ଜୀବସାର ଖ

ଉଇକିପିଡ଼ିଆ ରୁ

ଜୀବସାର ଖ ବା ଭିଟାମିନ ଖ (ଇଂରାଜୀରେ Vitamin B) ଗୋଟିଏ ଭିଟାମିନ ଗୋଷ୍ଠିର ନାମ । ଏହି ଭିଟାମିନ ଦେହର ଜୀବକୋଷ ବିପାକରେ (metabolism) ସାହାଯ୍ୟ କରେ । ଏହି ଭିଟାମିନମାନଙ୍କର ଏକା ଭଳି ନାମ ଥିଲେ ମଧ୍ୟ ଗବେଷଣାଦ୍ଵାରା ଦେଖାଯାଇଛି, ସେ ସମସ୍ତଙ୍କର ରାସାୟନିକ ଗଠନ ପରଷ୍ପରଠାରୁ ଅଲଗା କିନ୍ତୁ ସମସ୍ତେ ଖାଦ୍ୟରେ ଏକାଠି ଥାଆନ୍ତି । ଏହି ଗୋଷ୍ଠିରେ ଆଠଟି ଭିଟାମିନ ଥାଏ । ସମସ୍ତଙ୍କୁ ବର୍ଣ୍ଣମାଳାର ଗୋଟିଏ ଅକ୍ଷର 'ଖ' ସାଥୀରେ ଗୋଟିଏ ସଂଖ୍ୟା ଦିଆଯାଇଥାଏ, ଯେପରିକି ଖ୧, ଖ&nଖsp;୨ ଇତ୍ୟାଦି ।

ଖ ଭିଟାମିନଙ୍କର ନାମ[ସମ୍ପାଦନା]

  • ଭିଟାମିନ ଖ୧ (ଥିଆମିନ/ thiamin)
  • ଭିଟାମିନ ଖ୨ (ରାଇବୋଫ୍ଲାଭିନ/ riboflavin)
  • ଭିଟାମିନ ଖ୩ (ନିଆସିନ ବା ନିଆସିନାମାଇଡ/ niacin or niacinamide)
  • ଭିଟାମିନ ଖ୫ (ପାଣ୍ଟୋଥେନିକ ଏସିଡ/ pantothenic acid)
  • ଭିଟାମିନ ଖ୬ (ପାଇରିଡକ୍ସିନ, ପାଇରିଡକ୍ସାଲ ବା ପାଇରିଡକ୍ସାମିନ/ pyridoxine, pyridoxal, or pyridoxamine, or pyridoxine hydrochloride)
  • ଭିଟାମିନ ଖ୭ (ବାୟୋଟିନ/ Biotin)
  • ଭିଟାମିନ ଖ୯ (ଫୋଲେଟ/ folate)
  • ଭିଟାମିନ ଖ୧୨ (ଅନେକ ପ୍ରକାରର କୋବାଲାମିନ, ସଧାରଣତଃ ସ୍ୟାନୋକୋବାଲାମିନ/ various cobalamins; commonly cyanocobalamin in vitamin supplements)

ଭିଟାମିନ ଖ ଅଭାବ[ସମ୍ପାଦନା]

