ମୁମ୍ବା ଶବ୍ଦ ଆନୀତ ହୋଇଛି । ମୁମ୍ବାଇ ନଗରୀର ଦେବୀ ହେଉଛନ୍ତି ମୁମ୍ବା ଦେବୀ । ମୁମ୍ବା ଦେବୀଙ୍କ ନାମରୁ ମୁମ୍ବାଇ ନାମକରଣ ହୋଇଛି ।[୧] ହିନ୍ଦୁମାନେ ଏହି ମନ୍ଦିର ୧୫ଶ ଶତାବ୍ଦୀରେ ତିଆରି ହୋଇଥିବା ମାନୁଥିବା ବେଳେ ଅନ୍ୟମାନଙ୍କ ମତରେ ଏହା ୧୬୭୫ ମସିହାରେ ତିଆରି ହୋଇଥିବା କୁହାଯାଏ ଯାହା ପୂର୍ବତନ ବୋରି ବନ୍ଦର ନାଳ ପାଖର ଥିବା ଇଂରାଜୀ ସେଣ୍ଟ ଜର୍ଜ ଦୁର୍ଗର ଉତ୍ତର ଦିଗର କାନ୍ଥ ପାଖରେ ମୁମ୍ବା ନାମକ ଏହି ମନ୍ଦିରକୁ ଏକ ହିନ୍ଦୁ ମହିଳା ତିଆରି କରିଥିବା କୁହାଯାଏ । ଦୁର୍ଗ ଓ ନାଳ ନଷ୍ଟ ହୋଇଯାଇଥିବା ବେଳେ ମନ୍ଦିର ଅଦ୍ୟାପି ସକ୍ରିୟ ଭାବରେ ତିଷ୍ଠି ରହିଛି ।[୨]

ସାତ ଦ୍ୱୀପର ମୂଳ ଅଧିବାସୀ ତଥା ମରାଠୀ-କୋଙ୍କଣୀ ଭାଷାଭାଷୀ ଲବଣ ଚାଷୀ ଓ କୋଳିଶ କେଉଟମାନେ ମୁମ୍ବା ଦେବୀଙ୍କୁ ତାଙ୍କର ଠାକୁରାଣୀ ମାନୁଥିଲେ ।[୩] କଳା ପ୍ରସ୍ତରରେ ନିର୍ମିତ ସ୍ଥାପତ୍ୟରେ ଦେବୀଙ୍କ ମୂର୍ତ୍ତି ତିଆରି ହୋଇଛି । ମହା ଅମ୍ବାରୁ ମୁମ୍ବା ନାମ ନିଆଯାଇଛି; ଅମ୍ବା ନାମ ଦେବୀ ମାଆ ଠାକୁରାଣୀଙ୍କ ଏକ ନାମ । ଷ୍ଟିଲ ଓ ଲୁଗା ମାର୍କେଟ ସମ୍ବଳିତ ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର (Bhuleshwar) ସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ଏହା ହିନ୍ଦୁଙ୍କର ଏକ ପବିତ୍ର ତୀର୍ଥସ୍ଥାନ ଯେଉଁଠାକୁ ଶହ ଶହ ଭକ୍ତ ଆସନ୍ତି । ଏହା ମଧ୍ୟ ଏକ ସ୍ଥାନୀୟ ପର୍ଯ୍ୟଟକ ସ୍ଥାନ ରୂପେ ବିଦିତ ହୋଇଛି ଓ ଭକ୍ତି ସହକାରେ ଲୋକମାନେ ଏଠାକୁ ଆସନ୍ତି । ।[୪]

ଇତିହାସ[ସମ୍ପାଦନା]

