ବ୍ୟବହାରକାରୀଙ୍କ ଆଲୋଚନା:ତୁଷାରନାଥ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ତୁଷାରନାଥ, ଧନ୍ୟବାଦ – ~~~~

--Psubhashish (ମୋ ଆଲୋଚନା) ୧୫:୨୨, ୧୯ ନଭେମ୍ବର ୨୦୨୩ (IST)[reply]

ଆଧାର ବାବଦରେ[ସମ୍ପାଦନା]

ତୁଷାରବାବୁ ନମସ୍କାର, ଆପଣ ବାଛୁଥିବା ଓ ଲେଖୁଥିବା ପ୍ରସଙ୍ଗ ଗୁଡ଼ିକ ଓଡ଼ିଆ ଉଇକିପିଡ଼ିଆ ନିମନ୍ତେ ଖୁବ ଜରୁରୀ । ଆପଣ ଉଇକିପିଡ଼ିଆର ଗୁରୁତ୍ୱ ବୁଝିଛନ୍ତି ଓ ବରାବର ଲେଖିଚାଲିଛନ୍ତି ଦେଖି ବହୁତ ଖୁସି ଲାଗୁଛି । ତେବେ ଆଧାରରେ ଏବେ ବି ଅସୁବିଧା ରହୁଛି ଓ ଆଧାରଟି ନଥିବାରୁ ପ୍ରସଙ୍ଗଗୁଡ଼ିକ ଅଧୁରା ଲାଗୁଛି । ମନେକରି, ସବୁ ପ୍ରସଙ୍ଗ ତଳେ {{ }} ମଧ୍ୟରେ ଆଧାର ନିଶ୍ଚିତ ଲେଖିବେ । ଆପଣ ଲେଖିସାରିଥିବା କିଛି ପ୍ରସଙ୍ଗରେ ଅନ୍ୟମାନେ କେମିତି ଆଧାର ଯୋଗ କରିଛନ୍ତି, ଦେଖିବେ । ଆଉ ଗୋଟିଏ କଥା, ଯେକୌଣସି ୟୁଟ୍ୟୁବ ଭିଡ଼ିଓକୁ ଆଧାର ଭାବରେ ବ୍ୟବହାର କରିବା ମୋ ମତରେ ଯୁକ୍ତିଯୁକ୍ତ ନୁହଁ । ଗୁଗୁଲ ବୁକ୍ସଗୁଡ଼ିକ ଆଧାର ନିମନ୍ତେ ବହୁତ ଭଲ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୪:୦୬, ୮ ଡିସେମ୍ବର ୨୦୨୩ (IST)[reply]

ମୋ ମତରେ, ଗୋଟିଏ ପ୍ରସଙ୍ଗ ସମ୍ପୂର୍ଣ୍ଣ ରୂପେ ତିଆରି କରିବାର ବୋଝ ମୁଁ ନେଇ ପାରିବି ନାହିଁ। ମୁଁ ମୋର ସାଧ୍ୟମତେ ଯେତିକି କରିବା କଥା କରୁଛି। ଯଦି ଆପଣମାନେ ସନ୍ତୁଷ୍ଟ ନୁହଁନ୍ତି, କହିଲେ ମୁଁ ଓହରି ଯିବି। ତୁଷାରନାଥ (ମୋ ଆଲୋଚନା) ୧୯:୨୩, ୮ ଡିସେମ୍ବର ୨୦୨୩ (IST)[reply]
ଜଣଙ୍କ ଦ୍ୱାରା ସବୁ ନିଶ୍ଚେ ଅସମ୍ଭବ । ଉଇକିପିଡ଼ିଆ ଏକ ସାମୁହିକ ପ୍ରକଳ୍ପ । ତେବେ ସମ୍ପାଦନା କରୁଥିବା ଲୋକଙ୍କ ସଂଖ୍ୟା ଖୁବ କମ । ଏଣୁ @Hellohappy ଉପରେ ଲେଖିଥିବା କଥାଟା ଖୁବ ଅଧିକ ପ୍ରସଙ୍ଗକୁ ସଜାଡ଼ିବାର ଅସାମର୍ଥ୍ୟରୁ । ଆମମାନଙ୍କ ମଧ୍ୟରୁ ଅନେକେ ଆଉ ଗୋଟେ ବାଟ ଆପଣେଇଛେ ଆଉ ହୁଏତ ଆପଣଙ୍କ କାମରେ ତାହା ଲାଗିପାରେ । ସେ ବାଟଟି ହେଲା ଅନେକ ନୂଆ ପ୍ରସଙ୍ଗ ଖୁବ କମ ଦିନ ଭିତରୁ ନ ଗଢ଼ି କେତୋଟି ପ୍ରସଙ୍ଗରେ ଧୀରେଧୀରେ ଅଧିକରୁ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିବା । ସେମିତି ହେଲେ ବାକିମାନଙ୍କ ଉପରେ ଅନେକଗୁଡ଼ିଏ ପ୍ରସଙ୍ଗରେ ଅନେକ ସମ୍ପାଦନା କରିବାର ଚାପ ବି କମ ପଡ଼ିବ । ଆମେ ସବୁ ଯେହେତୁ ନିଜ ଜୀବନ ଜୀବିକାରୁ ସମୟ କାଢ଼ି ଏ କାମ କରୁଛୁ ପ୍ରତି ଦିନ ଖୁବ ଅଧିକ ସମୟ କାଢ଼ିବା କଷ୍ଟକର । କାର୍ଯ୍ୟବ୍ଯସ୍ତତା ଯୋଗୁଁ ମୁଁ ନିଜେ ପାଖାପାଖି ୧୦ ଦିନ ପରେ ଏଠି ଲେଖିବାକୁ ବେଳ ପାଇଲି ।

ସାଧାରଣତଃ ୟୁଟ୍ୟୁବ, ବ୍ଲଗ, ଅନ୍ୟାନ୍ୟ ବ୍ୟକ୍ତିଗତ ୱେବସାଇଟ ଉଇକିପିଡ଼ିଆରେ ଆଧାର ଭାବେ ବ୍ୟବହାର ହୋଇପାରିବ ନାହିଁ । ମୁଁ ବୋଧେ ଲେଖିଥିଲି । ଏ ପୃଷ୍ଠାଟି ଦେଖୁଥିବେ ସମୟ ପାଇଲେ । ଏ ନିୟମଟି ଆମ ସଭିଙ୍କ ପାଇଁ । କେବଳ ଜଣାଶୁଣା ଖବରକାଗଜ (ଓ ତାଙ୍କ ୱେବସାଇଟ ବା ୟୁଟ୍ୟୁବ), ଜଣାଶୁଣା ଟିଭି ଚ୍ୟାନେଲର ୟୁଟ୍ୟୁବ (ଯଥା: ପ୍ରମେୟ, କଳିଙ୍ଗ ଟିଭି, କନକ ଟିଭି) ଆଦି ଦେଇପାରିବେ । ଗୁଗୁଲ ସ୍କଲାର ଗୋଟେ ଭଲ ସ୍ରୋତ । ଏସବୁ ବାଦ ଓହରି ଯିବା କଣ କେବେ କୌଣସି ଜିନିଷର ସମାଧାନ? ଆମେ ସବୁ ଜୀବନ ଯାକ ବୋଧେ କିଛି ନା କିଛି ନୂଆ କରୁଛୁ, ଭୁଲ ବି କରୁଛୁ ଆଉ ଶିଖୁଛୁ ।

