ବୃହଦନ୍ତ୍ର-ମଳାଶୟ କର୍କଟ

ଉଇକିପିଡ଼ିଆ ରୁ
Colorectal cancer
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

ପାକସ୍ଥଳୀ ଓ ଅନ୍ତନାଳୀର ଚିତ୍ର ।
ICD-10 C18.-C20./C21.
ICD-9 153.0-154.1
ICD-O: ଛାଞ୍ଚ:ICDO (95% of cases)
OMIM 114500
ରୋଗ ଡାଟାବେସ 2975
MedlinePlus 000262
eMedicine med/413 med/1994 ped/3037

ବୃହଦନ୍ତ୍ର(Large Intestine), ମଳାଶୟ(Rectum) ଓ ଉପାନ୍ତ୍ର(Appendix) ଅଙ୍ଗମାନଙ୍କରୁ ଜାତ ହେଉଥିବା କର୍କଟକୁ ବୃହଦନ୍ତ୍ର-ମଳାଶୟ କର୍କଟ କହନ୍ତି । ଜେନେଟିକ ଅନୁଶୀଳନ ଦ୍ଵାରା ଜଣାଯାଏ ବୃହଦନ୍ତ୍ର ଓ ମଳାଶୟରୁ ଜାତ କର୍କଟ ଗୁଣସୁତ୍ର(ଜେନେଟିକାଲି) ଅନୁଯାୟୀ ସମାନ[୧]। ଏହି କର୍କଟ ରୋଗରେ ମଳଦ୍ଵାର ପଥ ଦେଇ ରକ୍ତସ୍ରାବ ହୁଏ, ରକ୍ତହୀନତା(ଆନିମିଆ) ହୁଏ, ଓଜନ ହ୍ରାସ ହୁଏ ଓ ମଳତ୍ୟାଗ ଅଭ୍ୟାସ ବଦଳିଯାଏ ।
ବୟସ ବୃଦ୍ଧି ଓ ଜୀବନଚର୍ଯ୍ୟା ଯୋଗୁ ଅଧିକାଂଶ ବୃହଦନ୍ତ୍ର-ମଳାଶୟ କର୍କଟ ହୁଏ । ଏହା ଅନ୍ତ ନଳୀର ବାହ୍ୟ ସ୍ତରରୁ ଆରମ୍ଭ ହୁଏ, ଚିକିତ୍ସା ଅଭାବରେ ଭିତରକୁ ବ୍ୟାପେ ଓ ସମ୍ପୁର୍ଣ୍ଣ ନଳୀ କାନ୍ଥକୁ ଭେଦି ଯାଏ । ପଚାଶ ବର୍ଷ ବୟସରୁ ଆରମ୍ଭ କରି ୭୫ ବର୍ଷ ପର୍ଯ୍ୟନ୍ତ ବାରମ୍ବାର ପରୀକ୍ଷା କରିବା ଦ୍ଵାରା ଏହି ରୋଗ ଥିବା ଜାଣି ହୁଏ ଓ ମୃତ୍ୟୁ ସଂଖ୍ୟା କମିଯାଏ । ସିଗମଏଡୋସ୍କୋପିକଲନୋସ୍କୋପି ପରୀକ୍ଷା ଦ୍ଵାରା ଏହି ରୋଗ ଚିହ୍ନଟ ହୁଏ ।
ବୃହଦନ୍ତ୍ର-ମଳାଶୟ କର୍କଟ କାନ୍ଥ ମଧ୍ୟରେ ଥିଲେ ଅପରେଶନ ଦ୍ଵାରା ଆରୋଗ୍ୟ କରି ହୁଏ । ପାର୍ଶ୍ଵବର୍ତ୍ତୀ ସ୍ଥାନମାନଙ୍କୁ ବ୍ୟାପିଥିଲେ ଆରୋଗ୍ୟ ସାଧ୍ୟ ହୁଏ ନାହିଁ। କେମୋଥେରାପି ଓ ଜୀବନଚର୍ଯ୍ୟା ପରିବର୍ତ୍ତନ ଦ୍ଵାରା ଆୟୁଷ ବଢାଯାଇ ପାରେ । ବିକଶିତ ଦେଶମାନଙ୍କରେ ସମୁଦାୟ ବୃହଦନ୍ତ୍ର-ମଳାଶୟ କର୍କଟର ୬୦% ରୋଗ ନିର୍ଣ୍ଣୟ ହୁଏ ଅଧିକ ଦେଖାଯାଏ । ୨୦୦୮ ମସିହାରେ ୧.୨୩ ନିୟୁତ ବୃହଦନ୍ତ୍ର-ମଳାଶୟ କର୍କଟ ରୋଗୀ ଚିହ୍ନଟ ହୋଇଥିଲେ ଓ ଏହି ଦ୍ଵାରା ୬୦୮୦୦୦ ଲୋକ ମୃତ୍ୟୁ ଲାଭ କରିଥିଲେ[୨]

ଆଧାର[ସମ୍ପାଦନା]

  1. Cancer Genome Atlas Network (19 July 2012). "Comprehensive molecular characterization of human colon and rectal cancer.". Nature 487: 330–337. 
  2. Colorectal Cancer Incidence, Mortality and Prevalence Worldwide in 2008 — Summary. Available from: Ferlay J, Shin HR, Bray F, Forman D, Mathers C, Parkin DM. (2010) GLOBOCAN 2008 v2.0, Cancer Incidence and Mortality Worldwide: IARC CancerBase No. 10 [Internet]. Lyon, France: International Agency for Research on Cancer. Accessed on 11 Oct 2012.