କେତେକ ଖ ଭିଟାମିନ ଅଭାବ ଜନିତ ଲକ୍ଷଣ ସମୂହକୁ ନିର୍ଦ୍ଦିଷ୍ଟ ରୋଗ ନାମ ଦିଆଯାଇଛି ।

ଜୀବସାର ନାମ ଅଭାବର ପ୍ରଭାବ
ଜୀବସାର ଖ ଥିଆମିନ ଅଭାବରେ ରୋଗ ବେରିବେରି.
ଜୀବସାର ଖ ରାଇବୋଫ୍ଲାଭିନ ଅଭାବରେ ରୋଗ ଆରାଇବୋଫ୍ଲାଭିନୋସିସ୍. ପାଟି କୋଣ ଘାଆ, ଗ୍ଲୋସାଇଟିସ୍ (ଜିଭ ପ୍ରଦାହ) ।
ଜୀବସାର ଖ ନିଆସିନ ଟ୍ରିପ୍ଟୋଫେନ୍ ଅଭାବ ସହ ପେଲାଗ୍ରା.
ଜୀବସାର ଖ ପାଣ୍ଟୋଥେନିକ ଏସିଡ ବ୍ରଣପାରେସ୍‌ଥେସିଆ,
ଜୀବସାର ଖ ପାଇରିଡକ୍ସିନ ମାଇକ୍ରୋସାଇଟିକ ଆନିମିଆ, ଡିପ୍ରେସନ, ଡର୍ମାଟାଇଟିସ, (ଉଚ୍ଚ ରକ୍ତଚାପ)
ଜୀବସାରB ବାୟୋଟିନ ପିଲାମାନଙ୍କର ଅଭିବୃଦ୍ଧି ଓ ସ୍ନାୟବିକ ଦୁର୍ବଳତା ଦେଖାଯାଏ ।
ଜୀବସାରB ଫୋଲିକ ଏସିଡ ମେଗାଲୋବ୍ଲାସ୍ଟିକ ମାକ୍ରୋସାଇଟିକ ଆନିମିଆ
ଜୀବସାରB୧୨ କୋବାଲାମିନ ମେଗାଲୋବ୍ଲାସ୍ଟିକ ମାକ୍ରୋସାଇଟିକ ଆନିମିଆ, ପେରିଫେରାଲ ନିଉରୋପାଥି, ସ୍ମରଣ ଶକ୍ତି ହ୍ରାସ, ପର୍ନିସିଅସ୍ ଆନିମିଆ, ମାନିଆ ଏବଂସାଇକୋସିସ୍. କ୍ଵଚିତ ପାରାଲିସିସ୍ ହୁଏ ।

ଖାଦ୍ୟ ଉତ୍ସ[ସମ୍ପାଦନା]

ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟରେ ଭିଟାମିନ ଖ କମ ଥାଏ । ଏହି କାରଣ ଯୋଗୁ ଅଟାରେ ଭିଟାମିନ ମିଶେଇବା ନିୟମ ଆମେରିକା ସହ ଅନେକ ଦେଶରେ ଅଛି । ଏହି ଅଟାକୁ ଏନ୍‌ରିଚ୍‌ଡ୍ ଫ୍ଲୋର୍ ବା ଉନ୍ନତ ଅଟା କୁହାଯାଏ । କେତେକ ଜୀବ ଯଥା ଟୁର୍କି, ଟୁନା ମାଂସରେ ଓ କଲିଜାରେ ଭିଟାମିନ ଖ ବହୁତ ଥାଏ [୧]। ଅଣପ୍ରକ୍ରିୟାକୃତ ଶସ୍ୟ, ଆଳୁ, ପାଚିଲା କଦଳି, କାପ୍ସିକମ, ବିନ୍, ଲେଣ୍ଟିଲ, ମୋଲାସେସ୍, ମଦ୍ୟ ପ୍ରସ୍ତୁତକାରୀ ଇଷ୍ଟ(Yeast) ଇତ୍ୟାଦି ଖ ଭିଟାମିନର ଉତ୍ତମ ଉତ୍ସ [୨]। ବିଅର୍ ପାନ କଲେ ଭିଟାମିନ୍ ଖ[୩][୪], ଖ[୫], ଖ[୬], ଖ[୭] ଓ ଖ [୮][୯]ଦେହ ଭିତରକୁ ଅବଶୋଷିତ ହୋଇପାରେ ନାହିଁ ତେଣୁ ଜୈବ ଉପଲବ୍ଧତା ହୁଏ ନାହିଁ । ଅଧିକ ଆଲ୍‌କୋହୋଲ୍ ପାନ କଲେ ଏହି ଭିଟାମିନ ଅଭାବ ଅଧିକ ହୁଏ ।
ଭିଟାମିନ୍ ଖ୧୨ ଅଧିକ ଚିନ୍ତାର ଯୋଗ୍ୟ, କାରଣ ଏହା ବୃକ୍ଷରୁ ମିଳେ ନାହିଁ । ଅନେକ ଖାଦ୍ୟ ନିର୍ମାତା ଖ୧୨ ଥିବା ଦର୍ଶାନ୍ତି, କିନ୍ତୁ ଏହି ରିପୋର୍ଟ ଜଟୀଳ ରାସାୟନିକ ପରୀକ୍ଷା ଯୋଗୁ ମିଳେ ଯାହା ସତ୍ୟ ନୁହେଁ । ଥିଆମିନ ପରିସ୍ରାରେ ଅଧିକ ନିଷ୍କାସିତ ହେଉଥିବାରୁ ମଧୁମେହ ରୋଗରେ ଏହାର ଆବଶ୍ୟକତା ଅଧିକ ଥାଏ [୧୦]। ଗର୍ଭାବସ୍ଥାରେ ଅଧିକ ଫଲିକ ଏସିଡ ନ ଖାଇଲେ ବର୍ଦ୍ଧିଷ୍ଣୁ ଶିଶୁର ନିଉରାଲ୍ ଟ୍ୟୁବ ସଠିକ ଭାବେ ତିଆରି ହୋଇପାରେ ନାହିଁ [୧୧]