Psubhashish (ମୋ ଆଲୋଚନା) ୨୨:୦୯, ୯ ଡିସେମ୍ବର ୨୦୨୩ (IST)[reply]

କିଛିଦିନ ତଳେ ଅନିମା କରଙ୍କ ପରଲୋକ ହେଲା। ମୁଁ ଦୁଇ ଧାଡ଼ିଆ ପ୍ରସଙ୍ଗଟିଏ ଆରମ୍ଭ କରିଥିଲି ବୋଲି କେହି ଜଣେ ମୃତ୍ୟୁର ତାରିଖ ଜୋଡ଼ିଦେଲେ। ତେଣୁ ପ୍ରସଙ୍ଗ କ୍ଷେତ୍ରରେ ପରିବାର ନିୟନ୍ତ୍ରଣକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ। କାରଣ ନାହିଁମାମୁଁ ଠାରୁ କଣାମାମୁଁ ଭଲ।
୨) ଜଣେ ଗାୟକଙ୍କର କାମର ଉଦାହରଣ ହେଲା ୟୁଟ୍ୟୁବ। ଏହା ଆଧାର ନୁହେଁ। ସେତିକି ଯେ କେହି ଜଣେ ସାଇତି ନଥିକରଣ କରିଛି ତାହା ଭାଗ୍ୟର କଥା। ଆମେ ତାକୁ ଅବଜ୍ଞା କରି ତଥ୍ଯକୁ ସ୍ଥାନ ଦେବାନାହିଁ, ତାହେଲେ କ୍ଷତି କାହାର ହେବ? ତାଛଡ଼ା ସାକ୍ଷାତକାର ଭିଡ଼ିଓକୁ ବି ଛାଡ଼ି ଦେବା?
୩) ମୁଁ ଆରମ୍ଭ କରିଥିବା ପ୍ରସଙ୍ଗ ଗୁଡ଼ିକରେ ନେଟରେ ତଥ୍ୟ ବା ଆଧାର ପ୍ରାୟ ନାହିଁ। କୋଉଠି କେଉଁ ବହିରେ ଯଦି ଥାଏ ତାହେଲେ ପରେ ଯୋଗ ହୋଇ ପାରିବ। କିନ୍ତୁ ବର୍ତ୍ତମାନ ଅଧିକ ଲମ୍ବା କରିବା ପାଇଁ ମୁଁ ଅସମର୍ଥ।
୪) ଆପଣ ମାନଙ୍କର ସମସ୍ଯା ଆପଣ ମାନଙ୍କର। ମୁଁ ଯେଉଁ ଆବେଗ ବା ମନୋଭାବ ନେଇ କାମ କରୁଛି ସେଥିରେ ବାଧା ଦେଇ ଲାଭ କଣ? ସଜାସଜି ଜିନିଷଟା ସହଜ ଓ ପରେ ହୋଇପାରିବ। ସମସ୍ତେ ଯେ ଗୋଟିଏ ଦିଗରେ ବା ଧାରାରେ କାମ କରିବେ ତାର କିଛି ମାନେ ନାହିଁ।
୫) ଆପଣ ମାନଙ୍କର ନିୟମ କାନୁନର ବ୍ଯତିକ୍ରମ ହୋଇପାରେ କିନ୍ତୁ ଏହା ମୋ ନିଜସ୍ବ ତଥା ସ୍ବାଧୀନ ମତ। ଧନ୍ୟବାଦ। ତୁଷାରନାଥ (ମୋ ଆଲୋଚନା) ୨୩:୩୭, ୯ ଡିସେମ୍ବର ୨୦୨୩ (IST)[reply]
୨) ୟୁଟ୍ୟୁବରୁ ତଥ୍ୟ ନେବାରେ କିଛି ଅସୁବିଧା ନାହିଁ । ତେବେ ଉଇକିପିଡ଼ିଆର ନିୟମାବଳୀ ମୁଁ ବ୍ୟକ୍ତିଗତ ଭାବେ ତିଆରି କରିନି । ଏ ଏକ ସମୁଦାୟ ଓ ନୀତିବଳି ସମସ୍ତଙ୍କ ପାଇଁ । ଏଣୁ ବିଶ୍ୱସନୀୟ ସ୍ରୋତ ଯାହା ମୁଁ ପୂର୍ବ ମେସେଜରେ ଲେଖିଥିଲେ ତାହା ବାଦ ଅନ୍ୟ ୟୁଟ୍ୟୁବର ଆଧାର ଦିଆଯାଇପାରିବ ନାହିଁ । ବିନା ଆଧାରରେ ପ୍ରସଙ୍ଗ ଆରମ୍ଭ କରି ପରେ ଆଧାର ଦିଆଯାଇପାରିବ । ହେଲେ ଆଧାରଅଯୋଗ୍ୟ ସ୍ରୋତ ଆଧାର ଭାବେ ଦିଆଯାଇପାରିବ ନାହିଁ ।
୩) ହଁ କିଛି ଅସୁବିଧା ନାହିଁ ସେମିତି ହେଲେ । ତେବେ ଯାହା ଉପରେ ଲେଖିଲି ସେ କଥାଟି ପ୍ରଯୁଯ୍ୟ । ଉଇକିପିଡ଼ିଆରେ ରହିବା ଯୋଗ୍ୟ ଅନେକ ପ୍ରସଙ୍ଗ ପାଇଁ ଆଧାର ପାଇବା କଷ୍ଟ । ସେ କ୍ଷେତ୍ରରେ କିନ୍ତୁ ଆଧାର ଅଯୋଗ୍ୟ ସ୍ରୋତକୁ ଜୋରକରି ନିୟମାବଳୀ ଉଲ୍ଲଂଘନ କରି ଆଧାର ଭାବେ ଦିଆଯାଇପାରିବ ନାହିଁ ।
୪) ଏଠି ଆପଣ ବନାମ ମୁଁ କିଛି ନାହିଁ । ଆପଣ ମଧ୍ୟ ଏ ସମୁଦାୟର ସମାନ ଅଂଶ । ସମସ୍ତଙ୍କ ପାଇଁ ସବୁ ନିୟମ ସମାନ ଆଉ ସମସ୍ତଙ୍କର ପ୍ରସଙ୍ଗସବୁ ସମ୍ପାଦନା କରିବାର ସମାନ ଅଧିକାର ଅଛି । କାହା ପାଇଁ କିଛି ନିୟମ ଅଲଗା ନୁହେଁ ଆଉ ହେବା ଉଚିତ୍ ମଧ୍ୟ ନୁହେଁ । ତେବେ ନୂଆ ନୁଆ ଲେଖା ଆରମ୍ଭ କରିଥିବା ଉଇକିଆଳିଙ୍କୁ ବାକିସମସ୍ତେ ଟିକେ ସହାୟତା କରନ୍ତି । ଆପଣଙ୍କ ଏ ଆଲୋଚନା ପୃଷ୍ଠାରେ ବାକିମାନଙ୍କର ସକ୍ରିୟତାରୁ ଆପଣ ତାହା ଅନୁଭବ କରୁଥିବେ । ଆଉ ପ୍ରୀତି ଭାଇ ବା ମୁଁ ବାଧା ଦେବା ଉଦ୍ଦେଶ୍ୟରେ ଲେଖୁନୁ । ବରଂ ସାମୁହିକ ନୀତିବଳି ବାବଦରେ ଲେଖୁଛୁ । ସେ ନୀତିବଳି ସମସ୍ତେ ୨୦୧୧ରୁ ଆରମ୍ଭ କରି ପାଳିଆସୁଛୁ । ସମସ୍ତଙ୍କ ଧାରା ଅଲଗା ହେବା ସ୍ୱାଭାବିକ । ହେଲେ ଲିଖନଶୈଳୀ ଓ ଆଧାର ଶୈଳୀ ମୋଟାମୋଟି ସମାନ ହେବ । Psubhashish (ମୋ ଆଲୋଚନା) ୧୯:୫୫, ୧୦ ଡିସେମ୍ବର ୨୦୨୩ (IST)[reply]

