ଭୀମସେନ ଚୌଧୁରୀ

ଉଇକିପିଡ଼ିଆ‌ରୁ
ଭୀମସେନ ଚୌଧୁରୀ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଲକ୍ଷ୍ମଣ ମୁଣ୍ଡା
ପର ଅଧିକାରୀଲକ୍ଷ୍ମଣ ମୁଣ୍ଡା
ନିର୍ବାଚନ ମଣ୍ଡଳୀବଣାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-06-03) ୩ ଜୁନ ୧୯୬୨ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁମୁଦୁନୀ ଚୌଧୁରୀ
ବାପା/ବୋଉରାମଚନ୍ଦ୍ର ଚୌଧୁରୀ (ବାପା)
ବୃତ୍ତିରାଜନୀତିଜ୍ଞ

ଭୀମସେନ ଚୌଧୁରୀ (ଜନ୍ମ: ୩ ଜୁନ ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭୀମସେନ ୧୯୬୨ ମସିହାର ଜୁନ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ଚୌଧୁରୀ ଓ ପତ୍ନୀଙ୍କ ନାମ କୁମୁଦୁନୀ ଚୌଧୁରୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭୀମସେନ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିରେ ସକ୍ରିୟ ଥାଇ ଥରେ ବିଧାୟକ ହୋଇଥିଲେ ଏବଂ ବିଜେଡିରେ ଯୋଗ ଦେବା ପୂର୍ବରୁ କଂଗ୍ରେସରେ କାର୍ଯ୍ୟ କରିଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Bhimsen Choudhury". odishaassembly.nic.in. Odisha Assembly. Retrieved 8 December 2020.
  2. "କଂଗ୍ରେସର ହାତ ଛାଡି ବିଜେଡିର ମଙ୍ଗ ଧରିଲେ ପୂର୍ବତନ ବଣାଇ ବିଧାୟକ ଭୀମସେନ ଚୌଧୁରୀ | Kanak News". Kanak News. kanaknews.com. 12 July 2016. Archived from the original on 8 December 2020. Retrieved 8 December 2020.