ନିତ୍ୟାନନ୍ଦ କାନୁନଗୋ

ଉଇକିପିଡ଼ିଆ‌ରୁ
ନିତ୍ୟାନନ୍ଦ କାନୁନଗୋ
Born(1900-05-04)୪ ମଇ ୧୯୦୦
Died୨ ଅଗଷ୍ଟ ୧୯୮୮(1988-08-02) (ବୟସ ୮୮)
Nationalityଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ
Occupationରାଜନେତା

ନିତ୍ୟାନନ୍ଦ କାନୁନଗୋ, ଜଣେ ଭାରତୀୟ ରାଜନୈତିକ ନେତା ଓ ଗୁଜରାଟର ପୂର୍ବତନ ରାଜ୍ୟପାଳ ଥିଲେ ।[୧]ସେ ଓଡ଼ିଶା ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ ଓ ବିଭିନ୍ନ ପଦପଦବୀ ଅଳଙ୍କୃତ କରିଥିଲେ ।

ପ୍ରାରମ୍ଭିକ ଜୀବନୀ ଓ କାର୍ଯ୍ୟ ଅବଦାନ [ସମ୍ପାଦନା]

ନିତ୍ୟାନନ୍ଦ  କାନୁନଗୋଙ୍କ ଜନ୍ମ କଟକଠାରେ ୪ ମେ ୧୯୦୦ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ବି.ଏମ. କାନୁନଗୋ । ନିତ୍ୟାନନ୍ଦ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟରୁ କଳାରେ ଡିଗ୍ରୀ କଲାପରେ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପ୍ରଥମରୁ ସେ ଓକିଲାତି ଆରମ୍ଭ କରିବା ସହ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାର ସଦସ୍ୟ ଭାବରେ ୧୯୩୭ ମସିହାରୁ ୧୯୩୯ ମସିହା ଓ ପୁନର୍ବାର ୧୯୪୬ ମସିହାରୁ ୧୯୫୨ ମସିହା ଯାଏଁ କାର୍ଯ୍ୟ କରିଥିଲେ ।[୨]

ଓଡ଼ିଶା ରାଜ୍ୟ ଭାରତ ସରକାରଙ୍କଦ୍ୱାରା ସ୍ୱୟଂଶାସିତ ମାନ୍ୟତା ପାଇଲା ପରେ ନିତ୍ୟାନନ୍ଦ କାନୁନଗୋ ବିଶ୍ୱନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଓ ଜନ କାର୍ଯ୍ୟ ବିଭାଗ ମନ୍ତ୍ରୀ ରହିଥିଲେ । ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ୧୯୪୬ ମସିହାରେ ଆରମ୍ଭ ହେଇଥିଲା ଓ ସେତେବେଳେ ସେ ଆଇନ ବିଭାଗ, ଶ୍ରମ ତଥା କୃଷି ବିଭାଗ ଦାୟିତ୍ୱରେ ରହିଥିଲେ । ୧୯୫୨ ମସିହାରେ ନିତ୍ୟାନନ୍ଦ ଲୋକ ସଭାକୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ ଏବଂ କେନ୍ଦ୍ରରେ ବାଣିଜ୍ୟ ଓ ଶିଳ୍ପ ବିଭାଗର ଉପମନ୍ତ୍ରୀ ଭାବେ ନିଯୁକ୍ତ ହେଇଥିଲେ ।[୩]

୧୯୫୭ ମସିହା ଲୋକ ସଭା ନିର୍ବାଚନରେ ସେ ପୁନର୍ବାର କେନ୍ଦ୍ରାପଡ଼ାରୁ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ସେହି ସମୟରେ ସେ ବାଣିଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୬୨ ମସିହାରେ କଟକ ଲୋକ ସଭା ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ । ସେହି ସମୟରେ ସେ ବାଣିଜ୍ୟ ଓ ଶିଳ୍ପ ବିଭାଗର ମନ୍ତ୍ରୀ ଭାବରେ ରହି ପରେ ନାଗରିକ ଉନ୍ନୟନ ବିଭାଗ ମନ୍ତ୍ରୀ ରହିଥିଲେ ।

ରାଜ୍ୟପାଳ ଭାବରେ[ସମ୍ପାଦନା]

୧୯୬୫ ମସିହା ଅଗଷ୍ଟ ୧ରେ ନିତ୍ୟାନନ୍ଦ କାନୁନଗୋଙ୍କୁ ଗୁଜରାଟ ରାଜ୍ୟର ରାଜ୍ୟପାଳ ଭାବରେ ଅବସ୍ଥାପିତ କରାଯାଇଥିଲା । ସେ ସେହି ପଦବୀରେ ୬ ଡିସେମ୍ବର ୧୯୬୭ ଯାଏ ରହିବା ପରେ ବିହାର ରାଜ୍ୟକୁ ବଦଳି ହେଇ ସେଠାରେ ୨୦ ଜାନୁଆରୀ ୧୯୭୧ ମସିହା ଯାଏ ସେହି ପଦବୀରେ ରହିଥିଲେ ।

ଏହା ମଧ୍ୟରେ ସେ ଭାରତୀୟ ହସ୍ତଶିଳ୍ପ ବୋର୍ଡ଼ର ସଦସ୍ୟ, ଓଡ଼ିଶା ରାଜ୍ୟ କୋପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ, ସର୍ବଭାରତୀୟ ବୁଣାକାର ସଂଘର ସଭାପତି ସଂଗୀତାନାଟକ ଏକାଡେମିର ସଦସ୍ୟ ଭାବରେ ଅନେକ କାର୍ଯ୍ୟ ନିର୍ବାହ ମଧ୍ୟ କରିଥିଲେ । ସେ ଭାରତୀୟ ଦଳର ନେତୃତ୍ୱ ନେଇ ଆନ୍ତର୍ଜାତୀୟ ରାଇସ କମିଶନକୁ ଇଣ୍ଡୋନେସିଆର ଜାକର୍ତାଠାରେ ପ୍ରତିନିଧିତ୍ୱ କରିଥିଲେ ।


ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2017-05-10. Retrieved 2017-04-01. {{cite web}}: Cite has empty unknown parameter: |1= (help)
  2. http://164.100.47.132/LssNew/biodata_1_12/779.htm
  3. http://164.100.47.132/LssNew/biodata_1_12/779.htm