ଡ୍ରେକୋ ଏଣ୍ଡୁଅ (ପ୍ରଜାତି)

ଉଇକିପିଡ଼ିଆ‌ରୁ
ଡ୍ରେକୋ ଉଡ଼ନ୍ତା ଏଣ୍ଡୁଅ
ଥାଇଲ୍ୟାଣ୍ଡର ବ୍ୟୁଲନ୍ ଦ୍ୱୀପର ଏକ ଡ୍ରେକୋ ଟେନିଓପ୍ଟେରସ୍ ଉଡ଼ନ୍ତା ଏଣ୍ଡୁଅ (D. taeniopterus)
ଇଣ୍ଡୋନେସିଆର ସୁଲାୱେସିରେ ଏକ ଅଣ୍ଡିରା ଡ୍ରେକୋ ସ୍ପିଲୋନୋଟସ୍ ନିଜର ଡେଣା ମେଲାଇଥିବାର ଚିତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଶ୍ରେଣୀ: ରେପ୍ଟିଲିଆ
Order: Squamata
Suborder: Iguania
Family: Agamidae
Subfamily: Draconinae
Genus: Draco
କାର୍ଲ୍ ଲିନିଅସ୍, ୧୭୫୮
ପ୍ରଜାତି

ପ୍ରଜାତି ଦେଖନ୍ତୁ

ଡ୍ରେକୋ (ଇଂରାଜୀ ଭାଷାରେ Draco) ଏକ ଉଡ଼ନ୍ତା ଏଣ୍ଡୁଅ ପ୍ରଜାତି । ଏମାନଙ୍କୁ ଉଡ଼ନ୍ତା ଏଣ୍ଡୁଅ ବା ଉଡ଼ନ୍ତା ଡ୍ରାଗନ୍ ବୋଲି ମଧ୍ୟ କୁହାଯାଏ । ଏହି ଏଣ୍ଡୁଅମାନଙ୍କ ଦେହରେ ଅନେକ ପତଳା ପରଦା ରହିଥାଏ ଯାହା ଡେଣା ପରି ଖୋଲିପାରେ ଓ ଏହା ସହାୟତାରେ ଏମାନେ ଅଳ୍ପ ଦୂର ଉଡ଼ିଯାଇ ପାରନ୍ତି । ଏହି ଏଣ୍ଡୁଅ ଅଧିକାଂଶରେ ଗଛ ଉପରେ ବିଚରଣ କରେ ଏବଂ ବିଭିନ୍ନ କୀଟପତଙ୍ଗ ଭକ୍ଷଣ କରିଥାଏ । ଉଡ଼ନ୍ତା ଏଣ୍ଡୁଅର ପ୍ରମୁଖ ଆହାର ହେଲା ପିମ୍ପୁଡ଼ି, ଊଈ ଏବଂ ପୋକଯୋକ ।

ଏହି ଏଣ୍ଡୁଅ ଲମ୍ବା ସମୟ ପାଇଁ ନୁହେଁ ବରଂ ଅଳ୍ପ ସମୟ ପାଇଁ ଉଡ଼ିପାରେ । ଏକ ଉଚ୍ଚ ସ୍ଥାନରୁ ୬୦ ମିଟର୍ ଦୂରତା ପର୍ଯ୍ୟନ୍ତ ଏମାନେ ଉଡ଼ିବା ଦେଖାଯାଇଛି । କିନ୍ତୁ ଏହି ଉଡ଼ାଣରେ ଏମାନେ କେବଳ ୧୦ ମିଟର୍ ଉଚ୍ଚତା ତଳକୁ ଖସନ୍ତି । ୨୦ ସେଣ୍ଟିମିଟର୍ ଲମ୍ବା ଏକ ଏଣ୍ଡୁଅ ପାଇଁ ଏହି ଉଡ଼ାଣ ଅଧିକ ବୋଲି ଧରିବାକୁ ହେବ ।[୧] ଏହି ଏଣ୍ଡୁଅ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ଘଞ୍ଚ ଜଙ୍ଗଲ, ବୁଦାଳିଆ ଜଙ୍ଗଲ, ସାଗୁଆନ ବଗିଚା ଓ ତାଳ ବଣରେ ଦେଖାଯାନ୍ତି ।

