ଭାରତୀୟ ମୁଦ୍ରା

ଉଇକିପିଡ଼ିଆ ରୁ

ଭାରତୀୟ ମୁଦ୍ରା ବା ଟଙ୍କା ଭାରତ, ନେପାଳଭୁଟାନରେ ଚାଲେ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଅନୁମୋଦିତ ହୋଇଥାଏ ।

କାଗଜ ମୁଦ୍ରା[ସମ୍ପାଦନା]

ଏକ ହଜାର ଟଙ୍କା (୧,୦୦୦ ଟଙ୍କା)[ସମ୍ପାଦନା]

ପାଞ୍ଚ ଶତ ଟଙ୍କା (୫୦୦ ଟଙ୍କା)[ସମ୍ପାଦନା]

ଏକ ଶତ ଟଙ୍କା (୧୦୦ ଟଙ୍କା)[ସମ୍ପାଦନା]

ପଚାଶ ଟଙ୍କା (୫୦ ଟଙ୍କା)[ସମ୍ପାଦନା]

କୋଡି଼ଏ ଟଙ୍କା (୨୦ ଟଙ୍କା)[ସମ୍ପାଦନା]

ଦଶ ଟଙ୍କା (୧୦ ଟଙ୍କା)[ସମ୍ପାଦନା]

ପାଞ୍ଚ ଟଙ୍କା (୫ ଟଙ୍କା)[ସମ୍ପାଦନା]

ଏକ ଟଙ୍କା (୧ ଟଙ୍କା)[ସମ୍ପାଦନା]

ଧାତବ ମୁଦ୍ରା (କଏନ୍)[ସମ୍ପାଦନା]

ଦଶ ଟଙ୍କା(୧,୦୦୦ ପଇସା)[ସମ୍ପାଦନା]

ପାଞ୍ଚ ଟଙ୍କା(୫୦୦ ପଇସା)[ସମ୍ପାଦନା]

ପାଞ୍ଚଟଙ୍କିଆ ମୁଦ୍ରା କ୍ୟୁପ୍ରୋ-ନିକେଲ ଧାତୁରେ ନିର୍ମିତ । ଏହାର ଓଜନ ୯.୦ ଗ୍ରାମ | ଏହାର ବ୍ୟାସ ୨୩ ମି.ମି. ଓ ଆକୃତି ଗୋଲାକାର ।

ଦୁଇ ଟଙ୍କା(୨୦୦ ପଇସା)[ସମ୍ପାଦନା]

ଦୁଇଟଙ୍କିଆ ମୁଦ୍ରା ମୁଦ୍ରା କ୍ୟୁପ୍ରୋ-ନିକେଲ ଧାତୁରେ ନିର୍ମିତ । ଏହାର ଓଜନ ୬.୦ ଗ୍ରାମ ଏହାର ବ୍ୟାସ ୨୬ ମି.ମି. ଓ ଆକୃତି ଏକାଦଶ କୋଣୀୟ ।

ଏକ ଟଙ୍କା(୧୦୦ ପଇସା)[ସମ୍ପାଦନା]

ଏକଟଙ୍କିଆ ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୪.୮୫ ଗ୍ରାମ | ଏହାର ବ୍ୟାସ ୨୫ ମି.ମି. ଓ ଆକୃତି ଗୋଲାକାର ।

୫୦ ପଇସା[ସମ୍ପାଦନା]

ପଚାଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୩.୭୯ ଗ୍ରାମ| ଏହାର ବ୍ୟାସ ୨୨ ମି.ମି. ଓ ଆକୃତି ଗୋଲାକାର ।

୨୫ ପଇସା[ସମ୍ପାଦନା]

ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା । ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା । ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା । ଦେଶ ସ୍ବାଧିନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା । ୧୯୫୭ ମସିହା ଏପ୍ରିଲ ୧ ତାରିଖରେ ଇଣ୍ଡିଆନ କଏନେଜ ଆକ୍ଟ ଲାଗୁ ହେବା ପରେ ଆସିଲା ଚାରଣିର ନୂଆ ରୁପ – ୫ ଗ୍ରାମ ଓଜନ ବିଶିଷ୍ଟ ୨୫ ନୂଆ ପଇସା । ୧୯୮୮ ରେ କଳଙ୍କିହିନ ଇସ୍ପାତ ନିର୍ମିତ ଓ ୨.୮୩ ଗ୍ରାମ ଓଜନ ବିଶିଷ୍ଟ ୨୫ ପଇସା । ୨୦୦୨ ମସିହାରେ ଶେଷଥର ପାଇଁ ନୂଆ ପଚିଶି ପଇସା ବଜାରକୁ ଆସିଥିଲା ।

  • ୨୦୧୧ମସିହା ଜୁଲାଇ ପହିଲା ଠାରୁ ଭାରତର ରିଜର୍ଭ ବ୍ୟାଙ୍କ ପଚିଶ ପଇସାର ପ୍ରଚଳନ ବନ୍ଦ କରି ଦେଇଛନ୍ତି ।

୧୦ ପଇସା[ସମ୍ପାଦନା]

ଦଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୨.୦୦ ଗ୍ରାମ| ଏହାର ବ୍ୟାସ ୧୬ ମି.ମି. ଓ ଆକୃତି ଗୋଲାକାର ।

୫ ପଇସା[ସମ୍ପାଦନା]