ଟ୍ରାଇଫ୍ଲୁରିଡାଇନ/ଟିପିରାସିଲ

ଉଇକିପିଡ଼ିଆ‌ରୁ
ଟ୍ରାଇଫ୍ଲୁରିଡାଇନ/ଟିପିରାସିଲ
Combination of
TrifluridineCytotoxin
TipiracilThymidine phosphorylase inhibitor
Clinical data
Trade namesLonsurf
SynonymsTAS-102
AHFS/Drugs.commonograph
MedlinePlusa615049
data
Pregnancy
category
  • AU: D
  • US: N (Not classified yet)
Routes of
administration
By mouth (tablets)
Legal status
Legal status

ଟ୍ରାଇଫ୍ଲୁରିଡାଇନ/ଟିପିରାସିଲ, ଲନ୍ସର୍ଫ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ମେଟାଷ୍ଟାଟିକ୍ ବୃହଦନ୍ତ୍ରମଳାଶୟ କର୍କଟ କିମ୍ବା ପାକସ୍ଥଳୀ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ଯେଉଁମାନଙ୍କ ମଧ୍ୟରେ ଅନ୍ୟ ସବୁ ଚିକିତ୍ସା ବିଫଳ ହୋଇଛି ।[୧] ଏହା ପାଟିରେ ଦିଆଯାଏ ।[୪]

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ହେଉଛି ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ, ଥକ୍କାଣ, ଅଇ, ଜ୍ୱର, କେଶ ଝଡ଼ିବା ଏବଂ ସ୍ୱଳ୍ପ ଲୋହିତ ରକ୍ତ କଣିକା ହୋଇପାରେ ।[୧] [୫] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଟ୍ରାଇଫ୍ଲୁରିଡାଇନ ନାମକ ଏକ ନ୍ୟୁକ୍ଲିଓସାଇଡ୍ ଆନାଲଗ ଏବଂ ଟିପିରାସିଲ ନାମକ ଏକ ଥାଇମିଡାଇନ ଫସଫୋରିଲେଜ ଅବରୋଧକାରୀ ମିଶ୍ରଣ ।[୫] [୧] ଟ୍ରାଇଫ୍ଲୁରିଡାଇନ୍ ଭାଙ୍ଗିବାକୁ ଟିପିରାସିଲ ରୋକିଥାଏ, ଯାହାଦ୍ୱାରା ଏହାର ସ୍ତର ବୃଦ୍ଧି ହୋଇଥାଏ ।[୧]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୬ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଇଫ୍ଲୁରିଡାଇନ/ଟିପିରାସିଲ ଅନୁମୋଦିତ ହୋଇଥିଲା ।[୧] [୫] ଯୁକ୍ତରାଜ୍ୟରେ ୨୦ ମିଗ୍ରା ବିଶିଷ୍ଟ ୨୦ଟି ଟ୍ରାଇଫ୍ଲୁରିଡାଇନ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୨୦୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦୦୦ ଡଲାର ଅଟେ। [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Lonsurf EPAR". European Medicines Agency (EMA). Archived from the original on 21 October 2020. Retrieved 20 October 2020.
  2. "UK Label: Lonsurf - Summary of Product Characteristics". Electronic Medicines Compendium. August 2017. Archived from the original on 11 May 2018. Retrieved 10 May 2018.
  3. "Lonsurf- trifluridine and tipiracil tablet, film coated". DailyMed. 14 January 2020. Archived from the original on 21 October 2020. Retrieved 20 October 2020.
  4. ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 969. ISBN 978-0-85711-369-6.{{cite book}}: CS1 maint: date format (link)
  5. ୫.୦ ୫.୧ ୫.୨ ୫.୩ "Trifluridine and Tipiracil Monograph for Professionals". Drugs.com (in ଇଂରାଜୀ). Archived from the original on 21 September 2021. Retrieved 19 September 2021.
  6. "Lonsurf Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 19 September 2021.