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ[ସମ୍ପାଦନା]

ଆଦରର @ତୁଷାରନାଥ, ଉଇକିପିଡ଼ିଆରେ ଆପଣ ଗତ ଦୁଇଦିନ ଭିତରେ ଅନେକ ସମ୍ପାଦନା କରିଛନ୍ତି ଆଉ ସେଥି ପାଇଁ ଧନ୍ୟବାଦ । ଅନେକ ଓଡ଼ିଆ ଚଳଚ୍ଚିତ୍ର ବାବଦରେ ଅତ୍ୟାବଶ୍ୟକୀୟ ତଥ୍ୟ ନ ଥିବା ବେଳେ ଆପଣ ସେ ପ୍ରସଙ୍ଗଗୁଡ଼ିକୁ ଉନ୍ନତ କରିଛନ୍ତି ଆଉ ଆଶା ପାଠକମାନେ ଛୋଟ ଓ ଅତି ଅଳ୍ପ ତଥ୍ୟ ଥିବା ପ୍ରସଙ୍ଗ ବଦଳରେ ବଡ଼ ଓ ତଥ୍ୟ ଥିବା ପ୍ରସଙ୍ଗ ପଢ଼ିବେ । ଆପଣ ଚାରୋଟି ନୂଆ ପ୍ରସଙ୍ଗ ମଧ୍ୟ ଆରମ୍ଭ କରିଛନ୍ତି: ଉତ୍ପଳା ସେନ, ସତୀନାଥ ମୁଖାର୍ଜୀ, ଇଲା ଚକ୍ରବର୍ତ୍ତୀତରୁଣ ବାନାର୍ଜୀ ଆଉ ସବୁ ଦୁଇ-ତିନି ବାକ୍ୟବିଶିଷ୍ଟ । ଆଗରୁ ଏ ବାବଦରେ ସାମୁହିକ ସିଦ୍ଧାନ୍ତ ନିଆଯାଇଛି ଯେ ଏଭଳି ପ୍ରସଙ୍ଗ ଲିଭାଇଦିଆଯିବ । ମୋର ଅନୁରୋଧ ଆପଣ ତିଆରି କରିଥିବା ଚାରୋଟି ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିବା ପାଇଁ । ନୂଆ ପ୍ରସଙ୍ଗ ତିଆରି କରିବା ଖୁବ ସହଜ ହେଲେ ପ୍ରସଙ୍ଗର ମାନ ଉନ୍ନତ କରିବା ସମୟ ଓ ଶ୍ରମସାପେକ୍ଷ । ଦ୍ୱିତୀୟ କାମଟି ଉଇକିପିଡ଼ିଆ ସମୁଦାୟର ବର୍ତ୍ତମାନର ଲକ୍ଷ୍ୟ । ଆଶା ଆପଣ ତିଆରି କରିଥିବା ପ୍ରସଙ୍ଗରେ ତଥ୍ୟ ଓ ଆଧାର ଯୋଡ଼ିବେ । ମୁଁ ତରୁଣ ବାନାର୍ଜୀ ପ୍ରସଙ୍ଗରେ କିଛି ତଥ୍ୟ ଓ ଆଧାର ଯୋଡ଼ିବାକୁ ଚେଷ୍ଟା କରୁଥିଲି ହେଲେ ସେ ଚାରୋଟି ପ୍ରସଙ୍ଗକୁ କାଲି-ଆଜି ଭିତରେ ଆରମ୍ଭ କରିଥିବାରୁ ଉନ୍ନତ କରିବା ଦାୟିତ୍ୱ ଆପଣଙ୍କର । Psubhashish (ମୋ ଆଲୋଚନା) ୧୫:୩୬, ୧୯ ନଭେମ୍ବର ୨୦୨୩ (IST)[reply]

ତରୁଣ ବାନାର୍ଜୀ[ସମ୍ପାଦନା]

ତରୁଣ ବାନାର୍ଜୀ ପ୍ରସଙ୍ଗକୁ ଖାଦ୍ୟ ଯୋଗାଇ ଥିବାରୁ ଧନ୍ୟବାଦ। ଆପଣଙ୍କ ପରାମର୍ଶ ଅନୁସାରେ ଅନ୍ୟ ପ୍ରସଙ୍ଗ ଗୁଡ଼ିକୁ ଲମ୍ବା କରିବା ପାଇଁ ଚେଷ୍ଟା କରିବି। ଯଦି ସମ୍ଭବ ହୁଏ ଅନ୍ୟ ଭାଷାର ଲିଙ୍କ ଜୋଡ଼ି ଦେବା ପାଇଁ ଅନୁରୋଧ। ତୁଷାରନାଥ (ମୋ ଆଲୋଚନା) ୧୫:୫୪, ୧୯ ନଭେମ୍ବର ୨୦୨୩ (IST)[reply]