ନାମକରଣ[ସମ୍ପାଦନା]

ପୌରାଣିକ ଜୀବ ଡ୍ରାଗନ୍‍ର ନାମରୁ କାର୍ଲ୍ ଲିନାୟସ୍ ଏହି ଡ୍ରେକୋ ପ୍ରଜାତିର ନାମ ଉଦ୍ଧୃତ କରିଥିଲେ ।

ଉଡ଼ିବା[ସମ୍ପାଦନା]

ମାଈଙ୍କୁ ଆକର୍ଷିତ କରିବା ପାଇଁ, ପ୍ରଭୁତ୍ୱ ଦେଖାଇବା ପାଇଁ କିମ୍ବା ବିପଦ ଏଡ଼ାଇବା ପାଇଁ ଏମାନେ ଉଡ଼ିଥାନ୍ତି । ଏହି ଏଣ୍ଡୁଅଗୁଡ଼ିକ ନିଜର ଡ୍ରାଗନ୍ ପରି ରୂପ ଏବଂ ନିଜ ପରଦାଗୁଡ଼ିକୁ ଖୋଲି ଉଡ଼ିବା ଗୁଣ ପାଇଁ ଏମାନେ ପ୍ରସିଦ୍ଧ ।[୨] ଦକ୍ଷିଣ ଭାରତ ଓ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଉଥିବା ଭାରତୀୟ ଉଡ଼ନ୍ତା ଏଣ୍ଡୁଅ ଗଛରୁ ଗଛ ଉଡ଼ିପାରେ । ବିପଦରୁ ଦୂରକୁ ଯିବା ପାଇଁ ଏମାନେ ନିଜର ଶରୀରରେ ଥିବା ପରଦା ଡେଣା ପରି ଖୋଲି ଉଡ଼ିଯାନ୍ତି ଓ ନିଜ ଲାଙ୍ଗୁଡ଼ ସହାୟତା ନେଇ ଉଡ଼ିବା ଅବସ୍ଥାରୁ ସ୍ଥିତାବସ୍ଥାକୁ ଆସନ୍ତି ।[୩]

ପ୍ରଜାତି[ସମ୍ପାଦନା]

ଭାରତର ଦାଣ୍ଡେଲିରେ ଏକ ଅଣ୍ଡିରା ଉଡ଼ନ୍ତା ଏଣ୍ଡୁଅର ପ୍ରଦର୍ଶନ
ମାଲେସିଆର ସାରାୱାକର ଏକ ଉଡ଼ନ୍ତା ଏଣ୍ଡୁଅର ଆକାର ଓ ମନୁଷ୍ୟର ହାତର ଆକାରର ତୁଳନା
ଭାରତର ବାନ୍ଦିପୁର ଜାକୀୟ ଉଦ୍ୟାନର ଏକ ଉଡ଼ନ୍ତା ଏଣ୍ଡୁଅର ଛଳାବରଣ

ଉଡ଼ନ୍ତା ଏଣ୍ଡୁଅମାନଙ୍କର ୪୨ଟି ପ୍ରଜାତି ଚିହ୍ନଟ ହୋଇଛି:[୪][୫]

  • ଡ୍ରେକୋ ଏବ୍ରିଭାୟାଟସ୍ ଥୋମାସ୍ ହାର୍ଡୱିକ୍ ଓ ଜନ୍ ଏଡ୍ୱାର୍ଡ୍ ଗ୍ରେ, ୧୮୨୭
  • ଡ୍ରେକୋ ଏଫିନିସ୍ ଏଡ୍ୱାର୍ଡ୍ ବାର୍ଟଲେଟ୍, ୧୮୯୫
  • ଡ୍ରେକୋ ବେକାରି ୱିଲିୟମ୍ ପିଟର୍ସ ଓ ଜ୍ୟାକୋମୋ ଡୋରିଆ, ୧୮୭୮[୬]
  • ଡ୍ରେକୋ ବାୟାରୋ ଜେମ୍‍ସ୍ ଡ୍ରେପର୍ ଲାଜେଲ୍, ୧୯୮୭
  • ଡ୍ରେକୋ ବିମାକ୍ୟୁଲାଟସ୍ ଆଲବର୍ଟ୍ ଗୁନ୍ଥର୍, ୧୮୬୪
  • ଡ୍ରେକୋ ବ୍ଲାନଫୋର୍ଡି ଜର୍ଜ୍ ଆଲବର୍ଟ୍ ବୌଲିଞ୍ଜର୍, ୧୮୮୫
  • ଡ୍ରେକୋ ବୋଶାମାଇ ୱିଲି ହେନିଂ, ୧୯୩୬
  • ଡ୍ରେକୋ ବୌରୋନିଏନ୍ସିସ୍ ରେନେ ପ୍ରିନେଭେରେ ଲେସନ୍, ୧୮୩୪
  • ଡ୍ରେକୋ କେରୁଲ୍‍ହିଆନ୍ସ୍ ଲାଜେଲ୍, ୧୯୯୨
  • ଡ୍ରେକୋ କର୍ଣ୍ଣୁଟସ୍ ଗୁନ୍ଥର୍, ୧୮୬୪
  • ଡ୍ରେକୋ କ୍ରିଷ୍ଟାଟେଲସ୍ ଗୁନ୍ଥର୍, ୧୮୭୨
  • ଡ୍ରେକୋ ସ୍ୟାନୋପ୍ଟେରସ୍ ପିଟର୍ସ୍, ୧୮୬୭
  • ଡ୍ରେକୋ ଡୁସୁମିଏରି ଆଣ୍ଡ୍ରେ ମେରି କନ୍‍ଷ୍ଟାଣ୍ଟ୍ ଡୁମେରି ଓ ଗାବ୍ରିଏଲ୍ ବିବ୍ରୋନ୍, ୧୮୩୭
  • ଡ୍ରେକୋ ଫିମ୍‍ବ୍ରାୟାଟସ୍ ହାଇନ୍ରିଖ୍ କୁଃଲ୍, ୧୮୨୦
  • ଡ୍ରେକୋ ଫୋର୍ମୋସସ୍ ବୌଲିଞ୍ଜର୍, ୧୯୦୦
  • ଡ୍ରେକୋ ଗୁନ୍ଥେରି ବୌଲିଞ୍ଜର୍, ୧୮୮୫
  • ଡ୍ରେକୋ ହେମାଟୋପୋଗୋନ୍ ଗ୍ରେ, ୧୮୩୧
  • ଡ୍ରେକୋ ଇଣ୍ଡୋଚିନେନ୍ସିସ୍ ମାଲ୍କମ୍ ଆର୍ଥର୍ ସ୍ମିଥ୍, ୧୯୨୮
  • ଡ୍ରେକୋ ଇସ୍କନ୍ଧାରି ଜିମି ମାଗ୍ୱେୟର୍ ଓ ଅନ୍ୟମାନେ, ୨୦୦୭
  • ଡ୍ରେକୋ ଜାରେକି ଲାଜେଲ୍, ୧୯୯୨
  • ଡ୍ରେକୋ ଲିନିଆଟସ୍ ଫ୍ରଂକୋଇସ୍ ମେରି ଦୌଡିନ୍, ୧୮୦୨
