ପିହୁ

ଉଇକିପିଡ଼ିଆ‌ରୁ
ପିହୁ
ନିର୍ଦ୍ଦେଶକଚିନ୍ମୟ ମିଶ୍ର
ପ୍ରଯୋଜକଗୁନ୍‌ଗୁନ୍‌
ସଂଳାପମମତା ନନ୍ଦ
ଅମିତ କୁମାର ଦାଶ
ଚିତ୍ରନାଟ୍ୟଅମିତ କୁମାର ଦାଶ
ଚିନ୍ମୟ ମିଶ୍ର
କଳାକାରସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ମନୋଜ ମିଶ୍ର
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣବିଶ୍ୱଭୂଷଣ ମହାପାତ୍ର
ସତ୍ୟମା
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୦ ଜୁନ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ପିହୁ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୁନ୍‌ଗୁନ୍ । ମମତା ନନ୍ଦ ଓ ଅମିତ କୁମାର ଦାଶ ଏହି କଥାଚିତର କାହାଣୀ ରଚନା କରିଥିଲେ । ଚିନ୍ମୟ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅମିତ କୁମାର ଦାଶଙ୍କ ସହ ଏହାର ଚିତ୍ରନାଟ୍ୟ ରଚନା କରିଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ମନୋଜ ମିଶ୍ର, ପ୍ରସିଦ୍ଧି, ସଲୋନୀ, ସୁମନ୍ତ ଦାଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଏହି କଥାଚିତ୍ରଟି ୨୦୨୧ ମସିହାର ଫାଦର୍ସ ଡେ ଅବସରରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା [୨]। ଉପସ୍ଥାପିକା ତଥା ଅଭିନେତ୍ରୀ ଗୁନ୍‌ଗୁନ୍ ତାଙ୍କ ପ୍ରଯୋଜନା ସଂସ୍ଥା ଗୁନ୍‌ଗୁନ୍ ଫିଲ୍‌ସ୍ ଆରମ୍ଭ କରିବା ପରେ, ଏହା ତାଙ୍କ ପ୍ରଯୋଜନାରେ ପ୍ରଥମ କଥାଚିତ୍ର ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ[୩] ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଗୁଡ୍‌ଲି ରଥ, ଲିପ୍ସା ମହାପାତ୍ରଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ମୋ ପାଇଁ ତୁ ଆଗ"ଗୁଡ୍‌ଲି ରଥ 
2."ପିହୁ"  
3."ଯୋଉ ଆଖିରେ ସ୍ୱପ୍ନ ଅଛି"ଲିପ୍ସା ମହାପାତ୍ର 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "'Pihu': A Celebration Of Father-Daughter Relationship". My City Links (in English). mycitylinks.in. 19 June 2021. Archived from the original on 14 November 2021. Retrieved 14 November 2021.{{cite news}}: CS1 maint: unrecognized language (link)
  2. "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)
  3. "ମୁଁ, ତୁମେ ଓ ଲକ୍‌ଡାଉନ୍ | Sambad". ସମ୍ବାଦ. sambad.in. 5 July 2021. Archived from the original on 14 November 2021. Retrieved 14 November 2021.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ପିହୁ