ପାର୍ଶ୍ଵପ୍ରତିକ୍ରିୟା[ସମ୍ପାଦନା]

ଭିଟାମିନ ଖ ଜଳ-ଦ୍ରବଣୀୟ ହୋଇଥିବା ଯୋଗୁ ମୂତ୍ରରେ ନିଷ୍କାସିତ ହୋଇଯାଏ ଓ ଦେହରେ ଅଭାବ ହୁଏ ।

ଭିଟାମିନ ନାମ ସର୍ବାଧିକ ଖାଇବା ପରିମାଣ ବିପତ୍ତିକାରୀ ପ୍ରଭାବ
ଭିଟାମିନ ଖ ଥିଆମିନ ନାହିଁ[୧୨] ଖାଇବାଦ୍ଵାରା ପାର୍ଶ୍ଵପ୍ରତିକ୍ରିୟା ହୁଏ ନାହିଁ, କିନ୍ତୁ ଇଞ୍ଜେକସନ ଅଧିକ ପରିମାଣର ନେଲେ ଆନାଫାଇଲାକ୍ସିସ୍ ହୁଏ । [୧୨]
ଭିଟାମିନ ଖ ରାଇବୋଫ୍ଲାଭିନ ନାହିଁ [୧୩] ସାମାନ୍ୟ ମନୁଷ୍ୟ ଓ ପଶୁ ଉପରେ ପରୀକ୍ଷାରେ ବିଷାକ୍ତ ପ୍ରଭାବ ନାହିଁ କିନ୍ତୁ ଇନ୍-ଭିଟ୍ରୋ ପରୀକ୍ଷାରେ ମୁକ୍ତ ଅମ୍ଳଜାନ ରାଡିକ୍ଲ ବାହାରିବା ଦେଖାଯାଏ ।[୧୩]
ଭିଟାମିନ ଖ ନିଆସିନ ୩୫ ମି.ଗ୍ରା/ଦୈନିକ; ଔଷଧ, ଅଧିକ ଭିଟାମିନ ବା ଉନ୍ନତ ଖାଦ୍ୟ[୧୪] ଦୈନିକ ୩୦୦୦ମିଗ୍ରା ବା ଅଧିକ ଖାଇଲେ ଅଇ, ବାନ୍ତି, କଲିଜା ବିଷାକ୍ତ ଲକ୍ଷଣ, ଦେଖାଯାଏ । ଚମ ଲାଲ ଦେଖାଯିବା, କୁଣ୍ଡେଇ ହେବା, ମୁଣ୍ଡ ବଥା ହେବା ଭଳି ଲକ୍ଷଣ ଦେଖାଯାଏ ।[୧୪] ଅଧିକ ଲିପିଡ ପ୍ରୋଫାଇଲ ଥିଲେ ଦୈକିକ ୨୦୦୦ ମି.ଗ୍ରା ପର୍ଯ୍ୟନ୍ତ ପ୍ରେସକ୍ରିପସନ ଲେଖାଯାଇପାରେ।[୧୫]
ଭିଟାମିନ ଖ ପାଣ୍ଟୋଥେନିକ ଏସିଡ ନାହିଁ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଜଣାନାହିଁ ।
ଭିଟାମିନ ଖ ପାଇରିଡକ୍ସିନ ଖାଦ୍ୟରେ ବା ଔଷଧରେ ଦୈନିକ ୧୦୦ମିଗ୍ରା ।[୧୬] ଦୈନିକ ୧୦୦୦ ମି.ଗ୍ରା.ରୁ ଅଧିକ ଖାଇଲେ ପେରିଫେରାଲ ନିଉରୋପାଥି ଦେଖାଯାଏ । ଏହାଠାରୁ କମ ଖାଇଲେ ମଧ୍ୟ ପ୍ରତିକ୍ରିୟା ଦେଖାଯାଏ । ଦୈନିକ ୨୦୦ ମି.ଗ୍ରା. ରୁ ୧୦୦୦ ମି.ଗ୍ରା. ମଧ୍ୟ ବିପଦମୁକ୍ତ ନୁହେଁ ।[୧୬]
Vitamin ଖ ବାୟୋଟିନ ନାହିଁ ଜଣା ନାହିଁ ।
Vitamin ଖ ଫଲିକ ଏସିଡ ୧ ମି.ଗ୍ରା./ଦୈନିକ[୧୭] ୧୨ ଅଭାବ ଦବେଇ ଦିଏ, ତେଣୁ ଚିରସ୍ଥାୟୀ ସ୍ନାୟୁ ବିନଷ୍ଟ ହୁଏ । [୧୭]
Vitamin ଖ୧୨ ସିଆନୋକୋବାଲାମିନ ସ୍ଥିର କରାଯାଇନାହିଁ ।[୧୮] ବ୍ରଣ ଭଳି ରାସ [ବିପଦ ସ୍ଥିରୀକୃତ ହୋଇନାହିଁ ].[୧୮][୧୯]