ହଉ । କିଛି ଅତ୍ୟାବଶ୍ୟକୀୟ ସୂଚନା:
  • "ଆନନ୍ଦର କଥା ଯେ" ଭଳି ବ୍ୟକ୍ତିଗତ ମତଭିତ୍ତିକ ଲେଖା ନ ଦେବା ପାଇଁ ଅନୁରୋଧ ।
  • ଆଧାରସବୁ (ରେଫରେନ୍ସ) ବଙ୍ଗଳାରେ ରହିଛି । କୋଡ଼ସବୁ ଇଂରାଜୀରେ ରହିବ ଆଉ ଯେଉଁଠି ସମ୍ଭବ ତଥ୍ୟ ଓଡ଼ିଆରେ ରହିବ । ଯଥା: ଆନନ୍ଦବଜାର ପତ୍ରିକାରେ ପ୍ରକାଶିତ ଲେଖାଟିଏର ନାମ ବଙ୍ଗଳାରେ ରହିବ । ହେଲେ ଆନନ୍ଦବଜାର ପତ୍ରିକା ନାମଟି ଓଡ଼ିଆରେ ରହିବ । ରେଫରେନ୍ସ ଟେମ୍ପଲେଟ କେବେହେଲେ <ref>{{ସମ୍ବାଦ ହୁଏନାହିଁ । ପୁରୁଣା ଯେକୌଣସି ପ୍ରସଙ୍ଗରୁ ଦେଖିପାରିବେ କେମିତି ଆଧାର ଦିଆଯାଏ । ଭିଜୁଆଲ ଏଡିଟରରେ କେବଳ ଲିଙ୍କ ବ୍ୟବହାର କରି ଆପେଆପେ ଆଧାର ଟେମ୍ପଲେଟ ପୂରେଇହେବ । ସୋର୍ସକୋଡ଼ ଏଡିଟରରେ "ଉନ୍ନତ" ଟ୍ୟାବରୁ ଫର୍ମଟିଏ ବ୍ୟବହାର କରି ସମାନ ଜିନିଷ କରିହେବ । ବଙ୍ଗଳା ଉଇକିପିଡ଼ିଆରୁ ଅନୁବାଦ କରୁଥିଲେ ସିଧା ଆଧାର ଟେମ୍ପଲେଟ କପି ନ କରିବାକୁ ଅନୁରୋଧ । ସେସବୁ ଆଦୌ କାମ କରିବ ନାହିଁ ବା ଅବାଗିଆ ହେବ । <ref>{{ସମ୍ବାଦ ଥିବା ଜାଗାରେ ସମ୍ବାଦ ଖବରକାଗଜ ଭିତରେ ଥିବା ଓଡ଼ିଆ ଖବରକାଗଜ ଓ ପତ୍ରିକା ଛାଞ୍ଚଟେ ଆସୁଛି । ତାହା ଜଣେ ଗାୟକଙ୍କ ବାବଦରେ ଥିବା ପ୍ରସଙ୍ଗରେ ଅପ୍ରାସଙ୍ଗିକ ।
Psubhashish (ମୋ ଆଲୋଚନା) ୦୦:୩୨, ୨୦ ନଭେମ୍ବର ୨୦୨୩ (IST)[reply]
ଅତି କମ ଜ୍ଞାନ ଓ ଅଭିଜ୍ଞତାରେ ମୁଁ ଯାହା ପାରିଛି କରିଛି। ପ୍ରସଙ୍ଗକୁ ଠିକ୍ ଭାବେ ସଜାଇବା ପାଇଁ ଆପଣ ମାନଙ୍କ ସାହାଯ୍ୟ ଦରକାର। ଧନ୍ୟବାଦ। - ତୁଷାରନାଥ (ମୋ ଆଲୋଚନା) ୦୦:୪୭, ୨୦ ନଭେମ୍ବର ୨୦୨୩ (IST)[reply]
ଜ୍ଞାନ ଆମ ସମସ୍ତଙ୍କର ସମାନ । ଖାଲି ଅଭିଜ୍ଞତା ଯାହା କମ ବେଶୀ । :) ଆଉ ଆମେ ସମସ୍ତେ ସ୍ୱେଚ୍ଛାସେବୀ ହେଲେ ବି ଆଶା ଅଳ୍ପେ ବହୁତେ ସାହାଯ୍ୟ କରିବୁ ଆପଣଙ୍କ ଅଭିଜ୍ଞତା ବଢ଼େଇବେ ପାଇଁ । ସବୁଠୁ ସୁବିଧା ବାଟ କିନ୍ତୁ ହେଲା ନିଜେ ନିଜେ ଖେଳି ଶିଖିବା । ଆଉ ଆଗରୁ ଥିବା ପ୍ରସଙ୍ଗ ଭିତରେ କେମିତି ରଖାଯାଇଛି ତାକୁ ଖେଲେଇଲେ ଆପେ ଆପେ ବୁଝାପଡ଼ିଯିବ ରେଫରେନ୍ସ (ଆଧାର) କେମିତି ଦିଅନ୍ତି । ମୁଁ ଯେଉଁ ଉପରେ ଲେଖିଛି ବଙ୍ଗଳା ବଦଳରେ ଇଂରାଜୀ ଓ ଓଡ଼ିଆରେ ଆଧାର କଥା ପୁରୁଣା ଯେକୌଣସି ପ୍ରସଙ୍ଗର ଆଧାର ଦେଖିଲେ ଜାଣିପାରିବେ । Psubhashish (ମୋ ଆଲୋଚନା) ୦୯:୪୮, ୨୦ ନଭେମ୍ବର ୨୦୨୩ (IST)[reply]
ଧନ୍ୟବାଦ। ପ୍ରସଙ୍ଗକୁ କେମିତି ଇଙ୍ଗ୍ରାଜୀ ବା ବଙ୍ଗଳା ଭାଷା ସହ ଲିଙ୍କ କରିହେବ କହିବେ। ଦ୍ବିଜେନ ମୁଖାର୍ଜୀ ଙ୍କ ନାମରେ ନୂଆ ପ୍ରସଙ୍ଗଟିଏ ମୁଁ ଖୋଲିବାକୁ ଚାହୁଁଛି। ସେ ଗୋଟିଏ ଓଡ଼ିଆ ଗୀତ ବୋଲିଛନ୍ତି। ତୁଷାରନାଥ (ମୋ ଆଲୋଚନା) ୧୦:୦୦, ୨୦ ନଭେମ୍ବର ୨୦୨୩ (IST)[reply]
ଯଦି ଏକାଧିକ ଉଇକିପିଡ଼ିଆରେ ସମାନ ପ୍ରସଙ୍ଗ ଥାଏ ତେବେ ଲିଙ୍କ କେବଳ ଉଇକିଡାଟାରେ କରାଯାଏ । ଧରନ୍ତୁ ଭୀମ ଭୋଇଙ୍କ ବାବଦରେ ଓଡ଼ିଆ ଓ ଇଂରାଜୀରେ ପ୍ରସଙ୍ଗ ଆଗରୁ ଅଛି । ଲିଙ୍କ କରିବା ପାଇଁ ଉଇକିଡାଟାରେ ପ୍ରସଙ୍ଗର ନାମ ଖୋଜି, ପାଇ, ଉପରେ ଡାହାଣ ପାଖେ ଥିବା Wikipedia ଟ୍ୟାବରେ ଭାଷାର ୨-ଅକ୍ଷରୀ କୋଡ଼ (ଇଂରାଜୀ ପାଇଁ en, ବଙ୍ଗଳା ପାଇଁ bn ଓ ଓଡ଼ିଆ ପାଇଁ or) ଓ ପ୍ରସଙ୍ଗର ନାମ ଟାଇପ କରି ନାମଟି ବାହାରିଲେ ସେଥିରେ କ୍ଲିକ କରି Save କରିବାକୁ ହୁଏ । କଲେ ଆପେ ଆପେ ଉଇକିପିଡ଼ିଆ ପ୍ରସଙ୍ଗରେ ଲିଙ୍କ ହୁଏ । ମନେରଖିବେ ଯେ ଆଗରୁ ପ୍ରସଙ୍ଗ ବିଭିନ୍ନ ଉଇକିପିଡ଼ିଆରେ ଥିଲେ ଯାଇ ଯୋଡ଼ିହେବ । ନଥିଲେ ଆଗେ ଲେଖା ଗଢ଼ିବାକୁ ହେବ । Psubhashish (ମୋ ଆଲୋଚନା) ୧୦:୦୭, ୨୦ ନଭେମ୍ବର ୨୦୨୩ (IST)[reply]
ଅନ୍ୟ ଭାଷାର କଳାକାର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କର ପ୍ରସଙ୍ଗକୁ ଲିଙ୍କ ଦେଇ ଓଡ଼ିଆରେ ତିଆରି କରିବା ପାଇଁ ସଂକ୍ଷିପ୍ତ ପୃଷ୍ଠା ଯଥେଷ୍ଟ। ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। ମୋ ମତରେ ଓଡ଼ିଆ ପାଇଁ ଏହିଭଳି ଆଭିମୁଖ୍ୟ ହେବା ଉଚିତ। ତୁଷାରନାଥ (ମୋ ଆଲୋଚନା) ୧୦:୨୧, ୨୦ ନଭେମ୍ବର ୨୦୨୩ (IST)[reply]
