ବିଭିନ୍ନ ପ୍ରକାର ଶାଗର ତାଲିକା

ଉଇକିପିଡ଼ିଆ ରୁ
ଏହି ଲେଖାଟି 'ବିଭିନ୍ନ ପ୍ରକାର ଶାଗର ତାଲିକା' ବାବଦରେ । ବାକିସବୁ ପାଇଁ, ଶାଗ ପ୍ରସଙ୍ଗଟି ଦେଖନ୍ତୁ ।

ବିଭିନ୍ନ ଶାଗର ତାଲିକା[ସମ୍ପାଦନା]

ଭାରତର କେତେକ ରାଜ୍ୟରେ ବିଶେଷ କରି ଓଡ଼ିଶାରେ କେତେକ ବନସ୍ପତିର ପତ୍ରକୁ ଲୋକେ ଶାଗ ବୋଲି କହିଥାନ୍ତି । ଏ ସବୁକୁ ଭାଜି, ଖରଡ଼ି କିମ୍ବା ତରକାରି ବା ସାଲାଡ଼ କରି ଖିଆଯାଏ । ଏଠାରେ କେତେକ ପ୍ରକାର ଶାଗର ସଂକ୍ଷିପ୍ତ ପରିଚୟ ଦିଆଗଲା ।

ଶାଗ ଉଦ୍ଭିଦିକ ନାମ ଓ ପରିବାର ସଂକ୍ଷିପ୍ତ ପରିଚୟ ପ୍ରସ୍ତୁତି ପ୍ରାରୂପ ଛପା/ସଂଶ୍ଳିଷ୍ଟ ପର୍ବ
ଖଡ଼ା Amaranthus gangeticus : Amaranthaceae ଏହି ଗଛ ଏକ ଫୁଟରୁ ଚାରି ଫୁଟଯାଏ ବଢ଼େ। ଦୋରସା, ମଟାଳ ମାଟିଲେ ଭଲ ହୁଏ। ଏଥିରେ ଲୌହସାର ପ୍ରଚୁର ପରିମାଣରେ ରହିଥାଏ। ଏହାର ପତ୍ର ଶାଗ ରୂପେ ପ୍ରସ୍ତୁତ କରାଯାଏ। ଏହାର ପତ୍ରକୁ ତୋଳି ସାରିବା ପରେ କାଣ୍ଡକୁ ଖଡ଼ାରୂପେ ବ୍ୟବହାର କରାଯାଏ। କାଣ୍ଡକୁ ଛୋଟଛୋଟ କରି ତରକାରୀ କରିବା ସହିତ ରଜ ସଂକ୍ରାନ୍ତିରେ ଆଳୁ, ବାଇଗଣ, ସାରୁ ଓ ପଣସମଞ୍ଜି ସହିତ ରନ୍ଧାଯାଏ। ରଜ ସଂକ୍ରାନ୍ତି। ଢେଙ୍କାନାଳର ତରଭା ଅଂଚଳର ଖଡ଼ା ଓ ରଥଯାତ୍ରା ସମୟରେ କୋରିଆଁ ଖଡ଼ା ଅତି ଲୋକପ୍ରିୟ।
କଖାରୁ Cucubrita Maxina : Cucurbitaceae ଏହା ଏକ ଆରୋହୀ ଲତା। ପତ୍ର ଗୁଡ଼ିକ ଚକାଚକା। ଗଛର ଅଗ୍ରଭାଗ ଓ କଅଁଳ ପତ୍ରକୁ ଶାଗ ଭାବରେ ବ୍ୟବହାର କରାଯାଏ। ଏହାର କାଣ୍ଡକୁ ଡଙ୍କ କହିଥାନ୍ତି। କଖାରୁ ଶାଗକୁ ରସୁଣ, ସୋରିଷ ଦେଇ ରାଇ କରାଯାଏ, ଡଙ୍କ ସହିତ ଖରଡ଼ା ହୁଏ, ସମ୍ବର ମଧ୍ୟ କରାଯାଏ। ଏହା ପ୍ରାୟ ସବୁ ଋତୁରେ ଚାଷ କରାଯାଏ।
କାନସିରି Commelina Berghalusis : Commelinaceac ବର୍ଷାଋତୁରେ ଏହା ଆପେଆପେ ଉଠିଥାଏ। ପତ୍ରଗୁଡ଼ିକ ଛୋଟ ଓ ଲମ୍ବାଳିଆ। ଏହାର ପତ୍ରକୁ ତୋଳି ଅନ୍ୟାନ୍ୟ ଶାଗ ସହିତ ମିଶାଇ ଖରଡ଼ି ଖିଆଯାଏ।
ସାରୁ Antiguorun Schott : Araceac ଏହାର କାଣ୍ଡ ଭୂମିରେ ରହେ। ପତ୍ର ବଡ଼ ବଡ଼, ତ୍ରିକୋଣାକାର, ଚିକ୍କଣ । ଧଳା ଓ ନାଲି ଦୁଇ ରଙ୍ଗର ଥାଏ। ଏହାର କଅଁଳ ପତ୍ର ଓ ଡେମ୍ଫକୁ ଶାଗ ଭାବରେ ଖିଆଯାଏ। ଏହାର କାଣ୍ଡରୁ ଚୋପା ଛଡ଼ାଇ ସୋରିଷ ଓ ବିଭିନ୍ନ ମସଲା ସହିତ ରାଇ କରାଯାଏ। ଗଛ ଶୁଖିଲା ବେଳକୁ ଛୋଟ ଛୋଟ ପତ୍ର ସବୁକୁ କାଟି ସାରୁ, ଆମ୍ବୁଲ, ସୋରିଷ, ଅଦା, ରସୁଣ ସହ ସୁଖୁଆ ଦେଇ ରନ୍ଧାଯାଏ। ସାରୁପତ୍ର.JPG
କଳମ Ipomoeareptans Poir : Convolvulaceac ଏହା ଜଳଥିବା ସ୍ଥାନରେ ହୋଇଥାଏ। ପତ୍ର ଗୁଡ଼ିକ ଛୋଟଛୋଟ ତାମ୍ବୁଳାକାର ଯାହା ଜଳ ଉପରେ ମାଡ଼ିଥାଏ। ପତ୍ର, ଡେମ୍ଫ, କାଣ୍ଡ ଇତ୍ୟାଦିକୁ ଶାଗ ଭାବରେ ଖିଆଯାଏ। ପତ୍ରକୁ ଟିକିଟିକି କରି କାଟି ଭଜାଯାଏ, ନଚେତ୍ ଅନ୍ୟାନ୍ୟ ଶାଗ ବା ବାଇଗଣ ସହିତ ଖରଡାଯାଏ। ଶୁଖିଲାଲଙ୍କା, ସୋରିଷ, ରସୁଣ ଦେଇ ସନ୍ତୁଳିଲେ ବେଶ୍ ସ୍ୱାଦିଷ୍ଠ ହୋଇଥାଏ।
ନହଙ୍ଗା Celosiaargentia L : Amaranthacea ଏହା ଗୁଳ୍ମଜାତୀୟ। ବର୍ଷା ଋତୁର ପ୍ରାରମ୍ଭରେ ଏହା ଆପେ ଆପେ ଉଠିଥାଏ। ପତ୍ର ଗୁଡ଼ିକ ସରୁ ଓ ଲମ୍ବା। ଛୋଟ ଗଛକୁ ଏବଂ ପତ୍ରକୁ ଅନ୍ୟାନ୍ୟ ଶାଗ ସହିତ ମିଶାଇ ଖରଡ଼ି ଖିଆଯାଏ।
ପାଳଙ୍ଗ Spinacia Oleracia : Chenopodinceac ଏହାକୁ ଖରାଦିନେ, ଶୀତଦିନେ ଚାଷ କରାଯାଏ। ଏଥିରେ ଅଧିକ ଲାଳ ଅଂଶ ଓ ଜଳଧାରଣର ଶକ୍ତି ଥାଏ। ପତ୍ରଗୁଡ଼ିକ ଚିକ୍କଣ, ଲମ୍ବା। ପତ୍ରକୁ ଛୋଟ ସମୟରେ ଖରଡ଼ି ଭାଜି ଖିଆଯାଏ। ଏହାକୁ ପନିର ସହିତ ତରଳ ଭାବରେ ପ୍ରସ୍ତୁତ କରାଯାଏ। ପାଳଙ୍ଗ ଖିରି ମଧ୍ୟ ତିଆରି ହୋଇଥାଏ।
ପୋଇ Basilarubra : Chenopodinceac ଏହା ଏକ ଲତା ଜାତୀୟ ଉଦ୍ଭିଦ। ଡାଳଯୁକ୍, ପତ୍ର ମୋଟା। ପତ୍ର ଓ କାଣ୍ଡକୁ ଶାଗ ଭାବରେ ବ୍ୟବହାର କରାଯାଏ। ଏହାର ପତ୍ରକୁ ମେଞ୍ଚାମେଞ୍ଚା କରି ଅନ୍ୟ ପରିବା କିମ୍ବା ଆଳୁ ସହିତ ପ୍ରସ୍ତୁତ କରାଯାଏ। ଏହାର ପତ୍ରରୁ ପିଠା ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏହା ଛଡ଼ା ପୋଇପତ୍ରରେ ଚୁନାମାଛ ପକାଇ ଛେଞ୍ଚଡ଼ା ପ୍ରସ୍ତୁତ କରାଯାଏ। ପତ୍ର ଓ କାଣ୍ଡକୁ ଛୋଟ ଛୋଟ କରି କାଟି ଘାଣ୍ଡ ତରକାରୀ କିମ୍ବା ଶୁଖୁଆ ସହିତ ରାଇ କରାଯାଏ। ଏହାର ଛୋଟ କଢ (ପୋଇକଢ)କୁ ମଧ୍ୟ ତରକାରୀ କରାଯାଇଥାଏ।
ପିତାଶାଗ Glinus Oppositifolius : Aizoaceac ବର୍ଷାଦିନରେ ବିକ୍ଷିପ୍ତ ହୋଇ ଆପେ ଆପେ ଓଦା ସ୍ଥାନରେ ଉଠେ। କାଣ୍ଡ ବହୁଶାଶାଯୁକ୍ତ, ପତ୍ର ବଳୟାକାର। ଏହାକୁ ମୁଖ୍ୟତଃ ଭାଜି ଖିଆଯାଏ। ଏହାର ପତ୍ରକୁ ଚାଉଳସହିତ ବାଟି ବରା ମଧ୍ୟ ପ୍ରସ୍ତୁତ କରାଯାଇଥାଏ।
ମୁଠିଶାଗ Polygonum Plebicium : R.Br. Polygonaceac Anti Alergy ଏହା ଛୋଟ ଛୋଟ ତୃଣ ଜାତୀୟ ଉଦ୍ଭିଦ। ପତ୍ର ସାମାନ୍ୟ ଲମ୍ବା ଏବଂ ଛୋଟ। ବର୍ଷାଋତୁ ଆରମ୍ଭରେ ଓଦାଳିଆ ସ୍ଥାନରେ ଆପେ ଆପେ ଉଠିଥାଏ। ଏହାକୁ ଭାଜି ଖିଆଯାଏ। ଏହା ଚର୍ମ ରୋଗ ପ୍ରତିରୋଧ କାରୀ।
ମେଥିଶାଗ Tringonella Corniculata : Fabaciac ଏହା ଉର୍ଦ୍ଧ୍ୱଗାମୀ, ସୁବାସିତ, ବାର୍ଷିକ ତୃଣ। ପତ୍ର କ୍ଷୁଦ୍ର ଏବଂ ପତ୍ରର ଧାର ଦନ୍ତୁରିତ। ପତ୍ରକୁ ଶାଗ ଭାବରେ ଭାଜି ଖିଆଯାଏ। ଏହାକୁ ଅଟା ଓ ବେସନ ସହିତ ଚକଟି ମେଥି ପରଟା ପ୍ରସ୍ତୁତ କରାଯାଏ। ଏହାର ପତ୍ରରୁ ପ୍ରସିଦ୍ଧ ମସଲା କସୁରି ମେଥି ପ୍ରସ୍ତୁତ ହୁଏ। ଏହାର ମଞ୍ଜି ଏକ ଉପଯୋଗୀ ମସଲା।
ଲେଉଟିଆ Amaranthis Viridis L : Amaranthanceac ଏହା ଏକ ବାର୍ଷିକ ତୃଣ। ପତ୍ର ଚିକ୍କଣ। ଏହା ଖରାଦିନେ ଓ ଶୀତଦିନେ ପ୍ରଚୁର ପରିମାଣରେ ହୋଇଥାଏ। ଏହାର ପତ୍ର ସହିତ କାଣ୍ଡକୁ ଖରଡ଼ି କିମ୍ବା ଭାଜି ଖିଆଯାଏ।
ଚଣା (ଖେସାରି) Lathyrus Satives : Fabaciac ଗଛ ଗୁଡ଼ିକ ବହୁ ଶାଖାଯୁକ୍ତ। ଏହା ରବିଋତୁରେ ଜମିରେ ଚାଷ କରାଯାଏ। ମୁଖ୍ୟତଃ ଶୀତ ଦିନେ ଏହା ହୋଇଥାଏ। ଗଛର ଅଗ ପତ୍ରକୁ ତୋଳି ଭାଜି କିମ୍ବା ଅରୁାଆ ପତ୍ର ବିରି ଗୁଣ୍ଡ ସହିତ ଭାଜି ଖରଡ଼ି ଖିଆଯାଏ।
ସଜନା Moringa Oleiferalan : Moringa Ceac ଏହାର ଗଛ ଦ୍ରୁମଜାତୀୟ । ପତ୍ର ଗୁଡ଼ିକ ଛୋଟ ଛୋଟ। ପତ୍ରକୁ ଶାଗ କରି ଭାଜି, ଖାଦ୍ୟ ଭାବରେ ବ୍ୟବହାର କରାଯାଏ। ପତ୍ରକୁ ଛୋଟ ଛୋଟ କାଟି କିମ୍ବା ଗୋଟା ରଖି ସେଥିରେ ମୁଗଡାଲି ପକାଇ ଭଜାଯାଏ। ନଚେତ୍ ଚାଉଳ ବିରି ଗୁଣ୍ଡ ପକାଇ ଖରଡ଼ିଲେ ସ୍ୱାଦିଷ୍ଠ ଲାଗେ। ଏହାକୁ ମଧ୍ୟ ମୁଗଡାଲି ସହିତ ତରଳ ପ୍ରସ୍ତୁତ କରାଯାଇଥାଏ। ଏହାର ଫୁଲର ଭଜା ଏକ ସ୍ୱାଦିଷ୍ଠ ଖାଦ୍ୟ। ଏହାର ଛୁଇଁ ମଧ୍ୟ ଏକ ଲୋକପ୍ରିୟ ପରିବା।
ସୁନୁସୁନିଆ Marsilea Minuta L. : Fabaceac ପାଣିଥିବା ଅଥବା ସନ୍ତ ସନ୍ତିଆ ସ୍ଥାନରେ ଏହା ଜନ୍ମିଥାଏ। ପତ୍ର ଗୁଡ଼ିକ ଚିକ୍କଣ ଏବଂ ତିନି ପାଖୁଡ଼ା ବିଶିଷ୍ଟ। ପତ୍ରକୁ ଭାଜି ଖିଆଯାଏ। ଏହା ନିଦ୍ରା ବର୍ଦ୍ଧକ, ଅଗ୍ନି ବର୍ଦ୍ଧକ, ଜ୍ୱର, ଦାହ, ଶ୍ରମ ମୋହ, ଅନିଦ୍ରା ନିବାରକ। ସୁନୁସୁନିଆକୁ ଘିଅରେ ଭାଜି ଖାଇଲେ ମସ୍ତିସ୍କ ସୁଦୃଢ଼ ହୁଏ।
