ପ୍ରତ୍ୟୁଷା ବାନାର୍ଜୀ

ଉଇକିପିଡ଼ିଆ‌ରୁ
ପ୍ରତ୍ୟୁଷା ବାନାର୍ଜୀ
୨୦୧୪ ମସିହାରେ ବାନାର୍ଜୀ
ଜନ୍ମ(1991-08-10)୧୦ ଅଗଷ୍ଟ ୧୯୯୧


[୧][୨]
ମୃତ୍ୟୁ୧ ଅପ୍ରେଲ ୨୦୧୬(2016-04-01) (ବୟସ ୨୪)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦–୨୦୧୬
ପ୍ରସିଦ୍ଧି
  • ବାକିକା ବଧୁ
  • ବିଗ୍ ବସ୍
  • ହମ୍ ହେ ନା
  • ଝଲକ୍ ଦିଖ୍‌ଲା ଜା ୫

ପ୍ରତ୍ୟୁଷା ବାନାର୍ଜୀ (୧୦ ଅଗଷ୍ଟ ୧୯୯୧ — ୧ ଅପ୍ରେଲ ୨୦୧୬) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ଦୂରଦର୍ଶନ ଧାରାବାହିକ ଓ ରିଆଲିଟି ଶୋ'ରେ କାମ କରୁଥିଲେ ।[୩] ୨୦୧୦ ମସିହାରେ, ସେ ଦୂରଦର୍ଶନ ଧାରାବାହିକ ବାଳିକା ବଧୁରେ ପ୍ରଥମଥର ଲୋକପ୍ରିୟତା ପାଇଥିଲେ ।[୪] ଆନନ୍ଦି ଭୂମିକାରେ ତାଙ୍କର ଏହି ଅଭିନୟ ପାଇଁ ସେ ଘରେ ଘରେ ଲୋକପ୍ରିୟତା ପାଇଥିଲେ ।[୪] ୨୦୧୩ ମସିହାରେ, ସେ ବିଗ୍ ବସ୍ ୭ ରିଆଲିଟି ଶୋ'ରେ ଭାଗ ନେଇଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

ରକ୍ତ ସମ୍ବନ୍ଧ ଧାରାବାହିକ ଜରିଆରେ ସେ ଏକ ଚରିତ୍ର ଅଭିନେତ୍ରୀ ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ଏହାପରେ, ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ୟେ ରିସ୍ତା କ୍ୟା କେହଲାତା ହୈରେ ବାଣୀ ଭୂମିକା କାମ କରିଥିଲେ ।

୨୦୧୦ ମସିହାରେ, ସେ ବାଳିକା ବଧୁ ଧାରାବାହିକରେ ଅବିକା ଗୋର୍‌ଙ୍କ ବଦଳରେ ଆନନ୍ଦି ଭୂମିକାରେ ଅଭିନୟ କରିଥିଲେ ।[୬][୭] ଏହାପରେ, ସେ ଝଲକ୍ ଦିଖ୍‌ଲା ଜାର ସିଜିନ୍ ୫ରେ ଭାଗ ନେଇଥିଲେ । କିନ୍ତୁ କାର୍ଯ୍ୟକ୍ରମ ମଝିରୁ ସେ ଛାଡ଼ିଦେଇଥିଲେ ।[୮][୯]

୨୦୧୩ ମସିହାରେ, ସେ ବିଗ୍‌ବସ୍ ୭ରେ ଭାଗ ନେଇଥିଲେ ।[୧୦][୧୧][୧୨][୧୩][୧୪] ପାୱାର୍ କପୁଲ୍ ଧାରାବାହିକରେ, ସେ ରାହୁଲ ରାଜ ସିଂହଙ୍କ ସହ ଅଭିନୟ କରିଥିଲେ ।[୧୫] ସେ ହମ୍ ହୈଁ ନା[୧୬] ଶଶୁରାଲ୍ ସିମର୍ କା, ଗୁଲ୍‌ମୋହର୍ ଗ୍ରାଣ୍ଡ୍ ଆଦିରେ ମଧ୍ୟ ଅଭିନୟ କରିଥିଲେ ।[୧୭]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରତ୍ୟୁଷା ଝାଡ଼ଖଣ୍ଡଜାମସେଦପୁର ଠାରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶଙ୍କର ବାନାର୍ଜୀ ଓ ମାଆଙ୍କ ନାମ ସୋମା ବାନାର୍ଜୀ ।[୭] ୨୦୧୦ ମସିହାରେ, ସେ ଅଭିନୟ ପାଇଁ ଜାମସେଦପୁର ଛାଡ଼ି ମୁମ୍ବାଇ ଚାଲିଯାଇଥିଲେ ।[୧୮]

ମୃତ୍ୟୁ[ସମ୍ପାଦନା]