  • ଡ୍ରେକୋ ମାକ୍ୟୁଲାଟସ୍ ଗ୍ରେ, ୧୮୪୫
  • ଡ୍ରେକୋ ମାକ୍ସିମସ୍ ବୌଲିଞ୍ଜର୍, ୧୮୯୩
  • ଡ୍ରେକୋ ମେଲାନୋପୋଗନ୍ ବୌଲିଞ୍ଜର୍, ୧୮୮୭
  • ଡ୍ରେକୋ ମାଇଣ୍ଡାନେନ୍ସିସ୍ ଲିଓନାର୍ଡ୍ ଷ୍ଟେନେଗର୍, ୧୯୦୮
  • ଡ୍ରେକୋ ମୋଡିଗ୍ଲିଆନି ଡେସିଓ ଭିଞ୍ଚିଗ୍ୱେରା, ୧୮୯୨
  • ଡ୍ରେକୋ ନୋର୍ଭିଲି ଆଲଫ୍ରେଡ୍ ୱିଲିୟମ୍ ଆଲ୍କକ୍, ୧୮୯୫
  • ଡ୍ରେକୋ ଓବ୍‍ସ୍କ୍ୟୁରସ୍ ବୌଲିଞ୍ଜର୍, ୧୮୮୭
  • ଡ୍ରେକୋ ଅର୍ଣ୍ଣେଟସ୍ ଗ୍ରେ, ୧୮୪୫
  • ଡ୍ରେକୋ ପାଲାୱାନେନ୍ସିସ୍ ମାଗ୍ୱାୟାର୍ ଓ ଆଞ୍ଜେଲ୍ ଚୁଆ ଆଲ୍କାଲା, ୨୦୦୦
  • ଡ୍ରେକୋ କ୍ୱାଡ୍ରାସି ଓସ୍କାର୍ ବୋଟ୍‍ଗର୍, ୧୮୯୩
  • ଡ୍ରେକୋ କିଞ୍ଚେଫାଶିଆଟସ୍ ହାର୍ଡ୍ୱିକ୍ ଓ ଗ୍ରେ, ୧୮୨୭
  • ଡ୍ରେକୋ ରେଟିକ୍ୟୁଲାଟସ୍ ଗୁନ୍ଥର୍, ୧୮୬୪
  • ଡ୍ରେକୋ ରିଟିସ୍ମା କର୍ଣ୍ଣେଲିସ୍ ୟୋହାନସ୍ ମାରିଆ ମଷ୍ଟର୍ସ୍, ୧୯୮୩
  • ଡ୍ରେକୋ ସ୍ପିଲୋନୋଟସ୍ ଗୁନ୍ଥର୍, ୧୮୭୨
  • ଡ୍ରେକୋ ସ୍ପିଲୋପ୍ଟେରସ୍ ଆରେଣ୍ଡ୍ ଫ୍ରେଡ୍ରିଖ୍ ଅଗଷ୍ଟ୍ ୱିଏଗ୍‍ମାନ୍, ୧୮୩୪
  • ଡ୍ରେକୋ ସୁମାତ୍ରାନସ୍ ହର୍ମାନ୍ ଶ୍ଲେଗେଲ୍, ୧୮୪୪
  • ଡ୍ରେକୋ ସୁପ୍ରାୟାଟ୍ନାଇ ମାଗ୍ୱାୟାର୍ ଓ ଅନ୍ୟ ମାନେ, ୨୦୦୭
  • ଡ୍ରେକୋ ଟେନିଓପ୍ଟେରସ୍ ଗୁନ୍ଥର୍, ୧୮୬୧
  • ଡ୍ରେକୋ ଟିମୋରିଏନ୍ସିସ୍ କୁଃଲ୍, ୧୮୨୦
  • ଡ୍ରେକୋ ଭୋଲାନ୍ସ କାର୍ଲ୍ ଲିନାୟସ୍, ୧୭୫୮
  • ଡ୍ରେକୋ ୱାକେରି ବୌଲିଞ୍ଜର୍, ୧୮୯୧

