ବିଭୁତିଭୂଷଣ ଦେଓ

ଉଇକିପିଡ଼ିଆ‌ରୁ
ବିଭୁତି ଭୁଷଣ ଦେଓ
Born(1929-04-18)୧୮ ଅପ୍ରେଲ ୧୯୨୯
ସୁଆଁଳ, କେନ୍ଦୁଝର
Died୨୭ ମଇ ୨୦୧୬(2016-05-27) (ବୟସ ୮୭)
Nationalityଭାରତୀୟ
Citizenshipଭାରତୀୟ
Spouseଶାନ୍ତିଲତା
Childrenନିବେଦିତା, ଶୁଭେନ୍ଦୁ, ଗୌତମ
Parent(s)ଗଜେନ୍ଦ୍ରନାଥ ଦେଓ, ଲକ୍ଷ୍ମୀ ଦେବୀ

ବିଭୁତି ଭୁଷଣ ଦେଓ (୧୮.୦୪.୧୯୨୯ - ୨୭.୦୫.୨୦୧୬) କେନ୍ଦୁଝର ଜିଲ୍ଲାରେ ଜନ୍ମିତ ଜଣେ ବୈଜ୍ଞାନିକ, ଶିକ୍ଷାବିତ ଓ ବିଜ୍ଞାନ ଲେଖକ ଥିଲେ ।[୧]

ଜୀବନୀ[ସମ୍ପାଦନା]

ବିଭୁତି ଭୁଷଣ ୧୯୨୯ ମସିହାରେ କେନ୍ଦୁଝର ଜିଲ୍ଲାର ସୁଆଁଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଗଜେନ୍ଦ୍ରନାଥ ଦେଓ ଓ ମାତାଙ୍କ ନାମ ଲକ୍ଷ୍ମୀ ଦେବୀ । ସୁଆଁଳରେ ପ୍ରାଥମିକ ଶିକ୍ଷା ଲାଭ କରି, ସେ କେନ୍ଦୁଝରଗଡ଼ ଗିବସନ୍ ଉଚ୍ଚ ବିଦ୍ୟାଳୟରୁ ୧୯୪୬ମସିହାରେ ସମଗ୍ର ରାଜ୍ୟରେ ଦଶମ ସ୍ଥାନ ଅଧିକାର କରି ମାଟ୍ରିକ ପାସ କରିଥିଲେ । ଏହା ପରେ ୧୯୫୦ ମସିହରେ ରେଭେନ୍ସା ମହାବିଦ୍ୟାଳୟରୁ ଉତ୍କଳ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ଭାବେ ଉତୀର୍ଣ୍ଣ ହୋଇ ଉଡବର୍ଣ୍ଣ ପୁରସ୍କାର ଓ ମୟୂରଭଞ୍ଜ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ଆଲ୍ଲାହବାଦ ବିଶ୍ୱବିଦ୍ୟାଳୟରୁ ୧୯୫୨ ମସିହାରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲକରିଥିଲେ । ସେହିବର୍ଷ ସେ ରେଭେନ୍ସା ମହାବିଦ୍ୟାଳୟରେ(୧୯୫୨-୬୨) ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ଇତିମଧ୍ୟରେ ସେ ଓଡ଼ିଶା ସରକାରଙ୍କ ବୃତ୍ତି ଲାଭ କରି ଇଂଲଣ୍ଡର ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରେ ଗବେଷଣା କରିବାର ସୁଯୋଗ ପାଇଲେ । ସେଠାରେ ସେ ପଦାର୍ଥବିଜ୍ଞାନୀ ପଫେସର ଲିୟନ ରୋଜେନଫିଲ୍ଡଙ୍କ ତତ୍ତ୍ୱାବଧାନରେ ଗବେଷଣା କରି ୧୯୫୮ ମସିହାରେ ପିଏଚଡି ପାଇଥିଲେ । ତାପରେ ସେ ସ୍ୱଦେଶ ଫେରିଆସି କିଛିକାଳ ଅଧ୍ୟାପନା କରିଥିଲେ । ୧୯୬୨ ମସିହାରେ ସେ କାନପୁର ଆଇଆଇଟିରେ ଯୋଗଦେଇଥିଲେ । ୧୯୬୭ ମସିହାରେ ତାଙ୍କ ଆମେରିକାର କାର୍ନେଗୀ ମେଲନ ବିଶ୍ୱବିଦ୍ୟାଳୟରେ ୩ ବର୍ଷ ଗବେଷଣା କରିବାର ସୁଯୋଗ ମିଳିଲା । ସେଠାରୁ ଫେରି ସେ, ୧୯୬୯ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ନବଗଠିତ ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗରେ ମୁଖ୍ୟ ପଦ ଅଳଙ୍କୃତ କରିଥିଲେ ।[୨] ଦୁଇଦଶନ୍ଧି(୧୯୬୯-୮୯) ବ୍ୟାପୀ ଏହି ପଦବୀରେ ଆସିନ ହୋଇଥିବା ଅବସରରେ, ସେ ବିଭାଗଟିର ଉତ୍ତୋରତ୍ତର ଉନ୍ନତି କରି ଜାତୀୟ ସ୍ଥରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଗଣିତ କରାଇ ପାରିଥିଲେ । ୧୯୭୦ ମସିହାରେ ତାଙ୍କ ପ୍ରଚେଷ୍ଟାରେ, ଓଡ଼ିଶାର ପ୍ରଥମ କମ୍ପ୍ୟୁଟର, ଉତ୍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ଉପସ୍ଥାପିତ ହୋଇପାରିଥିଲା | ୧୯୮୯-୧୯୯୨ ଦେଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ତୁଲାଇ ଥିଲେ ।[୩] ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପ୍ରତିଷ୍ଠା କାଳରେ ସମସ୍ତ ପ୍ରାରମ୍ବିକ କାର୍ଯ୍ୟ ଦେଓଙ୍କଦ୍ୱାରା ହିଁ ସମ୍ପାଦିତ ହୋଇଥିଲା ।