୨୦୧୬ ମସିହାର ଅପ୍ରେଲ ୧ ତାରିଖରେ, ୨୪ ବର୍ଷ ବୟରେ, ତାଙ୍କ ମୁମ୍ବାଇ ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା କରିଥିଲେ । ଝୁଲୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଥିଲା । ପୋଷ୍ଟମର୍ଟମରେ ତାଙ୍କ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି ଜଣାପଡ଼ିଥିଲା ।[୧୯][୨୦][୨୧][୨୨]

ତଥାପି ତାଙ୍କ ବାପାମାଆ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ତାଙ୍କ ପୁରୁଷସାଥୀ, ଅଭିନେତା-ପ୍ରଯୋଜକ ରାହୁଲ ରାଜ ସିଂହ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଥିଲେ ।[୨୩] ୨୦୧୮ ମସିହାରେ, ରାହୁଲ ବାନାର୍ଜୀଙ୍କ ମାତାପିତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ କି, ସେମାନେ ପ୍ରତ୍ୟାଷାଙ୍କ ନାମରେ ଅନେକ ଋଣ କରିଥିଲେ, ଫଳରେ ସେ ଆତ୍ମହତ୍ୟା କରିଥିଲେ ।[୨୪][୨୫][୨୬]

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ(ଗୁଡ଼ିକ) ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୧୦ ରକ୍ତ ସମ୍ବନ୍ଧ ପ୍ରିୟା ଜାଗିର୍‌ଦାର୍
ୟେ ରିସ୍ତା କ୍ୟା କେହଲାତା ହୈ ବାଣୀ
୨୦୧୦–୧୩ ବାଳିକା ବଧୁ ଆନନ୍ଦି ମୁଖ୍ୟ ଭୂମିକା
୨୦୧୧ କିଚେନ୍ ଚମ୍ପିଆନ୍ ସିଜିନ୍ ୪ ଅତିଥି
୨୦୧୨ ଝଲକ୍ ଦିଖ୍‌ଲା ଜା ୫ ପ୍ରତିଯୋଗୀ
୨୦୧୩ ବିଗ୍ ବସ୍ ୭
୨୦୧୪ ପ୍ୟାର୍ ତୁନେ କ୍ୟା କିୟା
ସାବଧାନ୍ ଇଣ୍ଡିଆ ଉପସ୍ଥାପିକା
୨୦୧୪–୧୫ ହମ୍ ହୈଁ ନା ସାଗରିକା ମିଶ୍ର ମୁଖ୍ୟ ଭୂମିକା
୨୦୧୪ କୌନ୍ ବନେଗା କରୋଡ଼ପତି ୮ ଅତିଥି
୨୦୧୫ କିଲର୍ କରୋକେ ଅଟ୍‌କା ତୋ ଲଟ୍‌କା
ଇତ୍‌ନା କରୋ ନା ମୁଝେ ପ୍ୟାର୍
କମେଡ଼ି କ୍ଲାସେସ୍ ବାଳିକା ସିଧୁ କମିକ୍ ରୋଲ୍
ଗୁଲ୍‌ମୋହର୍ ଗ୍ରାଣ୍ଡ୍ ପରିନ୍ଦା ପାଠକ ଅତିଥି କଳାକାର
ଶଶୁରାଲ୍ ସିମର୍ କା ମୋହିନୀ
ସ୍ୱରଗିଣୀ – ଯୋଡ଼େଇଁ ରିସ୍ତୋଁ କେ ସୁର୍ ଅତିଥି (ମୋହିନୀ ଭାବରେ)
କୁମ୍‌କୁମ୍ ଭାଗ୍ୟ[୨୭] ଅତିଥି
ଆହାଟ୍
ବ୍ୟାଡ୍ କେମେଡ଼ି ଅତିଥି
ପାୱାର୍ କପୁଲ୍ ଅତିଥି
୨୦୧୬ ଅଧୁରି କାହାନୀ ହମାରି ନାଗିନ୍
ୟେ ୱାଦା ରାହା ଅତିଥି

ପୁରସ୍କାର[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ ଧାରାବାହିକ ଫଳାଫଳ
୨୦୧୦ ଇଣ୍ଡିଆନ୍ ଟେଲି ଶୋ ବେଷ୍ଟ ଫ୍ରେସ୍ ନ୍ୟୁ ଫେସ - ଫିମେଲ୍ ବାଳିକା ବଧୁ ମନୋନୀତ
୨୦୧୨ ଇଣ୍ଡିଆନ୍ ଟେଲି ଆୱାର୍ଡ଼ସ୍ ଶ୍ରେଷ୍ଠ ଅଭିନେତ୍ରୀ (ନାୟିକା)
ବେଷ୍ଟ ଟେଲିଭିଜନ୍ ପର୍ସାନିଲିଟି
ବେଷ୍ଟ ଅନ୍‌ସ୍କ୍ରିନ୍ କପୁଲ୍
ପିପୁଲ୍‌ସ୍ ଚଏସ୍ ଆୱାର୍ଡ଼ ଇଣ୍ଡିଆ ଫେବରେଟ୍ ଡ୍ରାମା ଆକ୍ଟ୍ରେସ୍
ମୋଷ୍ଟ ଗୁଡ୍-ଲୁକିଂ ଅନ୍‌ସ୍କ୍ରିନ୍ ଯୋଡ଼ି
ବିଗ୍ ଷ୍ଟାର୍ ଏଣ୍ଟରଟେନ୍‌ମେଣ୍ଟ ଆୱାର୍ଡ଼ସ୍ ବିଗ୍ ଷ୍ଟାର୍ ମୋଷ୍ଟ ଏଣ୍ଟରଟେନିଂ ଟେଲିଭିଜନ୍ ଆକ୍ଟର୍ – ଫିମେଲ୍ ବିଜୟୀ[୨୮]