ପ୍ରଜନନ[ସମ୍ପାଦନା]

ମାଈ ଉଡ଼ନ୍ତା ଏଣ୍ଡୁଅ କେବଳ ଅଣ୍ଡା ଦେବା ପାଇଁ ଭୂମି ଉପରକୁ ଓହ୍ଲାଇଥାଏ । ଭୂମିକୁ ଓହ୍ଲାଇବା ପରେ ମାଟିରେ ମୁଣ୍ଡ ଗଳାଇ ମାଈ ଏଣ୍ଡୁଅ ଏକ ବସା ତିଆରି କରେ । ଏଥିରେ ସେ ୨-୫ଟି ଅଣ୍ଡା ଦେଇ ଗାତକୁ ଘୋଡ଼ାଇ ଦିଏ ଏବଂ ଗାତ ପାଖରେ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗି ରହେ । ତା’ ପରେ ସେ ନିଜର ଅଣ୍ଡା ଓ ବସା ପରିତ୍ୟାଗ କରି ଚାଲିଯାଏ ଓ ଶାବକଙ୍କ ଲାଳନପାଳନ ପାଇଁ କେବେ ଫେରି ଆସେନାହିଁ ।[୧]

କାଳ୍ପନିକ କଥାରେ ଉଡ଼ନ୍ତା ଏଣ୍ଡୁଅ[ସମ୍ପାଦନା]

ପୂର୍ଣ୍ଣଚନ୍ଦ୍ର ତେଜସ୍ୱୀଙ୍କ କନ୍ନଡ଼ ଉପନ୍ୟାସ କାର୍ଭାଲୋ (ಕರ್ವಾಲೊ)ରେ ଡ୍ରେକୋ ଡୁସୁମିଏରି ଉଡ଼ନ୍ତା ଏଣ୍ଡୁଅର ଉଲ୍ଲେଖ ରହିଛି । ଏହି କଥାରେ ଜଣେ ମଧ୍ୟଯୁଗୀୟ ବୈଜ୍ଞାନିକ କାର୍ଭାଲୋ ଭାରତର କର୍ଣ୍ଣାଟକ ରାଜ୍ୟର ପଶ୍ଚିମଘାଟ ପର୍ବତମାଳାସ୍ଥିତ ଜଙ୍ଗଲମାନଙ୍କରେ ଏକ ବିରଳ ଉଡନ୍ତା ଏଣ୍ଡୁଅ ପ୍ରଜାତିର ଅନୁସନ୍ଧାନ କରୁଥିଲେ ଓ ଶେଷରେ ଏହି ଏଣ୍ଡୁଅ ଏକ ପାହାଡ଼ରୁ ତଳକୁ ଉଡ଼ି ଯାଇଥିଲା । ୧୯୫୮ ମସିହାରେ ପ୍ରକାଶିତ ଟୋହୋଙ୍କ ଚଳଚ୍ଚିତ୍ର ୱାରାନ୍ – ଦ ଅନ୍‍ବିଲିଭେବଲ୍ର ମୁଖ୍ୟ ଦାନବ ଚରିତ୍ରଟି ଏକ ଉଡ଼ନ୍ତା ଏଣ୍ଡୁଅ ଉପରେ ଆଧାରିତ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Piper, Ross (2007). 'Extraordinary Animals: An Encyclopedia of Curious and Unusual Animals'. Santa Barbara, California: Greenwood Press.
  2. Herre, Albert W. (1958). "On the Gliding of Flying Lizards, Genus Draco ". Copeia. 1958 (4): 338–339. doi:10.2307/1439979. JSTOR 1439979.
  3. http://www.walkthroughindia.com/wildlife/the-6-rare-species-of-reptiles-in-india/
  4. Draco. The Reptile Database. www.reptile-database.org.
  5. "Draco ". Dahms Tierleben. www.dahmstierleben.de.
  6. Beolens, Bo; Watkins, Michael; Grayson, Michael (2011). The Eponym Dictionary of Reptiles. Baltimore: Johns Hopkins University Press. xiii + 296 pp. ISBN 978-1-4214-0135-5. (Draco beccarii, p. 21).

ଆହୁରି ପଢ଼ିପାରିବେ[ସମ୍ପାଦନା]