ନିଶ୍ଚୟ । ତେବେ ଅତ୍ୟାବଶ୍ୟକୀୟ ତଥ୍ୟ ପାଇଁ ଆମେ ସମସ୍ତେ ଚେଷ୍ଟାକରୁଛୁ । ଆଉ ଟିକେ ଖୋଜିଲେ ମିଳିବ ନିଶ୍ଚୟ । ଯଥା ଆପଣ ଆରମ୍ଭ କରିଥିବା ତରୁଣ ବାନାର୍ଜୀ ପ୍ରସଙ୍ଗରେ ମୁଁ ପ୍ରାୟତଃ ଆପଣଙ୍କ ଲେଖାକୁ ହିଁ ଟିକେ ବଢ଼ାଇ ସେଥିରେ ସମ୍ବାଦରେ ଥିବା ଆଉ ଏକ ଲେଖାରୁ ଅଳ୍ପ କିଛି ତଥ୍ୟ ଯୋଡ଼ିଛି । ଅତୀତରେ ଅତି ଛୋଟ ଲେଖା ନ ରଖିବା ପାଇଁ ଏକ ସାମୁହିକ ସିଦ୍ଧାନ୍ତ ନିଆଯାଇଥିଲା (ଏଠାରେ ଆଲୋଚନାଟି ରହିଛି) । ତେବେ ଆପଣଙ୍କ ତିଆରି ନୂଆ ପ୍ରସଙ୍ଗଗୁଡ଼ିକ ନ ଲିଭାଇ କେବଳ ଅଧିକ ତଥ୍ୟ ଯୋଡ଼ି ମାନ ଉନ୍ନତ ପାଇଁ ଚେଷ୍ଟାକରିବା । ଆଉ ଆଗକୁ କେବଳ ଅଳ୍ପ କିଛି ହେଉ ପଛେ ନିହାତି ଦରକାରୀ ତଥ୍ୟ ଥିବା ଆଉ ଆଧାର ଥିବା ପ୍ରସଙ୍ଗ ତିଆରି ପାଇଁ ଅନୁରୋଧ । ପୁରୁଣା ପ୍ରସଙ୍ଗରେ ତଥ୍ୟ ଯୋଡ଼ିବାରେ ଆପଣଙ୍କ ପାରଦର୍ଶିତା ଆମେ ସମସ୍ତେ ଦେଖୁଛୁ ଏ ଗତ ଦି ଦିନ ହେଲା । :-) Psubhashish (ମୋ ଆଲୋଚନା) ୧୮:୦୧, ୨୦ ନଭେମ୍ବର ୨୦୨୩ (IST)[reply]
ଜୀତେନ୍ଦ୍ର ନାଥ ମହାନ୍ତି ପ୍ରସଙ୍ଗଟି ଭଲ ରୂପେ ସଜାଇ/ବଢ଼ାଇ ଦେଇ ଥିବାରୁ ଧନ୍ୟବାଦ। ଇଙ୍ଗ୍ରାଜୀ ଓ ବଙ୍ଗଳା ପୃଷ୍ଠା ସହିତ ଲିଙ୍କ ହୋଇପାରିଲେ ଭଲ ହୁଅନ୍ତା। ତୁଷାରନାଥ (ମୋ ଆଲୋଚନା) ୨୦:୪୬, ୨୧ ନଭେମ୍ବର ୨୦୨୩ (IST)[reply]
ନିଶ୍ଚେ । ଏବେ ଲେଖାଥିବା ସବୁ ଭାଷାର ପ୍ରସଙ୍ଗ ଉଇକିଡାଟାରୁ (https://www.wikidata.org/wiki/Q6203267) ଲିଙ୍କ ହୋଇଛି । ଉପରେ ଡାହାଣ ପାଖେ ଥିବା ଭାଷାର ଲିଙ୍କଗୁଡ଼ିକୁ ଲକ୍ଷ୍ୟ କରିବେ । ବଙ୍ଗଳାରେ ନାହିଁ ତେଣୁ ତିଆରି ନ ହେଲା ଯାଏ ଯୋଡ଼ିହେବନି । Psubhashish (ମୋ ଆଲୋଚନା) ୨୨:୧୫, ୨୧ ନଭେମ୍ବର ୨୦୨୩ (IST)[reply]
ଆଉ ଗୋଟେ ଛୋଟ ଜିନିଷ । ଗୋଟେ ଭାଷାର ଉଇକିପିଡ଼ିଆରେ ଆଉ ଗୋଟେ ଭାଷାର ଉଇକିପିଡ଼ିଆକୁ ଆଧାର (ରେଫରେନ୍ସ) ବା ଲିଙ୍କ ଭାବେ ଦେଇହେବନି ଯଥା: ନଚିକେତା ଘୋଷରେ ବଙ୍ଗଳା ଓ ଇଂରାଜୀ ଉଇକିପିଡ଼ିଆର ଲିଙ୍କ ଆଧାର ଭାବେ ଥିଲା । କାରଣ ପ୍ରତିଟି ଉଇକିପିଡ଼ିଆ ଗୋଟେ ଗୋଟେ ଏନସାଇକ୍ଲୋପିଡ଼ିଆ ଆଉ ସେଗୁଡ଼ିକ ବାହାର ପ୍ରକାଶନ ଆଧାରରେ ଲିଖିତ । Psubhashish (ମୋ ଆଲୋଚନା) ୨୩:୨୬, ୨୬ ନଭେମ୍ବର ୨୦୨୩ (IST)[reply]
ମୁଁ ତ ଏହି ସକାଶେ ଦେଉଛି ଯେ ଆପଣମାନେ ପରେ ଟିକେ ଠିକ୍ ଠାକ୍ କରିଦେବେ। ଆସେମ୍ବ୍ଲି ଲାଇନ୍ ଭଳି ଡିଭିଜନ ଅଫ ଲେବର ହେଲେହେଁ ଯାହାର ଯାହା ଏକ୍ସପର୍ଟିଜ୍ ତାର ଯଥାର୍ଥ ଉପଯୋଗ ହୋଇପାରିବ। ମୋର ବୟସ ଅନୁସାରେ ଟେକନିକାଲ କିଟିମିଟିଆ ଜିନିଷ ପ୍ରତି ଟିକେ ପ୍ରତିକୂଳ ଭାବ ରହିଛି। ଆଶା ଆପଣମାନେ ସହଯୋଗ କରିବେ। ତୁଷାରନାଥ (ମୋ ଆଲୋଚନା) ୨୩:୪୩, ୨୬ ନଭେମ୍ବର ୨୦୨୩ (IST)[reply]
ଆସେମ୍ବ୍ଲି ଲାଇନ୍ କଥାଟା ପୂରା ସତ । ହେଲେ ଆପଣଙ୍କ ଲେଖାସବୁ ଏମିତିରେ ଉଚ୍ଚକୋଟୀର ଆଉ ତଥ୍ୟବହୁଳ ଯାହା ଉଇକିପିଡ଼ିଆ ଲାଗି ଦରକାରୀ । ତେବେ ଅନ୍ୟ ଉଇକିପିଡ଼ିଆ ଆଧାର ଦରକାର ନାହିଁ । ଆଧାର ନଥିଲେ ଦେବା ସହଜ । କଟାକଟି ସମୟସାପେକ୍ଷ । ଏଠି ମୋଟ ସକ୍ରିୟ ଲୋକ ବି ହାତଗଣତି । ତା' ଛଡ଼ା ଇଂରାଜୀ ଉଇକିପିଡ଼ିଆରୁ ସିଧା ଆଧାର କପିକରିଆଣିଲେ ବି ଚଳିବ । Psubhashish (ମୋ ଆଲୋଚନା) ୨୨:୩୬, ୨୭ ନଭେମ୍ବର ୨୦୨୩ (IST)[reply]
ଧନ୍ୟବାଦ। ଅନେକ କଥାଚିତ୍ର ଓ ପତ୍ରିକା ଇତ୍ୟାଦିର ପ୍ରସଙ୍ଗର ଶୀର୍ଷକ ଆଇଟାଲିକ୍ସରେ ନାହିଁ। ସେଗୁଡ଼ିକୁ ବଦଳାଯାଇ ପାରିବ କି? ତୁଷାରନାଥ (ମୋ ଆଲୋଚନା) ୨୨:୫୨, ୨୭ ନଭେମ୍ବର ୨୦୨୩ (IST)[reply]
ହଁ ନିହାତି । ସମୟ ଓ ଲୋକବଳ ଅଭାବରୁ ସେମିତି ଅନେକ ଜିନିଷ ଅଧୁରା । Psubhashish (ମୋ ଆଲୋଚନା) ୦୯:୩୩, ୨୮ ନଭେମ୍ବର ୨୦୨୩ (IST)[reply]
"You will decide whether words in one ଉଇକିପିଡ଼ିଆ article should link to other ଉଇକିପିଡ଼ିଆ articles." ଏଥିରୁ ମନେ ହେଉଛି ଅନ୍ୟ ଉଇକିପିଡ଼ିଆକୁ ଆଧାର ମାନିବା ଉପରେ କୌଣସି ନିଷେଧାଜ୍ଞା ନାହିଁ। ଆପଣଙ୍କ ମତ କଣ?
୨) ପ୍ରସଙ୍ଗ ଶୀର୍ଷକକୁ ସାମାନ୍ୟ ବଦଳାଇବା ଲାଗି କଣ କରିବାକୁ ପଡ଼ିବ? ତୁଷାରନାଥ (ମୋ ଆଲୋଚନା) ୧୫:୨୮, ୩୦ ନଭେମ୍ବର ୨୦୨୩ (IST)[reply]
(୧) ଟା ବୁଝିପାରିଲିନି । ଗୋଟେ ଉଇକିପିଡ଼ିଆର ଲେଖାରେ ଅନ୍ୟ ଉକିପିଡ଼ିଆର ଲିଙ୍କ ଦିଆଯାଏନାହିଁ ବା ଆଧାର ଭାବେ ବ୍ୟବହାର କରାଯାଏନାହିଁ । ଆପଣ ସେଇଆ ପଚାରୁଥିଲେ ନା ଆଉକିଛି?
(୨) ପ୍ରସଙ୍ଗର ଉପରେ ଡାହାଣ ପାଖେ "ଅଧିକ" ଟ୍ୟାବଟିଏ ଦେଖିବେ । ତା' ଉପରେ କ୍ଲିକ କରି "ଘୁଞ୍ଚାଇବେ"କୁ ଯାଇ ସଂଶୋଧିତ ନାମଟି ଦେଇ ଘୁଞ୍ଚାଇପାରିବେ । ତେବେ ନାମଟିଏରେ କୌଣସି ଭୁଲ ନ ଥିଲେ ସେ ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଆଲୋଚନା କରି ଘୁଞ୍ଚାଇଲେ ଭଲ । Psubhashish (ମୋ ଆଲୋଚନା) ୨୦:୦୦, ୧୦ ଡିସେମ୍ବର ୨୦୨୩ (IST)[reply]