ଆଧାର[ସମ୍ପାଦନା]

  1. Stipanuk, M.H. (2006). Biochemical, physiological, molecular aspects of human nutrition (2nd ed.). St Louis: Saunders Elsevier p.667
  2. Winklera, C; B. Wirleitnera, K. Schroecksnadela, H. Schennachb and D. Fuchs (September 2005). "Beer down-regulates activated peripheral blood mononuclear cells in vitro". International Immunopharmacology 6 (3): 390–395. doi:10.1016/j.intimp.2005.09.002. PMID 16428074. 
  3. Hoyumpa Jr, AM (1980). "Mechanisms of thiamin deficiency in chronic alcoholism". American Journal of Clinical Nutrition 33 (12): 2750–2761. PMID 6254354. http://www.ajcn.org/cgi/content/abstract/33/12/2750. Retrieved 2010-01-18. 
  4. Leevy, Carroll M. (1982). "Thiamin deficiency and alcoholism". Annals of the New York Academy of Sciences 378 (Thiamin: Twenty Years of Progress): 316–326. doi:10.1111/j.1749-6632.1982.tb31206.x. 
  5. Pinto, J; Y P Huang; R S Rivlin (May 1987). "Mechanisms underlying the differential effects of ethanol on the bioavailability of riboflavin and flavin adenine dinucleotide". Journal of Clinical Investigation 79 (5): 1343–1348. doi:10.1172/JCI112960. PMC 424383. PMID 3033022. 
  6. Spivak, JL; DL Jackson (June 1977). "Pellagra: an analysis of 18 patients and a review of the literature". The Johns Hopkins Medical Journal 140 (6): 295–309. PMID 864902. 
  7. Said, HM; A Sharifian, A Bagherzadeh and D Mock (1990). "Chronic ethanol feeding and acute ethanol exposure in vitro: effect on intestinal transport of biotin". American Journal of Clinical Nutrition 52 (6): 1083–1086. PMID 2239786. http://www.ajcn.org/cgi/content/abstract/52/6/1083. Retrieved 2010-01-18. 
  8. Halsted, Charles; Picciano, M.F., Stokstad, E.L.R. and Gregory, J.F. (eds) (1990). Intestinal absorption of dietary folates (in Folic acid metabolism in health and disease). New York, New York: Wiley-Liss. ପୃଷ୍ଠା. 23–45. ISBN 0-471-56744-2. http://agris.fao.org/agris-search/search/display.do?f=1992/v1803/US9141384.xml;US9141384. 
  9. Watson, Ronald; Watzl, Bernhard, eds (September 1992). Nutrition and alcohol. CRC Press. ପୃଷ୍ଠା. 16–18. ISBN 978-0-8493-7933-8. 
  10. Thornalley, P. J.; Babaei-Jadidi, R.; Al Ali, H.; Rabbani, N.; Antonysunil, A.; Larkin, J.; Ahmed, A.; Rayman, G. et al. (2007). "High prevalence of low plasma thiamine concentration in diabetes linked to a marker of vascular disease". Diabetologia 50 (10): 2164–70. doi:10.1007/s00125-007-0771-4. PMC 1998885. PMID 17676306. 
  11. Shaw, Gary M.; Schaffer, Donna; Velie, Ellen M.; Morland, Kimberly; Harris, John A. (1995). "Periconceptional Vitamin Use, Dietary Folate, and the Occurrence of Neural Tube Defects". Epidemiology 6 (3): 219–26. doi:10.1097/00001648-199505000-00005. PMID 7619926. 