ଗବେଷଣା[ସମ୍ପାଦନା]

କଣିକା ପଦାର୍ଥ ବିଜ୍ଞାନ ଓ କଠିନ ବସ୍ତୁ ବିଜ୍ଞାନ ପ୍ରଫେସର ଦେଓଙ୍କ ଗବେଷଣାର ମୁଖ୍ୟ ଥିଲା । ଏହା ବ୍ୟତିତ ସେ ଅଲଟ୍ରା ସୋନିକ, ତରଳବସ୍ତୁ ବିଜ୍ଞାନ ଆଦି ଏକାଧିକ କ୍ଷେତ୍ରରେ ଗବେଷଣା କରିଥିଲେ । ଦେଶବିଦେଶର ବହୁ ପତ୍ରପତ୍ରିକାରେ ତାଙ୍କର ଶତାଧିକ ନିବନ୍ଧ ପ୍ରକାଶିତ ହୋଇଥିଲା । ପଦାର୍ଥବିଜ୍ଞାନୀ କଟକସ୍କିଙ୍କ ସହ ଗବେଷଣା କରି, ସେ ମୌଳିକ କଣିକାଙ୍କ କ୍ରିୟା ପ୍ରକ୍ରିୟା ବିଶ୍ଳେଷଣର ଏକ ଅଭିନବ ପଦ୍ଧତି ବାହାର କରିଥିଲେ, ଯାହା କଟକସ୍କି-ଦେଓ ପଦ୍ଧତି ନାମରେ ପରିଚିତ । ଏହା ବ୍ୟତିତ ସେ ଦୁର୍ବଳ ପ୍ରକ୍ରିୟା, ସବଳ ପ୍ରକ୍ରିୟା ଓ ବିଦ୍ୟୁତ-ଚୁମ୍ବକିୟ ପ୍ରକ୍ରିୟା ଗୁଡିକର ସମନ୍ୱିତ କ୍ଷେତ୍ରତତ୍ତ୍ୱ(ୟୁନିଫାଇଡ ଥିଓରୀ) ଉପରେ ଏକାଧିକ ପ୍ରକାଶ କରିଥିଲେ । କଠିନ ବସ୍ତୁ ଗବେଷଣା କ୍ଷେତ୍ରରେ କ୍ଷେତ୍ରତତ୍ତ୍ୱ(ଫିଲଡ ଥିଓରୀ) ଗ୍ରୀନ-ଫଳନ ପଦ୍ଧତିର ବ୍ୟବହାରର ନୂତନ ଦିଗ ଉନ୍ମୋଚନ କରିବାରେ ସମଗ୍ର ଦେଶରେ ପ୍ରଥମ ଥିଲେ । ଏହି ସବୁ ବିଷୟରେ ଗବେଷଣା କରି ତାଙ୍କର ବହୁ ଛାତ୍ର ଡକ୍ଟରେଟ ଲାଭ କରିଛନ୍ତି । ତାଙ୍କ ଗବେଷଣାର ଲାଭ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ, ରାଜ୍ୟ ବା ଦେଶ ମଧ୍ୟରେ ସିମିତ ନରହି, ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ, କାର୍ନେଗୀ ବିଶ୍ୱବିଦ୍ୟାଳୟ, ମାକ୍ସପ୍ଲାଣ୍ଟ ଇନଷ୍ଟିଚୁଟ, ଅବଦୁଷ ସଲାମ ଆନ୍ତର୍ଜାତୀୟ ତାତ୍ତ୍ୱିକ ପଦାର୍ଥବିଜ୍ଞାନ ପ୍ରତିଷ୍ଠାନକୁ ମଧ୍ୟ ପହଞ୍ଚିଛି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Nuclear Science Abstracts. Oak Ridge Directed Operations, Technical Information Division. 1962.
  2. "ଆର୍କାଇଭ୍ କପି" (PDF). Archived from the original (PDF) on 2015-11-06. Retrieved 2016-09-20. {{cite web}}: Cite has empty unknown parameter: |1= (help)
  3. Krushna Singh Padhy (1 January 1991). Battle For Freedom Of Press In India. Academic Foundation. ISBN 978-81-7188-077-5.
  4. "Felicitation of Senior Scientists of Odisha". orissabigyanacademy.nic.in. Archived from the original on 2021-04-27. Retrieved 2016-09-20.