ଦିୱାଲିବେନ ଭିଲ

ଉଇକିପିଡ଼ିଆ‌ରୁ
ଦିୱାଲିବେନ ଭିଲ
ଜନ୍ମ ସମୟରେ ନାମଦିୱାଲିବେନ ପୁଞ୍ଜାବାଇ ଲାଧିଆ
ଜନ୍ମ(1943-06-02)୨ ଜୁନ ୧୯୪୩


[୧]
ଡାଲକାନିଆ, ଗୁଜୁରାଟ
ମୃତ୍ୟୁ୧୯ ମଇ ୨୦୧୬(2016-05-19) (ବୟସ ୭୨)
ଜୁନାଗଡ଼, ଗୁଜୁରାଟ, ଭାରତ
ଶୈଳୀଲୋକ ଗୀତ
ପେଷାଲୋକଗୀତ ଗାୟିକା, ପ୍ରଚ୍ଛଦପଟ ଗାୟିକା

ଦିୱାଲିବେନ ପୁଞ୍ଜାଭାଇ ଭିଲ (୨ ଜୁନ ୧୯୪୩ - ୧୯ ମଇ ୨୦୧୬) ଜଣେ ଭାରତୀୟ ଗୁଜୁରାଟି ଲୋକଗୀତ ଗାୟିକା ତଥା ପ୍ରଚ୍ଛଦପଟ ଗାୟିକା, ଯିଏକି ଦିୱାଲିବେନ ପୁଞ୍ଜାଭାଇ ଲାଧିଆ ଭାବରେ ମଧ୍ୟ ଜଣାଶୁଣା । ତାଙ୍କ ପ୍ରତିଭା ବିଳମ୍ବରେ ଲୋକଲୋଚନକୁ ଆସିଲା; ଏହାପରେ ସେ ରେଡ଼ିଓରେ ଗୀତ ଗାଇବା ସହିତ ଗୁଜୁରାଟି କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜୀବନୀ[ସମ୍ପାଦନା]

ଦିୱାଲିବେନ ଭିଲ ୧୯୪୩ ମସିହାର ଜୁନ ୨ ତାରିଖରେ ଡାଲକାନିଆ ଗ୍ରାମର (ବର୍ତ୍ତମାନ ଗୁଜୁରାଟର ଆମରେଲି ଜିଲ୍ଲାର ଧାରୀ ତାଲୁକାରେ ଅବସ୍ଥିତ) ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ପୁଞ୍ଜାବାଇ ଓ ମାଆଙ୍କ ନାମ ମୋଙ୍ଗହିବେନ ।[୩] ତାଙ୍କର ମୂଳ ସାଙ୍ଗିଆ ଥିଲା ଲାଦିଆ ।[୩] ତାଙ୍କ ମାଙ୍କଠାରୁ ଅନୁପ୍ରାଣିତ ହୋଇ ସେ ଅଳ୍ପ ବୟସରେ ପାରମ୍ପାରିକ ଗର୍ବା ଗୀତ ଗାଇବା ଆରମ୍ଭ କରିଥିଲେ । ସେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିପାରିନଥିଲେ, ମାତ୍ର ଲୋକଗୀତ ଶିଖିବା ବନ୍ଦ କରିନଥିଲେ ।[୪] ତାଙ୍କ ବାପାଙ୍କ ଚାକିରୀ ଯୋଗୁଁ ସେ ୯ ବର୍ସ ବୟସରେ ଜୁନାଗଡ଼ ଯାଇଥିଲେ ଏବଂ ସେହି ସମୟରେ ରାଜକୋଟରେ ତାଙ୍କର ବିବାହ ହୋଇଥିଲା, ମାତ୍ର ମତଭେଦ ହେତୁ ବିବାହର ଦୁଇ ଦିନ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ ଆଉ ବିବାହ କରିଥିଲେ ଏବଂ କୋଡିଏ ବର୍ଷ ବୟସରେ ସେ ଏକ ଡାକ୍ତରଖାନାରେ ଚାକିରୀ କରିବା ଆରମ୍ଭ କରିଥିଲେ, ଯେଉଁଠି ସେ ୧୦ ବର୍ଷ ଧରି କାମ କରିଥିଲେ । ଏହାପରେ ସେ ଜୁନାଗଡ଼ ହସ୍ପିଟାଲର ନର୍ସ କ୍ୱାଟର୍ସରେ ଘରୋଇ ସହାୟକ ଭାବରେ କାର୍ଯ୍ୟ କରିଥିଲେ ।ଗଡ ପବ୍ଲିକ ହସ୍ପିଟାଲର ନର୍ସ କ୍ୱାର୍ଟରରେ ଘରୋଇ ସହାୟକ ଭାବରେ କାର୍ଯ୍ୟ କରିଥିଲେ ।[୩] ସେ ଜୁନାଗଡକୁ ଯାଇ ଘାଙ୍ଗୀରାମ ଅଞ୍ଚଳରେ ତାଙ୍କ ଭାଇଙ୍କ ସହ ରହୁଥିଲେ ।[୫]