  12. ୧୨.୦ ୧୨.୧ National Academy of Sciences. Institute of Medicine. Food and Nutrition Board., ed (1998). "Chapter 4 - Thiamin". Dietary Reference Intakes for Thiamin, Riboflavin, Niacin, Vitamin B6, Folate, Vitamin B12, Pantothenic Acid, Biotin, and Choline. Washington, D.C.: National Academy Press. ପୃଷ୍ଠା. 58–86. ISBN 0-309-06411-2. Archived from the original on 18 June 2009. http://www.nal.usda.gov/fnic/DRI//DRI_Thiamin/58-86_150.pdf. Retrieved 2009-06-17. 
  13. ୧୩.୦ ୧୩.୧ National Academy of Sciences. Institute of Medicine. Food and Nutrition Board., ed (1998). "Chapter 5 - Riboflavin". Dietary Reference Intakes for Thiamine, Riboflavin, Niacin, Vitamin B6, Folate, Vitamin B12, Pantothenic Acid, Biotin, and Choline. Washington, D.C.: National Academy Press. ପୃଷ୍ଠା. 87–122. ISBN 0-309-06411-2. Archived from the original on 18 June 2009. http://www.nal.usda.gov/fnic/DRI//DRI_Thiamin/87-122_150.pdf. Retrieved 2009-06-17. 
  14. ୧୪.୦ ୧୪.୧ National Academy of Sciences. Institute of Medicine. Food and Nutrition Board., ed (1998). "Chapter 6 - Niacin". Dietary Reference Intakes for Thiamine, Riboflavin, Niacin, Vitamin B6, Folate, Vitamin B12, Pantothenic Acid, Biotin, and Choline. Washington, D.C.: National Academy Press. ପୃଷ୍ଠା. 123–149. ISBN 0-309-06411-2. Archived from the original on 18 June 2009. http://www.nal.usda.gov/fnic/DRI//DRI_Thiamin/123-149_150.pdf. Retrieved 2009-06-17. 
  15. http://www.rxabbott.com/pdf/niaspan.pdf
  16. ୧୬.୦ ୧୬.୧ National Academy of Sciences. Institute of Medicine. Food and Nutrition Board., ed (1998). "Chapter 7 - Vitamin B6". Dietary Reference Intakes for Thiamine, Riboflavin, Niacin, Vitamin B6, Folate, Vitamin B12, Pantothenic Acid, Biotin, and Choline. Washington, D.C.: National Academy Press. ପୃଷ୍ଠା. 150–195. ISBN 0-309-06411-2. Archived from the original on 18 June 2009. http://www.nal.usda.gov/fnic/DRI//DRI_Thiamin/150-195_150.pdf. Retrieved 2009-06-17. 
  17. ୧୭.୦ ୧୭.୧ National Academy of Sciences. Institute of Medicine. Food and Nutrition Board., ed (1998). "Chapter 8 - Folate". Dietary Reference Intakes for Thiamine, Riboflavin, Niacin, Vitamin B6, Folate, Vitamin B12, Pantothenic Acid, Biotin, and Choline. Washington, D.C.: National Academy Press. ପୃଷ୍ଠା. 196–305. ISBN 0-309-06411-2. Archived from the original on 18 June 2009. http://www.nal.usda.gov/fnic/DRI//DRI_Thiamin/196-305_150.pdf. Retrieved 2009-06-17. 
  18. ୧୮.୦ ୧୮.୧ National Academy of Sciences. Institute of Medicine. Food and Nutrition Board., ed (1998). "Chapter 9 - Vitamin B12". Dietary Reference Intakes for Thiamine, Riboflavin, Niacin, Vitamin B6, Folate, Vitamin B12, Pantothenic Acid, Biotin, and Choline. Washington, D.C.: National Academy Press. ପୃଷ୍ଠା. 346. ISBN 0-309-06411-2. Archived from the original on 11 October 2010. http://www.nal.usda.gov/fnic/DRI//DRI_Thiamin/306-356_150.pdf. Retrieved 2010-09-23. 
  19. Dupré, A; Albarel, N; Bonafe, JL; Christol, B; Lassere, J (1979). "Vitamin B-12 induced acnes". Cutis; cutaneous medicine for the practitioner 24 (2): 210–1. PMID 157854.