ଠାକୁରାଣୀ ଅମ୍ବାଙ୍କ ସମ୍ମାନାର୍ଥେ ଏହି ମନ୍ଦିର ତିଆରି ହୋଇଛି । ଏହି ମନ୍ଦିରଟି ଛଅ ଶତାବ୍ଦୀ ପୁରୁଣା । ବୋରିବନ୍ଦରରେ ନିର୍ମିତ ପ୍ରଥମ ଅମ୍ବା ଦେବୀ ମନ୍ଦିର ୧୭୩୯ରୁ ୧୭୭୦ ମସିହା ମଧ୍ୟରେ ନଷ୍ଟ ହୋଇଯାଇଥିବା ବିଶ୍ୱାସ କରାଯାଏ । ସେହି ମନ୍ଦିରର ବିନାଶ ପରେ ନୂତନ ଭାବରେ ଭୁଲେଶ୍ୱରରେ ସେହି ସମାନ ସ୍ଥଳରେ ମନ୍ଦିର ତିଆରି କରାଗଲା । ଅମ୍ବା ଦେବୀ ଧରିତ୍ରୀ ମାଆଙ୍କ ରୂପ ଭାବରେ ବିବେଚନା କରାଯାଏ ଓ ଉତ୍ତର ତଥା ଦକ୍ଷିଣ ଭାରତରୁ ଲୋକମାନେ ଆସି ପୂଜା କରନ୍ତି । ନୂତନ ମନ୍ଦିରରେ ମୁମ୍ବା ଦେବୀ ଗୋଟିଏ କେଉଟୁଣୀ ପୋଷାକ ସହିତ ମୁଣ୍ଡରେ ଗୋଟିଏ ରୂପା ମୁକୁଟ, ନାକ ଫୁଲ ଓ ଗୋଟିଏ ସୁନା ହାର ପିନ୍ଧିଛନ୍ତି । ଏହି ମୂର୍ତ୍ତିର ବାମ ପାର୍ଶ୍ୱରେ ମୟୁର ଉପରେ ଉପବେଶିତ ସରସ୍ୱତୀଙ୍କ ମୂର୍ତି ଅଛି । ମନ୍ଦିର ସାମନାରେ ପାର୍ବତୀଙ୍କ ବାଘର ମୂର୍ତ୍ତି ଅଛି । ମୁମ୍ବାଦେବୀଙ୍କ ନାମାନୁସାରେ ସହରର ନାମକରଣ କରାଯାଇଛି । ଏହି ସହରର ପୂର୍ବ ନାମ ବମ୍ବେ ଥିଲା । ପର୍ତ୍ତୁଗୀଜ ଲୋକମାନେ ଏ ସହରକୁ ‘ବମ ବାହିଆ’ ବା ଭଲ ଉପସାଗର ସହର କହୁଥିଲେ ଯାହାକୁ ୧୭ଶ ଶତାବ୍ଦୀରେ ଇଂରେଜ ଲୋକମାନେ ଅପଭ୍ରଂଶ କରି ‘ବମ୍ବେ’ ନାମ ଦେଇଥିଲେ । ପରବର୍ତ୍ତୀ କାଳରେ ଏହାର ନାମ ମୁମ୍ବାଇ ରଖାଯାଇଥିଲା ।

କିମ୍ବଦନ୍ତୀ[ସମ୍ପାଦନା]

କେଉଟମାନେ ଗଭୀର ଏକାଗ୍ରତା ସହିତ ମାଛ ମାରନ୍ତି । ଥରେ ପାର୍ବତୀଙ୍କୁ କେଉଟୁଣୀ ରୂପ ଧରି ଏକାଗ୍ରତା ଶିକ୍ଷା କରିବାକୁ ଶିବ କହିଲେ । ତାଙ୍କ କଥା ମାନି ପାର୍ବତୀ ଏକ କେଉଟୁଣୀ ରୂପରେ ଏକ ସ୍ଥାନରେ ଯାଇ ବାସ କଲେ । ତାଙ୍କର ନାମ ସେଠାରେ ମୁମ୍ବା ଥିଲା । ସମସ୍ତ ଏକାଗ୍ରତା ଶିକ୍ଷା ସମାପ୍ତ ହେବା ପରେ ଶିବ ସେଠାକୁ ଆସି ତାଙ୍କର ପାଣି ଗ୍ରହଣ କରିଥିଲେ । ମହାରାଷ୍ଟ୍ରରେ ମାତାଙ୍କୁ ଆଇ କୁହାଯାଏ । ତେଣୁ ତାଙ୍କୁ ମୁମ୍ବା ଆଇ କୁହାଗଲା । ତାଙ୍କରି ନାମ ଅନୁସାରେ ନଗରର ନାମ ମୁମ୍ବା ଆଇ ବା ମୁମ୍ବାଇ ଦିଆଯାଇଥିଲା ।

ଆଧାର[ସମ୍ପାଦନା]

  1. Pandey, Kirti (Sep 7, 2020). "All about the Mumba Devi Temple in Mumbai that featured in Sanjay Raut-Kangana Ranaut spat". www.timesnownews.com (in ଇଂରାଜୀ). Retrieved 2021-02-20.{{cite web}}: CS1 maint: url-status (link)
  2. "MLA protests against temple Management". Daily News and Analysis. Mumbai. 19 September 2017. Retrieved 20 October 2017.
  3. http://nirc.nanzan-u.ac.jp/nfile/1064 Archived 2013-12-02 at the Wayback Machine. ଛାଞ୍ଚ:Bare URL PDF
  4. tourist info

ବାହ୍ୟ ଲିଙ୍କ[ସମ୍ପାଦନା]