ଜାହାଙ୍ଗୀର

ଉଇକିପିଡ଼ିଆ ରୁ
ଜାହାଙ୍ଗୀର
Flag of the Mughal Empire.svg 4th Mughal Emperor
Reign 15 October 1605 – 8 November 1627
Coronation 24 October 1605
Predecessor ଆକବର
Successor ଶାହା ଜାହାନ
Spouse 24 wives including Taj Bibi Bilqis Makani and Nur Jahan
Issue
Khusraw
Khurram
Shahryar Parvez
Others
House House of Timur
Father ଆକବର
Mother Mariam
Born 20 September 1569
ଫତେହପୁର ସିକ୍ରି
Died ୮ ନଭେମ୍ବର, ୧୬୨୭ (୫୮ ବର୍ଷ)
କାଶ୍ମୀର
Burial Tomb of Jahangir
Religion ଇସଲାମ ଧର୍ମ

୧୬୦୫ ଖ୍ରୀଷ୍ଟାବ୍ଦରେ ଆକବରଙ୍କର ମୃତ୍ୟୁପରେ ତାଙ୍କର ପୁତ୍ର ସେଲିମ ନୁରଉଦ୍ଦିନ ମହମ୍ମଦ ଜାହାଙ୍ଗୀର ଉପାଧୀ ଧାରଣ କରି ସିଂହାସନରେ ବସିଥିଲେ ।[୧]

ଖୁସ୍ରୁଙ୍କ ବିଦ୍ରୋଦ[ସମ୍ପାଦନା]

ଜାହାଙ୍ଗୀରଙ୍କର ଜ୍ୟେଷ୍ଠ ପୁତ୍ର ଗୁଣବାନ ଓ ଲୋକପ୍ରିୟ ଖୁସ୍ରୁ ଆକବରଙ୍କ ପରେ ସମ୍ରାଟ ହେବେ ବୋଲି ଆଶାକରିଥିଲେ । ଜାହାଙ୍ଗୀର ସିଂହାସନ ଆରୋହଣ କରିବା ପରେ ସେ ପଞ୍ଜାବକୁ ପଳେଇଯାଇ ସେଠାରେ ସେ ବିଦ୍ରୋହ ଘୋଷଣା କରିଥିଲେ । ଶିଖମାନଙ୍କର ପଞ୍ଚମ ଗୁରୁ ଅର୍ଜୁନ ସିଂହ ତାଙ୍କଉ ଅର୍ଥ ସାହାର୍ଯ୍ୟ କରିଥିଲେ । ଜାହାଙ୍ଗୀର ସୈନ୍ୟ ପଠେଇ ଖୁସ୍ରୁଙ୍କୁ ପରାସ୍ତ ଓ ବନ୍ଦୀ କଲେ । ତାଙ୍କର ଚକ୍ଷୁ ନଷ୍ଟ କରିଦିଆଗଲା । ପରେ ସାନଭାଇ ଶାହା ଜାହାନ ତାଙ୍କୁ ହତ୍ୟା କରିଥିଲେ । ଅର୍ଜୁନ ସିଂହ ଖୁସ୍ରୁଙ୍କୁ ସାହାର୍ଯ୍ୟ କରିଥିବାରୁ ମୃତ୍ୟୁଦଣ୍ଡ ପାଇଥିଲେ ।[୨]

ନୂରଜାହାନ[ସମ୍ପାଦନା]

ଜାହାଙ୍ଗୀରଙ୍କର ନୂରଜାହାନଙ୍କ ସହିତ ବିବାହ ତାଙ୍କ ରାଜତ୍ଵର ଏକ ଉଲ୍ଲେଖଯୋଗ୍ୟ ଘଟଣା । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କଲେ ।[୩] ବୟଃପ୍ରାପ୍ତ ହେଲାପରେ ମେହେର-ଉନ୍ନିସାଙ୍କୁ ଆଲିକୁଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରେଇଦିଆଗଲା । ଜାହାଙ୍ଗୀରଙ୍କ ରାଜତ୍ଵର ଆରମ୍ଭରେ ଆଲିକୁଲି ବର୍ଦ୍ଧ ମାନଙ୍କର ଜାଗିରଦାର ନିଯୁକ୍ତି ହେଲେ ଓ ତାଙ୍କର ଉପାଧୀ ଶେର ଆଫଗାନ ରଖାଗଲା । ଶେର ଆଫଗାନ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଶୁଣି ଜାହାଙ୍ଗୀର ତାଙ୍କୁ ଦମନ କରିବା ପାଇଁ ବଙ୍ଗର ଶାସନକର୍ତ୍ତା କୁତବୁଦ୍ଦିନଙ୍କୁ ପଠେଇଲେ । ଶେର ଆଫଗାନ କୁତବୁଦ୍ଦିନଙ୍କୁ ହତ୍ୟା କଲେ ମଧ୍ୟ କୁତବୁଦ୍ଦିନଙ୍କର ଅନୁଚରମାନଙ୍କ ଦ୍ଵାରା ନିହତ ହେଲେ । ମେହେର-ଉନ୍ନିସା ଓ ତାଙ୍କ କ୍ନ୍ୟାଙ୍କୁ ରାଜଧାନୀକୁ ନିଆଯାଇ ମୋଗଲ ରାଜପ୍ରସାଦରେ ରଖାଗଲା। ଏହାର ଚାରିବର୍ଷ ପରେ ଜାହାଙ୍ଗୀର ୧୬୧୧ ଖ୍ରୀଷ୍ଟାବ୍ଦରେ ମେହେର-ଉନ୍ନିସାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାହାଙ୍କୁ ବିବାହ କରିଥିଲେ ।[୪]ବିବାହ ପରେ ଜାହାଙ୍ଗୀର ମେହେର-ଉନ୍ନିସାଙ୍କ ନାମ ନୁରମହଲ (ପ୍ରାସାଦର ଆଲୋକ) ରଖିଲେ । [୫]ପରେ ତାଙ୍କୁ ନୂରଜାହାନ ( ଜଗତର ଖ୍ୟାତି) ନାମ ଦିଆଗଲା। [୬]

