Jump to content

ବିଷମ କଟକ

Coordinates: 19°31′N 83°31′E / 19.52°N 83.52°E / 19.52; 83.52
ଉଇକିପିଡ଼ିଆ‌ରୁ
ବିଷମ କଟକ
—  ସହର  —
ବିଷମ କଟକ
ବିଷମ କଟକର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°31′N 83°31′E / 19.52°N 83.52°E / 19.52; 83.52
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ରାୟଗଡ଼ା
ଲୋକସଂଖ୍ୟା ୭୪୦୮ (2011)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


342 metres (1,122 ft)

ବିଷମ କଟକ , ରାୟଗଡ଼ା ଜିଲ୍ଲାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[] ଏଠାକାର ଖ୍ରୀଷ୍ଟିୟାନ ହାସପାତାଳ (ମିଶନାରୀ ହାସପାତାଳ) ପାଇଁ ଏହା ବେଶ ଜଣାଶୁଣା ।

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ବିଷମ କଟକ ସହରର ଲୋକସଂଖ୍ୟା ୭୪୦୮[] । ସେଥିରୁ ପୁରୁଷ ଲୋକସଂଖ୍ୟା 3723 ଓ ମହିଳା ଲୋକସଂଖ୍ୟା 3685 ।

ଭୂଗୋଳ

[ସମ୍ପାଦନା]

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନିୟମଗିରି ପାହାଡ଼ ପାଦଦେଶରେ ବିଷମକଟକ ଅବସ୍ଥିତ । ବିଷମକଟକର ଭୌଗୋଳିକ ଅବସ୍ଥାନ ହେଉଛି latd = 19.52 । longd = 83.52 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି ।

ଇତିହାସ

[ସମ୍ପାଦନା]

ଗଙ୍ଗବଂଶିକ ଶାସନ ବେଳେ ବିଷମ କଟକ, ଗୁଡାରି କଟକର ରାଜା ଦାଦାର୍ଣବ ଦେବଙ୍କ ଅଧୀନରେ ଥିଲା ।

୧୬୮୬-୧୭୦୮ ମଧ୍ୟରେ ଜୟପୁରର ତତ୍କାଳୀନ ରାଜା ଥିଲେ ମହାରାଜା ରଘୁନାଥ କୃଷ୍ଣ ଦେଓ ତାଙ୍କ ଅଧୀନରେ ଜମିଦାର ଥିଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର କୃଷ୍ଣ ଥାଟରାଜା ରାଜାଙ୍କ ପରାମର୍ଶକ୍ରମେ ସେ ବିଷମ କଟକ ଜନବସତି ସ୍ଥାପନ କରିଥିଲେ । ପରେ ତାଙ୍କ ପୁତ୍ର ପିତାମ୍ବରଙ୍କଦ୍ୱାରା ଦୁର୍ଗଟିଏ ନିର୍ମିତ ହୋଇଥିଲା । ଦଶହରା ସମୟରେ ଥାଟରାଜା ପାଞ୍ଚ ଶହ ପାଇକ ମେଳରେ ଜୟପୁର ରାଜଦରବାରକୁ ଶୋଭାଯାତ୍ରାରେ ଯାଉଥିଲେ। ଥାଟରାଜାଙ୍କ ଏହି ଶୋଭାଯାତ୍ରା ପରମ୍ପରା ମହାରାଜାଙ୍କ ପାଇଁ ଆନୁଗତ୍ୟର ପ୍ରତୀକ ଥିଲା । ଅନେକ କାରଣରୁ ଥାଟରାଜା ଓ ଜୟପୁର ମହାରାଜାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିଲା । ଉଭୟ ପକ୍ଷ ମଧ୍ୟରେ ଚାରି ଥର ଯୁଦ୍ଧ ହୋଇଥିବା ଜଣାଯାଏ । ପରେ ଜୟପୁର ରାଜ୍ୟ ସହ ବିଷମକଟକ ମିଶ୍ରଣ ହୋଇଥିଲା ।[] ଜୟପୁର ରାଜାଙ୍କ ଅଧୀନରେ ଗୋବିନ୍ଦ ଚନ୍ଦ୍ର ଥାଟ୍ଟରାଜ ଥିଲେ ତତ୍କାଳୀନ ବିଷମକଟକର କରଦ ରାଜା ବା ଥାଟରାଜ ।

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

ବିଷମ କଟକ, ମା ମାର୍କମାଂକ ପ୍ରାଚୀନ ପୀଠ ଅଟେ । ମା ମାର୍କମା ଓ ମା କର୍କମାଙ୍କ ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି[] । ବିଷମ କଟକ ନିକଟରେ ଚାଟିକଣା ଶିବ ମନ୍ଦିର ସହିତ ଝରଣା ଏକ ଦର୍ଶନୀୟ ସ୍ଥାନ ।

  1. "Assembly Constituency-Bissamcuttack". eci.gov.in. Retrieved 11 December 2024.
  2. ୨୦୧୧ ଭାରତର ଜନଗଣନା
  3. "ବିଷମ କଟକ". ସମ୍ବାଦ. 9 September 2015. Retrieved 9 September 2015.
  4. "" ରାୟଗଡା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ-123orissa.com"". Archived from the original on 2015-06-26. Retrieved 2014-10-06.