A barnstar for you![ସମ୍ପାଦନା]

The Special Barnstar
ତୁଷାରନାଥ ବାବୁ, ନମସ୍କାର । ନୂଆ ନୂଆ ଲେଖୁଛନ୍ତି ଆପଣ, କିନ୍ତୁ ଭଲ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ବାଛୁଛନ୍ତି । ତାପରେ ବନାନ, ଭାଷା ଓ ଶବ୍ଦଚୟନ ବି ଚମତ୍କାର ଆପଣଙ୍କର । ଆନ୍ତରିକ ଶୁଭେଚ୍ଛା ଗ୍ରହଣ କରିବେ । ଆଧାର ଉଇକିପିଡ଼ିଆର ଗୋଟିଏ ବହୁତ ଜରୁରୀ ଅଙ୍ଗ । ସେଇଟିକୁ ଭୁଲିବେ ନାହିଁ । ଧାଡ଼ିଏ ଲେଖିଲେ ବି ଆଧାର ନିଶ୍ଚୟ ଦେବେ । ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୭:୧୫, ୨୦ ନଭେମ୍ବର ୨୦୨୩ (IST)[reply]
ପ୍ରଶଂସା ପାଇଁ ଧନ୍ୟବାଦ। ମୋ ପକ୍ଷରେ ଯାହା ସମ୍ଭବ ମୁଁ କରିବା ପାଇଁ ଚେଷ୍ଟା କରୁଛି। ଅନେକ ପୁରୁଣା ଜିନିଷର ଆଧାର ବହିରେ ବା ଭିଡ଼ିଓରେ। ତେଣୁ ସଠିକ ଆଧାର ଦେଇ ହେଉ ନାହିଁ। ତାଛଡ଼ା ନୂଆ ପ୍ରସଙ୍ଗକୁ ସଜାଇବା ପାଇଁ ଆପଣ ମାନେ ସାହାଯ୍ୟର ହାତ ବଢ଼ାଇବେ ବୋଲି ଆଶା। ତୁଷାରନାଥ (ମୋ ଆଲୋଚନା) ୨୧:୨୩, ୨୦ ନଭେମ୍ବର ୨୦୨୩ (IST)[reply]
ବହୁତ ଭଲ କାମ କରୁଛନ୍ତି ଆପଣ । ଅନିମା କର ପ୍ରସଙ୍ଗଟିକୁ ଟିକେ ବାଗେଇବାକୁ ଚେଷ୍ଟା କରିଛି । ଦେଖିବେ । ଆପଣ ନିଜେ ଦେଖି ବୁଝି ଲେଖିଲେ, ଆଗକୁ ବହୁତ ଭଲ ଲେଖିବେ । ପ୍ରସଙ୍ଗ ଲେଖିଲାବେଳେ, ଯାହା ଅସୁବିଧା ହେଉଛି, ସେହି ପ୍ରସଙ୍ଗର ଆଲୋଚନାରେ ବା ଉଇକିପିଡ଼ିଆ ମୁଖ୍ୟ ଆଲୋଚନା ପୃଷ୍ଠାରେ ପଚାରିପାରିବେ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୧୯, ୨୧ ନଭେମ୍ବର ୨୦୨୩ (IST)[reply]
ବହିର ଆଧାର ଦେବା ଅପେକ୍ଷାକୃତ ଭାବେ ସହଜ । ଲିଙ୍କ ଦରକାର ନାହିଁ । ISBN ନମ୍ବର ଥିଲେ ଭଲ । ନହେଲେ ବି ଚଳିବ । ଉଦାହରଣ ସ୍ୱରୂପ

<ref>{{Cite book |last=ଦାସ |first=ଭଗବାନ ଚରଣ |title=ଅନୁଗୋଳର ଭୂଗୋଳ ଓ ଇତିହାସ |publisher=ଭିକ୍ଟୋରିଆ ପ୍ରେସ |year=1895 |location=କଟକ |publication-place=କଟକ |language=or}}</ref>

ଏ ଉପର କୋଡ଼ରେ ଥିବା ସମସ୍ତ ତଥ୍ୟ ବହିର ମେଟାଡାଟା ପୃଷ୍ଠାରୁ । ବହି ଓ ପତ୍ରିକାର ଆଧାର ଶୈଳୀ ପାଇଁ {{Cite book}} ଛାଞ୍ଚ, ଖବରକାଗଜ/ୱେବ ଖବର ପାଇଁ {{Cite news}} ଏବଂ ଅନ୍ୟାନ୍ୟ ଅନଲାଇନ ଆଧାର ପାଇଁ {{Cite web}} ଦେଖିପାରିବେ । Psubhashish (ମୋ ଆଲୋଚନା) ୨୨:୧୦, ୨୧ ନଭେମ୍ବର ୨୦୨୩ (IST)[reply]

ଜୀତେନ୍ଦ୍ର ନାଥ ମହାନ୍ତି[ସମ୍ପାଦନା]

ଜୀତେନ୍ଦ୍ର ନାଥ ମହାନ୍ତି ତୁଷାରନାଥ (ମୋ ଆଲୋଚନା) ୦୫:୨୬, ୨୧ ନଭେମ୍ବର ୨୦୨୩ (IST)[reply]

ପ୍ରଧାନ ପୃଷ୍ଠା[ସମ୍ପାଦନା]

ପ୍ରଧାନ ପୃଷ୍ଠା ବଦଳରେ ଯଦି ମୁଖ୍ୟ ପୃଷ୍ଠା କହାଯାଆନ୍ତା ଭଲ ହୁଅନ୍ତା ଯେହେତୁ ମନ୍ଦିରର ମୁଖଶାଳା ପରି ଭୂମିକା ଏହି ପୃଷ୍ଠାଟିର। _ ତୁଷାରନାଥ (ମୋ ଆଲୋଚନା) ୧୬:୫୫, ୨୨ ନଭେମ୍ବର ୨୦୨୩ (IST)[reply]

ଏଇଟି ଯେହେତୁ କେବଳ ଆପଣଙ୍କ ବ୍ୟକ୍ତିଗତ ଆଲୋଚନା ପୃଷ୍ଠା ଏଠି ଏଭଳି ଆଲୋଚନା ଆରମ୍ଭ କଲେ ବାକିମାନେ ହୁଏତ ଦେଖିବେନି ବା ଭାଗନେବେନି । ସାମଗ୍ରୀକ ଆଲୋଚନାସବୁ ଉଇକିପିଡ଼ିଆ:ଆଲୋଚନା ସଭାରେ ଆରମ୍ଭ କରିପାରିବେ ବା ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ ଉଇକିପିଡ଼ିଆ:ଚାଟସଭାରେ ପଚାରିପାରିବେ । Psubhashish (ମୋ ଆଲୋଚନା) ୦୮:୦୩, ୨୫ ନଭେମ୍ବର ୨୦୨୩ (IST)[reply]
ଆଛା ଠିକ୍ ଅଛି। ମନେରଖିଲି। ଧନ୍ୟବାଦ। ତୁଷାରନାଥ (ମୋ ଆଲୋଚନା) ୧୦:୩୨, ୨୫ ନଭେମ୍ବର ୨୦୨୩ (IST)[reply]

ଗୋରାଚାନ୍ଦ ମିଶ୍ର[ସମ୍ପାଦନା]

ଗୋରାଚାନ୍ଦ ମିଶ୍ର ତୁଷାରନାଥ (ମୋ ଆଲୋଚନା) ୧୮:୦୭, ୨୩ ନଭେମ୍ବର ୨୦୨୩ (IST)[reply]

ବଂଶୀଧର ଭୁୟାଁ[ସମ୍ପାଦନା]

ବଂଶୀଧର ଭୁୟାଁ ତୁଷାରନାଥ (ମୋ ଆଲୋଚନା) ୧୪:୨୭, ୨୪ ନଭେମ୍ବର ୨୦୨୩ (IST)[reply]

@ତୁଷାରନାଥ ବାବୁ, ପୁରୁଣା ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ତାଲିକା ପ୍ରସଙ୍ଗଟି କେବଳ ଐତିହାସିକ କାରଣରୁ ଦରକାରୀ ନୁହେଁ, ବରଂ ଓଡ଼ିଶାରେ ଖବରକାଗଜ ପ୍ରକାଶନ ବାବଦରେ ପରିଚୟ ପାଇଁ ମଧ୍ୟ ଖୁବ ଦରକାରୀ । ପ୍ରସଙ୍ଗଟି ଆରମ୍ଭ କରିଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ । ମୁଁ ଟିକେ କୌତୁହଳୀ ହୋଇ ଖୋଜାଖୋଜି କଲି କେଉଁ ନାମରେ ରଖିଲେ ଓଡ଼ିଆ ଖବରକାଗଜ ତାଲିକା ଓ ଏବେ ପ୍ରକାଶ ପାଉନଥିବା ଖବରକାଗଜକୁ ଅଲଗା ଅଲଗା ଦେଖିହେବ । ଆଉ କିଛି ଆଗରୁ ଥିବା ଉଦାହରଣ ଆଧାରରେ ଆପଣଙ୍କ ତିଆରି ପ୍ରସଙ୍ଗଟିକୁ ଓଡ଼ିଶାର ଅଚଳ ଖବରକାଗଜ ତାଲିକାକୁ ଘୁଞ୍ଚାଇଲି । ଦଶବର୍ଷରୁ ଅଧିକ କାଳ ଧରି ଆଉ ପ୍ରକାଶ ପାଇନଥିବା ଅନେକ ଖବରକାଗଜ ବି ତା' ଭିତରେ ତାଲିକାଭୁକ୍ତ ହେବ । ଆଉ ଏବେ ପ୍ରକାଶନ ଚାଲିଥିବା ଖବରକାଗଜସବୁ ଅଲଗା ଭାବେ ଓଡ଼ିଆ ଖବରକାଗଜ ତାଲିକା ଭିତରେ ରହିବ । ଫଳରେ ସମାଜ ଭଳି କାଗଜ ସଚଳ ତାଲିକାରେ ରହିବ ।

ଦ୍ୱିତୀୟରେ ଓଡ଼ିଶାରୁ ପ୍ରକାଶିତ ଓଡ଼ିଆ ଭିନ୍ନ ଅନ୍ୟ ଭାଷାର ଖବରକାଗଜ ମଧ୍ୟ ଆପଣଙ୍କ ତିଆରି ପ୍ରସଙ୍ଗ ଭିତରେ ରହିପାରିବ ଅଲଗା ବିଭାଗ ତଳେ ।