ରାଜତ୍ଵ କାଳରେ ଯୁଦ୍ଧ[ସମ୍ପାଦନା]

ଜାହାଙ୍ଗୀର ବଙ୍ଗଦେଶର ବିଦ୍ରୋହୀ ଆଫଗାନ ମାନଙ୍କୁ ଦମନ କରିଥିଲେ । ରାଣାପ୍ରତାପଙ୍କ ପରେ ତାଙ୍କର ପୁତ୍ର ଅମର ସିଂହ ମିବାରର ରାଣା ହୋଇଥିଲେ । ସେ ପିତାଙ୍କ ପରି ଦୃଢ଼ପ୍ରତିଜ୍ଞ ନଥିବାରୁ ଜାହାଙ୍ଗୀରଙ୍କର ବଶତା ସ୍ଵୀକାର କରିଥିଲେ । ଜାହାଙ୍ଗୀର ପିତାଙ୍କ ପରି ରାଜପୁତ ମାନଙ୍କ ପ୍ରତି ଉଦାର ନୀତି ଅବଲମ୍ବନ କରିଥିଲେ ।

ଦାକ୍ଷିଣାତ୍ୟରେ ଆହମ୍ମଦନଗରର ସୁଦକ୍ଷ ମନ୍ତ୍ରୀ ମାଲିକ ଅମ୍ବର ଆହମ୍ମଦନଗରର ସୈନ୍ୟ ମାନଙ୍କୁ ଶୃଙ୍ଖଳାଶିକ୍ଷା ଦେଇ ଆକବରଙ୍କ ସମୟରେ ହରାଇଥିବା ରାଜ୍ୟମାନ ପୁନଃଦଖଲ କରିବା ପାଇଁ ଲାଗିପଡିଥିଲେ । ଫଳରେ ମୋଗଲ ସେନା ଖାନ୍ଦେଶର ରାଜଧାନୀ ବରହାନପୁରକୁ ଫେରି ଗଲେ । ୧୬୧୬ ରେ ରାଜପୁତ୍ର ଖୁରମ ମାଲିକ ଅମ୍ବରଙ୍କର ଅଗ୍ରଗତିକୁ ପ୍ରତିହତ କରିଥିଲେ ଏବଂ ଆହମ୍ମଦନଗରର କେତେକ ଅଂଶ ପୁନର୍ବାର ଦଖଲ କଲେ । ଖୁରମଙ୍କର ବୀରତ୍ଵରେ ମୁଗ୍ଧ ହୋଇ ଜାହାଙ୍ଗୀର ତାଙ୍କୁ ଶାହା ଜାହାନ ([ପୃଥିବୀ]]ର ରାଜା) ଉପାଧି ପ୍ରଦାନ କରିଥିଲେ । ୧୬୨୦ରେ ଜାହାଙ୍ଗୀର ପଞ୍ଜାବର ପାର୍ବତ୍ୟ କାଙ୍ଗ୍ରାଦୁର୍ଗ ଅଧିକାର କରିଥିଲେ । ୧୬୨୨ ରେ ପାରସ୍ୟ ସମ୍ରାଟ ମୋଗଲ ସାମ୍ରାଜ୍ୟର ସୀମାନ୍ତ ଦୁର୍ଗ କାନ୍ଦାହାର ଦଖଲ କରିନେଇଥିଲେ । [୭]ଏହି ଦୁର୍ଗକୁ ପୁବର୍ବାର ଦଖଲ ପାଇଁ ଜାହାଙ୍ଗୀର ଶାହା ଜାହାନଙ୍କୁ ଆଦେଶ ଦେଇଥିଲେ । ନୂରଜାହାନଙ୍କ ଷଡ଼ଯନ୍ତ୍ର ଆଶଙ୍କା କରି ଶାହା ଜାହାନ ପିତାଙ୍କ ଆଦେଶ ନ ମାନି ବିଦ୍ରୋହ କଲେ । ଫଳରେ କାନ୍ଦାହାର ଚିରଦିନ ପାଇଁ ମୋଗଲ ସାମ୍ରାଜ୍ୟରୁ ଅଲଗା ହୋଇଗଲା । ଏହା ଏକ ଗୁରୁତ୍ଵପୂର୍ଣ୍ଣ ସାମରିକ ଓ ବଣିଜ୍ୟକେନ୍ଦ୍ର ଥିବାରୁ ଏହା ହରାଇବାଦ୍ଵାରା ମୋଗଲ ସାମ୍ରାଜ୍ୟ ପଶ୍ଚିମ ଏସିଆ ସହିତ ବାଣିଜ୍ୟ କାରବାର ବ୍ୟାହତ ହେଲା । ଜାହାଙ୍ଗୀରଙ୍କ ଶାସନ କାଳରେ ଶାହାଜାହାନ ଓ ମହବତ ଖାଁ ବିଦ୍ରୋହ କରିଥିଲେ [୮][୯]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]