ଗୁରୁ ପୂର୍ଣ୍ଣିମା
ଉଇକିପିଡ଼ିଆ ରୁ
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |
ବିଷୟସୂଚୀ |
ଗୁରୁ ପୂର୍ଣ୍ଣିମା [ସମ୍ପାଦନା]
ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ବୀପରେ ଜନ୍ମ ଗ୍ରହଣ କରିଥିଲେ ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ
ଏହାଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚିତ୍ରବିର୍ଯ୍ୟଙ୍କ ଦୁଇ ବିଧବାପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ଜନ୍ମ ହେଲା ଏହାଙ୍କ ଔରସରେ ବିଚିତ୍ରବିର୍ଯ୍ୟଙ୍କ ଦାସୀଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ
ବ୍ୟାସଦେବଙ୍କ ଅନ୍ୟନାମ [ସମ୍ପାଦନା]
- ବେଦବ୍ୟାସ: ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିବାରୁ
- ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଦ୍ଵାପର ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ୨୮ ଜଣ ଋଷି ବେଦବ୍ୟାସ ଭାବେ ପରିଚିତ ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ ପ୍ରଥମ ଦ୍ଵାପର ଯୁଗରେ ସ୍ଵୟଂ ବ୍ରହ୍ମା ବେଦବ୍ୟାସ ରୂପେ, ଦ୍ଵିତୀୟ ଦ୍ଵାପରରେ ପ୍ରଜାପତି ବା ମନୁ, ତୃତୀୟ ଦ୍ଵାପରରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥ ଦ୍ଵାପରରେ ବୃହଷ୍ପତି ବେଦଭାଷ୍ୟ ରୂପେ ପରିଚିତ ହୁଅନ୍ତି । ସ୍ଵୟଂଭୁବ, ଉଶନା, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବସିଷ୍ଠ, ସାରସ୍ଵତ, ତ୍ରିଧାମ, ଋଷଭ ବା ତ୍ରିବୃଷ, ସୁତେଜା ବା ଭାରଦ୍ଵାଜ, ଅନ୍ତରିକ୍ଷ ବା ଧର୍ମ, ବ୍ପୁବନ୍ ବା ସୁଚକ୍ଷୁ, ତ୍ରଯ୍ୟାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ବାଜ, ଗୌତମ, ଉତ୍ତମ ବା ହର୍ଯ୍ୟତ୍ମା, ବାଚଶ୍ରବା ବା ନାରାୟଣ ବା ବେଣ, ସୋମମୁଖ୍ୟାୟନ ବା ତୃଣବିନ୍ଦୁ, ଋକ୍ଷ ବା ବାଲ୍ମୀକି, ଶକ୍ତି, ପରାଶର, ଜାତୁକର୍ଣ୍ଣ ଓ କୃଷ୍ଣ ଦ୍ଵୈପାୟନ ବେଦବ୍ୟାସ ଭୂମିକାରେ ଅବତିର୍ଣ୍ଣ ହୋଇଥାଆନ୍ତି
- ଦ୍ଵୈପାୟନ: ଗଙ୍ଗା ନଦୀମଧ୍ୟସ୍ଥ ଦ୍ବୀପରେ ଏହାଙ୍କ ଜନ୍ମ ହୋଇଥିବାରୁ
- କୃଷ୍ଣ ଦ୍ଵୈପାୟନ: ଏହାଙ୍କ ଦେହର ବର୍ଣ୍ଣ କଳା ହୋଇଥିବାରୁ ଓ କୃଷ୍ଣଦ୍ଵୀପରେ ଜନ୍ମଗ୍ରହଣ କରିଥିବାରୁ
- କାନୀନ: ଅବିବାହିତା ସତ୍ୟବତୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିବାରୁ
- ସତ୍ୟଭାରତ: ମହାଭାରତର ପ୍ରଣେତା ହୋଇଥିବାରୁ
- ପାରାଶର୍ଯ୍ୟ: ପରାଶରଙ୍କ ପୁତ୍ର ହୋଇଥିବାରୁ
- ବାଦରାୟଣ:
- ସତ୍ୟବ୍ରତ:
- ସତ୍ୟରତ: