ବଡ଼ନଗର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବଡ଼ନଗର
ସହର
Country India
ରାଜ୍ୟଗୁଜରାଟ
ଜିଲ୍ଲାମେହେସାଣା
Elevation
143 m (469 ft)
Population
 (2011)[୧]
 • Total୨୭,୭୯୦
ଭାଷା
 • ସରକାରୀଗୁଜରାଟୀ, ହିନ୍ଦୀ
Time zoneUTC+5:30 (IST)

ବଡ଼ନଗର ଭାରତର ଗୁଜରାଟ ରାଜ୍ୟର ମେହେସାନା ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହା ଭାରତର ୧୫ ତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମସ୍ଥାନ । ଏହି ଗାଁ ୨,୫୦୦ ବର୍ଷ ପୁରାତନ ।[୨] ଏହା ବାବଦରେ ମହାଭାରତରେ ଉଲ୍ଲେଖ ରହିଛି ।[୨] ଏହି ସ୍ଥାନକୁ ଚୀନ ପରିବ୍ରାଜକ ହୁଏନସାଂ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିଲେ । ଏଠାରେ ହଟକେଶ୍ୱର ମନ୍ଦିର ଏବଂ ଆମଥେର ମାତା ଆଦି ଐତିହାସିକ ହିନ୍ଦୁ ଦେବଦେବୀ ମନ୍ଦିରମାନ ରହିଛି ।

ଦିନେ ସମସ୍ତଙ୍କ ଆଢୁଆଳରେ ରହିଯାଇଥିବା ବଡ଼ନଗର ସହର ଅନେକ ଅବ୍ୟବସ୍ଥାରେ ପରିପୂର୍ଣ୍ଣ ଥିଲା । ପ୍ରାୟ ୨୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ସହର ବିକାଶଠାରୁ ବହୁ ଦୂରରେ ରହିଯାଇଥିଲା । ମାତ୍ର ଏବେ ଏଠାରେ ରହିଛି ଚିକ୍କଣ କଙ୍କ୍ରିଟ ରୋଡ ସାଙ୍ଗକୁ ରାସ୍ତାକଡରେ ସୋଲାର ଶକ୍ତିସମ୍ପନ୍ନ ବତି ଏବଂ ସହରର ସମସ୍ତ ସ୍ଥାନକୁ ଯୋଡୁଥିବା ରିଙ୍ଗ ରୋଡ । ବଡ଼ନଗର ସରକାରୀ ଡାକ୍ତରଖାନାରେ ଉପଲବ୍ଧ ଚିକିତ୍ସା ସୁବିଧା କୌଣସି କର୍ପୋରେଟ ଡାକ୍ତରଖାନାଠାରୁ କମ୍‍ ନୁହେଁ । ଏହାଛଡା ଏଠାରେ ପର୍ଯ୍ୟଟନ ବିଭାଗର ଏକ ଶୀତତାପ ନିୟନ୍ତ୍ରତ ହୋଟେଲ ଏବଂ ହିମାଳୟ ଇଣ୍ଟରନ୍ୟାସନାଲଦ୍ୱାରା ପରିଚାଳିତ ବୃହତ ଖାଦ୍ୟ ସଂଶୋଧିତ କେନ୍ଦ୍ର ରହିଛି ।

ଅବସ୍ଥିତି[ସମ୍ପାଦନା]

ବଡ଼ନଗର 23°47′N 72°38′E / 23.78°N 72.63°E / 23.78; 72.63ଠାରେ ଅବସ୍ଥିତ ।[୩] ଏହା ଅହମଦାବାଦଠାରୁ ୧୧୨ କିମି ଦୂରରେ ଅବସ୍ଥିତ । ଏହାର ହାରାହାରି ଉଚ୍ଚତା ୧୪୩ ମିଟର (୪୬୯ ଫୁଟ) । ବଡ଼ନଗରର ଉତ୍ତରରେ ଖେରାଲୁ ତେଲଗା, ପଶ୍ଚିମରେ ଉଞ୍ଝା ତେଲଗା, ଦକ୍ଷିଣରେ ବିସନଗର ଏବଂ ପୂର୍ବରେ ସାବରକାଣ୍ଠା ଜିଲ୍ଲା ରହିଛି ।

ଏହି ଗାଁରେ ଅନେକ ଅଣଓସାରିଆ ଗଳିମାନ ରହିଛି । ସହର ମଝିରେ ଏକ ବିରାଟ ହ୍ରଦ ମଧ୍ୟ ରହିଛି ।

କିମ୍ବଦନ୍ତୀ[ସମ୍ପାଦନା]

ବଡ଼ନଗର ସହର, କେହି କେହି ଏହି ସହରକୁ ଚମତ୍କାରୀରୀପୁର ନାମରେ ମଧ୍ୟ ଜାଣନ୍ତି । ତେବେ ଏହା ମୋଦୀଙ୍କ ଚଳିତ ନିର୍ବାଚନରେ ଚମତ୍କାରୀରୀ ବିଜୟ ପାଇଁ ନୁହେଁ ବରଂ କିମ୍ବଦନ୍ତୀ ଅନୁଯାୟୀ ବଡ଼ନଗରର ନାମକରଣ ଏପରି କରାଯାଇଛି । ଘଟଣାକ୍ରମେ ଆକବରଙ୍କ ରାଜୁତି ସମୟରେ ଏଠାରେ ରହୁଥିବା ଦୁଇ ଭଉଣୀ ତାନା ଏବଂ ରିରି ସଙ୍ଗୀତର ଏକ ରାଗ ମେଘ ମହ୍ଲାରଦ୍ୱାରା ବିଭିନ୍ନ ରୋଗର ଚିକିତ୍ସା କରିପାରୁଥିଲେ । ସେମାନଙ୍କର ଏପରି ଚମତ୍କାରୀରୀ ଚିକିସ ବିଦ୍ୟା ପାଇଁ ସହରର ନାମ ଚମତ୍କାରୀରୀପୁର ରଖାଯାଇଥିବା ଶୁଣିବାକୁ ମିଳେ ।

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=537034
  2. ୨.୦ ୨.୧ "Vadnagar". Retrieved 2 July 2014.
  3. Falling Rain Genomics, Inc - Vadnagar