ତୃତୀୟରେ ଖବରକାଗଜ ଓ ପତ୍ରିକାକୁ ଏକାଠି ରଖିବାର ଆବଶ୍ୟକତା ନାହିଁ ବୋଲି ଭାବୁଛି । ସେଭଳି ତାଲିକା ଇଂରାଜୀ ତଥା ଅନ୍ୟ ଭାଷାର ଉଇକିପିଡ଼ିଆରେ ଦେଖିନି । ପତ୍ରିକାଗୁଡ଼ିକୁ ଏକ ଭିନ୍ନ ପ୍ରସଙ୍ଗରେ ରଖିଲେ ବରଂ ଭଲ ହେବ । Psubhashish (ମୋ ଆଲୋଚନା) ୦୮:୦୧, ୨୫ ନଭେମ୍ବର ୨୦୨୩ (IST)[reply]

ଆଉ ଏକ ଛୋଟ ଜିନିଷ: ବହି, ଖବରକାଗଜ, ପତ୍ରିକା, ଫିଲ୍ମ ଆଦିର ନାମ ସାଧାରଣତଃ ଇଟାଲିକ କରାଯାଏ (ଦୁଇଟି quote mark ନାମ ଆରମ୍ଭ ଓ ଶେଷରେ, ଯଥା: ''ସମାଜ'' -> ସମାଜ) । ଓଡ଼ିଶାର ନିଷ୍କ୍ରିୟ ଖବରକାଗଜ ତାଲିକାରେ ମୁଁ ସେ ବଦଳ ସହ ଶୈଳୀ ସାମାନ୍ୟ ବଦଳାଇଲି । ଓଡ଼ିଶାର ନିଷ୍କ୍ରିୟ ପତ୍ରିକା ତାଲିକାରେ ମଧ୍ୟ ସମାନ ଶୈଳୀ ଅଛି । --Psubhashish (ମୋ ଆଲୋଚନା) ୦୯:୨୧, ୨୫ ନଭେମ୍ବର ୨୦୨୩ (IST)[reply]
ପ୍ରସଙ୍ଗଟି ମୁଁ ଆରମ୍ଭ କରିନାହିଁ; ଆଗରୁ ଥିଲା। ଆପଣ ଯାହା କରିଛନ୍ତି ଖୁବ୍ ଭଲ କିନ୍ତୁ ଓଡ଼ିଆ ଆନ୍ଦୋଳନ ତଥା ଭାଷାର ବିବର୍ତ୍ତନ ପରିପ୍ରେକ୍ଷୀରେ ଅଲଗା କରି ସମୟାନୁକ୍ରମିକ ତାଲିକାର ଏକ ସାରଣୀ ରହିଲେ ଭଲ ହେବ ଯେଉଁଥିରେ ପ୍ରକାଶକ ତଥା ଅନ୍ୟାନ୍ୟ ତଥ୍ୟ ମଧ୍ୟ ସନ୍ନିବିଷ୍ଟ ହୋଇପାରିବ। ୨) ଆଇଟାଲିକ କରିବା ପାଇଁ ମନେରଖିଲି। ତୁଷାରନାଥ (ମୋ ଆଲୋଚନା) ୧୦:୨୫, ୨୫ ନଭେମ୍ବର ୨୦୨୩ (IST)[reply]
ପ୍ରସଙ୍ଗଟି @MKar ଆରମ୍ଭ କରିଥିଲେ ବୋଲି ଏବେ ଦେଖୁଛି । ସାରଣୀ କଥାରେ ଏକମତ । ହୁଏତ ଓଡ଼ିଆ ଖବରକାଗଜ ତାଲିକା ପ୍ରସଙ୍ଗରେ ଆମେ ସାରଣୀଟିଏ କରି ସେଥିରେ ଅତ୍ୟାବଶ୍ୟକୀୟ ତଥ୍ୟ ରଖିପାରିବା ଫଳରେ ଖବରକାଗଜର ବିବର୍ତ୍ତନ ଦେଖିହେବ । ପୁରୁଣା ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ତାଲିକା ପ୍ରସଙ୍ଗରେ ମଧ୍ୟ ସେହି ସମାନ ସାରଣୀ ରଖିପାରିବା । ମୁଁ ଚେଷ୍ଟାକରୁଛି । ସଫଳ ହେଲେ ଜଣେଇବି । Psubhashish (ମୋ ଆଲୋଚନା) ୦୬:୦୨, ୨୬ ନଭେମ୍ବର ୨୦୨୩ (IST)[reply]

ଆଦରର @ତୁଷାରନାଥ ବାବୁ, ଆଶା ଭଲରେ ଥିବେ । ଆପଣଙ୍କ ଆରମ୍ଭ ଚନ୍ଦ୍ରମୋହନ ମହାରଣା ପ୍ରସଙ୍ଗଟିକୁ ମୁଁ ଆଜି ଅଧିକ ତଥ୍ୟ ଓ ଆଧାର ଦେଇ ବଢ଼ାଉଥିଲି । ଆପଣ ଜାଣି ଖୁସି ହେବେ ଯେ ନିକଟରେ ସୃଜନିକାଦ୍ୱାରା ସ୍କାନ ୧୨,୦୦୦ରୁ ଅଧିକ ବହି ଭିତରର ଲେଖାକୁ ସହଜରେ କପିକରିହେଉଛି । ବହିଗୁଡ଼ିକ ତାଙ୍କ ଓଡ଼ିଆ ବିଭବ ପ୍ରକଳ୍ପ ବାଦ ଇଣ୍ଟରନେଟ ଆର୍କାଇଭରେ ଉପଲବ୍ଧ । ଏଥିମଧ୍ୟରୁ ୪,୦୦୦ରୁ ଅଧିକ ବହିର ସବିଶେଷ ତାଲିକା ଏଠି (https://or.wikipedia.org/s/1ttl ) ମୁଁ ରଖିଛି । ଆଶା ଆପଣ ଆରମ୍ଭ କରିଥିବା ପୁରୁଣା ଲେଖାସବୁରେ ଅଧିକ ତଥ୍ୟ ଯୋଡ଼ିବେ ଆଉ ଆଗଭଳି ନୂଆ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । Psubhashish (ମୋ ଆଲୋଚନା) ୦୯:୨୯, ୨୦ ଫେବୃଆରୀ ୨୦୨୪ (IST)[reply]

ଚନ୍ଦ୍ରମୋହନ ମହାରଣା ପ୍ରସଙ୍ଗଟିକୁ ପଢ଼ି ବହୁତ ଖୁସି ଲାଗିଲା। ଅନେକ ପରିଶ୍ରମ କରି ସ୍ବୟଂସମ୍ପୂର୍ଣ୍ଣ କରିଛନ୍ତି ଆପଣ। ବହି ସମ୍ବନ୍ଧରେ ସୂଚନା ମଧ୍ୟ ଆନନ୍ଦଦାୟକ। କେତେବେଳେ ସମୟ ସୁବିଧା ଦେଖି ନୂଆ ପ୍ରସଙ୍ଗ ଗଢ଼ିବି। ଧନ୍ୟବାଦ ତଥା ଶୁଭେଚ୍ଛା। ତୁଷାରନାଥ (ମୋ ଆଲୋଚନା) ୧୮:୨୩, ୨୦ ଫେବୃଆରୀ ୨୦୨୪ (IST)[reply]