ହିଡ଼ମିଚା Enydra Fluctuans Lour L. : Asteraceas ଏହା ଏକ ଭୂଶାୟୀ ତୃଣ। ଏହାର ପତ୍ରକୁ ଶାଗ କରି ଭାଜି ଖିଆଯାଏ। ଏବଂ ପତ୍ରକୁ ମଧ୍ୟ ସାଲାଡରେ ବ୍ୟବହାର କରାଯାଏ।
ପୁରୁଣି Boerharia Diffusa L. : Nyctangina ଶ୍ୱେତ ଓ କୃଷ୍ଣ ଭେଦରେ ଏହା ଦୁଇପ୍ରକାରର। ଏହା ଆପେ ଆପେ ଜନ୍ମିଥାଏ। ଏହାକୁ ଚାଷ କରାଯାଏ ନାହିଁ। ପତ୍ର ଗୁଡ଼ିକୁ ଶାଗ ଭାବରେ ଭାଜି ଖିଆଯାଏ। ଏହି ପତ୍ରକୁ ଚଟଣି ମଧ୍ୟ କରାଯାଏ। ଖରାଦିନେ ପତ୍ରକୁ ବାଟି ଲସି ଭାବରେ ଗ୍ରହଣ କରାଯାଏ। ବିଭିନ୍ନ ପ୍ରକାରର ଶାଗ ସହିତ ଭାଜି ଏବଂ ଖରଡ଼ି ଖିଆଯାଏ।
ଆମ୍ବିଳିତି Oxalis corniculata : Oxalis ଏହା ଦେଖିବାକୁ ସୁନୁସୁନିଆ ପରି କିନ୍ତୁ ପତ୍ର ଗୁଡ଼ିକ ଆକାରରେ ସାନ। ଏହା ଅପେକ୍ଷାକୃତ ଶୁଖିଲା ଜାଗାରେ ଜାତ ହୋଇଥାଏ। ଏହାକୁ ସିଧା ଭାଜି ଖିଆଯାଏ, ଅଥବା ଅନ୍ୟାନ୍ୟ ଶାଗ ବା ପରିବା ସହିତ ମଧ୍ୟ ଭାଜି ଖିଆଯାଇଥାଏ। ଏହାର ସ୍ୱାଦ ଟିକେ ଆମ୍ବିଳ ମିଶା ଖଟା ଓ ଏଥିରେ ଲାଳ ଅଂଶ ରହିଥାଏ। Oxalis corniculata in Talakona forest, AP W IMG 8538.jpgଏହା ଯକୃତ ପାଇଁ ବହୁତ ଲାଭକାରୀ।
କଞ୍ଚନ ଏହା ଦ୍ରୁମ ଜାତୀୟ। ଏହି ଗଛର କଅଁଳ ପତ୍ରକୁ ଶାଗ କରାଯାଏ। ଏହାକୁ ସିଧା ଅଥବା ଅନ୍ୟାନ୍ୟ ପନି ପରିବା ସହିତ ଖରଡ଼ି ଖିଆଯାଏ। ଏହା ଖୁବ୍ ସ୍ୱାଦିଷ୍ଠ। ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ରେରେ ଲୋକପ୍ରିୟ।