୧୯୬୪ ମସିହାରେ, ଗୁଜୁରାଟୀ ଲୋକ ଗାୟକ ହେମୁ ଗଦାଭି ତାଙ୍କ ପ୍ରତିଭାକୁ ଦେଖି ପାଞ୍ଚ ଟଙ୍କା ଦେୟରେ ଅଲ ଇଣ୍ଡିଆ ରେଡିଓ, ରାଜକୋଟ ପାଇଁ ତାଙ୍କର ପ୍ରଥମ ରେକର୍ଡିଂର ବ୍ୟବସ୍ଥା କରିଥିଲେ । ସାମାଜିକ କର୍ମୀ ରତୁଭାଇ ଅଦାନୀ ତାଙ୍କୁ ଦିଲ୍ଲୀ ନେଇଥିଲେ, ଯେଉଁଠାରେ ସେ ଲୋକ ସଙ୍ଗୀତ ମହୋତ୍ସବରେ ପ୍ରଥମ ପୁରସ୍କାର ପାଇଥିଲେ । ମୁମ୍ବାଇରେ ଏକ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ ସଙ୍ଗୀତକାର କଲ୍ୟାଣଜୀ ତାଙ୍କ କଥା ଶୁଣି ଗୁଜୁରାଟୀ କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ ଗୀତ ଗାୟିକା ଡାକିଥିଲେ । ୧୯୭୧ ମସିହାରେ ଗୁଜୁରାଟି ଚଳଚ୍ଚିତ୍ର ଜେସାଲ ଟୋରାଲ ଥିଲା ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର । ସେ ସଙ୍ଗୀତ ପରିବେଷଣ ପାଇଁ ଭାରତ ଓ ଭାରତ ବାହାରେ ମଧ୍ୟ ଭ୍ରମଣ କରିଥିଲେ ।[୩] ସେ ପ୍ରଣଲାଲ ଭାୟାସଙ୍କ ସହ ଅନେକ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ ।[୫] ସେ ଗୋଣ୍ଡାଲ ନିକଟ ଗୋମଟା ଗାଁର ଏକ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିଲେ ।[୩]

ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୬ ମସିହାର ମଇ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫]

ସମ୍ମାନ[ସମ୍ପାଦନା]

ସଙ୍ଗୀତ ପରିବେଷଣ ପାଇଁ ତାଙ୍କ ଗସ୍ତ ସମୟରେ ଲଣ୍ଡନରେ ଗୁଜରାଟୀ ସୋସାଇଟି ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଥିଲା ।[୩] ୧୯୯୦ ମସିହାରେ ତାଙ୍କୁ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।[୧][୬] ଗୁଜରାଟ ସରକାର ତାଙ୍କୁ ଗୁଜରାଟ ଗୌରବ ପୁରସ୍କର ପ୍ରଦାନ କରିଥିଲେ ।[୩] ୨୦୧୧ ମସିହାରେ ତାଙ୍କୁ କବି କାଗ ପୁରସ୍କାର ପ୍ରଦାନ କରାଯାଇଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ Ghosh, Nikhil (2011). The Oxford Encyclopaedia of the Music of India. Vol. 1. Saṅgīt Mahābhāratī. (1st ed.). New Delhi: Oxford University Press. ISBN 9780199797721. OCLC 729238089 – via Oxford Reference.
  2. Kateshiya, Gopal (20 May 2016). "Gujarat: Popular folk singer passes away at 75". The Indian Express. Retrieved 5 February 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Gujarati Vishwakosh. Ahmedabad. pp. 862–863.
  4. "Gujarat's renowned folk singer Diwaliben Bhil passed away in hometown Junagadh". The Times of India. 20 May 2016. Retrieved 5 February 2017.
  5. ୫.୦ ୫.୧ ୫.୨ Ram, Sarman (20 May 2016). "પદ્મ શ્રી લોકગાયિકા દિવાળીબેન ભીલનું નિધન" [Padma Shree Award Winner Diwaliben Bhil Is No More]. Divya Bhaskar (in ଗୁଜୁରାଟୀ). Archived from the original on 24 May 2016. Retrieved 17 May 2018.
  6. "Popular Gujarati folk singer Diwaliben Bhil passes away at 83". Mid-Day. 19 May 2016. Retrieved 20 May 2016.
  7. "Books by Vijaydan Detha - Prabhat Prakashan". www.prabhatbooks.com. Retrieved 2023-05-03.

ବାହାର ଲିଙ୍କ୍[ସମ୍ପାଦନା]