ପଟ୍ଟାଡାକାଲ
| ପଟ୍ଟାଡାକାଲ ପଟ୍ଟାଡାକାଲୁ |
|
|---|---|
| — ସହର — | |
| Group of monuments At Pattadakal | |
|
|
|
| ଦିଗବାରେଣି: 15°56′54″N 75°48′57″E / 15.9484°N 75.8159°Eଦିଗବାରେଣି: 15°56′54″N 75°48′57″E / 15.9484°N 75.8159°E | |
| ଦେଶ | ଭାରତ |
| ରାଜ୍ୟ | କର୍ଣ୍ଣାଟକ |
| District | ବାଗଲକୋଟ |
| ସମୟ ମଣ୍ଡଳ | IST (ଇଉ.ଟି.ସି.+5:30) |
| ନିକଟତମ ସହର | ବଦମୀ |
ପଟ୍ଟାଡାକାଲ( ପଟ୍ଟାଡାକାଲୁ) ହେଉଛି କର୍ଣ୍ଣାଟକ ର ଏକ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର । ରାଜଧାନୀ ବାଙ୍ଗାଲୋରଠାରୁ ୫୧୪ କି.ମି ଦୂର ବାଗଲକୋଟ ଜିଲ୍ଲାର ମାଳପ୍ରଭା ନଦୀ କୂଳରେ ଏହା ଅବସ୍ତିତ । ଏଠାରେ ରହିଛି ବହୁ ପ୍ରାଚୀନ ହିନ୍ଦୁ ମନ୍ଦିର । ସେଥିରେ ଦ୍ରାବିଡ଼ ଓ ନାଗର ସ୍ଥାପତ୍ୟ କଳାର ଅପୂର୍ବ ସମାହାର ଦେଖିବାକୁ ମିଳେ । ସପ୍ତମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଚାଲୁକ୍ୟ ବଂଶର ଶାସନ ବେଳେ ଏହି ସବୁ ମନ୍ଦିର ନିର୍ମିତ ହୋଇଥିଲା । ସର୍ବମୋଟ ୧୦ ଟି ମନ୍ଦିର ଏଠାରେ ଦେଖିବାକୁ ମିଳେ । ସେଥି ମଧ୍ୟରୁ ୯ଟି ହେଉଛି ଶିବ ମନ୍ଦିର ଓ ଗୋଟିଏ ହେଉଛି ଜୈନ ମନ୍ଦିର । ୪ ଟି ମନ୍ଦିର ଚାଲୁକ୍ୟ ଓ ଦ୍ରାବିଡ ଶୈଳୀରେ ନିର୍ମିତ ହୋଇଥିବା ବେଳେ ୪ ଟି ନାଗର ଶୈଳୀ ଓ ଅନ୍ୟ ୨ ଟି ମିଶ୍ରିତ ଶୈଳୀରେ ନିର୍ମିତ ହୋଇଛି । ୧୯୮୭ ରେ ଜାତିସଂଘର ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ଵ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିଛି । .[୧] [୨][୩][୪][୫]
| Group of Monuments at Pattadakal* | |
|---|---|
| ଇଉନେସ୍କୋ ସ୍ଥଳୀ | |
|
|
|
| ରାଜ୍ୟ ଦଳ | India |
| ପ୍ରକାର | Cultural |
| ନିୟମ | iii, iv |
| ଆଧାର | 239 |
| ଅଞ୍ଚଳ** | Asia-Pacific |
| ଲେଖ ଇତିହାସ | |
| ଲେଖ | 1987 (11th ଭାଗ) |
| * ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
|
ଇତିହାସ [ସମ୍ପାଦନା]
ଚାଲୁକ୍ୟ ଶାସକ ମାନେ ଏହି ସ୍ଥାନରେ ରାଜଭିଷେକରେ ଅଭିଷିକ୍ତ ହେଉଥିଲେ । ସେମାନେ କେବଳ ଶାସକ ନଥିଲେ କଳା ଔ ସ୍ଥାପତ୍ୟର ପୃଷ୍ଠପୋଷକ ମଧ୍ୟ ଥିଲେ । ଯାହା କି ସେମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଉକ୍ତ ମନ୍ଦିରରୁ ସ୍ପଷ୍ଟ ଭାବେ ଜଣାଯାଏ । ଏଠାରେ ଥିବା ମନ୍ଦିର ଗୁଡିକ ମଧ୍ୟରେ ରହିଛି ବିରୂପାକ୍ଷ, ସଙ୍ଗମେଶ୍ଵର, ମାଲ୍ଲକାର୍ଜୁନ, କାଶୀବିଶ୍ଵନାଥ,କଦା ସିଦ୍ଧେଶ୍ଵର, ଜମ୍ବୁଲିଙ୍ଗେଶ୍ଵର, ଗଲଗନାଥ, ଚନ୍ଦ୍ରଶେଖର ଓ ମହାମୁକ୍ତେଶ୍ଵର ମନ୍ଦିର । ଏହି ସବୁ ମନ୍ଦିର ଚାଲୁକ୍ୟ ବଂଶର ଶାସକ ମାନେ ନିର୍ମାଣ କରିଥିଲେ । ଗୋଟିଏ ଜୈନ ମନ୍ଦିର ଯାହା କି ,ରାଷ୍ଟ୍ରକୂଟ ବଂଶର ଶାସକ ଦ୍ଵିତୀୟ କ୍ରିଷ୍ଣ ନବମ ଶତାବ୍ଦୀରେ ନିର୍ମାଣ କରିଥିବା ଜଣାଯାଏ । ଏହାକୁ ଜୈନ ନାରାୟଣ ମନ୍ଦିର କୁହାଯାଉଛି । ତେବେ ଏହିସବୁ ମନ୍ଦିର ଭିତରେ ସବୁଠାରୁ ପ୍ରସିଦ୍ଧ ବିରୂପାକ୍ଷ ମନ୍ଦିର ଏବଂ ପ୍ରାଚୀନ ମନ୍ଦିର ହେଉଛି ସଙ୍ଗମେଶ୍ଵର ମନ୍ଦିର । ଚାଲୁକ୍ୟ ଶାସକ ବିକ୍ରମାଦିତ୍ୟଙ୍କ ପତ୍ନୀ ଲୋକମହାଦେବୀ ବିରୂପାକ୍ଷ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରରେ ଥିବା ଶିଳାଲିପିରୁ ଜଣାଯାଏ , ବିକ୍ରମାଦିତ୍ୟ ପଲ୍ଲଭ ଶାସକଙ୍କୁ ପରାଜିତ କରିବା ସହ କାଞ୍ଚି ଜୟ କରିଥିଲେ । ତାଙ୍କର ଏହି ବିଜୟ ଉପଲକ୍ଷେ ଲୋକମହାଦେବୀ ଉକ୍ତ ମନ୍ଦିର ନିର୍ମାଣ କରିଥିଲେ । ଏହା ଅଷ୍ଟମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନିର୍ମାଣ କରାଯାଇଥିଲା । ସେହି ପରି ଚାଲୁକ୍ୟ ବଂଶର ଶାସକ ବିଜୟାଦିତ୍ୟ ସତ୍ୟାଶ୍ରୟ ସଙ୍ଗମେଶ୍ଵର ମନ୍ଦିର ନିର୍ମାଣ କରାଇଥିଲେ । ଏହି ମନ୍ଦିରରେ କାନ୍ଥରେ ଉଗ୍ରନରସିଂହ ଓ ନଟରାଜଙ୍କ ଚିତ୍ର ଦେଖିବାକୁ ମିଳେ ।
ଆଧାର [ସମ୍ପାଦନା]
- ↑ "The Chalukyan magnificence". http://www.hinduonnet.com/fline/fl2201/stories/20050114000106500.htm. Retrieved 2009-03-05.
- ↑ "Pattadakal". http://bagalkot.nic.in/pattadakal.htm. Retrieved 2009-03-05.
- ↑ "World Heritage Sites - Pattadakal, Group of Monuments at Pattadakal (1987), Karnataka". http://asi.nic.in/asi_monu_whs_pattadakkal.asp. Retrieved 2009-03-06.
- ↑ "Group of Monuments at Pattadakal". http://portal.unesco.org/geography/en/files/10641/12282854465ASI_Dharwad.pdf/ASI%2BDharwad.pdf. Retrieved 2009-03-09.
- ↑ "SECTION – II, STATE PARTY: INDIA PROPERTY NAME: GROUP OF MONUMENTS AT PATTADAKAL". http://whc.unesco.org/archive/periodicreporting/apa/cycle01/section2/239.pdf. Retrieved 2009-03-09.
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ପଟ୍ଟାଡାକାଲ ଉପରେ ମାଧ୍ୟମ ରହିଅଛି |
- Article on Chalukaya Temples and Caves
- Pattadakal World Heritage Site
- Pattadakal Photo gallery
- 360 degree photos of pattadakal monuments
- Articles and Travelers' experiences: Romance on the Rocks… Hampi, Badami, Pattadakal, Aihole.
- Pattadakal Google map
- Pattadakal is 22 km from Badami and about 10 km from Aihole, Badami Pattadakal and Aihole are equidistant as shown on Google Maps