ଆଧାର[ସମ୍ପାଦନା]

  1. "Pratyusha Banerjee's b'day party". Times of India. 10 August 2015. Retrieved 2 April 2016.
  2. "Pratyusha Banerjee would have been 25 today: Kamya Punjabi, Adaa Khan remember Balika Vadhu star, see pics". Indian Express. 10 August 2016. Retrieved 10 August 2016.
  3. Singh, Mandwi (2 April 2016). "Balika Vadhu to Power Couple: 7 shows we will always remember Pratyusha Banerjee for". India Today. Retrieved 28 April 2016.
  4. ୪.୦ ୪.୧ Singh, Mandwi (2 April 2016). "Pratyusha 'Anandi' Banerjee of Balika Vadhu hangs self". India Today. Retrieved 28 April 2016.
  5. "Bigg Boss season 7 to air from September; Pratyusha Banerjee to be an inmate". 24 July 2013.
  6. "Balika Vadhu's Anandi has got a temper". The Times of India. 2012-04-11. ISSN 0971-8257. Retrieved 2024-02-02.
  7. ୭.୦ ୭.୧ Bose, Antara (25 July 2010). "Jamshedpur girl is India's most popular bride". The Telegraph. Kolkata desk. Archived from the original on 19 November 2015. Retrieved 2 April 2016.
  8. "Rashmi in Pratyusha out in Jhalak Dikhhla Jaa?". Times of India. 18 July 2012. Retrieved 18 July 2012.
  9. "IT'S NOT JUST DANCE". Daily Pioneer. 22 September 2013. Retrieved 2 April 2016.
  10. "Balika Vadhu's Pratyusha Banerjee to enter 'Bigg Boss' house?". 29 July 2013. Retrieved 29 July 2013.
  11. "We all used to rag Salman about Elli: Pratyusha". Times of India. 21 November 2013. Retrieved 21 November 2013.
  12. "'Bigg Boss 7': Pratyusha Banerjee gets evicted". Zeenews India. 17 November 2013. Retrieved 2013-12-20.
  13. "'Bigg Boss 7': It was scary, says Pratyusha Banerjee on her 'Bigg' experience". Zeenews.india.com. 18 November 2013. Retrieved 2013-12-20.
  14. "Pratyusha Banerjee evicted from Bigg Boss house". Indian Express. 2013-11-17. Retrieved 2013-12-20.
  15. "Pratyusha and Rahul were Raj and Simran kind of a couple: Delnaaz Irani". India Today. 2 April 2016.
  16. Maheshwari, Neha (28 February 2015). "Pratyusha Banerjee and Kanwar Dhillon's Hum Hai Na to end on March 19". Times of India. Retrieved 2 April 2016.
  17. "Pratyusha Banerjee to play Parinda in 'Gulmohar Grand'". The Indian Express. 28 May 2015. Retrieved 2 April 2016.
  18. Nitasha Natu & Rebecca Samervel (7 April 2016). "Rahul 'poisoned' Pratyusha's mind against her parents?". The Times of India. Retrieved 28 April 2016.
  19. "The Balika Vadhu star Pratyusha Banerjee dead, here is all about the actress". The Indian Express. 2 April 2016.
  20. Hegde, Rajul (2 April 2016). "Balika Vadhu actress Pratyusha Banerjee commits suicide". Rediff.
  21. "Balika Vadhu's Pratyusha Banerjee, 24, Allegedly Commits Suicide". NDTV. Retrieved 4 April 2016.
  22. "'Pratyusha Banerjee wasn't finding any work and cash was drying up'". Times of India. 2 April 2016.
  23. "18 things Pratyusha Banerjee's parents revealed about her relationship with Rahul Raj Singh".
  24. "Pratyusha Banerjee suicide case: Ex-boyfriend Rahul Raj Singh files for discharge from the case".
  25. "2016 suicide case | Rahul made Pratyusha Banerjee's life a living hell: court". Indian Express.
  26. "Pratyusha Banerjee died by suicide due to Rahul Raj's conduct: Court". Hindustain Times.
  27. "In pics: Looking back at the life of late TV actor Pratyusha Banerjee". Hindustan Times. 1 April 2016. Retrieved 28 April 2016.
  28. Metro Masti (24 December 2012). "Big Star Entertainment Awards Pratyusha Banerjee won Best Actress". metromasti.com.

ବାହାର ଲିଙ୍କ୍[ସମ୍ପାଦନା]